Posted inଫୁରସତ

ବରଣମାଳା ପକାଉଥିଲେ କନ୍ୟା, ହଠାତ୍‌ ବେଦୀ ଉପରେ ଟଳିପଡ଼ିଲେ ବର, ଆଉ ତା’ ପରେ…

ଅମରାବତୀ,୨୬ା୧୧: ଆଖିରେ ଆଖିଏ ସ୍ବପ୍ନ ନେଇ ବିବାହ କରିବାକୁ ଆସିଥିଲେ ବର। ସାହାନାଇ ଶବ୍ଦରେ ପ୍ରତିଧ୍ୱନିତ୍ୱ ହେଉଥିଲା ବେଦୀ ଚାରି ପାଖ। ବନ୍ଧୁବାନ୍ଧବ ହସଖୁସିରେ ବିବାହ ଉତ୍ସବକୁ ଉପଭୋଗ କରୁଥିଲେ। ଠିକ୍‌ ଏହି ସମୟରେ ଘଟିଗଲା ଏକ ବଡ଼ ଅଘଟଣ। ବରଙ୍କ ବେକରେ କନ୍ୟା ବରଣମାଳା ପିନ୍ଧାଇବା ସମୟରେ ବରଙ୍କୁ ହୃଦ୍‌ଘାତ ଆସିଥିଲା। ସେ ବେଦୀ ଉପରେ ହିଁ ଟଳିପଡ଼ିଥିଲେ। ଫଳରେ ଆନନ୍ଦର ପରିବେଶ ନିମିଷକରେ ଶୋକରେ ବୁଡ଼ିଗଲା। ଏପରି ଦୁଃଖଦ ଘଟଣା ଘଟିଛି ଆନ୍ଧ୍ରପ୍ରଦେଶର ଭାରୁଡରେ। ବିବାହର ମାତ୍ର ଅଧ ଘଣ୍ଟା ପରେ ହୃଦ୍‌ଘାତରେ ପ୍ରାଣ ହରାଇଛନ୍ତି ବର। କନ୍ୟା ସମେତ ସମଗ୍ର ପରିବାର ଦୁଃଖରେ ଭଙ୍ଗିପଡ଼ିଛନ୍ତି। ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।

ମୃତ ବରଙ୍କ ନାଁ ଅମୋଲ ପରମେଶ୍ୱର। ସେ ଅମରାବତୀର ଭାରୁଡ ତାଲୁକାର ପୁସ୍ଲା ତଲାଥି କାର୍ଯ୍ୟାଳୟରେ ପୋଲିସ ଇନ୍ସପେକ୍ଟର ଭାବରେ କାର୍ଯ୍ୟ କରୁଥିଲେ। ପୂର୍ବ ଦିନ (ନଭେମ୍ବର ୨୫ରେ) ତାଙ୍କ ଜୀବନର ଏକ ବିଶେଷ ଦିନ ଥିଲା। ବନ୍ଧୁବାନ୍ଧବଙ୍କ ଉପସ୍ଥିତିରେ ବିବାହ ରୀତିନୀତି ସମାପ୍ତ ହୋଇଥିଲା ଏବଂ ଅତିଥିମାନେ ଭୋଜନର ମଜା ନେଇଥିଲେ। କିଛି ଲୋକ ଶୁଭେଚ୍ଛା ଜଣାଇବା ପାଇଁ ବର ଏବଂ କନ୍ୟାଙ୍କୁ ମଧ୍ୟ ଭେଟିଥିଲେ।

ଯେତେବେଳେ ନବଦମ୍ପତି ମଞ୍ଚ ଉପରେ ଠିଆ ହୋଇଥିଲେ। ସେ ସମୟରେ ବରଙ୍କର ହୃଦ୍‌ଘାତ ହୋଇଥିଲା ଏବଂ ସେ ତଳେ ପଡ଼ି ଯାଇଥିଲେ। ସମସ୍ତେ ସ୍ତବ୍ଧ ହୋଇଯାଇଥିଲେ। ଅନ୍ୟମାନଙ୍କ ସହାୟତାରେ ସମ୍ପର୍କୀୟମାନେ ଅମୋଲଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲକୁ ନେଇଯାଇଥିଲେ, କିନ୍ତୁ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା। ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ହୃଦୟ ବିଦାରକ ଘଟଣାରେ ଭାଙ୍ଗି ପଡ଼ିଛନ୍ତି କନ୍ୟା। ଯାହାଙ୍କୁ ସେ ଅଧ ଘଣ୍ଟା ପୂର୍ବରୁ ବିବାହ କରିଥିଲେ, ଯାହାଙ୍କ ସହିତ ସେ ସାତଫେରା ନେଇଥିଲେ, ସେ ତାଙ୍କୁ ଛାଡ଼ି ମାତ୍ର ଅଧ ଘଣ୍ଟା ମଧ୍ୟରେ ମୃତ୍ୟୁବରଣ କଲେ। ଏହି ଦୁଃଖଦ ଘଟଣା ଅତ୍ୟନ୍ତ ଯନ୍ତ୍ରଣାଦାୟକ। ଯାହା ସମସ୍ତଙ୍କ ଆଖି ଓଦା କରିଦେଇଛି।

Dharitri – Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri