ହୋଇଯାନ୍ତୁ ସତର୍କ: ମାନବ ଶରୀର ଉପରେ ‘ଅରୁଗୁଣ ଉଦ୍ଭିଦ’ର ବିଷାକ୍ତ ପ୍ରଭାବ

ଭୁବନେଶ୍ୱର, ୪ା୧୧ (ବନ୍ଦନା ସେଠୀ):ଓଡ଼ିଶା ସମେତ ଭାରତରେ ଦେଖିବାକୁ ମିଳୁଥିବା ସାଇକାଡ୍‌ ବା ସ୍ଥାନୀୟ ଭାଷାରେ ଜଣାଶୁଣା ‘ଅରୁଗୁଣ ବା ଭେରୁ ଉଦ୍ଭିଦ’ ମଣିଷ ଶରୀର ପାଇଁ କ୍ଷତିକାରକ। ଏହାର ଫଳ ଓ ଅନ୍ୟ ଅଂଶଗୁଡ଼ିକର ବିଷାକ୍ତ ପ୍ରଭାବ ରହିଛି। ଏନେଇ ଏମ୍‌ସ ଭୁବନେଶ୍ୱରର ଗବେଷଣା ଟିମ୍‌ ସୂଚନା ଦେବା ସହ ସତର୍କ କରିଛି। ଏବେ ଓଡ଼ିଶାର ବିଭିନ୍ନ ଜଙ୍ଗଲ ସମେତ ଖୋର୍ଦ୍ଧା, ଢେଙ୍କାନାଳ ଆଦି କେତେକ ଜିଲାରେ ଏହି ଉଦ୍ଭିଦ ପ୍ରାଚୀନ କାଳରୁ ରହି ଆସିଛି। କିଛି ଲୋକ ଏହି ଗଛର ଫଳକୁ ଖାଦ୍ୟ ଭାବେ ବ୍ୟବହାର କରୁଛନ୍ତି। ପିଠା ତିଆରି କରି ଖାଇବା ସହ ପୂଜାପର୍ବ ଓ ରୀତିନୀତିରେ ବ୍ୟବହାର କରୁଛନ୍ତି। ତେବେ ଗବେଷଣା କରୁଥିବା ବିଶେଷଜ୍ଞମାନେ ଅରୁଗୁଣ ଉଦ୍ଭିଦର ବିଷାକ୍ତ ପ୍ରଭାବ ଜାଣିବା ପରେ ଚିନ୍ତାବ୍ୟକ୍ତ କରିବା ସହ ଏହା ଉପରେ ବିଶ୍ୱସ୍ତରୀୟ ଗବେଷଣା ଆରମ୍ଭ କରିଛନ୍ତି।
ତଥ୍ୟ ଅନୁଯାୟୀ, ଏହି ଉଦ୍ଭିଦର ବିଭିନ୍ନ ପ୍ରଜାତିରେ ନ୍ୟୁରୋଟକ୍ସିନ ଚିହ୍ନଟ ହୋଇଛି। ଜାପାନ ସମେତ ବିଭିନ୍ନ ରାଷ୍ଟ୍ରରେ ଏହି ଉଦ୍ଭିଦକୁ ଖାଦ୍ୟ ଭାବେ ବ୍ୟବହାର କରୁଥିବା ଲୋକେ ନାନା ରୋଗର ଶିକାର ହେଉଥିବା ପ୍ରମାଣିତ ହୋଇସାରିଛି। ତେବେ ବିଭିନ୍ନ ଜଟିଳ ସ୍ନାୟୁବିକ (ନ୍ୟୁରୋଲୋଜିକାଲ) ରୋଗର ବର୍ଦ୍ଧିତ ଘଟଣା ସହିତ ସିଧାସଳଖ ଜଡିତ କି ନାହିଁ ତାହାକୁ ନେଇ ଏମ୍‌ସ ଟିମ୍‌ ପକ୍ଷରୁ ଗବେଷଣା ଆରମ୍ଭ ହୋଇଛି। ଏମ୍‌ସ ଭୁବନେଶ୍ୱରର ନ୍ୟୁରୋଲୋଜି ବିଭାଗ, ଅଙ୍କୋଲୋଜି, ରେଡିଓଲୋଜି, କମ୍ୟୁନିଟି ମେଡିସିନ୍‌, ପାଥୋଲୋଜି, ଡର୍ମାଟୋଲୋଜି ବିଭାଗ ସମେତ ପୋର୍ଟଲ୍ୟାଣ୍ଡ୍‌ ଓରେଗନ୍‌ ସ୍ବାସ୍ଥ୍ୟ ଏବଂ ବିଜ୍ଞାନ ବିଶ୍ୱବିଦ୍ୟାଳୟର ନ୍ୟୁରୋସାଇଣ୍ଟିଷ୍ଟ ପ୍ରଫେସର ପିଟର ଏସ୍‌. ସ୍ପେନ୍ସର ଏବଂ ପ୍ରଫେସର ଭ୍ୟାଲେରି ଏସ୍‌ ପାଲ୍‌ମର, ଫ୍ରାନ୍ସର ଷ୍ଟ୍ରାସବର୍ଗ ବିଶ୍ୱବିଦ୍ୟାଳୟ ନ୍ୟୁରୋଲୋଜି ବିଭାଗର ପୂର୍ବତନ ପ୍ରଫେସର ଜ୍ୟାକ ରେଇସ, ଲସ୍‌ଏଞ୍ଜେଲସ୍‌ କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ଡା. ରାଜର୍ଷି ମଜୁମଦାର ଏବଂ ଡା. ଜେସିକା ପାସ୍କୱା, ଏମ୍‌ସ ନୂଆଦିଲ୍ଲୀ ନ୍ୟୁରୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ମଞ୍ଜରୀ ତ୍ରିପାଠୀ ପ୍ରମୁଖ ଏହା ଉପରେ ଅଧିକ ଗବେଷଣା କରୁଛନ୍ତି। ଏହି କ୍ରମରେ ବିଶ୍ୱସ୍ତରୀୟ ବିଶେଷଜ୍ଞମାନେ ଖୋର୍ଦ୍ଧା ଜିଲାର ଧୂଆନାଲି ଏବଂ ଢେଙ୍କାନାଳ ଜିଲାର କାମାକ୍ଷାନଗରର ଗଙ୍ଗାମୁଣ୍ଡା, ସୁଆଗିନାଲି ଗ୍ରାମଗୁଡ଼ିକୁ କ୍ଷେତ୍ର ପରିଦର୍ଶନ କରିଥିଲେ। ଏହି ଅଞ୍ଚଳରେ ସ୍ଥାନୀୟ ଆଦିବାସୀ ଲୋକେ ପାରମ୍ପରିକ ଖାଦ୍ୟ ଉତ୍ସ ଭାବରେ ସାଇକାଡ ଗଛ ଉପରେ ମୁଖ୍ୟତଃ ନିର୍ଭରଶୀଳ। ଏହା ଖାଇବାରୁ ସୃଷ୍ଟି ହେଉଥିବା ସମ୍ଭାବ୍ୟ ସ୍ନାୟୁ ଏବଂ ଏଥିସମ୍ପର୍କିତ ସ୍ବାସ୍ଥ୍ୟ ସମସ୍ୟାଗୁଡ଼ିକ ସମ୍ପର୍କରେ ବିଶେଷଜ୍ଞମାନେ ଗ୍ରାମବାସୀ, ରୋଗୀ ଏବଂ ସ୍ଥାନୀୟ ସ୍ବାସ୍ଥ୍ୟସେବା ପ୍ରଦାନକାରୀଙ୍କ ସହିତ ସିଧାସଳଖ ଆଲୋଚନା କରିଥିଲେ।
ଅପରପକ୍ଷେ ସମ୍ପୃକ୍ତ ଉଦ୍ଭିଦରେ କୌଣସି ବିଷାକ୍ତ ପ୍ରଭାବ ଅଛି କି ନାହିଁ, ଏହି ପ୍ରଶ୍ନର ସମାଧାନ ପାଇଁ ଜାତୀୟ, ଅନ୍ତର୍ଜାତୀୟ ବୈଜ୍ଞାନିକ ଏବଂ ଚିକିତ୍ସା ବିଶେଷଜ୍ଞଙ୍କୁ ନେଇ ‘ସାଇକାଡ-ସମ୍ବନ୍ଧିତ ସ୍ନାୟୁଗତ ବ୍ୟାଧି: ଏହାର ପ୍ରତିକାର ପାଇଁ ଏକ ବହୁ-ପରିମାଣୀୟ ପଦ୍ଧତି’ ଶୀର୍ଷକ ଏକ ଅନ୍ତର୍ଜାତୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏମ୍‌ସ ଭୁବନେଶ୍ୱର ନ୍ୟୁରୋଲୋଜି ବିଭାଗ ଏବଂ ଉତ୍ତର-ପୂର୍ବ ହିଲ ବିଶ୍ୱବିଦ୍ୟାଳୟ (ଏନ୍‌ଇଏଚ୍‌ୟୁ) ଶିଲଂ ପକ୍ଷରୁ ଆୟୋଜିତ ଏହି କର୍ମଶାଳାରେ ସାଇକାଡ୍‌ ସହିତ ଜଡ଼ିତ ଗମ୍ଭୀର ସ୍ବାସ୍ଥ୍ୟ ବିପଦ ଉପରେ ବିଶେଷଜ୍ଞମାନେ ଆଲୋକପାତ କରିଥିଲେ। ମୁଖ୍ୟ ଅତିଥି ଭାବେ ଏମ୍‌ସ ଭୁବନେଶ୍ୱରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର (ଡ.) ଆଶୁତୋଷ ବିଶ୍ୱାସଙ୍କ ସହ ବିଶ୍ୱସ୍ତରୀୟ ବିଶେଷଜ୍ଞମାନେ ଯୋଗଦେଇଥିଲେ। ଏହି ପ୍ରାଚୀନ ଉଦ୍ଭିଦ ପ୍ରଜାତି ୩୦୦ ନିୟୁତ ବର୍ଷରୁ ଅଧିକ ସମୟ ଧରି ଡାଇନୋସର ସହିତ ରହିଥିଲା। ଏବେ ପ୍ରାୟତଃ ଆଳଙ୍କାରିକ ଉଦ୍ଭିଦ ଭାବରେ ବ୍ୟବହୃତ ହେଉଛି। ଏହି ସାଇକାଡ ପ୍ରଜାତିରେ ସାଇକାସିନ ଏବଂ
ମିଥାଇଲାଜୋକ୍ସିମେଥାନଲ ସମେତ ଶକ୍ତିଶାଳୀ ବିଷାକ୍ତ ପଦାର୍ଥ ଥାଏ। ଏହି ବିଷାକ୍ତ ପଦାର୍ଥଗୁଡ଼ିକ ଆମେରିକାର ଗୁଆମ ଉପଦ୍ୱୀପ ଏବଂ ଜାପାନର କିଓ୍ବି ଉପଦ୍ୱୀପରେ ପାରମ୍ପରିକ ଖାଦ୍ୟର ଏକ ଅଂଶ ଭାବେ ବ୍ୟବହାର ହେଉଛି। ତେବେ ଏହା ପାର୍କିନସନ, ଡିମେନ୍ସିଆ ଭଳି ଜଟିଳ ସ୍ନାୟୁଗତ ରୋଗ ସୃଷ୍ଟି କରୁଥିବା ପ୍ରମାଣିତ ହୋଇଥିବା ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri