ଭଞ୍ଜନଗର ସୌନ୍ଦର୍ଯ୍ୟକରଣ ପାଇଁ ମାଷ୍ଟରପ୍ଲାନ୍‌ ପ୍ରସ୍ତୁତ: ବିଧାୟକ କହିଲେ ଏନେଇ…

ଭଞ୍ଜନଗର,୨୦ା୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିର ୧୩ତମ କାଉନସିଲ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର ଅଧ୍ୟକ୍ଷତା କରିଥିଲେ। ବୈଠକରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଯୋଗଦେଇ ସହରର ବିକାଶ ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ କହିଥିଲେ। ଏଥିସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୨୬ ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବିଧାୟକ ବଣ୍ଟନ କରିଥିଲେ। ୨୦୫୧ ସୁଦ୍ଧା ସହରର ଜନସଂଖ୍ୟାକୁ ଦେଖି କିଭଳି ବିକାଶ କରାଯିବ ସେନେଇ ଅର୍ବାନ ମାଷ୍ଟର ପ୍ଲାନ୍‌ ବୈଠକରେ ଅନୁମୋଦନ କରାଯାଇଥିଲା । ଏଥିସହ ଆଗାମୀ କିଛି ମାସ ମଧ୍ୟରେ ସହରର ଡ୍ରେନ୍‌ରୁ ମଇଳା ବାହାର କରିବା, ନୂଆ ଡ୍ରେନ ନିର୍ମାଣ, ମୁକୁଳା ଡ୍ରେନ୍‌କୁ ବନ୍ଦ ରଖିବା, ସହରର ସୌନ୍ଦର୍ଯ୍ୟକରଣ, ଟାଉନ ହଲ୍‌ ପୁନରୁଦ୍ଧାର କାର୍ଯ୍ୟ ପାଇଁ ୧୪ କୋଟିରୁ ଊଦ୍ଧର୍‌ବ ଟଙ୍କା ବ୍ୟୟ ହେବ। ସେଥିମଧ୍ୟରୁ ଟାଉନ୍‌ ପାଇଁ ୧ କୋଟି ଟଙ୍କା ବ୍ୟୟ ଲକ୍ଷ୍ୟ ରଖାଯାଇଛି। ଏଥିସହ ନୂଆ ଡ୍ରେନ୍‌ ନିର୍ମାଣ ପାଇଁ ୨ କୋଟି ଟଙ୍କା, ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନାରେ ସହରର ସୌନ୍ଦର୍ଯ୍ୟକରଣ ପାଇଁ ୩ କୋଟି ୩୦ ଲକ୍ଷ ଟଙ୍କା ଏବଂ ଅନ୍ୟାନ୍ୟ ୬୯ଟି ପ୍ରକଳ୍ପର ଉନ୍ନତିକରଣ ପାଇଁ ୭ କୋଟି ୮୫ ଲକ୍ଷ ଟଙ୍କା ରଖାଯାଇଛି। ଆଜି ଉକ୍ତ ପ୍ରକଳ୍ପଗୁଡ଼ିକ କାଉନସିଲ ବୈଠକରେ ଅନୁମୋଦନ ହୋଇଛି। ବୈଠକରେ ନିର୍ବାହୀ ଅଧିକାରୀ ମୁରଲୀ କ୍ରିଷ୍ଠା ପଣ୍ଡା ବିବରଣୀ ପଠନ କରିଥିଲେ। ଏଡିଏମ୍‌ ସୁନୀଲ କୁମାର କେରେକେଟା, ଏନ୍‌ଏସି ଉପାଧ୍ୟକ୍ଷା ଶୁଭଶ୍ରୀ ଦାସ, ଏମ୍‌ପି ପ୍ରତିନିଧି ସନ୍ତୋଷ ତିଆଡ଼ି ପ୍ରମୁଖ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ। ମୁଖ୍ୟ ସହାୟକ, ବିଜ୍ଞାପିତ ଅଞ୍ଚଳ ପରିଷଦ ଭଞ୍ଜନଗର ମିଲନ ମୋହନ ମୁର୍ମୁ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ।
ସୂଚନାଯୋଗ୍ୟ, ଭଞ୍ଜନଗର ଏନ୍‌ଏ୍‌ସି ମ୍ୟୁନିସିପାଲଟି ଘୋଷଣା ହୋଇ ଯାଇଛି। ତେଣୁ ଅନେକ ଗ୍ରାମ ମ୍ୟୁନିସିପାଲିଟିରେ ମିଶିବ। ତେଣୁ ଅଧିକ ବିକାଶ ହେବ। ଏହାକୁ ଦୃଷ୍ଟିରେ ରଖି ମାଷ୍ଟର ପ୍ଲାନ୍‌ ହୋଇଛି।

Dharitri – Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବେଆଇନ ଚୋରା ବାଲି ଚାଲାଣ: ୨ ହାଇୱାକୁ ମାଡିବସିଲା…

ପୋଲିସ।ପାଟଣା,୬।୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ସାହାରପଡା ଫାଣ୍ଡି ପୋଲିସ ସାହାରପଡା ପେଟ୍ରୋଲ ପମ୍ପ ନିକଟରୁ ଶନିବାର ଭୋର ସକାଳୁ ୨ଟି ଚୋରା ବାଲି...

ଇଣ୍ଡିଗୋ ବିମାନ ରଦ୍ଦ ପରେ ବି କେମିତି ଧଡାଧଡ ବିକ୍ରି ହେଉଛି ଟିକେଟ! ୩ ଗୁଣା ଅଧିକ ଦାମରେ ବି କିଣୁଛନ୍ତି ଲୋକେ

ନୂଆଦିଲ୍ଲୀ,୬।୧୨: ଇଣ୍ଡିଗୋ ଏୟାରଲାଇନ୍ସ ଅନେକ ଦିନ ଧରି ସଂଘର୍ଷ କରୁଛି। ଡିସେମ୍ବର ୨ରୁ ବିମାନ ବାତିଲ ଚାଲିଛି। ଇଣ୍ଡିଗୋ ପ୍ରତିଦିନ ୫୦୦ରୁ ଅଧିକ ବିମାନ ବାତିଲ...

ଶେଷରେ ଟସ୍‌ ଜିତିଲା ଭାରତ: ଖୁସିକୁ ରୋକି ନ ପାରି ରାହୁଲ କରିଦେଲେ…

ନୂଆଦିଲ୍ଲୀ,୬।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷରେ ତୃତୀୟ ଦିନିକିଆରେ ଭାରତୀୟ ଅଧିନାୟକ କେଏଲ ରାହୁଲ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଭାରତ ୨୦...

ଏହିସବୁ ଭାରତୀୟ ଖାଦ୍ୟ ଖାଇଲେ ପୁଟିନ୍‌: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୨।୬: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମ୍ମାନାର୍ଥେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଆୟୋଜିତ ରାଜ୍ୟ ଭୋଜିରେ କଶ୍ମୀର ଅଖରୋଟ ଗୁଚ୍ଚି ଦୁନ ଚେଟିନ ଏବଂ...

ପୁଟିନ ଫେରୁ ଫେରୁ ପୂରଣ ହେଲା ଭାରତର ବଡ଼ ଇଚ୍ଛା, ପ୍ରମାଦ ଗଣିବେ ଚାଇନା-ପାକିସ୍ତାନ

ନୂଆଦିଲ୍ଲୀ,୬।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଛାଡିବା ପରେ ଏକ ବଡ଼ ଖବର ଆସିଛି। ଏହି ନୂତନ ବିକାଶ ସ୍ବଦେଶୀ ଯୁଦ୍ଧ ବିମାନ କାର୍ଯ୍ୟକ୍ରମକୁ...

Featured Video Play Icon

ଝିଅ ବାହାଘର ପାଇଁ ଟଙ୍କା ଦେବେ ସରକାର, ଭୋଜି ପାଇଁ ମିଳିବ…

ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା ସରକାର।...

ଧନୁଯାତ୍ରା ପାଇଁ ଶୁଭସ୍ତମ୍ଭ: ପ୍ରସ୍ତୁତି ଜୋରଦାର…

ନୂଆପଡ଼ା,୬ା୧୨ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ଲଖନା ଗାଁରେ ଶୁକ୍ରବାର ୧୭ତମ ଧନୁଯାତ୍ରା ପାଇଁ ନୂତନ କମିଟି ଗଠନ ସହ ଶୁଭସ୍ତମ୍ଭ...

ମୃତବ୍ୟକ୍ତିଙ୍କ ସୁନା ଅଳଙ୍କାର ପାଖରେ ରଖୁଛନ୍ତି କି? ପଡିପାରେ ନକରାତ୍ମକ ଶକ୍ତି, ଜାଣନ୍ତୁ ଗରୁଡ ପୁରାଣ କ’ଣ କହୁଛି

ସୁନାକୁ ସୌଭାଗ୍ୟ ଏବଂ ସକାରାତ୍ମକ ଶକ୍ତିର ବାହକ ବୋଲି ବିବେଚନା କରାଯାଏ। ଏହାର ଚମକ ଏବଂ ଆକର୍ଷଣ ସମସ୍ତଙ୍କୁ ଆକର୍ଷିତ କରେ। ସୁନା ଅଳଙ୍କାର, ବିଶେଷକରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri