ଦେଢ ମାସ ତଳେ ଚୋରି କରିଥିଲେ ଗହଣା: ପୋଲିସ ଧରିବା ପରେ…

ବରଗଡ଼,୯।୧(ପ୍ରେମାନନ୍ଦ ଖମାରୀ):ବରଗଡ଼ ସଦର ଥାନା ଅନ୍ତର୍ଗତ ଶ୍ରୀହରି ନଗରରୁ ଗତବର୍ଷ ନଭେମ୍ବରରେ ହୋଇଥିବା ସୁନା ଗହଣା ଚୋରି ଘଟଣାରେ ଗୁରୁବାର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ, ଶ୍ରୀହରି ନଗର ନିବାସୀ ଅଳଙ୍ଗ ଓରଫ୍‌ ଅଲଙ୍କାର ମଲ୍ଲିକ(୨୪)। ତାଙ୍କ ପାଖରୁ ପୋଲିସ ଚୋରି ହୋଇଥିବା ସୁନା ଗହଣା ଉଦ୍ଧାର କରିଛି। ଗତବର୍ଷ ନଭେମ୍ବର ୨୯ତାରିଖ ଶ୍ରୀହରି ନଗର ନିବାସୀ ଭାଗୀରଥି ବାଗଙ୍କ କବାଟରେ ଦିଆଯାଇଥିବା ତାଲା ଭାଙ୍ଗି ଘରେ ଥିବା ସୁନା, ରୁପା ଗହଣା ଏବଂ ନଗଦ ଟଙ୍କା ଚୋରି ହୋଇଥିଲା। ଭାଗୀରଥି ଏ ନେଇ ସ୍ଥାନୀୟ ସଦର ଥାନାରେ ଏତଲା ଦେଇଥିଲେ। ତାଙ୍କ ଏତଲାକୁ ଭିତ୍ତି କରି ପୋଲିସ ଏକ ମାମଲା(ନଂ-୪୧୫/୨୫) ରୁଜୁ କରି ତଦନ୍ତ କରିଥିଲା। ତଦନ୍ତରେ ଗିରଫ ଅଭିଯୁକ୍ତ ଅଳଙ୍ଗ ସମ୍ପୃକ୍ତ ଥିବା ପୋଲିସ ଜାଣିବାକୁ ପାଇଥିଲା। ତାଙ୍କ ପାଖରୁ ଗୋଟିଏ ସୁନାଚେନ, ଗୋଟିଏ ସୁନା ଲକେଟ୍‌, ସୁନା କାନଫୁଲ, ମଙ୍ଗଳସୂତ୍ର, ରୁପା ନିର୍ମିତ ପାଉଁଜି ଆଦି ପୋଲିସ ଜବତ କରିଥିଲା।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଟି-୨୦ ବିଶ୍ୱକପରେ ଭାରତ ପାଇଁ ଗେମ ଚେଞ୍ଜର ସାବ୍ୟସ୍ତ ହେବେ ଏହି ଖେଳାଳି, ବଡ଼ ଭବିଷ୍ୟବାଣୀ କଲେ ସୋଏବ ଅଖତର

ନୂଆଦିଲ୍ଲୀ,୧୦।୧: ଆସନ୍ତା ମାସରେ ଭାରତ ଏବଂ ଶ୍ରୀଲଙ୍କା ମିଳିତ ଭାବରେ ଆୟୋଜିତ କରିବାକୁ ଯାଉଛନ୍ତି T20 ବିଶ୍ୱକପ। ଟିମ ଇଣ୍ଡିଆ ଡିଫେଣ୍ଡିଂ ଚାମ୍ପିଅନ ଭାବରେ ପଡ଼ିଆରେ...

ରୌପ୍ୟ ପଦକ ହାତେଇ ଜିଲା ପାଇଁ ଗୌରବ ଆଣିଲେ ହରପ୍ରିୟା

କୋରାପୁଟ,୧୦।୧(ଅମିତାଭ ବେହେରା): ଭୁବନେଶ୍ୱର ସରକାରୀ ଦକ୍ଷତା ବିକାଶ ମହାବିଦ୍ୟାଳୟରେ ଆୟୋଜିତ ବିଶ୍ୱ ଦକ୍ଷତା ପ୍ରତିଯୋଗିତାରେ ଭାଗ ନେଇଥିବା କୋରାପୁଟ ଜିଲା ଦାମନଯୋଡ଼ିର ଛାତ୍ରୀ ହରପ୍ରିୟା ସାମଲ...

ଜଳିଗଲା ଲକ୍ଷାଧିକ ଟଙ୍କାର ମକା, ସରକାରଙ୍କ ପାଖରେ କ୍ଷତିପୂରଣ ଦାବି କରି…

ମୋହନା,୧୦ା୧(ମନ୍ମଥ ମିଶ୍ର): ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଶୁଖିଲା ମକା ଜଳିପୋଡ଼ି ପାଉଁଶ ହୋଇଯାଇଛି। ଏଭଳି ଘଟଣା ଘଟିଛି ଗଜପତି ଜିଲା ରା.ଉଦୟଗିରି ଥାନା ଅନ୍ତର୍ଗତ...

ଗୋଟିଏ ମଞ୍ଚରେ ଦେଖାଦେଲା ପାଓ୍ବାର ପରିବାରର ‘ପାଓ୍ବାର’

ମୁମ୍ବାଇ,୧୦।୧: ୨୦୨୩ ମସିହାରେ ଏନସିପିରେ ବିଭାଜନ ହେବା ପରେ ପ୍ରଥମ ଥର ପାଇଁ, ଅଜିତ ପାୱାର ଏବଂ ସୁପ୍ରିୟା ସୁଲେ ମହାରାଷ୍ଟ୍ରର ପୌର ନିର୍ବାଚନରେ ଏକ...

ଶୋ’ ରୁମ୍‌ରେ ଲାଗିଲା ନିଆଁ, ଜଳିଗଲା ଲକ୍ଷାଧିକ ଟଙ୍କାର ଗାଡ଼ି

ବାରିପଦା,୧୦ା୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ସହରସ୍ଥିତ ଦାରୋଗାଡ଼ାହି ଛକ ନିକଟରେ ଥିବା କାଇନେଟିକ୍‌ ଶୋ’ ରୁମ୍‌ରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଗାଡ଼ି...

ଶେଷ ୪ ବଲ୍‌ରେ ଆବଶ୍ୟକ ଥିଲା ୧୮ ରନ: ଏମିତି କାରନାମା କରିଦେଲେ ନାଦିନେ ଡି କ୍ଲାର୍କ, ପାଲଟିଗଲା ଇତିହାସ

ନଭି ମୁମ୍ବାଇ, ୯।୧: ନାଦିନେ ଡି କ୍ଲାର୍କଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଶୁକ୍ରବାର ଅନୁଷ୍ଠିତ ମହିଳା ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁପିଏଲ୍‌)ର...

Budget 2026: ଟ୍ୟାକ୍ସପେୟରଙ୍କ ପାଇଁ ବଡ଼ ଘୋଷଣା! ଦେବାକୁ ପଡିବନି…

ନୂଆଦିଲ୍ଲୀ,୧୦।୧: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ୧, ୨୦୨୬ (ରବିବାର) ରେ ତାଙ୍କର କ୍ରମାଗତ ନବମ ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି। ମଧ୍ୟବିତ୍ତ ଏବଂ...

ଯୋଡ଼ା ଖଣି ଅଞ୍ଚଳରେ ପ୍ରବଳ ଶୀତ: ୩ ଦଶନ୍ଧି ପରେ ତୁଷାରପାତ

ଯୋଡ଼ା,୧୦ା୧(ମାନସ ମହାନ୍ତି): କେନ୍ଦୁଝର ଜିଲାର ଯୋଡ଼ା ବ୍ଲକ, ଖଣି ଅଞ୍ଚଳ ଭାବେ ପରିଚିତ ଏହି ଉପତ୍ୟକାର ଆଭ୍ୟନ୍ତରୀଣ ଅଞ୍ଚଳରେ ହୋଇଛି ତୁଷାରପାତ। ଏକ ସପ୍ତାହ ଧରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri