ଜୁନାଗଡ଼ରେ ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ: ଲାଇସେନ୍ସ ନବୀକରଣ ନ ହେବା ଯାଏ ଖାଦ୍ୟ ସାମଗ୍ରୀ ଉତ୍ପାଦନ ବନ୍ଦ

ଜୁନାଗଡ଼,୧୦ା୧୨(ଉତ୍ତମ ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ସହରର ବିଭିନ୍ନ ଖାଦ୍ୟ ଦୋକାନରେ ବୁଧବାର ଧର୍ମଗଡ଼ ଉପଖଣ୍ଡ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇଛି। ଏହି ସମୟରେ ଜୁନାଗଡ଼ ହାଇସ୍କୁଲ ପଡିଆ ସମ୍ମୁଖରେ ସରକାରୀ ଜାଗା ଉପରେ ଥିବା ବେଙ୍ଗାଲୁରୁ ବେକେରି ଦୋକାନରେ ଚଢ଼ାଉ କରାଯାଇ ୧୦ ହଜାର ଟଙ୍କାର ଜରିମାନା କରାଯାଇଛି। ଏହି ଦୋକାନରେ ବର୍ତ୍ତମାନ ସୁଦ୍ଧା ଫୁଡ଼ ଲାଇସେନ୍ସ ନବୀକରଣ କରା ଯାଇ ନ ଥିବା ଓ ହାଇଜିନ ନ ପିନ୍ଧି ଖାଦ୍ୟ ସାମଗ୍ରୀ ବିକ୍ରି କରୁଥିବା ଜଣାପଡିବା ପରେ ବିଭାଗ ପକ୍ଷରୁ କାର୍ଯ୍ୟନୁଷ୍ଠାନ ନିଆଯାଇଛି। ଅନ୍ୟପକ୍ଷରେ ଲାଇସେନ୍ସ ନବୀକରଣ ନ ହେବା ଯାଏ ବେକେରିରେ ଖାଦ୍ୟ ସାମଗ୍ରୀ ଉତ୍ପାଦନ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଏଠାରେ ପ୍ରସ୍ତୁତ ୨ ଖାଦ୍ୟ ସାମଗ୍ରୀର ନମୁନା ପରୀକ୍ଷଣ ପାଇଁ ବିଭାଗ ପକ୍ଷରୁ ନିଆଯାଇଛି।

ପ୍ରକାଶ ଯେ, ରବିବାର ଜୁନାଗଡ଼ ସହରର ଜଣେ ଗୃହିଣୀ ଏହି ଦୋକାନକୁ ବ୍ରେଡ୍‌ କିଣିବା ପାଇଁ ଯାଇଥିଲେ।
ଘରେ ପହଞ୍ଚି ସେ ଦେଖିବା ବେଳକୁ ବ୍ରେଡ୍‌ ଭିତରେ ପୋକ ଥିବା ଦେଖିବାକୁ ପାଇଥିଲେ। ଏହାପରେ ଗୃହିଣୀଙ୍କ ପୁଅ ଦୋକାନକୁ ଯାଇ ଦୋକାନୀ ମାଲିକଙ୍କୁ ବ୍ରେଡ଼ ଦେଖେଇ ପଚାରିଲେ ପୋକ କେମିତି ଆସିଲା ବୋଲି। ଏହାର ଜବାବରେ ଦୋକାନୀ ମାଲିକ ରାଗିକି ଯୁବକଙ୍କୁ ଦବାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଯୁବକ ଜଣକ ସାହସ କରି ତାଙ୍କୁ ଫୁଡ୍‌ ଲାଇସେନ୍ସ ଦେଖାଇବା ପାଇଁ କହିଥିଲେ। ତେବେ ଦୋକାନ ମାଲିକ ମୋ’ ପାଖରେ ନାହିଁ ସରକାରଙ୍କୁ ମାଗ ବୋଲି କହିଥିଲେ। ଏହି ଦୋକାନରେ ମିଳୁଥିବା ବ୍ରେଡ୍‌ରେ ପ୍ରସ୍ତୁତି ତାରିଖ, ଏକ୍ସପାଏରି ଡେଟ୍‌ କିମ୍ବା ଏମ୍‌ଆର୍‌ପି ସମ୍ପୂର୍ଣ୍ଣ ନ ଥିଲା। ଯାହାକୁ ନେଇ ଯୁବକ ଜଣକ ଖାଦ୍ୟ ନିରାପତ୍ତା ବିଭାଗରେ ଅଭିଯୋଗ କରିଥିଲେ। ଫଳରେ ଅଭିଯୋଗ ପାଇ ବିଭାଗ ପକ୍ଷରୁ ବୁଧବାର ଏହି ଦୋକାନରେ ଚଢ଼ାଉ କରାଯାଇଥିଲା।

ସେହିପରି ସହରର ଅନ୍ୟ କିଛି ଦୋକାନରେ ଚଢ଼ାଉ କରାଯାଇ ୧୧ ହଜାର ୫ଶହ ଟଙ୍କା ଜରିମାନା କରାଯାଇଥିଲା। ଏହାସହ ସମସ୍ତ ଦୋକାନୀଙ୍କୁ ଫୁଡ୍‌ ଲାଇସେନ୍ସ କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ଧର୍ମଗଡ଼ ଉପଖଣ୍ଡ ଖାଦ୍ୟ ନିରାପତ୍ତା ଅଧିକାରୀ ବିଶଜିତ ନାଏକଙ୍କ ନେତୃତ୍ୱରେ ହୋଇଥିବା ଏହି ଚଢ଼ାଉରେ ଖାଦ୍ୟ ନିରାପତ୍ତା ବିଭାଗର (ଏମ୍‌ଟିଏସ୍‌)ଗଜେନ୍ଦ୍ର କୈବର୍ତ୍ତ, ଜୁନାଗଡ଼ ପୋଲିସ ଏଏସ୍‌ଆଇ ପ୍ରକାଶ ଚନ୍ଦ୍ର ପାତ୍ର ପ୍ରମୁଖ ସାମିଲ ଥିଲେ।

ଅନ୍ୟପକ୍ଷରେ ଖାଦ୍ୟ ନିରାପତ୍ତା ବିଭାଗର ଏହି ଚଢ଼ାଉକୁ ନେଇ ସ୍ଥାନୀୟ ବଣିକ ସଂଘର ସଭାପତି ମୁକେଶ ଅଗ୍ରଓ୍ବାଲ ସ୍ବାଗତ କରିବା ସହ ସମସ୍ତ ଖାଦ୍ୟ ସାମଗ୍ରୀ ଦୋକାନୀଙ୍କୁ ଫୁଡ୍‌ ଲାଇସେନ୍ସ କରିବାକୁ ନିବେଦନ କରିଛନ୍ତି।

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

୪ ଦିନରେ ଗୋଟିଏ ପରିବାରର ଚାଲିଗଲା ୨ ଜଣଙ୍କ ଜୀବନ: କକାଙ୍କ ମୃତ୍ୟୁ ପରେ ପୁତୁରାଙ୍କ ମୃତ୍ୟୁ

ଅମରପାଲି,୧୫ା୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଅଞ୍ଚଳରେ କିଡ୍‌ନୀ ରୋଗ ଏବେ ମହାମାରୀର ରୂପ ନେଇଛି। କିଛି ଦିନ ପୂର୍ବରୁ ବୀରମହାରାଜପୁର ଉପଖଣ୍ଡର ୪ ଜଣ...

‘ଇତିହାସ ହୋଇଯିବ କଂଗ୍ରେସ…ଯେମିତି ଔରଙ୍ଗଜେବ’, ମୋଦିଙ୍କୁ କବର ଦେବା ବୟାନକୁ ନେଇ ଭାଜପା କହିଲା…

ନୂଆଦିଲ୍ଲୀ,୧୫।୧୨: ରାଜଧାନୀ ଦିଲ୍ଲୀରେ ରବିବାର ‘ଭୋଟ ଚୋର, ଗଦ୍ଦି ଛିଡ଼’ ରାଲିରେ କଂଗ୍ରେସ ଭାଜପା ଉପରେ ଆକ୍ରମଣକୁ ତୀବ୍ର କରିଥିଲା, ଶାସକ ଦଳ ନେହେରୁ ପରିବାରକୁ...

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ଥିବା ମଣିଷ ଲକ୍ଷ୍ୟ ହାସଲ ନ ହେବା ଯାଏ ଥକିଯାଏ ନାହିଁ। ସବୁ ବାଧା ଏପରିକି ସୁଯୋଗକୁ ମଧ୍ୟ ପଛକରି ସେଠାରେ ପହଞ୍ଚିଯାଆନ୍ତି...

ଡଙ୍ଗରୁଣୀର ବାଟରେ ପ୍ରାଥମିକ ଶିକ୍ଷା

ଆମ୍ବଗଛ ଭିତରୁ ଧୀରେ ଧୀରେ ଶୀତୁଆ ଖରା ପିଲାଙ୍କ ଉପରେ ଅଣେଇହୋଇ ଆସୁଥାଏ। ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ର ନିର୍ଗୁଣ୍ଡି ଗାଆଁ। ଗାଆଁ ଭିତରୁ ପବନ...

ଜିଜ୍ଞାସାର ମହାଯଜ୍ଞ

ସ୍ତକଟିଏ ପ୍ରକାଶ ପାଇଲେ ପୁସ୍ତକର ସ୍ରଷ୍ଟା ଚାହେଁ ତା’ର ବହୁଳ ପ୍ରସାରଣ। କାରଣ ବହି ଖାଲି ଲେଖିଦେଲେ ହେବନି, ତାହା ପଢ଼ାଯିବା ଦରକାର। ପଢ଼ିବା ପାଇଁଁ...

ଏଆଇରେ ଭାରତ ବିଶ୍ୱର ୩ୟ ସର୍ବାଧିକ ପ୍ରତିଦ୍ୱନ୍ଦ୍ୱୀ ରାଷ୍ଟ୍ର

ନ୍ୟୁୟର୍କ,୧୫।୧୨: କୃତ୍ରିମ ବୁଦ୍ଧମତ୍ତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) କ୍ଷେତ୍ରରେ ଭାରତ ବିଶ୍ୱର ୩ୟ ସର୍ବାଧିକ ପ୍ରତିଦ୍ୱନ୍ଦ୍ୱୀ ରାଷ୍ଟ୍ର ବିବେଚିତ ହୋଇଛି। ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟଳୟ ପକ୍ଷରୁ...

କଂଗ୍ରେସରୁ ବିଦା ହେଲେ ମୋକିମ

ଭୁବନେଶ୍ୱର,୧୫ା୧୨: ପୂର୍ବତନ ବିଧାୟକ ମହମ୍ମଦ ମୋକିମ କଂଗ୍ରେସରୁ ବହିଷ୍କୃତ ହୋଇଛନ୍ତି। ଦଳ ବିରୋଧୀ କାର୍ଯ୍ୟ ପାଇଁ ମୋକିମ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ ହୋଇଛନ୍ତି।...

‘ଭାଜପା ଡିଏନ୍‌ଏରେ ଭୋଟ୍‌ ଚୋରି’

ନୂଆଦିଲ୍ଲୀ,୧୫ା୧୨(ପି.ଟି.); ଭାଜପାର ଡିଏନ୍‌ଏରେ ‘ଭୋଟ ଚୋରି’ ପ୍ରବୃତ୍ତି ରହିଛି। କଂଗ୍ରେସ ସତ୍ୟ ସହ ଛିଡ଼ା ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri