ବିନା ପାରିଶ୍ରମିକରେ ଦେଶୀ ଚିକିତ୍ସା କରନ୍ତି ଗୋପାଳ

ଭାପୁର,୫ା୯ (ଡି.ଏନ.ଏ.)-ସେବା ହିଁ ପରମ ଧର୍ମ। ଏହି ଉକ୍ତିକୁ ପାଥେୟକରି ବିନା ପାରିଶ୍ରମିକରେ ଲୋକଙ୍କୁ ଚିକିତ୍ସା ସେବା ଯୋଗାଇ ଦେଉଛନ୍ତି ସେ। ଡାକ୍ତରୀ ପାଠ ପଢ଼ି ନ ଥିଲେ ମଧ୍ୟ ଚେରମୂଳି ଔଷଧ ସାହାଯ୍ୟରେ ଦେଶୀ ଚିକିତ୍ସା କରି ଲୋକଙ୍କ ଅର୍ଶ, ମଳକଣ୍ଟକ, ଦାନ୍ତରୋଗ ଆଦି ଭଲ କରୁଛନ୍ତି। ମା’ ମଙ୍ଗଳାଙ୍କ ଆଶୀର୍ବାଦରୁ ସେ ଗ୍ରାମ ବୈଦ୍ୟର ପରିଚୟ ପାଇଥିବାବେଳେ ଲୋକଙ୍କ ପ୍ରିୟଭାଜନ ହୋଇପାରିଛନ୍ତି। ସେ ହେଲେ ନୟାଗଡ଼ ଜିଲା ଭାପୁର ବ୍ଲକ ବାଇଗୁଣିଆ ଗ୍ରାମପଞ୍ଚାୟତ ବୋରଗାଁର ଗୋପାଳ ବାରିକ (୫୭)। ଯୁବା ବୟସରୁ ନିଜର କୌଳିକ ବୃତ୍ତିକୁ ଆଦରି ପରିବାର ପ୍ରତିପୋଷଣ କରୁଥିବା ବେଳେ ମା’ ମଙ୍ଗଳାଙ୍କ ସେ ଜଣେ ପରମ ଭକ୍ତ ଥିବାରୁ ପ୍ରତ୍ୟହ ମା’ଙ୍କ ପୂଜାନୀତି କରିଆସୁଛନ୍ତି। ମା’ଙ୍କ ଆଶୀର୍ବାଦ ପାଇ ସେ ନିଜର କୌଳିକ ବୃତ୍ତି ଛାଡ଼ି ଗ୍ରାମ୍ୟ ବୈଦ୍ୟ ପାଲଟି ଯାଇଛନ୍ତି। ସ୍ତ୍ରୀ, ୩ ପୁଅ ଓ ଗୋଟିଏ ଝିଅକୁ ନେଇ ତାଙ୍କ ସଂସାର ଦୁଃଖକଷ୍ଟେ ଚଳିଆସୁଥିବାବେଳେ ଏବେ ପିଲାମାନଙ୍କ ଉପରେ ସଂସାର ଦାୟିତ୍ୱ ଲଦି ନିଜେ ସେଥିରୁ ମୁକୁଳି ଯାଇଛନ୍ତି। ସମ୍ପୂର୍ଣ୍ଣ ଶାକାହାରୀ ଖାଦ୍ୟ ଗ୍ରହଣ କରି ମା’ ମଙ୍ଗଳାଙ୍କ ଆଶୀର୍ବାଦ ନେଇ ରୋଗୀ ସେବାକୁ ବ୍ରତ କରିଛନ୍ତି। ଜଙ୍ଗଲରୁ ସଂଗୃହୀତ ଚେରମୂଳିକୁ ଔଷଧ କରି ଅର୍ଶ, ମଳକଣ୍ଟକ ଆଦି ରୋଗ ଭଲ କରୁଛନ୍ତି। ବିଶେଷକରି ଦାନ୍ତବିନ୍ଧା ରୋଗୀଙ୍କ ପୋକରା ଦାନ୍ତର ଚିକିତ୍ସା କରୁଛନ୍ତି। ସପ୍ତାହର ସମସ୍ତ ଦିନରେ ଅର୍ଶ ଓ ମଳକଣ୍ଟକ ରୋଗୀଙ୍କୁ ଚିକିତ୍ସା କରୁଥିବା ବେଳେ ଶନିବାର କେବଳ ଦାନ୍ତ ସମସ୍ୟାରେ ପୀଡ଼ିତଙ୍କୁ ଚିକିତ୍ସା କରିଥାନ୍ତି। ତେବେ ଆଶ୍ଚର୍ଯ୍ୟ କଥା, ଔଷଧୀୟ ପତ୍ରର ରସକୁ ରୋଗୀଙ୍କ କାନରେ ପକାଇ ଦାନ୍ତରୁ ପୋକସଦୃଶ କିଛି କାଢ଼ିଥାନ୍ତି। ତାଙ୍କ ଚିକିତ୍ସା ଦ୍ୱାରା ରୋଗୀ ଖୁବ୍‌ ଆଶ୍ୱସ୍ତ ହୋଇଥାଏ। ଏହି ବୃତ୍ତିରେ ସେ ଦୀର୍ଘ ୧୦ବର୍ଷ ହେଲା ବିନା ପାରିଶ୍ରମିକରେ ୧୭ଶହରୁ ଊର୍ଦ୍ଧ୍ୱ ରୋଗୀଙ୍କୁ ଚିକିତ୍ସା କରିଆସିଲେଣି। ସମସ୍ତେ ଆରୋଗ୍ୟ ଲାଭ କରିଥିବା କୁହନ୍ତି। ସମସ୍ତଙ୍କ ମୁହଁରେ ଗୋପାଳଙ୍କ ପ୍ରଶଂସା। ଅର୍ଥସର୍ବସ୍ବ ଯୁଗରେ ବିନା ଅର୍ଥ, ବିନା ସ୍ବାର୍ଥରେ ରୋଗୀସେବା କରି ସେ ଅପାର ଆନନ୍ଦ ପାଇପାରୁଥିବା କୁହନ୍ତି । ରୋଗୀମାନେ ତାଙ୍କର ଆରାଧ୍ୟ ଦେବୀ ମା’ ମଙ୍ଗଳାଙ୍କ ପାଇଁ କିଛି ଭୋଗ ଓ ଧୂପଦୀପ ଦେଇ ଚିକିତ୍ସିତ ହୋଇ ଘରକୁ ଫେରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଜ୍ରପାତରେ ମା’-ପୁଅଙ୍କ ଜୀବନ ଗଲା

କେନ୍ଦ୍ରାପଡ଼ା,୨୭ା୪: କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଜହ୍ନିମୂଳ ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଶନିବାର ଅପରାହ୍ନରେ ବିଲରେ ମୁଗ ଉପାଡୁଥିବା ବେଳେ ବଜ୍ରପାତ ହୋଇଥିଲା।...

କୋରେଇ, ଖଣ୍ଡପଡ଼ା, ନୀଳଗିରି ଆସନ ଝୁଲାଇ ରଖିଲା ବିଜେଡି

ଭୁବନେଶ୍ୱର,୨୭।୪: ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ଶନିବାର ଆଉ ତିନି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହାକୁ ମିଶାଇ...

କଟକ-ବାରବାଟୀରୁ ଲଢ଼ିବେ ମୋକିମ୍‌ଙ୍କ ଝିଅ ସୋଫିଆ, ନାଁ ସୁପାରିସ କଲା କଂଗ୍ରେସ

କଟକ,୨୭ା୪: କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍‌ଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ ରାଜନୀତିକୁ ଓହ୍ଲାଇବା ନେଇ ଖୁବ୍‌ ଚର୍ଚ୍ଚା ହେଉଛି। ତେବେ ସୋଫିଆଙ୍କୁ ବିଧାୟିକା ପ୍ରାର୍ଥୀ କରିବା...

ପ୍ରମୁଖ ଦଳର ଟିକେଟ୍‌ ଘୋଷଣା ପରେ ଆତସବାଜିରେ କମ୍ପିଲା ନିରାକାରପୁର

ନିରାକାରପୁର,୨୭ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଶନିବାର ଅପରାହ୍ନରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ପାଇଁ ଭାଜପା ପ୍ରଶାନ୍ତ କୁମାର ଜଗଦେବଙ୍କୁ ପ୍ରାର୍ଥୀ କରିଥିବା...

ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ କାର୍ତ୍ତିକ ପାଣ୍ଡିଆନ

କୋକସରା,୨୭ା୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାର ନିର୍ବାଚନୀ ପ୍ରଚାରରେ ଭି.କାର୍ତ୍ତିକ ପାଣ୍ଡିଆନ କଳାହାଣ୍ଡି ଗସ୍ତରେ ଆସିଥିଲେ। ପ୍ରଥମେ କଳାହାଣ୍ଡି ଜିଲା କୋକସରା ବ୍ଲକ ଦଣ୍ଡପାଟ ଅଞ୍ଚଳର ଗୋତମୁଣ୍ଡା...

ଖୋର୍ଦ୍ଧାରେ ପ୍ରଶାନ୍ତ-ରାଜେନ୍ଦ୍ର ଲଢ଼େଇ

ଖୋର୍ଦ୍ଧା,୨୭।୪: ସାଧାରଣ ନିର୍ବାଚନକୁ ନେଇ ପୂର୍ବତନ ବେଗୁନିଆ ବିଧାୟକ ତଥା ଚିଲିକାର ବର୍ତ୍ତମାନର ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଖୋର୍ଦ୍ଧା ବିଧାନସଭା ଆସନରୁ ଟିକେଟ ଦେଇଛି ଭାଜପା।...

ଗୌତମବୁଦ୍ଧଙ୍କୁ ଟିକେଟ୍‌, ଅନନ୍ତ ଦାସଙ୍କ ପୁଅ ନିରାଶ

ଭୋଗରାଇ,୨୭।୪: ୩ଟି ଆସନରେ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି। ଏଥିରେ ଗୌତମବୁଦ୍ଧ ଦାସଙ୍କୁ ଟିକେଟ୍‌ ମିଳିଛି। ଗୌତମଙ୍କୁ ଭୋଗରାଇ ଆସନରୁ ଟିକେଟ୍‌ ମିଳିଛି।...

ତେଲକୋଇରୁ ଫକୀରମୋହନ, ଚମ୍ପୁଆରୁ ଲଢ଼ିବେ ମୁରଲୀ

କେନ୍ଦୁଝର,୨୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଦୀର୍ଘଦିନ ଧରି ଘୋଷଣା ହୋଇ ପାରୁ ନ ଥିବା ଚମ୍ପୁଆ ଏବଂ ତେଲକୋଇ ନିର୍ବାଚନ ମଣ୍ଡଳୀ ପାଇଁ ଭାଜପା ଶନିବାର ତା’ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri