ଜମୁଛି ଦାରିଙ୍ଗବାଡ଼ି ଶୀତ ମହୋତ୍ସବ: ଭାଷା-ସାହିତ୍ୟ ସମାରୋହରେ ଯୋଗ ଦେଇ ଜ୍ଞାନ ହୋତା କହିଲେ ପ୍ରୀତି ବଢ଼ିବା ପାଇଁ…

ଦାରିଙ୍ଗବାଡ଼ି,୧୦ା୧(ଅରୁଣ ସାହୁ): ଏକାଦଶ ତମ ଦାରିଙ୍ଗବାଡ଼ି ଶୀତ ମହୋତ୍ସବର ତୃତୀୟ ଦିବସରେ ଭାଷା ଓ ସାହିତ୍ୟ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଶିଷ୍ଠ ସାହିତି୍ୟକ, କବି, ଲେଖକ, ଗବେଷକ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଆକର୍ଷଣ ଥିଲେ ବ୍ୟଙ୍ଗକବି ଜ୍ଞାନ ହୋତା, ପ୍ରିୟବ୍ରତ ପଣ୍ଡା, ବ୍ୟଙ୍ଗକବି ସୁଶାନ୍ତ ମିଶ୍ର ପ୍ରମୁଖ।

ପ୍ରକାଶ ଯେ, ଏହି ସମାରୋହକୁ ବନାନୀ ସାରସ୍ବତ ପରିଷଦର ସଭାପତି ପତିତପାବନ ରାଉତଙ୍କ ଆହ୍ବାନକ୍ରମେ ବିଡିଓ ତଥା ମହୋତ୍ସବ କମିଟିର ସମ୍ପାଦକ ପ୍ରୀତିରଞ୍ଜନ ରଥଙ୍କ ଅଧ୍ୟକ୍ଷତାରେ ତହସିଲଦାର ଧୀରଜ ପାତ୍ର ଉଦ୍‌ଘାଟକ ଅତିଥି ଭାବେ ଯୋଗଦେଇଥିଲେ। ଅନ୍ୟ ଅତିଥିଙ୍କ ମଧ୍ୟରେ ବାଲିଗୁଡ଼ା ଆଇଟିଡିଏର ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା, ମୁଖ୍ୟ ବକ୍ତା ଭାବେ ବାଲିଗୁଡା ଆଦିବାସୀ ମହାବିଦ୍ୟାଳୟର ଅଧ୍ୟାପକ ଡ. ବିଭୂତି ଭୂଷଣ ଆଚାର୍ଯ୍ୟ, ସମ୍ମାନିତ ଅତିଥି ଭାବେ ବାଲିଗୁଡ଼ା ଶାଳବଣ ସାହିତ୍ୟ ସଂସଦର ସମ୍ପାଦକ ରବୀନ୍ଦ୍ରନାଥ ରଥ, ଦାରିଙ୍ଗବାଡ଼ି ଡଃ ଭୀମରାଓ ଆମ୍ବେଦକର ଜାତୀୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଡଃ ପ୍ରତାପ କୁମାର ବେହେରା, ଦାରିଙ୍ଗବାଡ଼ି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଉମାଶଙ୍କର ସାମନ୍ତରାୟ, ଟିକାବାଲି ସାହିତ୍ୟ ସଂସଦର ସମ୍ପାଦକ ମନୋଜ କୁମାର ଭୋଇ, ଫିରିଙ୍ଗିଆ ଶାଳପର୍ଣ୍ଣି ସାହିତ୍ୟ ସଂସଦର ସଭାପତି ଡଃ ବିରଞ୍ଚି ନାରାୟଣ ସାହୁ, ଫୁଲବାଣୀ ବାଣୀଫୁଲ ସାରସ୍ବତ ଅଭିଯାନର ସମ୍ପାଦକ ରାମକୃଷ୍ଣ ମହାନ୍ତି, କଳାହାଣ୍ଡି ଜିଲାର ବ୍ୟଙ୍ଗକବି ସୁଶାନ୍ତ ମିଶ୍ର, କଳାହାଣ୍ଡି ଜିଲାର ଯୁବକବି ହେମନ୍ତ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ କାର୍ଯ୍ୟକ୍ରମରେ ବ୍ଲକ ପ୍ରକଳ୍ପ ସଂଯୋଜକ ଜଗନ୍ନାଥ ରଥ ମଞ୍ଚ ପରିଚାଳନ କରିଥିଲେ। କବିତା ପାଠ ଉତ୍ସବରେ ବରିଷ୍ଠ ଶିକ୍ଷକ ତଥା ବନାନୀ ସାରସ୍ବତ ପରିଷଦର ସହ ସମ୍ପାଦକ ପ୍ରଶାନ୍ତ କୁମାର ସାହୁ, ଗୃହ ବିଜ୍ଞାନ ବିଭାଗର ଅଧ୍ୟାପିକା ସସ୍ମିତା ସାମନ୍ତ ଏବଂ ବବଲୀନ ନାୟକ ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମରେ ସମସ୍ତ କବୟିତ୍ରୀ, କବି ନିଜ କବିତା ପାଠ କରିଥିଲେ। ଅତିଥିଙ୍କୁ ସ୍ମାରକପତ୍ର ସହ ସମ୍ବର୍ଦ୍ଧିତ କରାଯାଇଥିଲା ଏଥି ସହ କବିତା ପାଠ କରିଥିବା ସମସ୍ତ କବୟିତ୍ରୀ, କବିଙ୍କୁ ମାନପତ୍ର ପ୍ରଦାନ ସହ ସମ୍ବର୍ଦ୍ଧନା କରାଯାଇଥିଲା। ସମାରୋହରେ ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ବିଶ୍ୱଜିତ ଜାଲି ଧନ୍ୟବାଦ ଜଣାଇଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ନାବାଳକଙ୍କୁ ଏୟାରଗନ୍‌ରୁ ଗୁଳି ଚଳାଇଲେ ଯୁବକ, ଫେରାର ହୋଇଯିବା ସମୟରେ…

ସମ୍ବଲପୁର,୧୧ା୧(ପ୍ରମୋଦ ବହିଦାର): ସମ୍ବଲପୁର ସଦରଥାନା ଅନ୍ତର୍ଗତ ମିର୍ଗାମୁଣ୍ଡା ଗ୍ରାମରେ ରବିବାର ପୂର୍ବାହ୍ନରେ ଜଣେ ଯୁବକଙ୍କ ଗୁଳିରେ ସେହି ଗ୍ରାମର ଜଣେ ନାବାଳକ ଗୁରୁତର ହୋଇଛନ୍ତି। ସେ...

ଇଣ୍ଡିଆନ୍ ଆଇଡଲ୍ ସିଜିନ୍ ୩ ବିଜେତା ପ୍ରଶାନ୍ତ ତମାଙ୍ଗଙ୍କ ପରଲୋକ, ୪୩ ବର୍ଷ ବୟସରେ…

ନୂଆଦିଲ୍ଲୀ,୧୧ା୧: ମନୋରଞ୍ଜନ ଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଇଣ୍ଡିଆନ୍ ଆଇଡଲ୍ ସିଜିନ୍ ୩ର ଟାଇଟଲ୍ ଜିତିଥିବା ପ୍ରଖ୍ୟାତ ଗାୟକ ଏବଂ ଅଭିନେତା...

୨୪ ଘଣ୍ଟା ବିତିଲାନି, ନିଷ୍ପତ୍ତି ବଦଳାଇଲା ବଜରଙ୍ଗ ଦଳ

ବରଗଡ଼,୧୧ା୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରୁ ବାଂଲାଦେଶୀ ରୋହିଙ୍ଗିଆ ଅନୁପ୍ରବେଶକାରୀଙ୍କୁ ହଟାଇବା ଏବଂ ଅପରାଧ ନିୟନ୍ତ୍ରଣ ଦାବି ନେଇ ବଜରଙ୍ଗ ଦଳ ଆସନ୍ତା ୧୫ତାରିଖ ବରଗଡ଼ ଜିଲା...

ନବୀନଙ୍କୁ ନେଇ ଏମିତି କିଛି ଭିତିରି କଥା କହିଲେ ଲତିକା ପ୍ରଧାନ, ଗଞ୍ଜାମ ପାଇଁ…

ଭୁବନେଶ୍ୱର,୧୧ା୧: ଗଞ୍ଜାମରେ ବିଜେଡି ସ୍ଥିତିକୁ ନେଇ କିଛି ଭିତିରି କଥା କହିଛନ୍ତି ଲତିକା ପ୍ରଧାନ। ସେ କହିଛନ୍ତି, ଗଞ୍ଜାମ ନେତାଙ୍କୁ ଦାୟିତ୍ୱ ନ ଦେବାରୁ ସଂଗଠନ...

ଭୟ ନାହିଁ କି ସଂଘର୍ଷ ନାହିଁ, ହରିଣ ପିଠିରେ ଆରାମରେ ବସି ଯାଉଛି ମାଙ୍କଡ଼, ଭିଡିଓ ଦେଖିଲେ…

ଅନେକ ସମୟରେ ସୋସିଆଲ ମିଡିଆରେ ଏପରି ଭିଡିଓ ସାମ୍ନାକୁ ଆସିଥାଏ ଯାହା ବିଶ୍ୱାସ କରିବା କଷ୍ଟକର। ଆଇଆଇଟି ଚେନ୍ନାଇ ସହିତ ଜଡ଼ିତ ଏପରି ଏକ ଭିଡିଓ...

ଟ୍ରାକ୍ଟର ନେଲା ଜୀବନ: ବେଙ୍ଗଳା ପକାଇବାକୁ ଯାଉଥିବା ବେଳେ…

ଭଦ୍ରକ,୧।୧୧: ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବିଦେଇପୁର ପଞ୍ଚାୟତର ଗଡେଇବିନ୍ଧା ଗ୍ରାମର ଜଣେ ଯୁବକଙ୍କ ଟ୍ରାକ୍ଟର ଧକ୍କାରେ ଶନିବାର ରାତିରେ ମୃତତ୍ୟୁ ଘଟିଛି। ସେ...

ରାଜେଶ ହତ୍ୟାକାଣ୍ଡ:  ଅଭିଯୁକ୍ତଙ୍କୁ ଧରିବା ପ୍ରତିବାଦରେ ରାଜପଥ ଅବରୋଧ 

ପରଜଙ୍ଗ,୧୧।୧(ନିଗମାନନ୍ଦ ଦଳବେହେରା): ବହୁ ଚର୍ଚ୍ଚିତ ଫଟୋ ଗ୍ରାଫର୍‌  ରାଜେଶ ପାଣି ହତ୍ୟାକାଣ୍ଡକୁ  ଇତି ମଧ୍ୟରେ ଦୁଇ ମାସ  ବିତିଯାଇଥିଲେ ସୁଦ୍ଧା ହତ୍ୟାକାରୀଙ୍କୁ ଧରିବାରେ ସକ୍ଷମ ହୋଇପାରୁନାହିଁ...

ଶୀତରୁ ଆଶ୍ୱସ୍ତି: ଉପର ମୁହାଁ ପାରଦ

ଭୁବନେଶ୍ୱର,୧୧।୧: ରାଜ୍ୟର ଅଧିକାଂଶ ସ୍ଥାନରେ ପାରଦ ଉପର ମୁହାଁ ରହିଛି। ଅଧିକାଂଶ ସ୍ଥାନରେ ୫ ରୁ ୭ ଡିଗ୍ରୀ ଯାଏଁ ତାପମାତ୍ରା ବଢ଼ିଛି। ରାଜଧାନୀରେ ୬.୮...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri