ଜନଜାତି ସମ୍ମେଳନ: ପାରମ୍ପରିକ ବାଦ୍ୟଯନ୍ତ୍ରରେ ଦୁଲୁକିଲା ମଞ୍ଚ

ଦାରିଙ୍ଗବାଡ଼ି,୫ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଜାଗୃତି କାର୍ଯ୍ୟାଳୟ ପରିସର ମଧ୍ୟରେ ସୋମବାର ୨ ଦିନିଆ ଜନଜାତି ସମ୍ମେଳନ ଆରମ୍ଭ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥିଭାବେ ଜନଜାତି ସମ୍ପ୍ରଦାୟର ବରିଷ୍ଠ ଚାଷୀ ତିଲମା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଜାଗୃତି ସମ୍ପାଦକ କୈକାସ ଚନ୍ଦ୍ର ଦଣ୍ଡପାଟ ଯୋଗଦେଇ ଏହି ସମ୍ମେଳନର ଉଦ୍ଦେଶ୍ୟ ଓ ଆବଶ୍ୟକତା ସମ୍ପର୍କରେ କହିଥିଲେ।

ପ୍ରକାଶ ଯେ, ଗତ କିଛି ବର୍ଷ ମଧ୍ୟରେ ଧିରେ ଧିରେ ଜନଜାତିଙ୍କ ଚଳଣିରେ ପରିବର୍ତ୍ତନ ହେଇଛି। ସେମାନଙ୍କ ପାରମ୍ପରିକ ନୃତ୍ୟ, ବାଦ୍ୟଯନ୍ତ୍ର, ଖାଦ୍ୟ, ଚଳଣି, ପୋଷାକରେ ବହୁଳ ପରିବର୍ତ୍ତନ ଆସିଛି। ଏହି ପରିବର୍ତ୍ତନ ଯୋଗୁ ଜାତି ସାମ୍ପ୍ରଦାୟର ଯୁବପିଢ଼ି ଧିରେ ଧିରେ ଜନଜାତିଙ୍କ ପାରମ୍ପରିକ ସମସ୍ତ ବିଷୟ ଜାଣିପାରୁନାହାନ୍ତି। ସେମାନଙ୍କୁ ଏହି ପାରମ୍ପରିକ ସମ୍ପର୍କରେ ଜଣାଇବା ଓ ତାର ପୁନରୁଦ୍ଧାର ପାଇଁ ଏହି କାର୍ଯ୍ୟକ୍ରମ ଦୀର୍ଘ ୫ ବର୍ଷ ଧରି ପାଳିତ ହେଉଥିବା କୁହାଯାଇଥିଲା ଏବେ ଏହି କାର୍ଯ୍ୟକ୍ରମ ପାଳିତ ପରେ ଅଞ୍ଚଳରେ ଧିରେ ଧିରେ ପାରମ୍ପରିକ ଚଳଣି, ବାଦ୍ୟ, ନୃତ୍ୟ, ଖାଦ୍ୟ ଓ ପୋଷାକ ପାରମ୍ପରିକ ଚାଷ ସମ୍ପର୍କରରେ ପୁନରୁଦ୍ଧାର ହେବା ସହ ଯୁବପିଢ଼ି ଜାଣିପାରୁଥିବା କୁହାଯାଇଛି।

ଏହି ଅବସରରେ ବୃକ୍ଷକୁ ରକ୍ଷା ବନ୍ଧନ ସହ ଗଛ ହିଁ ଜୀବନ ଓ ଜନଜାତିଙ୍କ ଜୀବିକା ଜୀବନକୁ ଜଙ୍ଗଲରୁ ସଂଗୃହୀତ ସାମଗ୍ରୀ ସ୍ବାବଲମ୍ବୀ କରୁଥିବାରୁ ଜଙ୍ଗଲର ଗୁରୁତ୍ୱ ସମ୍ପର୍କରେ କୁହାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଗମା ପ୍ରଧାନ, ଲେଜ ପ୍ରଧାନ, ଜ୍ୟୋତିରାଜ ପ୍ରଧାନ, ବାଡାବାଙ୍ଗା ସରପଞ୍ଚ ପ୍ରସନ୍ନ ପ୍ରଧାନ, ଗୋବିନ୍ଦ ପ୍ରଧାନ, ପୂର୍ବତନ ସରପଞ୍ଚ ସୁଜାତ ପଡ୍ରା,ପୂର୍ବତନ ସମିତି ସଭ୍ୟା ମମିତା ପ୍ରଧାନ, ପୂର୍ବତନ ସମିତି ଅଧ୍ୟକ୍ଷ ବକଲା ପ୍ରଧାନ ପ୍ରମୁଖ ମଞ୍ଚାସୀନ ରହି ଜନଜାତିଙ୍କ ସମ୍ପର୍କରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମକୁ ମନୋଜ ନାୟକ ଏବଂ ପ୍ରଦୀପ କହଁର ମଞ୍ଚ ପରିଚାଳନା କରିଥିଲେ। ଜାଗୃତିର କାର୍ଯ୍ୟକ୍ରମ ଅଧିକାରୀ ସଦାନନ୍ଦ ସିଂ, ଧ୍ରୁବ ଚରଣ ନାୟକ, ଅନ୍ତରଙ୍ଗ ଯୁବ ମହାସଂଘର ଜିଲା ସଭାପତି ଦିଲୀପ ସାହୁ, ଧନେଶ୍ୱର ସାହୁଙ୍କ ସମେତ ଅନେକ କର୍ମଚାରୀ ପରିଚାଳନା କରିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କୁ ଖୋଲା ଚେତାବନୀ ଦେଲେ ଖାମିନେଇ: ଆମେ ଛାଡ଼ିବୁନି…

ତେହେରାନ,୯।୧: ଇରାନରେ ବିରୋଧ ପ୍ରଦର୍ଶନ ମଧ୍ୟରେ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମିନେଇ ଆମେରିକା ଏବଂ ଇସ୍ରାଏଲକୁ କଡ଼ା ଚେତାବନୀ ଦେଇଛନ୍ତି। ଖାମିନେଇ କହିଛନ୍ତି, ଆମେ...

ସୁଧୁରୁନି ବାଂଲାଦେଶ: ପୁଣି ICC ନିକଟରେ କଲା ଗୁହାରି

ନୂଆଦିଲ୍ଲୀ,୯।୧: ଭାରତ ଏବଂ ଶ୍ରୀଲଙ୍କା ଦ୍ୱାରା ଆୟୋଜିତ ହେବାକୁ ଥିବା ICC ଟି-୨୦ ବିଶ୍ୱକପ ୨୦୨୬ ପାଇଁ ବାଂଲାଦେଶ କ୍ରିକେଟ ବୋର୍ଡ (BCB) ଏହାର ଖେଳାଳିମାନଙ୍କୁ...

କମିବନି ଭକ୍ତନିବାସ ପାର୍କିଂ ଫି: ୪ ଚକିଆ ଗାଡି ପାର୍କିଂ କଲେ ଦେବାକୁ ପଡିବ ଏତିକି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କଲେ ସ୍ପଷ୍ଟ

ପୁରୀ,୯।୧: ଶ୍ରୀମନ୍ଦିର ଭକ୍ତନିବାସ ପାର୍କିଂ ଫି ୫୦୦ ଟଙ୍କା ରହିବ। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସ୍ପଷ୍ଟ କରିଛନ୍ତି। ମୁଖ୍ୟ ପ୍ରଶାସକ କହିଛନ୍ତି,...

କୋଟି କୋଟି ଟଙ୍କା ଖର୍ଚ୍ଚ ପରେ ବି ଲୋକଙ୍କୁ ମିଳୁନି ପାଣି

କର୍ଲାମୁଣ୍ଡା,୯ା୧(ପ୍ରଦୀପ କୁମାର ସାହୁ): ସରକାର ସମସ୍ତଙ୍କୁ ପିଇବା ପାଣି ଯୋଗାଇବା ନିମନ୍ତେ ବିଭନ୍ନ ସ୍ଥାନରେ ବସୁଧା ଯୋଜନାରେ ପାଣି ଟାଙ୍କି ନିର୍ମାଣ କାର୍ଯ୍ୟ ଟେଣ୍ଡର ଜରିଆରେ...

ଥାନା ଘେରିଲେ ଶତାଧିକ ମହିଳା: ଗିରଫ ଆନ୍ଦୋଳନକାରୀଙ୍କୁ ଛାଡ଼ିବା ଦାବିରେ…

ମାର୍ଶାଘାଇ, ୯।୧(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ୫୩ ନଂ ଜାତୀୟ ରାଜପଥର କେନ୍ଦ୍ରାପଡା ଜିଲା ସିଳିପୁର ଛକରେ ଅଣ୍ଡର ପାସ ପୋଲ ଦାବିରେ ଗତ ୪ ଦିନ...

ଝାରସୁଗୁଡ଼ାରେ ୭୨ ବର୍ଷର ରେକର୍ଡ ଭାଙ୍ଗିଲା ଶୀତ, ସର୍ବନିମ୍ନ ତାପମାତ୍ରା ରହିଛି…

ଝାରସୁଗୁଡ଼ା,୯ା୧(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ଜିଲାରେ ପ୍ରବଳ ଶୀତ ଲହରି ଜାରି ରହିଥିବା ବେଳେ ଗୁରୁବାର ରାତିରେ ସର୍ବନିମ୍ନ ତାପମାତ୍ରା ୪. ୬ ଡିଗ୍ରୀକୁ ଖସି...

Shukra Gochar Rashifal: ଶନିଙ୍କ ରାଶିରେ ପ୍ରବେଶ କରିବେ ଶୁକ୍ର, ଜାନୁଆରୀ ୧୩ ପରେ ଏହି ୩ଟି ରାଶି…

ଭୌତିକ ସୁଖ ଏବଂ ସୃଜନଶୀଳତାର ଦାୟିତ୍ୱରେ ଥିବା ଶୁକ୍ର ଗ୍ରହ ଜାନୁଆରୀ ୧୩ ତାରିଖରେ ଧନୁ ରାଶିରୁ ମକର ରାଶିକୁ ଗମନ କରିବେ। ଏହି ଗମନ...

ଚିନ୍ତା ବଢ଼ାଉଛି କୁକୁରଙ୍କ ଦୌରାତ୍ମ୍ୟ, ଏଥିରୁ ରକ୍ଷା ପାଇବା ପାଇଁ…

ଦାରିଙ୍ଗବାଡ଼ି,୯ା୧(ଅରୁଣ ସାହୁ): ଘରେ ଘରେ କୁକୁର ପାଳନ ପାଇଁ ଆଗ୍ରହ ରହିଥାଏ। କୁହାଯାଏ, କୁକୁର ମଣିଷର ପ୍ରକୃତ ବିଶ୍ୱସ୍ତ ବନ୍ଧୁ। ପାଳିତ କୁକୁର କିମ୍ବା ବୁଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri