Posted inଜାତୀୟ

ଚନ୍ଦ୍ରର ନିକଟତର ହେଲା ଲ୍ୟାଣ୍ଡର୍‌

ଚେନ୍ନାଇ: ଚନ୍ଦ୍ରଯାନ-୨ ଅର୍ବିଟରରୁ ପ୍ରଥମ ମୁନ୍‌ ଲ୍ୟାଣ୍ଡର ବିକ୍ରମ ଅଲଗା ହେବା ପରେ ମଙ୍ଗଳବାର ପ୍ରଥମ ଓ ବୁଧବାର ଦ୍ୱିତୀୟ ଡି-ଅର୍ବିଟାଲ ଅପରେଶନ ସକାଳ ୩ ଟା୪୨ ମିନିଟ୍‌ରେ ଅନ-ବୋର୍ଡ ପ୍ରୋପଲ୍‌ଶନ ସିଷ୍ଟମ ମାଧ୍ୟମରେ ଆରମ୍ଭ କରାଯାଇ ୯ମିନିଟ୍‌ରେ ଶେଷ କରାଯାଇଛି। ଏବେ ଲ୍ୟାଣ୍ଡର୍‌ ୩୫x୧୦୧ କିଲୋମିଟର ଅର୍ବିଟ ବା କକ୍ଷରେ ଅବସ୍ଥାପିତ ହୋଇଛି। ଏହା ତିନିଦିନ ଯାଏ କକ୍ଷରେ ଚନ୍ଦ୍ରକୁ ପରିକ୍ରମା କରିବ । ଏହି ସମୟରେ ଲ୍ୟାଣ୍ଡର୍‌ ଓ ରୋଭର୍‌ ପ୍ରଜ୍ଞାକୁ ପରୀକ୍ଷା କରାଯିବ। ଏହି ପ୍ରକ୍ରିୟା ପରେ ଲ୍ୟାଣ୍ଡର୍‌କୁ କକ୍ଷରୁ ଚନ୍ଦ୍ରପୃଷ୍ଠକୁ ଧୀରେ ଧୀରେ ଅଣାଯାଇପାରିବ ବୋଲି ଭାରତୀୟ ଅନ୍ତରୀକ୍ଷ ଗବେଷଣା କେନ୍ଦ୍ର (ଇସ୍ରୋ)ପକ୍ଷରୁ ପ୍ରକାଶ କରାଯାଇଛି। ସେପ୍ଟେମ୍ବର ୭ତାରିଖରେ ଏହାକୁ ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳରେ ଅବତରଣ କରାଯିବ। ଏହାକୁ ଚନ୍ଦ୍ରର ଦୁଇଟି ଗର୍ତ୍ତ ମଞ୍ଜିନସ୍‌ ସି’ ଓ ସମ୍ପେଲିୟସ୍‌ ଏନ୍‌ ମଧ୍ୟରେ ଥିବା ସମତଳ ପୃଷ୍ଠରେ ପାଖାପାଖି ୭୦ଂ ଅକ୍ଷାଂଶରେ ଅବତରଣ କରାଯିବାର ଯୋଜନା କରାଯାଇଛି। ରୋଭର୍‌ ପ୍ରଜ୍ଞା ସେହିଦିନ ୩ଟା ୩୦ ମିନିଟ୍‌ରୁ ୬ଟା ୩୦ମିନିଟ୍‌ ମଧ୍ୟରେ ଲ୍ୟାଣ୍ଡର୍‌ରୁ ବାହାରିବ। ରୋଭର୍‌ ଲ୍ୟାଣ୍ଡରରୁ ଅଲଗା ହେବା ପରେ ତାହା ଚନ୍ଦ୍ରପୃଷ୍ଠରେ ଏକ ଚନ୍ଦ୍ର ଦିବସ (ଯାହା ପୃଥିବୀର ୧୪ ଦିନ )ଯାଏ କାର୍ଯ୍ୟ କରିବ। ୧୪ ଦିନରେ ଏହା ୫୦୦ ମିଟର ଗତି କରି ଚନ୍ଦ୍ରପୃଷ୍ଠର ପରୀକ୍ଷା କରିବା ପରେ ନିଷ୍କ୍ରିୟ ହୋଇ ସେଠାରେ ଅନନ୍ତକାଳ ଯାଏ ପଡିରହିବ। ପ୍ରଜ୍ଞା ପୂର୍ବରୁ ରୁଷିଆ , ଆମେରିକା ଓ ଚାଇନା ଆଦି ଦେଶ ଚନ୍ଦ୍ରକୁ ପଠାଇଥିବା ୫ଟି ରୋଭର୍‌ ସେଠାରେ ପଡି ରହିଛି। ଅର୍ବିଟର ଚନ୍ଦ୍ରକକ୍ଷରେ ଏକ ବର୍ଷଯାଏ ୧୦୦ କିଲୋମିିଟର ଉଚ୍ଚରେ ଘୂରିବ।
ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡର ବିକ୍ରମ ଅବତରଣ କରିବା ପରେ ଏହା ଏକ ସେକେଣ୍ଡରେ ୨ ମିଟର ଗତି କରିବ। ଏହି ଗତିକୁ କମାଇବା ଭାରତୀୟ ବୈଜ୍ଞାନିକମାନଙ୍କ ପାଇଁ ଚ୍ୟାଲେଞ୍ଜ ହେବ। ଲ୍ୟାଣ୍ଡର୍‌ ଓ ରୋଭର୍‌ ସହ ବୈଜ୍ଞାନିକମାନଙ୍କର ସିଧା ସମ୍ପର୍କ ହୋଇପାରିବ ନାହିଁ, ଯାହା ହେବ କେବଳ ଅର୍ବିଟର ମାଧ୍ୟମରେ । ଏହି କାରଣରୁ ଲ୍ୟାଣ୍ଡର୍‌ ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ପରେ ୧୫ ମିନିଟ୍‌ ବୈଜ୍ଞାନିକମାନଙ୍କ ପାଇଁ ପୂରା ଗୁରୁତ୍ୱପୂର୍ଣ୍ଣ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା କ୍ରିକେଟରଙ୍କ ପାଇଁ ଖୁସି ଖବର: ଅଢେଇଗୁଣା ମ୍ୟାଚ୍ ଫି’ ବଢ଼ାଇଲା BCCI

ମୁମ୍ବାଇ,୨୨ା୧୨: ଦେଶର ମହିଳା କ୍ରିକେଟରଙ୍କ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଏକ ବଡ଼ ଉପହାର ଦେଇଛି। ସୋମବାର, ଡିସେମ୍ବର ୨୨ ତାରିଖରେ ଅନୁଷ୍ଠିତ...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଭାରତ-ବାଂଲାଦେଶ ସମ୍ପର୍କରେ ତିକ୍ତତା: ଭାରତୀୟଙ୍କ ପାଇଁ ଭିସା ସେବା ବନ୍ଦ କଲା ବାଂଲାଦେଶ

ନୂଆଦିଲ୍ଲୀ/ଢାକା,୨୨।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ବଡ଼ ଧରଣର ଅବନତି ଘଟିଛି। ଗୋଟିଏ ପଟେ ଭାରତ ଚଟ୍ଟଗ୍ରାମରେ ଭିସା ସେବା ସ୍ଥଗିତ ରଖିଥିବା...

ହାଇଦ୍ରାବାଦରୁ ଫେରିଲେ ମୁଖ୍ୟମନ୍ତ୍ରୀ, ଚିଠି ଏପରି କହିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର,୨୨।୧୨: ଓଡ଼ିଶା ରାଜ୍ୟ ପଛୁଆ ବର୍ଗ କମିଶନ (OSCBC) ର ପୁନର୍ଗଠନ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ...

ଓଡ଼ିଶା ହେବ ପୁଞ୍ଜିନିବେଶ ହବ୍, ନିଯୁକ୍ତି ପାଇବେ…

ଭୁବନେଶ୍ବର,୨୨।୧୨:  ଓଡ଼ିଶା ହେବ ପୁଞ୍ଜିନିବେଶ ହବ୍ । ଫାର୍ମା ଓ ଡିଫେନ୍ସ ସହ ବୈଠକ ହୋଇଥିବା ବେଳେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ...

ହୃଦୟ ବିଦାରକ… ଝିଅ ଖୋଲିଦେଲା ଗୁମର, ପୁରୁଷ ବନ୍ଧୁଙ୍କ ସହ ମିଶି ସ୍ବାମୀଙ୍କୁ ହତ୍ୟା ପରେ ଗ୍ରାଇଣ୍ଡିଂ କରିଦେଲେ ସ୍ତ୍ରୀ

ନୂଆଦିଲ୍ଲୀ,୨୨।୧୨: ଉତ୍ତର ପ୍ରଦେଶର ସମ୍ଭାଲ ଜିଲାର ଚନ୍ଦୌସି ଥାନା ଅଞ୍ଚଳରୁ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ଜଣେ ମହିଳା ତାଙ୍କ ପ୍ରେମିକ ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri