ବେଆଇନ ଭାବେ ବିକୁଥିଲେ ବିଦେଶୀ ମଦ: ମାଡ଼ି ବସିଲା ଦିଗପହଣ୍ଡି ଅବକାରୀ ବିଭାଗ, ଅଭିଯୁକ୍ତଙ୍କୁ…

ଦିଗପହଣ୍ଡି,୧୦।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅବକାରୀ ଥାନା ଭାରପ୍ରାପ୍ତ ଓଆଇସି ଏନ୍‌. ତ୍ରିପତୀ ରେଡ୍ଡୀ ସଦଳବଳେ ଶନିବାର ସାରେ ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ଯୋଗିଆ ପଲ୍ଲୀ ଗ୍ରାମ ରାସ୍ତାରେ ପାଟ୍ରୋଲିଂ କରୁଥିବା ବେଳେ ଗ୍ରାମର ରମେଶ ରେଡ୍ଡୀ ଏକ ବ୍ୟାଗ ଧରି ରାସ୍ତାରେ ସନ୍ଦେହଜନକ ଭାବେ ଠିଆ ହୋଇଥିଲେ। ଅବକାରୀ କର୍ମଚାରୀ ବୃନ୍ଦ ତାଙ୍କୁ ଅଟକାଇ ଖାନତଲାସି କରିବାରୁ ସେଥିରେ ବହୁ ସଂଖ୍ୟକ ବିଦେଶୀ ମଦ ବୋତଲ ଥିବା ଜଣାପଡିଥିଲା। ଘଟଣାସ୍ଥଳରେ ଜବତ ତାଲିକା ପ୍ରସ୍ତୁତ କରାଯାଇ ମାପଚୁପ କରିବାରୁ ବୋତଲ ଗୁଡିକରେ ୧୪.୭୫୦ ଲିଟର ବିଦେଶୀ ମଦ ଥିବା ଜଣାପଡିଥିଲା। ତାଙ୍କୁ ପଚରାଉଚୁରା କରିବାରୁ ସେ ଗ୍ରାମରେ ବେଆଇନ ଭାବେ ମଦ ବିକ୍ରୀ କରୁଥିବା ସ୍ବୀକାର କରିଥିଲେ। ଅବକାରୀ କର୍ମଚାରୀ ବୃନ୍ଦ ତାଙ୍କୁ ଉଠାଇ ଆଣି ଅବକାରୀ ଥାନାରେ ଅଟକ ରଖିଛନ୍ତି। ଅବକାରୀ ମାମଲା ନଂ.୧୮୬/୨୫- ୨୬ ଅନୁଯାୟୀ ରବିବାର ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଅବକାରୀ ଭାରପ୍ରାପ୍ତ ଓଆଇସି କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୭ ମାସର ଗର୍ଭବତୀ ସ୍ତ୍ରୀଙ୍କୁ ହତ୍ୟା

ଗଜପତି(ଗିରିଧାରୀ ପରିଛା)୧୧।୧: ଗଜପତି ଜିଲା ସେରଙ୍ଗ ଥାନା ଅଧୀନ ନାମନଗଡ଼ ଗ୍ରାମରେ ଜଣେ ନବବଧୂଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ବିବାହର ୯ ମାସ ହୋଇଥିବା...

କଟକରେ ଯୁବକଙ୍କୁ ପଥରରେ ଛେଚି ହତ୍ୟା

କଟକ,୧୧ା୧(କାର୍ତ୍ତିକ ସାହୁ): ଜଣେ ଯୁବକଙ୍କୁ ପଥରରେ ଛେଚି ହତ୍ୟା କରିବା ଭଳି ସଙ୍ଗୀନ ଅପରାଧିକ ଘଟଣା ବାଦାମବାଡ଼ି ଥାନା ଅଞ୍ଚଳରେ ଘଟିଛି। କାଠଯୋଡ଼ି ରିଂବନ୍ଧ ପାର୍ଶ୍ୱ...

ବସ ଧକ୍କାରେ ଯୁବକଙ୍କ ମୃତ୍ୟୁ; ମୃତଦେହ ରଖି ରାସ୍ତାରୋକ କଲେ ସ୍ଥାନୀୟ ଲୋକେ

ଦିଗପହଣ୍ଡି,୧୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଗୋକର୍ଣ୍ଣପୁର-ବଡଡୁମ୍ବୁଳା ରାସ୍ତାର ଶନିଶ୍ଚର ମନ୍ଦିର ନିକଟରେ ‘ବୀଣାପାଣି’ ନାମକ...

କେସିଙ୍ଗା ପୋଲିସକୁ ବଡ଼ ସଫଳତା, ୧୦ କେଜି ଗଞ୍ଜେଇ ସହ ୫ ଆନ୍ତଃରାଜ୍ୟ ଚୋରା ଚାଲାଣକାରୀ ଗିରଫ

କେସିଙ୍ଗା,୧୧/୧(ତୁମେଶ୍ୱର ସାହୁ):  କଳାହାଣ୍ଡି ଜିଲାର କେସିଙ୍ଗା ପୋଲିସକୁ ବଡ଼ ସଫଳତା ମିଳିଛି । ବିଶେଷ ସୂତ୍ରରୁ ଖବର ପାଇ କେସିଙ୍ଗା ପୋଲିସ ସ୍ଥାନୀୟ ରେଳ ଷ୍ଟେସନରୁ...

ଘର ସମ୍ମୁଖରୁ ପିକ୍‌ଅପ୍‌ ଗାଡ଼ି ଚୋରି

ବଡ଼ଗାଁ,୧୧ା୧(ଅଶୋକ ଷଢ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁର ଯୁବ ବ୍ୟବସାୟୀ ଅମିତ ଅଗ୍ରୱାଲଙ୍କ ଘର ସମ୍ମୁଖରୁ ତାଙ୍କ ପିକଅପ ଗାଡି ଓଡି ୨୬ ଏ ୧୪୭୫କୁ ୨...

ଦାରିଙ୍ଗବାଡି ଶୀତ ମହୋତ୍ସର ଶେଷ ଦିନରେ ଅସୀମାଙ୍କ ଗୀତରେ ଝୁମିଲେ ଦର୍ଶକ, ବାଚସ୍ପତି କହିଲେ…

ଦାରିଙ୍ଗବାଡି, ୧୧/୧ (ଅରୁଣ ସାହୁ ): ଓଡିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ଠାରେ ଗତ ୪ ଦିନ ଧରି ଚାଲିଥିବା ଏକାଦଶ ତମ ଶୀତ ମହୋତ୍ସବ...

ଅଙ୍ଗୁଳି ଦେଖାଇ ବିଡ଼ିଓଙ୍କୁ ଦୁର୍ବ୍ୟବହାର କଲେ ବ୍ଲକ ଅଧକ୍ଷା, ବିଧାୟକଙ୍କୁ ତୀର ମାରିବା ଘଟଣାର ମିଳୁନି ପ୍ରମାଣ

ହାଟଡିହୀ,୧୧।୧(ଶୁଭକାନ୍ତ ନାୟକ): ଗତ ଦୁଇ ଦିନ ପୂର୍ବେ କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ଜଣେ ଯନ୍ତ୍ରୀ ଆନନ୍ଦପୁର ବିଜେଡି ବିଧାୟକ ଅଭିମନ୍ୟୁ ସେଠିଙ୍କୁ ତୀର ମାରିବା...

ମକର ସଂକ୍ରାନ୍ତି ଉପଲକ୍ଷେ ସ୍ବତନ୍ତ୍ର ପ୍ରସ୍ତୁତି, ପୁଲିହାରୀ-ଡ୍ରାଏ ଫ୍ରୁଟସରେ ମା’ ଗୋଦାଦେବୀ…

ରାୟଗଡ଼ା,୧୧/୧(ଆଶିଷ ରଞ୍ଜନ ପଣ୍ଡା)- ମକର ସଂକ୍ରାନ୍ତି ଉପଲକ୍ଷେ ରାୟଗଡ଼ା ବ୍ଲକର ଜେକେପୁର ସ୍ଥିତ ଭେଙ୍କେଟେଶ୍ବର ମନ୍ଦିରରେ ସ୍ଥାନୀୟ ମନ୍ଦିର ପ୍ରଭୁ ଭେଙ୍କେଟେଶ୍ବରଙ୍କ ସ୍ତ୍ରୀ ଗୋଦାଦେବୀଙ୍କ ଚିତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri