କଲ୍ୟାଣସିଂହପୁର, ୯।୫( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକରେ ବନବିଭାଗର ବଡ଼ ଚଢ଼ାଉ। ଶିରିପୁର ନିକଟରେ ଚଢ଼ାଉ କରି ୮୦ ଖଣ୍ଡ ଶାଳ କାଠ ଜବତ କଲା କଲ୍ୟାଣସିଂହପୁର ବନବିଭାଗ। ଘଟଣାରେ ତିନି ଜଣଙ୍କୁ ଅଟକ ରଖାଯାଇଥିବା ବେଳେ ସେମାନେ କଲ୍ୟାଣସିଂହପୁର ଅଞ୍ଚଳର ବୋଲି ସୂଚନା ମିଳିଛି। ଜବତ ହୋଇଥିବା ଶାଳକାଠ କଳାହାଣ୍ଡି ଜିଲାର ବିଜେପୁର ଅଞ୍ଚଳରୁ ରାୟଗଡା ଜିଲାର ଜେକେପୁରକୁ ଚାଲାଣ ହେଉଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି। ଘଟଣାକୁ ନେଇ ବନବିଭାଗ ଅଧିକ ତଦନ୍ତ ଜାରି ରଖିଛି।

