ଲଜ୍ଜାରେ ନଇଁଲା ଓଡ଼ିଶା ମୁଣ୍ଡ: ମହିଳାଙ୍କୁ ଉଲଗ୍ନ କରିବା ମାମଲାରେ ଦେଶରେ ପ୍ରଥମ, ବର୍ଷକରେ ୧୯୭୮ କେସ୍‌ ରିପୋର୍ଟ

ନୂଆଦିଲ୍ଲୀ,୩୦।୯: ରାଷ୍ଟ୍ରୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନସିଆରବି)ର ସଦ୍ୟତମ ରିପୋର୍ଟ ‘କ୍ରାଇମ୍‌ ଇନ୍‌ ଇଣ୍ଡିଆ ୨୦୨୩’ରେ ଏକ ଚିନ୍ତାଜନକ ଚିତ୍ର ପ୍ରକାଶ ପାଇଛି। ୨୦୨୩ରେ ମହିଳାଙ୍କୁ ଉଲଗ୍ନ କରିବା ମାମଲାରେ ଓଡ଼ିଶା ଦେଶରେ ସର୍ବାଧିକ ୧,୯୭୮ଟି କେସ୍‌ ରେଜିଷ୍ଟର୍‌ କରିଛି, ଯାହା ଆଇପିସିର ଧାରା ୩୫୪(ବି) ଅଧୀନରେ ଅତ୍ୟନ୍ତ ଚିନ୍ତାଜନକ। ଏହି କ୍ଷେତ୍ରରେ ଉତ୍ତର ପ୍ରଦେଶ (୧,୭୫୦ କେସ୍‌)କୁ ଓଡିଶା ପଛରେ ପକାଇଛି। ଏହି ରିପୋର୍ଟ୍‌ ରାଷ୍ଟ୍ରୀୟ ସ୍ତରରେ ମହିଳାଙ୍କ ବିରୋଧରେ ଅପରାଧରେ ୪% ବୃଦ୍ଧି ଦର୍ଶାଇଛି, ଯାହା ସମାଜରେ ନାରୀ ସୁରକ୍ଷାର ଗମ୍ଭୀର ଅଭାବକୁ ସୂଚାଇଛି।

ଏନସିଆରବିର ଡାଟା ଅନୁଯାୟୀ, ଓଡ଼ିଶା ୨୦୨୩ରେ ମହିଳାଙ୍କୁ ବଳାତ୍କାର କରିବା ଉଦ୍ଦେଶ୍ୟ ରଖି କରାଯାଇଥିବା ଆକ୍ରମଣରେ (ଆଇପିସି ଧାରା ୩୫୪) ମଧ୍ୟ ୫,୯୩୭ଟି କେସ୍‌ ସହ ଦ୍ୱିତୀୟ ସ୍ଥାନରେ ରହିଛି। ଏଥିରେ ରାଜସ୍ଥାନ (୬,୭୫୮ କେସ୍‌)ର ଦ୍ୱିତୀୟରେ ରହିଛି। ପ୍ରତି ଲକ୍ଷ ଜନସଂଖ୍ୟାରେ ଅପରାଧ ହାରରେ (୨୫.୮%) ଓଡ଼ିଶା ପ୍ରଥମ, ରାଜସ୍ଥାନ (୧୭.୧%) ଦ୍ୱିତୀୟ। ରାଜ୍ୟରେ ମହିଳାଙ୍କ ବିରୋଧରେ ସମ୍ପୂର୍ଣ୍ଣ ଅପରାଧ ୨୫,୯୧୪ଟି ହୋଇଛି, ଯାହା ୨୦୨୨ର ୨୩,୬୪୮ରୁ ବୃଦ୍ଧି ପାଇଛି। ଏହା ରାଷ୍ଟ୍ରୀୟ ସ୍ତରରେ ୪.୪୮ ଲକ୍ଷ ଅପରାଧରୁ ଏକ ଅଂଶ, ଯେଉଁଥିରେ ପତି କିମ୍ବା ସମ୍ପର୍କୀୟଙ୍କ ଦ୍ୱାରା ନିର୍ଯ୍ୟାତନ (୧,୩୩,୬୭୬ କେସ୍‌), ଅପହରଣ (୮୮,୬୦୫) ଓ ବଳାତ୍କାର (୨୯,୬୭୦) ସର୍ବାଧିକ।

ରାଜ୍ୟରେ ସମ୍ପୂର୍ଣ୍ଣ ଆଇପିସି ଅଧୀନରେ ରେଜିଷ୍ଟର୍‌ ହୋଇଥିବା ଅପରାଧ ୧,୭୦,୦୨୨ଟି, ଯାହା ୨୦୨୨ର ୧,୪୩,୪୧୪ରୁ ୧୮.୭% ବୃଦ୍ଧି। ମହିଳାଙ୍କ ବିରୋଧରେ ୨୫,୯୧୪ ଓ ଶିଶୁମାନଙ୍କ ବିରୋଧରେ ୮,୫୭୭ଟି ଅପରାଧ ରିପୋର୍ଟ୍‌ ହୋଇଛି, ଯାହା ଆଗର ବର୍ଷରୁ ୯.୬% ଓ ୪.୧% ବୃଦ୍ଧି। ରାଜ୍ୟ ଆୟାବହିର୍ଭୁତ ସମ୍ପତ୍ତି (ଡିଏ) ମାମଲାରେ ୮୫ଟି କେସ୍‌ ସହ ପ୍ରଥମ, କର୍ଣ୍ଣାଟକ (୮୪) ଦ୍ୱିତୀୟ।

ତେବେ ହତ୍ୟା ଓ ବଳାତ୍କାର ହ୍ରାସ ଦେଖିବାକୁ ମିଳିଛି। ୨୦୨୨ର ୧,୩୭୯ ହତ୍ୟା ଓ ୧,୪୬୪ ବଳାତ୍କାର କେସ୍‌ରୁ ୨୦୨୩ରେ ୧,୩୬୨ ଓ ୧,୧୯୫ଟି ହତ୍ୟାକାଣ୍ଡ ଘଟିଛି, ଯାହା ୧. ୮% ଓ ୧୮.୪% ହ୍ରାସ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଲାଞ୍ଚ ନେବାବେଳେ ଏଡିଇଓଙ୍କୁ ରେଡ୍‌ ହ୍ୟାଣ୍ଡରେ ଧରିଲା ଭିଜିଲାନ୍ସ, ପାଖରୁ ମିଳିଲା…

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ୍‌ ଅଧୀନ ତାଳପଦା ପଞ୍ଚାୟତ ଆକାଉଣ୍ଟାଣ୍ଟ କମ୍‌ ଡାଟା ଏଣ୍ଟ୍ରି ଅପରେଟର(ଏଡିଇଓ) ଲାଞ୍ଚ ନେଇ ଭିଜିଲାନ୍ସ ହାତରେ...

ବିମାନ କର୍ମଚାରୀଙ୍କ ଖୋଲାଚିଠି ଭାଇରାଲ, ଏଥିରେ ଲେଖାଅଛି…

ନୂୂଆଦିଲ୍ଲୀ,୬ା୧୨: ଦେଶର ଅନେକ ବିମାନବନ୍ଦରରେ ବହୁ ବିମାନ ବାତିଲ ହେବା ପରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି। ସାଧାରଣ ଯାତ୍ରୀଙ୍କଠାରୁ ଆରମ୍ଭ କରି କର୍ମଚାରୀମାନେ ଅସନ୍ତୋଷ...

ବଂଶଧାରା ନଦୀ ଉପରେ ନିର୍ମାଣ ହେବ ପୋଲ: ଆନ୍ଧ୍ର -ଓଡିଶା ମଧ୍ୟରେ ବାଣିଜ୍ୟ ସଂପର୍କକ….

ପାରଳାଖେମୁଣ୍ଡି,୬ା୧୨(ଗିରିଧାରୀ ପରିଚ୍ଛା): ବଂଶଧାରା ନଦୀ ଉପରେ ନିର୍ମାଣ ହେବ ପୋଲ। ଗୁପ୍ତ ବୃନ୍ଦାବନ ରୂପେ ପରିଚିତ ଲିହୁରି ଗୋପୀନାଥ ମନ୍ଦିରକୁ ଯାତାୟାତ କରିବା ଏଣିକି ଓଡିଶାବାସୀଙ୍କ...

ପ୍ରେମିକାଙ୍କ ପାଇଁ ଗଳା କାଟିଦେଲେ ପ୍ରେମିକ, ଆଉ ତା’ ପରେ…

ଜି.ଉଦୟଗିରି,୬ା୧୨(ଚିନ୍ମୟ କୁମାର ସେଠୀ): କଳିଙ୍ଗା ପଞ୍ଚାୟତର ଡୁଗୁଡ଼ିପାରୀ ଗ୍ରାମରେ ଶନିବାର ସକାଳେ ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଥିବା ଦେଖିବାକୁ ମିଳିଛି। ପ୍ରେମିକାଙ୍କ ନିଜ ଘରକୁ...

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ୧୮ହଜାର ଟପିବ ନାହିଁ ଘରୋଇ ବିମାନ ଭଡ଼ା, କିଲୋମିଟର ଅନୁଯାୟୀ ପଡିବ…

ନୂଆଦିଲ୍ଲୀ,୬।୧୨: ଗତ ୫ ଦିନ ଧରି ଇଣ୍ଡିଗୋ ବିମାନ ଚଳାଚଳ ବନ୍ଦ ହେବା ଏବଂ ଯାତ୍ରୀଙ୍କ ସଂଖ୍ୟା ଆଶାତିତ ବୃଦ୍ଧି ଯୋଗୁ, ଅନ୍ୟ ବିମାନ କମ୍ପାନୀଗୁଡ଼ିକର...

ଅସମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି ଉଦ୍ୟାନ କୃଷି କୋଠା, ସବୁ ଜାଣି ପ୍ରଶାସନ ଚୁପ୍‌

ଥୁଆମୂଳ ରାମପୁର,୬ା୧୨(ଦୁର୍ଗା କୀର୍ତ୍ତି): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ବିଭିନ୍ନ ଯୋଜନା ମଧ୍ୟରେ ଉଦ୍ୟାନ କୃଷି ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ଉଦ୍ୟାନ...

ବିଜେଡିକୁ ଶକ୍ତ ଝଟ୍‌କା: ଭାଜପାରେ ଯୋଗଦେଲେ ପ୍ରଫୁଲଙ୍କ ଦୁଇ ପୁଅ

ଭୁବନେଶ୍ୱର/ଭଦ୍ରକ,୬।୧୨(ସନାତନ ରାଉତ): ଭଦ୍ରକ ବିଜେଡି କନ୍ଦଳ ନେଇ ରାଜନୀତି ସରଗରମ ଥିବାବେଳେ ଶେଷରେ ବିଜେଡିକୁ ଶକ୍ତ ଝଟ୍‌କା । ଭାଜପାରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ୨...

ଚୁଲି ଜାଳି ନିଆଁ ପୁଇଁ ହେଉଥିଲେ ମହିଳା, ଶାଢ଼ିରେ ଲାଗିଗଲା ନିଆଁ, ଆଉ ତା’ ପରେ…

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): ଚୁଲିନିଆଁରେ ପୋଡ଼ି ହୋଇ ଜଣେ ମହିଳା ଗୁରୁତର ହୋଇଛନ୍ତି। ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା କରଗୋଳା ଗାଁରେ ଘଟିଛି ଏଭଳି ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri