ଉନ୍ନୟନମୂଳକ ଯୋଜନାର ଶୁଭ ଉଦ୍‌ଘାଟନ କଲେ ବିଧାୟକ

କୁନ୍ଦୁରା,୫ା୧(ସନ୍ତୋଷ ପ୍ରହରାଜ): କୋରାପୁଟ ଜିଲା କୁନ୍ଦୁରା ବ୍ଲକ ଅଧୀନରେ ରହିଥିବା ବିଭିନ୍ନ ପଞ୍ଚାୟତରେ ନୂତନ ଭାବେ ନିର୍ମିତ ଉନ୍ନୟନମୂଳକ ଯୋଜନାର ଶୁଭ ଉଦ୍‌ଘାଟନ କରିଛନ୍ତି କୋଟପାଡ଼ ବିଧାୟକ ରୂପୁ ଭତ୍ରା। ବିକଶିତ ଗ୍ରାମ ବିକଶିତ ଓଡ଼ିଶା ଅଧୀନରେ ରହିଥିବା ଉନ୍ନୟନମୂଳକ ଶୁଭାରମ୍ଭ କାର୍ଯ୍ୟକ୍ରମରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ବନିତା କାନ୍ଦଲିଆ, ଜିଲା ପରିଷଦ ଉପାଧ୍ୟକ୍ଷ ରାଧାବିନୋଦ ସାମନ୍ତରାୟ,ସମିତି ଉପାଧ୍ୟକ୍ଷ ତରୁଣୀସେନ ବିଷୋୟୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ପି ମନସ୍ମିତା, କୁନ୍ଦୁରା ମଣ୍ଡଳ ସଭାପତି ପଦ୍ମନାଭ ବିଷୋୟୀ,ଏମ୍‌ପି ପ୍ରତିନିଧି ଅମ୍ବୁ ପାତ୍ର, ବିଧାୟକ ପ୍ରତିନିଧି ବଦ୍ରିନାରାୟଣ ଆଚାର୍ଯ୍ୟ, ବାଗଦେରୀ ସରପଞ୍ଚ ମାଣିକ ସାନ୍ତା,ରାଣୀଗୁଡ଼ା ସରପଞ୍ଚ ଶିବ ପ୍ରଧାନୀ, ବେଣୁଧର ପାତ୍ର, ତୁଷାର ଭଟ୍ଟପ୍ରମୁଖ ଉପସ୍ଥିତ ଥିଲେ। ରାଣୀଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଆଟି ଗାଁଠାରେ ରାଜ୍ୟ ସରକାରଙ୍କ ପକ୍ଷରୁ ନୂତନ ଭାବେ ନିର୍ମିତ ଭୋଗ ମଣ୍ଡପ ଏବଂ ରାଣୀଗୁଡ଼ା ସଦର ମହକୁମାଠାରେ ଏକ ଗୋଷ୍ଠୀ ସାଧନ କେନ୍ଦ୍ରର ଶୁଭ ଉଦ୍‌ଘାଟନ କରିଛନ୍ତି କୋଟପାଡ଼ ବିଧାୟକ। ସେହିଭଳି ଉପାନ୍ତ ବାଗଦେରୀ ପଞ୍ଚାୟତ ଅନ୍ତର୍ଗତ ବୁଦାଗୁଡ଼ାଠାରେ ଗ୍ରାମବାସୀଙ୍କ ସେବାରେ ଉଦ୍ଦିଷ୍ଟ ବନ ସୁରକ୍ଷା ସମିତି ଗୃହର ଶୁଭ ଉଦଘାଟନ କରିଛନ୍ତି ବିଧାୟକ। ପାହାଡ଼ ଜଙ୍ଗଲ ଘେରା ବୁଦାଗୁଡା ଗ୍ରାମକୁ ଲାଗି ରହିଥିବା ଜଙ୍ଗଲର ସୁରକ୍ଷା ନିମନ୍ତେ ଏହି ଗୃହ କରାଯାଇଥିବା ବିଧାୟକ କହିଛନ୍ତି। ଏଥିସହ ଏହି ଗ୍ରାମରେ ରହିଥିବା ପ୍ରାଥମିକ ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀଗୃହ, ଠାକୁରାଣୀ ହୁଣ୍ଡି ଏବଂ ଭାଗବତ ଟୁଙ୍ଗି ନିମନ୍ତେ ବିଧାୟକ ପାଣ୍ଠିରୁ ୧୫ ଲକ୍ଷ ଟଙ୍କା ମଧ୍ୟ ପ୍ରଦାନ କରାଯାଇଥିବା ଗ୍ରାମବାସୀଙ୍କୁ ବିଧାୟକ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଅଶ୍ରୁ ସାନ୍ତା, ନୀଳ ଅମନାତ୍ୟ, ବାସୁ ଦୁରୁଆ, ପର୍ଶୁରାମ ଘିଉରିଆ, ଉଦୟ ସାନ୍ତା ପ୍ରମୁଖ ଉପସ୍ଥିତ ଥିଲେ।

 Dharitri – Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏମିତି କଲେ କର୍ମଚାରୀଙ୍କ ବଢିବନି ଦରମା, TCSର କଡ଼ା ନିୟମ

ନୂଆଦିଲ୍ଲୀ,୯।୧: ଦେଶର ସର୍ବବୃହତ୍ ଆଇଟି କମ୍ପାନୀ ଟାଟା କନ୍‌ସଲ୍ଟାନ୍ସି ସର୍ଭିସେସ୍‌ (TCS) ଏହାର ‘ୱାର୍କ ଫ୍ରମ୍ ଅଫିସ୍’ ନୀତିକୁ କଡ଼ାକଡ଼ି କରିଛି। ନିର୍ଦ୍ଦିଷ୍ଟ କ୍ୱାର୍ଟରରେ ଅଫିସ୍...

ଏନଏସଏସ କଲେଜ ଅଂଶଧନ ପିଲାଙ୍କ ପାଇଁ ଖର୍ଚ୍ଚ ହେଉ: ସ୍ବେଚ୍ଛାସେବୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା

ଭଞ୍ଜନଗର,୮।୧(ବାବୁଲା ପ୍ରଧାନ):ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଜାତୀୟ ସେବା ଯୋଜନା ବ୍ୟୁରୋ ଅଧିକାରୀ ଡ. ଜୟନ୍ତ କୁମାର ପଣ୍ଡା ଶୁକ୍ରବାର ଅଚାନକ ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ...

ମହୁଆ, ଡେରେକ ଓ’ବ୍ରାଏନ ସମେତ ୮ଜଣଙ୍କୁ ନେଇଗଲା ପୋଲିସ

ନୂଆଦିଲ୍ଲୀ,୯।୧: ଶୁକ୍ରବାର (୯ ଜାନୁଆରୀ, ୨୦୨୬) କେନ୍ଦ୍ର ସରକାରଙ୍କ ଦ୍ୱାରା ତଦନ୍ତକାରୀ ସଂସ୍ଥାଗୁଡ଼ିକର ଅପବ୍ୟବହାର ବିରୋଧରେ ତୃଣମୂଳ କଂଗ୍ରେସ (ଟିଏମସି) ଏମପିମାନେ ଗୃହ ମନ୍ତ୍ରଣାଳୟ କାର୍ଯ୍ୟାଳୟ...

ମର୍ମନ୍ତୁଦ ଦୁର୍ଘଟଣା: ପୁଅଙ୍କ ଆଖି ଆଗରେ ଚାଲିଗଲା ମା’ଙ୍କ ଜୀବନ

ଜଟଣୀ,୯।୧:୧୬ ନମ୍ୱର ଜାତୀୟ ରାଜପଥ ଇନ୍‌ଫୋଭ୍ୟାଲି ଥାନା ଗଙ୍ଗପଡ଼ା ନିକଟରେ ଶୁକ୍ରବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ସ୍କୁଟିରେ ଯାଉଥିବା ଜଣେ ମହିଳା ଭାରସାମ୍ୟ ହରାଇ...

ଶେଷ ଓଭରରେ ଜିତିବା ପାଇଁ ୬ ରନ୍‌ ବାକି ଥିଲା…ଏମିତି ବୋଲିଂ କଲେ ରାମକୃଷ୍ଣ, ପଡ଼ିଗଲା ଚହଳ

ନୂଆଦିଲ୍ଲୀ,୯।୧: ବିଜୟ ହଜାରେ ଟ୍ରଫି ୨୦୨୫-୨୬ ପାଇଁ ମହାରାଷ୍ଟ୍ର ଏବଂ ଗୋଆ ମଧ୍ୟରେ ଏକ ମ୍ୟାଚରେ ଏକ ଅଜବ ଘଟଣା ଘଟିଛି। ମହାରାଷ୍ଟ୍ର ପାଇଁ ଖେଳୁଥିବା...

ସ୍କୁଲରେ ଖେଳୁଥିବାବେଳେ ଛାତ୍ରଙ୍କ ଉପରେ ଭାଙ୍ଗିପଡିଲା ଫଳକ, ଚାଲିଗଲା ଜୀବନ

ବାଲିଆପାଳ, ୯।୧(ଅମୁଲ୍ୟ ଦାସ ): ସ୍କୁଲରେ ଫଳକ ଭାଙ୍ଗି ପଞ୍ଚମ ଶ୍ରେଣୀ ଛାତ୍ରର ମୃତ୍ୟୁ ଘଟିଛି। ସ୍କୁଲ ପରିସରରେ ଖେଳୁଥିବାବେଳେ ଫଳକ ଭାଙ୍ଗି ପଡିଥିଲା। ବାଲେଶ୍ବର...

ଏମାନଙ୍କୁ ମିଳିବ ପକ୍କା ଘର: ୩୪ ଲକ୍ଷ ଲୋକଙ୍କର ହେଲା ସର୍ଟଲିଷ୍ଟ , ତାଲିକାରେ…

ଭୁବନେଶ୍ୱର,୯।୧: ଗରିବ ଲୋକଙ୍କୁ ପଞ୍ଚାୟତିରାଜ ବିଭାଗର ନୂଆବର୍ଷ ଉପହାର ଦେଇଛନ୍ତି। ଜାନୁଆରୀ ମାସରେ ୧୦ ଲକ୍ଷ ହିତାଧିକାରୀଙ୍କୁ ପକ୍କା ଘର ମିଳିବ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା...

Video : ମଞ୍ଚ ଉପରେ ରୋହିତ ଶର୍ମାଙ୍କୁ କ୍ୟାପଟେନ ବୋଲି କହିଲେ ଜୟ ଶାହା, ଏବେ ଭାଇରାଲ ହେଉଛି ହିଟମ୍ୟାନଙ୍କ ରିଆକ୍ସନ

ନୂଆଦିଲ୍ଲୀ,୯।୧: ICC ଅଧ୍ୟକ୍ଷ ଜୟ ଶାହା ଏକ କାର୍ଯ୍ୟକ୍ରମରେ ରୋହିତ ଶର୍ମାଙ୍କୁ କିଛି କହିଥିଲେ, ଯାହା ପରେ ହିଟମ୍ୟାନଙ୍କ ପ୍ରତିକ୍ରିୟା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri