ସଡ଼କ ଦୁର୍ଘଟଣା ଓ ସଡ଼କରେ ଯାତ୍ରା ନେଇ ଗାଡ଼ି ଚାଳକଙ୍କଠାରୁ ପଦଚାଳକଙ୍କ ପର୍ଯ୍ୟନ୍ତ ସଚେତନତାର ବାର୍ତ୍ତା ଦେବା ପାଇଁ ପ୍ରତିବର୍ଷ ସଚେତନଧର୍ମୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। ସଡ଼କରେ ଯାତ୍ରା ପାଇଁ ସମସ୍ତଙ୍କୁ ଆନନ୍ଦ ଲାଗେ। ଆକାଶ ପଥରେ ବିମାନ ଯାତ୍ରା ହେଉ ବା ଜଳଯାତ୍ରା ଭାବରେ ଡଙ୍ଗା ବା ବୋଟ୍ରେ ନଦୀ ବା ସମୁଦ୍ର ଯାତ୍ରା ଏ ସବୁଠାରୁ ସଡ଼କରେ ଯାତ୍ରା କରିବାର ଅନୁଭୂତି ଏକ ସ୍ୱତନ୍ତ୍ର ଥାଏ। କିନ୍ତୁ ଏହି ସୁଖଦ ଅନୁଭୂତିର ଯାତ୍ରା ଯେପରି ମର୍ମାନ୍ତିକ, ଦୁଃଖଦ ଓ ଅଭାବନୀୟ ନ ହୁଏ ଏ ପ୍ରତି ଆମେ ସମସ୍ତେ ସଚେତନ ରହିବା ଅତ୍ୟନ୍ତ ଜରୁରୀ।
ସଡ଼କ ଯାତ୍ରା ପାଇଁ ପ୍ରଥମ ବାଧକ ସଂପ୍ରତି ପାଲଟିଛି ବେପରୁଆ ଗାଡ଼ି ଚାଳନା, ନିଶାଦ୍ରବ୍ୟ ସେବନ କରି ଗାଡ଼ି ଚଳାଇବା ଆଉ ମୋବାଇଲ ଫୋନରେ ସଙ୍ଗୀତ ହେଉ ବା କଥାବାର୍ତ୍ତା ଏଥିରେ ବ୍ୟସ୍ତ ରହିବା ଦ୍ୱାରା ଦୁର୍ଘଟଣା ଭୟାନକ ଭାବେ ଯେଉଁପରି ଭାବେ ବୃଦ୍ଧି ପାଉଛି ତାହା ଏକ ଅତ୍ୟନ୍ତ ଦୁଃଖଦ ପ୍ରସଙ୍ଗ। ସହରୀକରଣକୁ ସଂପ୍ରତି ଗୁରୁତ୍ୱ ଦିଆଯାଉଥିବାରୁ ତଥାକଥିତ ସ୍ମାର୍ଟ ସିଟି ହେଉ ବା ରାଜଧାନୀ ଏପରି କି ବ୍ୟସ୍ତବହୁଳ ସଡ଼କ ପଥ ସହ ଯୋଗାଯୋଗ ରଖିବା ପାଇଁ ସରକାରୀ ମହଲରେ ବ୍ୟାପକ ଭାବରେ ସଡ଼କର ଦ୍ରୁତ ବିକାଶ ପାଇଁ ଗୁରୁତ୍ୱ ଦିଆଯାଉଛି। ତେବେ ନିକଟରେ କାନାଡ଼ାର ବୈଜ୍ଞାନିକମାନଙ୍କ ଏକ ରିପୋର୍ଟ ଆମ ସମସ୍ତଙ୍କୁ ଆନ୍ଦୋଳିତ କରିଛି। ସହରୀକରଣ ବିଶ୍ୱବ୍ୟାପୀ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରୁଛି ନିଶ୍ଚୟ ଜାତୀୟ ପ୍ରଗତି ଓ ଅଭିବୃଦ୍ଧିର ଏକ ମାନଙ୍କ ଭାବରେ ସଡ଼କ ବିକାଶକୁ ଗୁରୁତ୍ୱ ଦିଆଯାଉଛି। ତେବେ କାନାଡ଼ା ବୈଜ୍ଞାନିକମାନଙ୍କ ରିପୋର୍ଟ ଯେତିକି ଉଦ୍ବେଗଜନକ ତତୋଧିକ ଦୁଃଖଦାୟକ। ତାଙ୍କ ରିପୋର୍ଟର ତଥ୍ୟ ଅନୁଯାୟୀ ବ୍ୟସ୍ତବହୁଳ ସଡ଼କ ବା ମାତ୍ରାଧିକ ଯାନବାହନ ଗତାଗତ କରୁଥିବା ଏହି ବ୍ୟସ୍ତବହୁଳ ସଡ଼କରେ ଏହାର ନିକଟରେ ରହୁଥିବା ଲୋକମାନଙ୍କର ଅଧିକ ଭାବରେ ମାନସିକ ବିକୃତି ଘଟିବା ସହ ସ୍ମୃତି ଭ୍ରଂସ ବା ମନେ ନ ରହିବା ଭଳି ଶାରୀରିକ ବିକାର ଦେଖାଦେଉଛି। କାନାଡ଼ାର ଓଣ୍ଟାରିଓ ସହରରେ ଦଶ ବର୍ଷରୁ ଊର୍ଦ୍ଧ୍ୱ କାଳ ଧରି ଅଧ୍ୟୟନରତ ଏକ ରିସର୍ଚ୍ଚ ଗ୍ରୁପ୍ ଅନୂ୍ୟନ କୋଡ଼ିଏ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନଶୈଳୀ ଉପରେ ଅନୁଧ୍ୟାନ କରି ଯେଉଁ ରିପୋର୍ଟ ପ୍ରକାଶିତ ହୋଇଛି ତାଙ୍କ ମତରେ ବର୍ଷ ବର୍ଷ ଧରି ସଡ଼କ ନିକଟରେ ବସବାସ କରୁଥିବା ବାସିନ୍ଦାମାନେ ଯେତିକି ପରିମାଣର ଶବ୍ଦ ପ୍ରଦୂଷଣର ଶିକାର ହୁଅନ୍ତି ଏହା ତାଙ୍କ ମାନସିକତାକୁ ଗଭୀର ଭାବେ ପ୍ରଭାବିତ କରିଥାଏ। ସେ ଜଣାଇଛନ୍ତି ଯେ ବସବାସ କରୁଥିବା ଲୋକଙ୍କଠାରେ ମାନସିକ ବିକୃତିର ମାତ୍ରା ୮%ରୁ ଊର୍ଦ୍ଧ୍ୱ। ଯଦିଓ ଶହେ ମିଟର ଦୂରତା ଭିତରେ ରହୁଥିବା ଏହି ଲୋକମାନଙ୍କର ମାତ୍ରା ୪%ରୁ କମ୍।
ସଡ଼କ ସନ୍ନିକଟରେ ବର୍ଷ ବର୍ଷ ଧରି ଜନ୍ମ ଭିଟାମାଟିରେ ରହୁଥିବା ଲୋକମାନେ ବେଳେବେଳେ ସରକାର ଅଧିଗ୍ରହଣ କରୁଥିବା ଜମି ପାଇଁ ନିଜ ଜମି ଛାଡ଼ିବାକୁ ବାଧ୍ୟ ହୋଇଥାନ୍ତି, ଯାହାଦ୍ୱାରା ସେମାନେ କିଛି ଦୂରରେ ନିଜ ବସତି ସ୍ଥାପନ କରିଥାନ୍ତି। ତେବେ ଯେଉଁମାନେ ସଡ଼କ ନିକଟରେ ରହୁଥାନ୍ତି ସେମାନେ ମାତ୍ରାଧିକ ଚଳାଚଳ କରୁଥିବା ଯାନବାହନର ଶବ୍ଦ ଓ ଉତ୍କଟ ଚିତ୍କାର ସୃଷ୍ଟି କରୁଥିବା ହର୍ଣ୍ଣ। ପ୍ରେଟୋଲ, ଡିଜେଲ ଓ ବିଭିନ୍ନ ଇନ୍ଧନ ପୋଡ଼ି ହୋଇ ଯେଉଁ ବିଷାକ୍ତ ଧୂଅଁା ଯଥା ନାଇଟ୍ରୋଜେନ ଅକ୍ସାଇଡ଼, ସୂକ୍ଷ୍ମ ବିପଜ୍ଜନକ ଓ କ୍ଷତିକାରକ ଆଖିକୁ ଦିଶୁ ନ ଥିବା କଣିକାଗୁଡ଼ିକ ସେମାନଙ୍କ ଶ୍ୱାସପ୍ରଶ୍ୱାସ କ୍ରିୟାକୁ ଗୁରୁତର ଭାବେ ପ୍ରଭାବିତ କରିଥାଏ। ଏହା କେବଳ ଶ୍ୱାସପ୍ରଶ୍ୱାସ କ୍ରିୟା ନୁହେଁ ମସ୍ତିଷ୍କର ସ୍ୱାଭାବିକ ପ୍ରକ୍ରିୟାକୁ କ୍ରମଶଃ ପ୍ରଭାବିତ କରି ଏକ ପ୍ରକାର ଶିଥିଳ କରିବାକୁ ଲାଗିଥାନ୍ତି। ଯାହାଦ୍ୱାରା ସେମାନେ ବିଭିନ୍ନ ମାନସିକ ବିକୃତିର ଶିକାର ହୋଇଥାନ୍ତି। ମାନସିକ ଅବସାଦ, ବିକୃତି, ଡିମେନ୍ସିଆ ଏହାର କାରଣ ପାଲଟିଥାନ୍ତି। ଲୋକମାନେ ସଚେତନତାର ଅଭାବରୁ ଏ ଦିଗକୁ ପ୍ରଥମରୁ ଅଣଦେଖା କରିବା ଦ୍ୱାରା ପରବର୍ତ୍ତୀ ସମୟରେ ସେମାନେ ଉତ୍କଟ ମାନସିକ ରୋଗର ଶିକାର ହୋଇଥାନ୍ତି। ବର୍ଷ ବର୍ଷ ଧରି ବିପଜ୍ଜନକ ଧୂଅଁା ଓ ଉତ୍କଟ ଶବ୍ଦ ଦିନରାତି ଅହୋରାତ୍ର ସେମାନଙ୍କ ମାନସିକତାକୁ ବିଚଳିତ କରି ବିକୃତିର ଦିଗକୁ ନେଇଥାଏ। ଏପରି କିଛି ରୋଗୀଙ୍କୁ ଆମେ ନିତିଦିନ ସ୍ୱାସ୍ଥ୍ୟ ପରାମର୍ଶ କାର୍ଯ୍ୟକ୍ରମରେ ଭେଟିଥାଉ। ସେମାନଙ୍କୁ ଚିକିତ୍ସା କରୁ ଏବଂ ମନସ୍ତାତ୍ତ୍ୱିକ ଦୃଷ୍ଟିକୋଣରୁ ସେମାନଙ୍କୁ ଯଥାର୍ଥ ସଚେତନ ମଧ୍ୟ କରାଯାଇଥାଏ। କେବଳ ସହର ବିକାଶ ନୁହେଁ ଏକ ରାଷ୍ଟ୍ରର ଅଭିବୃଦ୍ଧି ବିକାଶରେ ଉତ୍ତମ ଓ ପର୍ଯ୍ୟାପ୍ତ ସଡ଼କର ଆବଶ୍ୟକତା ରହିଛି। କିନ୍ତୁ ଏ ନିହାତି ଭିତରେ ସ୍ୱାସ୍ଥ୍ୟଗତ କ୍ଷେତ୍ରକୁ କେହି ଅଣଦେଖା କରିବା ଅନୁଚିତ। ବର୍ଷ ବର୍ଷ ଧରି ଏହି ପ୍ରାଥମିକ ଅବସ୍ଥାର ବିକୃତି ପରେ ଯେଉଁ ମାନସିକ ରୋଗର ଭୟାନକ ରୂପ ଦେଖାଇଥାଏ ତାହା ଅତ୍ୟନ୍ତ ଦୁଃଖଦାୟକ। ଏ ନେଇ ସାଧାରଣରେ ସଚେତନତା ସୃଷ୍ଟି ହେବା ସହ ସରକାରୀ କ୍ଷେତ୍ରରେ ଏ ଦିଗକୁ ଅଣହେଳା କରିବା ଅନୁଚିତ ନଚେତ ଆଗାମୀ ଦିନରେ ଏ ସଂକ୍ରାନ୍ତୀୟ ମାନସିକ ରୋଗୀମାନଙ୍କ ସଂଖ୍ୟା ଯେଉଁପରି ଉଦ୍ବେଗଜନକ ଭାବେ ବଢ଼ିବ ତାହା ସ୍ୱାସ୍ଥ୍ୟଗତ ବ୍ୟବସ୍ଥାକୁ ନିଶ୍ଚିତ ଭାବରେ ପ୍ରଭାବିତ କରିବ।
ମାନସିକ ରୋଗ ବିଶେଷଜ୍ଞ, ଦି’ବ୍ରେନ,
ପୁରୀଘାଟ ରୋଡ୍, କଟକ, ମୋ : ୯୧୩୨୪୩୩୩୩୩
ପାଇଖାନା ସଫାରେ ଛାତ୍ରୀଛାତ୍ରଙ୍କୁ ନିୟୋଜନ ଅଭିଯୋଗ : ସେବାଶ୍ରମ ସ୍କୁଲ ଘେରିଲେ ଅଭିଭାବକ
ବରଗଡ଼,୯।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ବ୍ଲକ ଅନ୍ତର୍ଗତ ପ୍ରଧାନପାଲିସ୍ଥିତ ସେବାଶ୍ରମ ସ୍କୁଲରେ କାର୍ଯ୍ୟରତ ଜଣେ ଶିକ୍ଷୟିତ୍ରୀ ଛାତ୍ରୀଛାତ୍ରଙ୍କୁ ସ୍କୁଲ ପରିସରରେ ପାଇଖାନା ସଫା କରିବାରେ ନିୟୋଜିତ କରିଥିବା...
ଇପିଏଫ୍ ସଂଘ ପକ୍ଷରୁ ପେନସନ ବୃଦ୍ଧି ନେଇ ଦାବିପତ୍ର
ନୂଆପଡ଼ା, ୯।୧ (ମକାରୁ ବେମାଲ): ନୂଆପଡ଼ା ଜିଲା ଇପିଏଫ୍ ସଂଘ ପକ୍ଷରୁ ପେନସନ ବୃଦ୍ଧି ନେଇ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇ ବିକ୍ଷୋଭ ପ୍ରଦର୍ଶନ...
ଝିଅ ଜନ୍ମ ପରେ ଦେଉଥିଲେ ଯୌତୁକ ନିର୍ଯାତନା, ବାପଘରକୁ ଯିବା ପରେ ଦ୍ୱିତୀୟ ବିବାହ: ଥାନାରେ ସ୍ତ୍ରୀ ଦେଲେ…
ଦିଗପହଣ୍ଡି,୯।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମର ଏନ୍.ପୁଷ୍ପା ରେଡ୍ଡୀଙ୍କୁ ତାଙ୍କ ସ୍ବାମୀ ଏନ୍. ସୂର୍ଯ୍ୟ ରେଡ୍ଡୀ ଏବଂ...
ଟ୍ୟୁଶନ ସାରି ଘରକୁ ଫେରୁଥିଲେ ଛାତ୍ରୀଛାତ୍ର: ଅଟୋକୁ ପିଟିଲା ବାଇକ୍; ୩ ଦୁର୍ଘଟଣାରେ…
ଭଞ୍ଜନଗର,୯।୧(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଆସିକା ମୁଖ୍ୟ ରାସ୍ତାର ଷଡ଼ଙ୍ଗୀ ପଲ୍ଲୀ ଛକ ନିକଟରେ ଶୁକ୍ରବାର ରାତି ପ୍ରାୟ ୮ ଟାରେ ଏକ ସ୍କୁଲ...
ଘୋଡ଼ାହାଡ଼ ଡ୍ୟାମ୍ରେ ଶେଷ ହେଲା କୁମ୍ଭୀର ଗଣନା: କୁମ୍ଭୀର ସଂଖ୍ୟା..
ଦିଗପହଣ୍ଡି,୯ା୧(ଅଶେଷ ନାଥ ମିଶ୍ର): ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ସନ୍ନିି ଖୋଖରଙ୍କ ତତ୍ୱାବଧାନରେ ଦିଗପହଣ୍ଡି ବ୍ଳକ ଖମାରି ଗାଁ...
ସମାନ ହୋଟେଲ ହେଲେ ଅଲଗା ରୁମ୍: ହେଲା ବଡ଼ ଖୁଲାସା!
ମୁମ୍ବାଇ: ବଲିଉଡ୍ର ‘ପିଆର୍ ଷ୍ଟାର’ କାର୍ତ୍ତିକ ଆର୍ୟନଙ୍କ ଲଭଲାଇଫ୍ ଏବେ ଚର୍ଚ୍ଚାରେ। କିଛିଦିନ ତଳେଇଣ୍ଡଷ୍ଟ୍ରି ବାହାରୁ ଆସିଥିବା ଏହି ଅଭିନେତାଙ୍କ ଫିଲ୍ମ ‘ତୁ ମେରି ମୈ...
ଜାମୁ ଗଛ ପାଇଁ ଭାଇକୁ ମାରିଲେ ଭାଇ: ଏପଟେ ସ୍ବାମୀଙ୍କ ବାଟକୁ ଚାହିଁ ରହିଥିଲେ ସ୍ତ୍ରୀ- ଝିଅ
ରାୟଗଡ଼ା/ଅମ୍ବାଦଳା,୯।୧(ଆଶିଷ ରଞ୍ଜନ ପଣ୍ଡା/ରବୀନ୍ଦ୍ର ପଣ୍ଡା): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବଡ଼ବାପାଙ୍କ ପୁଅ ଟାଙ୍ଗିଆ ଚୋଟରେ ସାନବାପାଙ୍କ ପୁଅର ମୃତ୍ୟୁ ଘଟିଛି। ରାୟଗଡ଼ା ଜିଲା ମୁନିଗୁଡ଼ା...
ଅକ୍ଷୟ ସୁନିଲ ଅଗ୍ରୱାଲ ଗଜପତିର ନୂତନ ଜିଲାପାଳ
ଗଜପତି,୯।୧(ଗିରିଧାରୀ ପରିଛା): ଗଜପତି ଜିଲାର ନୂତନ ଜିଲାପାଳ ଭାବରେ ଅକ୍ଷୟ ସୁନିଲ ଅଗ୍ରୱାଲ, ଭାପ୍ରସେ ଶୁକ୍ରବାର କାର୍ଯ୍ୟରେ ଯୋଗଦାନ କରିଛନ୍ତି। ନୂତନ ଜିଲାପାଳ ପୂର୍ବାହ୍ନରେ ଜିଲା...
Archives


