ଲଗାଣ ବର୍ଷା: ବଢୁଛି ମହାନଦୀ ଜଳସ୍ତର; ବନ୍ୟା ଆଶଙ୍କାରେ ନଦୀକୂଳିଆ ଗ୍ରାମବାସୀ

ଗଣିଆ,୮ା୯ (ଡି.ଏନ.ଏ.): ଗତ ୩ଦିନ ଧରି ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ମହାନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ହୀରାକୁଦ ନଦୀବନ୍ଧରୁ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ତଳିଆ ଅଞ୍ଚଳରେ ବର୍ଷା ଲାଗିରହିଥିବାରୁ ଜଳସ୍ତର ଧୀରେ ଧୀରେ ବଢିବାରେ ଲାଗିଛି। ହୀରାକୁଦ ନଦୀବନ୍ଧ ବୁର୍ଲା ଡିଭିଜନର ଗଣିଆ ବ୍ଲକ ବଡମୂଳଠାରେ ଥିବା ଗେଜ୍‌ ସାଇଟ୍‌ରୁ ମିଳିଥିବା ସୂଚନା ଅନୁଯାୟୀ, ଶନିବାର ମଧ୍ୟାହ୍ନ ୧୨ଟା ସମୟରେ ମହାନଦୀରେ ୩୧ଫୁଟ ୩ଇଞ୍ଚ ଜଳ ପ୍ରବାହିତ ହେଉଥିଲା। ଏହାର ୩ଘଣ୍ଟା ପରେ ଅପରାହ୍ନ ୩ଟା ସମୟରେ ଏହା ୩୨ଫୁଟ ୬ଇଞ୍ଚକୁ ବୃଦ୍ଧି ପାଇଥିଲା। ଏଠାରେ ବିପଦସଙ୍କେତ ୩୫ଫୁଟ ରହିଥିବା ଜଣାପଡିଛି। ତଳିଆ ଅଞ୍ଚଳରେ ବର୍ଷା ଜାରି ରହିଲେ ଗଣିଆ ବ୍ଲକରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ରହିଛି ା ଏହା ଦ୍ୱାରା ଛାମୁଣ୍ଡିଆ, ରାସଙ୍ଗ, ବେଲପଡା ଓ କିସୋରପ୍ରସାଦ ପଞ୍ଚାୟତର ବହୁ ଗ୍ରାମରେ ବନ୍ୟା ପରିସ୍ଥିତି ଦେଖାଦେବା ଆଶଙ୍କା ରହିଛି ବୋଲି ନଦୀକୂଳିଆ ଗ୍ରାମବାସୀ ଆଲୋଚନା କରୁଛନ୍ତି। ଶନିବାର ଅପରାହ୍ନରେ ଗଣିଆ ବ୍ଲକର ରାସଙ୍ଗ, ଛାମୁଣ୍ଡିଆ ପତୁରିଆ ଆଦି ଗ୍ରାମର ଗହୀର ବିଲରେ ବନ୍ୟାଜଳ ପ୍ରବେଶ କରୁଥିବା ଦେଖିବାକୁ ମିଳିଛି ା ବନ୍ୟା ହେଲେ ଗଣିଆ-ବଡମୂଳ ରାସ୍ତାର ରାସଙ୍ଗଠାରୁ କେନ୍ଦୁପଲ୍ଲୀ, ମଣିଭଦ୍ରାଠାରୁ ବୃତଙ୍ଗ, ମାଳିସାହି ଠାରୁ ଛାମୁଣ୍ଡିଆ ଓ ଛାମୁଣ୍ଡିଆଠାରୁ ବଡମୂଳ ପର୍ଯ୍ୟନ୍ତ ରାସ୍ତା ଉପରେ ପାଣି ପ୍ରବାହିତ ହୋଇଥାଏ ା ଫଳରେ ଏହି ରାସ୍ତା ଦେଇ ଯାତାୟାତ ବାଧାପ୍ରାପ୍ତ ହୋଇଥାଏ ା ତେବେ ସମ୍ଭାବ୍ୟ ବନ୍ୟା ମୁକାବିଲା ପାଇଁ ବ୍ଲକ ପ୍ରଶାସନ ସଜାଗ ଥିବା ଜଣାପଡିଛି ା ଅପରପକ୍ଷେ ବନ୍ୟାହେଲେ ବ୍ଲକର ବଡମୂଳ, ଛାମୁଣ୍ଡିଆ ଅଞ୍ଚଳ ଜଳବନ୍ଦୀ ହୋଇ ରହୁଥିବା ବେଳେ ଏଠାରେ କୌଣସି ଓଡ୍ରାଫ ଟିମ୍‌କୁ ନିୟୋଜିତ କରାଯାଉନାହିଁ ା ହେଲେ ଗଣିଆଠାରେ ୨ଟି ଓଡ୍ରାଫ୍‌ ଟିମ୍‌ ରହୁଥିବା ଦେଖିବାକୁ ମିଳିଛି ା ଏଥିପ୍ରତି ବ୍ଲକ ପ୍ରଶାସନ ଦୃଷ୍ଟି ଦେବାକୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ତରଫରୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri