ସବୁଜ ଶକ୍ତି ଓ ନିଯୁକ୍ତି ସୁଯୋଗ

ଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ପରି ଗମ୍ଭୀର ପରିବେଶ ସମସ୍ୟାର ପ୍ରଚ୍ଛଦରେ ରହିଛି ଶକ୍ତି ଉତ୍ପାଦନର ପ୍ରମୁଖ ଉତ୍ସ କୋଇଲା, ପେଟ୍ରୋଲିୟମ ତୈଳ ଏବଂ ପ୍ରାକୃତିକ ଗ୍ୟାସ ପରି ଜୀବାଶ୍ମ ଇନ୍ଧନର ଅତ୍ୟଧିକ ବ୍ୟବହାର। ଏହି ପ୍ରକ୍ରିୟାରେ ଅଙ୍ଗାରକାମ୍ଳ ପରି ସବୁଜଗୃହ ବାଷ୍ପ ଏବଂ ଅନ୍ୟାନ୍ୟ ପ୍ରଦୂଷକ ବାୟୁମଣ୍ଡଳକୁ ନିର୍ଗତ ହୋଇ ଉତ୍ତାପ ବୃଦ୍ଧିରେ ସହାୟତା କରୁଛି। ମାନବ ସଭ୍ୟତାର ବିକାଶରେ ଶକ୍ତି ବ୍ୟବହାର ବିସ୍ତାରିତ ହୋଇଚାଲିଛି, ଜୀବାଶ୍ମ ଇନ୍ଧନର ଦହନ ବୃଦ୍ଧିପ୍ରାପ୍ତ ଏବଂ ଜଳବାୟୁ ସମସ୍ୟା ପରିବର୍ଦ୍ଧିତ ହେଉଛି। ସମସ୍ୟାର ସମାଧାନ ନିମନ୍ତେ ବିକଳ୍ପ ସ୍ବଚ୍ଛ, ସବୁଜ ଶକ୍ତି ଉତ୍ସର ବ୍ୟବହାରକୁ ପ୍ରାଧାନ୍ୟ ଦେଇ ତ୍ୱରିତ ବେଗରେ ଜୀବାଶ୍ମ ଇନ୍ଧନକୁ ବର୍ଜନ କରିବା ଲକ୍ଷ୍ୟରେ ୨୦୧୫ ପ୍ୟାରିସ୍‌ ଜଳବାୟୁ ସମ୍ମିଳନୀରେ ନିଷ୍ପତ୍ତି ଗୃହୀତ ହୋଇଥିଲା। ଜୀବାଶ୍ମ ଇନ୍ଧନ-ଆଧାରିତ ଶକ୍ତିରେ ପରିବର୍ତ୍ତନ (ଏନର୍ଜି ଟ୍ରାଞ୍ଜିସନ)ର ଉଦ୍ଦେଶ୍ୟ ହେଉଛି ଶକ୍ତି ଉତ୍ପାଦନ ପ୍ରକ୍ରିୟାରେ ସୌର, ପବନ, ଜଳବିଦ୍ୟୁତ୍‌, ଭୂତାପଜ, ସାମୁଦ୍ରିକ ଢେଉ, ଜୈବିକ, ଉଦ୍‌ଜାନ (ହାଇଡ୍ରୋଜେନ) ଏବଂ ଅନ୍ୟାନ୍ୟ ନବୀକରଣୀୟ ଶକ୍ତି ପରି ସ୍ବଚ୍ଛ, ଅଧିକ ସ୍ଥାୟୀ ଉତ୍ସକୁ ଅଗ୍ରାଧିକାର ପ୍ରଦାନ। ଏହି ପରିବର୍ତ୍ତନ କେବଳ ଏକ ପ୍ରଯୁକ୍ତିବିଦ୍ୟା ଏବଂ ପରିବେଶୀୟ ଆବଶ୍ୟକତା ନୁହେଁ, ବରଂ ଏକ ପ୍ରମୁଖ ଅର୍ଥନୈତିକ ଏବଂ ସାମାଜିକ ପରିବର୍ତ୍ତନ ମଧ୍ୟ। ଏହାର ୁ ଗୁରୁତ୍ୱପୂର୍ଣ୍ଣ ପରିଣାମ ମଧ୍ୟରୁ ଗୋଟିଏ ହେଉଛି ପରିବେଶଧର୍ମୀ ସବୁଜ ନିଯୁକ୍ତି ସୃଷ୍ଟିର ସୁଯୋଗ, ଯାହା ପରିବେଶକୁ ସଂରକ୍ଷଣ ଏବଂ ପୁନରୁଦ୍ଧାର କରିବାରେ ଅବଦାନ ରଖେ।
ଶକ୍ତି ପରିବର୍ତ୍ତନର ଅତ୍ୟାବଶ୍ୟକତା ମୁଖ୍ୟତଃ ଜଳବାୟୁ ପରିବର୍ତ୍ତନର ଗମ୍ଭୀର ପରିଣାମ ଦ୍ୱାରା ପରିଚାଳିତ। ଜୀବାଶ୍ମ ଇନ୍ଧନର ନିଷ୍କାସନ, ଉତ୍ପାଦନ, ପରିବହନ ଏବଂ ବ୍ୟବହାର ଦ୍ୱାରା ସବୁଜଗୃହ ଗ୍ୟାସ୍‌, ବିଶେଷକରି ଅଙ୍ଗାରକାମ୍ଳ, ମିଥେନ ଏବଂ ନାଇଟ୍ରସ ଅକ୍ସାଇଡ୍‌ ନିର୍ଗତ ହୁଏ, ଯାହା ବାୟୁମଣ୍ଡଳରୁ ମହାକାଶକୁ ଫେରି ଯାଉଥିବା ଅତିରିକ୍ତ ଉତ୍ତାପକୁ ବାନ୍ଧି ରଖେ; ପରିଣାମରେ ବୈଶ୍ୱିକ ଉଷ୍ମତା ବୃଦ୍ଧିପାଏ। ବର୍ଦ୍ଧିତ ତାପମାତ୍ରା, ପ୍ରାକୃତିକ ବିପର୍ଯ୍ୟୟ ଘଟଣା ଏବଂ ପରିବେଶୀୟ ଅବକ୍ଷୟ ସ୍ପଷ୍ଟ କରିଛି ଯେ ପ୍ରଚଳିତ ଶକ୍ତି ବ୍ୟବସ୍ଥା ସହନୀୟ ମାର୍ଗରେ ପରିଚାଳିତ ହେଉନାହିଁ। ପ୍ୟାରିସ୍‌ ସମ୍ମିଳନୀରେ ପାରିତ ଅନ୍ତର୍ଜାତୀୟ ଚୁକ୍ତିନାମା ଅନୁଯାୟୀ ରାଷ୍ଟ୍ରଗୁଡ଼ିକ ନିର୍ଗମନ ହ୍ରାସ କରିବାକୁ ପ୍ରତିବଦ୍ଧ ହୋଇଥିବାରୁ ସ୍ବଚ୍ଛ ଶକ୍ତିକୁ ପରିବର୍ତ୍ତନ ଏକାନ୍ତ ଅପରିହାର୍ଯ୍ୟ। ଅବଶ୍ୟ ଏହି ପରିବର୍ତ୍ତନ ଆରମ୍ଭ ହୋଇସାରିଛି ଏବଂ ବିଗତ ଦଶନ୍ଧିରେ ନବୀକରଣୀୟ ଶକ୍ତି ପ୍ରଯୁକ୍ତିବିଦ୍ୟା ଅଧିକ ସୁଲଭ ହୋଇଛି ଏବଂ ଦକ୍ଷତା ଅର୍ଜନ କରିଛି। ଉଦାହରଣ ସ୍ବରୂପ, ସୌର ପ୍ୟାନେଲ ଏବଂ ପବନ ଟର୍ବାଇନ୍‌ଗୁଡ଼ିକ ବର୍ତ୍ତମାନ ଅନେକ ଅଞ୍ଚଳରେ ପାରମ୍ପରିକ ଶକ୍ତି ଉତ୍ସ ସହିତ ମୂଲ୍ୟ-ପ୍ରତିଦ୍ୱନ୍ଦ୍ୱୀ ହୋଇପାରିଛି। ସରକାର ଏବଂ ଘରୋଇ କ୍ଷେତ୍ରଗୁଡ଼ିକ ସ୍ବଚ୍ଛ ଶକ୍ତି ଭିତ୍ତିଭୂମି, ବୈଦ୍ୟୁତିକ ଯାନବାହନ ଏବଂ ଶକ୍ତି-ଦକ୍ଷ ପଦ୍ଧତିରେ ପ୍ରଚୁର ନିବେଶ କରୁଛନ୍ତି। ଏହି ନିବେଶଗୁଡ଼ିକ କେବଳ ନିର୍ଗମନ ହ୍ରାସ କରୁନାହିଁ, ବରଂ ଶ୍ରମ ବଜାର ଓ ନିଯୁକ୍ତି କ୍ଷେତ୍ରକୁ ମଧ୍ୟ ଅବଦାନ ରଖୁଛି।
ସ୍ବଚ୍ଛ ଶକ୍ତି କ୍ଷେତ୍ରରେ ଏପରି ପରିବର୍ତ୍ତନ ସବୁଜ ନିଯୁକ୍ତିର ପଥ ଉନ୍ମୁକ୍ତ ଓ ପରିବ୍ୟାପ୍ତ କରେ। ସମ୍ପ୍ରତି ନବୀକରଣୀୟ ଶକ୍ତି ଉତ୍ପାଦନ, ଶକ୍ତି ଦକ୍ଷତା, ସହନୀୟ କୃଷି, ବର୍ଜ୍ୟ ପରିଚାଳନା ଏବଂ ପରିବେଶ ସଂରକ୍ଷଣ ସମେତ ବିଭିନ୍ନ କ୍ଷେତ୍ରରେ ନୂତନ ନିଯୁକ୍ତି ସୃଷ୍ଟି ହେଉଛି। ଉଦାହରଣ ସ୍ବରୂପ, ସୌର ପ୍ୟାନେଲ ସଂସ୍ଥାପନ, ପବନ ଟର୍ବାଇନ ରକ୍ଷଣାବେକ୍ଷଣ, ବୈଦ୍ୟୁତିକ ଯାନ ଉତ୍ପାଦନ ଏବଂ ପରିବେଶଧର୍ମୀ ଗୃହନିର୍ମାଣ କ୍ଷେତ୍ରରେ ନିଯୁକ୍ତିସବୁକୁ ସବୁଜ ଚାକିରି ରୂପେ ବିବେଚନା କରାଯାଏ। ଏପରି ନୂତନ ବିକାଶସବୁ ଅର୍ଥନୈତିକ ଅଭିବୃଦ୍ଧିକୁ ସମର୍ଥନ କରିବା ସହିତ ନକାରାତ୍ମକ ପରିବେଶୀୟ ପ୍ରଭାବକୁ ହ୍ରାସ କରେ। ସବୁଜ ନିଯୁକ୍ତିର ଏକ ପ୍ରମୁଖ ଉପକାର ହେଉଛି ବୃହତ୍‌ ପରିମାଣର ନିଯୁକ୍ତି ନିମନ୍ତେ ଏହା ଯଥେଷ୍ଟ ସୁଯୋଗ ସୃଷ୍ଟି କରେ। ନବୀକରଣୀୟ ଶକ୍ତି ଶିଳ୍ପଗୁଡ଼ିକ ସାଧାରଣତଃ ଜୀବାଶ୍ମ ଇନ୍ଧନ ଶିଳ୍ପ ଅପେକ୍ଷା ଅଧିକ ଶ୍ରମ-କୈନ୍ଦ୍ରିକ। ଦୃଷ୍ଟାନ୍ତ ସ୍ବରୂପ, ସୌର ଫାର୍ମ ନିର୍ମାଣ ଏବଂ ରକ୍ଷଣାବେକ୍ଷଣ ପାଇଁ କୋଇଲା ପ୍ଲାଣ୍ଟ ତୁଳନାରେ ପ୍ରତି ୟୁନିଟ୍‌ ଉତ୍ପାଦିତ ଶକ୍ତି ପାଇଁ ଅଧିକ ଶ୍ରମିକ ଆବଶ୍ୟକ ହୁଅନ୍ତି। ଏହାର ଅର୍ଥ ହେଉଛି ଯେ ରାଷ୍ଟ୍ରଗୁଡ଼ିକ ନବୀକରଣୀୟ ଶକ୍ତିରେ ନିବେଶ କଲେ, ସେମାନେ ସାମଗ୍ରିକ ଭାବରେ ଅଧିକ ନିଯୁକ୍ତି ସୃଷ୍ଟି କରିପାରିବେ। ବୈଶ୍ୱିକ ଆକଳନ ଅନୁଯାୟୀ, ଶକ୍ତି ପରିବର୍ତ୍ତନର ପରିଣାମରେ ଆଗାମୀ ଦଶନ୍ଧିଗୁଡ଼ିକରେ ଲକ୍ଷ ଲକ୍ଷ ନୂତନ ନିଯୁକ୍ତି ଉପଲବ୍ଧ ହେବାକୁ ଯାଉଛି।
ତେବେ ଏପରି ପରିବର୍ତ୍ତନ ଚ୍ୟାଲେଞ୍ଜ ସୃଷ୍ଟିର ସମ୍ଭାବନା ବହନ କରେ। କୋଇଲା ଏବଂ ତୈଳ ଚାହିଦା ହ୍ରାସ ପାଇବା ସହିତ ପାରମ୍ପରିକ ଜୀବାଶ୍ମ ଇନ୍ଧନ ଶିଳ୍ପରେ ଶ୍ରମିକମାନେ ଚାକିରି ହରାଇବାର ସମ୍ମୁଖୀନ ହୋଇପାରନ୍ତି। ଏହି ଶିଳ୍ପଗୁଡ଼ିକ ଉପରେ ଅତ୍ୟଧିକ ନିର୍ଭରଶୀଳ ଥିବା ଅଞ୍ଚଳଗୁଡ଼ିକ ଆର୍ଥିକ କ୍ଷେତ୍ରରେ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି। ଅତଏବ ଏକ ‘ନ୍ୟାୟସଙ୍ଗତ ପରିବର୍ତ୍ତନ’ ଅତ୍ୟାବଶ୍ୟକ, ଯାହା ନିଶ୍ଚିତ କରିବ ଯେ ପ୍ରଭାବିତ ଶ୍ରମିକଙ୍କୁ ପୁନଃ ପ୍ରଶିକ୍ଷଣ କାର୍ଯ୍ୟକ୍ରମ, ସାମାଜିକ ସୁରକ୍ଷା ଏବଂ ନୂତନ ନିଯୁକ୍ତି ସୁଯୋଗ ମାଧ୍ୟମରେ ଥଇଥାନ ନିମନ୍ତେ ସମର୍ଥନ କରାଯାଉଛି। ଅନ୍ୟପକ୍ଷରେ, ସରକାରମାନେ ସାମାଜିକ ସମାନତା ସହିତ ପରିବେଶଗତ ଲକ୍ଷ୍ୟକୁ ସନ୍ତୁଳିତ କରୁଥିବା ନୀତି ନିର୍ଦ୍ଧାରଣ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରନ୍ତି। ସବୁଜ ନିଯୁକ୍ତି ନିମନ୍ତେ କର୍ମଶକ୍ତିକୁ ପ୍ରସ୍ତୁତ କରିବାର ମୁଖ୍ୟ ଅସ୍ତ୍ର ହେଉଛି ଉପଯୁକ୍ତ ଶିକ୍ଷା ଏବଂ ଦକ୍ଷତାର ବିକାଶ। ଏହି ଭୂମିକାଗୁଡ଼ିକ ମଧ୍ୟରୁ ଅନେକଙ୍କ ନିମନ୍ତେ ଇଞ୍ଜିନିୟରିଂ ଶିକ୍ଷା, ତଥ୍ୟ ବିଶ୍ଳେଷଣ କିମ୍ବା ବିଶେଷ ସଂସ୍ଥାପନ ଦକ୍ଷତା ଭଳି ବୈଷୟିକ ନିପୁଣତା ଆବଶ୍ୟକ। ବୃତ୍ତିଗତ ତାଲିମ କାର୍ଯ୍ୟକ୍ରମ, ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମ ଏବଂ ସରକାରୀ-ବେସରକାରୀ ସହଭାଗିତା କର୍ମଚାରୀଙ୍କୁ ଆବଶ୍ୟକ ଜ୍ଞାନ ପ୍ରଦାନ ଦ୍ୱାରା ସୁଦକ୍ଷ ଓ ସଶକ୍ତ କରିବ। ଅବଶ୍ୟ ସମସ୍ତ ସବୁଜ ନିଯୁକ୍ତି ଅତ୍ୟନ୍ତ ବୈଷୟିକ ପ୍ରକୃତିର ନୁହେଁ; ପ୍ରଶାସନିକ, ଲଜିଷ୍ଟିକ୍ସ ଏବଂ ସମ୍ପ୍ରଦାୟ-ଭିତ୍ତିକ ପରିବେଶଜନିତ କାର୍ଯ୍ୟ କ୍ଷେତ୍ରରେ ମଧ୍ୟ ଯଥେଷ୍ଟ ନିଯୁକ୍ତିର ସୁଯୋଗ ରହିଛି।
ଭାରତ ସମେତ ବିକାଶଶୀଳ ରାଷ୍ଟ୍ରଗୁଡ଼ିକ ଶକ୍ତି ପରିବର୍ତ୍ତନରୁ ଯଥେଷ୍ଟ ଲାଭ ହାସଲ କରିବାକୁ ହକ୍‌ଦାର। ସୂର୍ଯ୍ୟକିରଣ ଏବଂ ପବନ ଭଳି ପ୍ରଚୁର ନବୀକରଣୀୟ ସମ୍ବଳ ଉପଲବ୍ଧ ହେଉଥିବା ପରିସ୍ଥିତିରେ ସେମାନେ ପାରମ୍ପରିକ ଶକ୍ତି ବ୍ୟବସ୍ଥାକୁ ପରିତ୍ୟାଗ କରି ସ୍ବଚ୍ଛ, ସବୁଜ ଅର୍ଥନୀତି ଗଠନ କରିପାରିବେ। ଭାରତରେ, ସୌର ପାର୍କର ସମ୍ପ୍ରସାରଣ ଏବଂ ବୈଦ୍ୟୁତିକ ଯାନ ଗତିଶୀଳତାକୁ ପ୍ରୋତ୍ସାହନ ଭଳି ପଦକ୍ଷେପଗୁଡ଼ିକ ପୂର୍ବରୁ ସ୍ବଚ୍ଛ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିସାରିଛନ୍ତି। କିନ୍ତୁ ପ୍ରସଙ୍ଗ ହେଉଛି, ଏହି ପ୍ରକ୍ରିୟାର ଅଭିବୃଦ୍ଧିରେ ସମସ୍ତେ ଅନ୍ତର୍ଭୁକ୍ତ ହେବା ଏବଂ ଉପଲବ୍ଧ ଲାଭ ଗ୍ରାମୀଣ ଓ ଦରିଦ୍ର ବର୍ଗ ପାଖରେ ପହଞ୍ଚତ୍ବାକୁ ନିଶ୍ଚିତ କରିବା ନିମନ୍ତେ ଯୋଜନା ଯତ୍ନବାନ ହେବା ଆବଶ୍ୟକ। ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ନବସୃଜନ। ସ୍ବଚ୍ଛ ଶକ୍ତି କ୍ଷେତ୍ରରେ ପରିବର୍ତ୍ତନ ନୂତନ ପ୍ରଯୁକ୍ତିବିଦ୍ୟା, ଯେପରିକି ବ୍ୟାଟେରି ସଂରକ୍ଷଣ, ଉଦ୍‌ଜାନ ଇନ୍ଧନ ଏବଂ ସ୍ମାର୍ଟ ଗ୍ରୀଡ୍‌ରେ ଗବେଷଣା ଏବଂ ବିକାଶକୁ ପ୍ରେରଣା ଦେଉଛି। ଏହି ନବସୃଜନ ବିଜ୍ଞାନ, ଇଞ୍ଜିନିୟରିଂ ଏବଂ ଉଦ୍ୟୋଗ କ୍ଷେତ୍ରରେ ଅତିରିକ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଛି। ଷ୍ଟାର୍ଟଅପ୍‌ ଏବଂ କ୍ଷୁଦ୍ର ବ୍ୟବସାୟଗୁଡ଼ିକ ମଧ୍ୟ ସ୍ଥାନୀୟ ସମସ୍ୟା ସମାଧାନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି ଏବଂ ନିଯୁକ୍ତି ସମ୍ଭାବନାକୁ ଆହୁରି ବିସ୍ତାରିତ କରୁଛନ୍ତି।
ଏହା ହୃଦୟଙ୍ଗମ ହେବା ବାଞ୍ଛନୀୟ ଯେ ଶକ୍ତି ପରିବର୍ତ୍ତନ ପରିବେଶୀୟ ଆବଶ୍ୟକତାଠାରୁ ଯଥେଷ୍ଟ ଅଧିକ- ଏହା ଅଧିକ ନିରନ୍ତର ଏବଂ ସମସ୍ତଙ୍କ ହିତ ସାଧନକାରୀ ଅର୍ଥନୀତି ହାସଲ ଦିଗରେ ଏକ ସୁଗମ ପଥ। ସବୁଜ ନିଯୁକ୍ତି ସୃଷ୍ଟି ଏହି ପରିବର୍ତ୍ତନର କେନ୍ଦ୍ରରେ ଅବସ୍ଥିତ, ଯାହା ଚାକିରି, ନବସୃଜନ ଏବଂ ସାମାଜିକ ପ୍ରଗତି ନିମନ୍ତେ ସୁଯୋଗ ପ୍ରଦାନ କରେ। ଯଦିଓ ଅନେକ ଆହ୍ବାନ ସମ୍ମୁଖରେ ବିଦ୍ୟମାନ, ବିଶେଷକରି ଜୀବାଶ୍ମ ଇନ୍ଧନରୁ ଦୂରେଇ ଯିବାରେ, ଶିକ୍ଷା ଏବଂ ଭିତ୍ତିଭୂମିରେ ସକ୍ରିୟ ନୀତି ଓ ନିବେଶ ସୁନିଶ୍ଚିତ କରିବ ଯେ ହିତଗୁଡ଼ିକ ସମ ଭାବରେ ବଣ୍ଟନ ହେଉଛି। ବିଶ୍ୱ ଏକ ନିମ୍ନ ଅଙ୍ଗାରକ (କାର୍ବନ) ଭବିଷ୍ୟତ ଆଡ଼କୁ ଗତି କରିବାର ଆବଶ୍ୟକତା ଥିବାରୁ, ଶକ୍ତି ପରିବର୍ତ୍ତନ ଏବଂ ସବୁଜ ନିଯୁକ୍ତି ମଧ୍ୟରେ ସମ୍ପର୍କ ଆର୍ଥିକ ବିକାଶ ଏବଂ ପରିବେଶଗତ ସ୍ଥିରତା ଉଭୟକୁ ହାସଲ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

ଡ. ଜୟକୃଷ୍ଣ ପାଣିଗ୍ରାହୀ
– କାର୍ଯ୍ୟକାରୀ ସଭାପତି, ଓଡ଼ିଶା ପରିବେଶ ସମିତି
ମୋ: ୯୪୩୭୦୭୬୧୦୦

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଜିଲା ମାଟ୍ରିକ୍‌ ଫଳ: କମିଛି ପାସ୍‌ ହାର, ବଢ଼ିଛି A-1 ଗ୍ରେଡ୍‌

ବରଗଡ଼,୩ା୫(ପ୍ରେମାନନ୍ଦ ଖମାରୀ): ଗତବର୍ଷ ଏବଂ ଚଳିତବର୍ଷ ମାଟ୍ରିକ ପରୀକ୍ଷାଫଳକୁ ତୁଳନା କଲେ ସମାନ ଦିନରେ ପରୀକ୍ଷାଫଳ ପ୍ରକାଶ ପାଇଛି। କିନ୍ତୁ ଏଥର ପରୀକ୍ଷାଫଳ ଗତବର୍ଷ ପରୀକ୍ଷା ଫଳ…

ଦିଲ୍ଲୀର ବିବେକ ବିହାରରେ ୪ ମହଲା କୋଠାରେ ଅଗ୍ନିକାଣ୍ଡ, ୯ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ,୩।୫: ଶନିବାର ରାତିରେ ଦିଲ୍ଲୀର ଶାହଦରାର ବିବେକ ବିହାର ଅଞ୍ଚଳରେ ଏକ ଚାରି ମହଲା ବିଶିଷ୍ଟ ଆବାସିକ କୋଠାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିକାଣ୍ଡ ଯୋଗୁ ପୋଡ଼ିଯିବା…

ଇରାନର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲା ଆମେରିକା, କଡ଼ା ଜବାବ ରଖିଲା ତେହରାନ

ତେହରାନ,୩।୫: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ସଂଘର୍ଷ ଏବଂ ଉତ୍ତେଜନା ଜାରି ରହିଛି। ଏହା ମଧ୍ୟରେ, ଇରାନର ଉପ-ବୈଦେଶିକ ମନ୍ତ୍ରୀ ଅଲି ବାଘେରି କାନି ଶନିବାର…

ବିନା ଟ୍ୟୁସନରେ ମାଟ୍ରିକ୍‌ ଟପ୍ପର, ବଡ଼ ହେଲେ ଡାକ୍ତର ହେବେ କହିଲେ ଦୀପଶିଖା

ବରଗଡ଼,୩ା୫(ପ୍ରେମାନନ୍ଦ ଖମାରୀ): ବିଦ୍ୟାଳୟରେ ପାଠପଢ଼ା ବ୍ୟତୀତ ଘରେ ଦୈନିକ ୬ରୁ ୭ଘଣ୍ଟା ପଢ଼ୁଥିଲି। ଟ୍ୟୁସର ପଢ଼ୁ ନ ଥିଲି। ପଦ୍ମପୁରସ୍ଥିତ ନାନା ମମତା(ବାପାଙ୍କ ଭଉଣୀ) ଘରେ ରହୁଛନ୍ତି…

‘ଭାଜପା ୫୦୦-୭୦୦ ଭୋଟରେ ଆଗେଇଲେ ପୁଣିଥରେ ହେବ ଗଣତି!’, TMC କର୍ମୀଙ୍କୁ ବଡ଼ ବାର୍ତ୍ତା ଦେଲେ ମମତା

କୋଲକାତା,୩।୫: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଏବଂ ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ଶନିବାର ଦଳର କାଉଣ୍ଟିଂ ଏଜେଣ୍ଟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ଯେଉଁ ବୁଥ୍ରେ ବିଜେପି ୫୦୦…

ଏଇ ଭାରତରେ

ନଡ଼ିଆକତାକୁ ସାମଗ୍ରୀ ତିଆରି କରିବାରେ ଯେତିକି ବ୍ୟବହାର କରାଯାଉଛି ତାହାଠାରୁ ଅଧିକ ବର୍ଜ୍ୟ ଆକାରରେ ପିଙ୍ଗି ଦିଆଯାଉଛି। ତେବେ ଏହି କତା ବର୍ଜ୍ୟକୁ କେରଳର ଅର୍ଦ୍ରା ନାୟର…

ଯୋଗ ଦିବାରାତ୍ରି

ଭାରତ ନେତୃତ୍ୱରେ ସାରା ବିଶ୍ୱରେ ପାଳିତ ଯୋଗଦିବସରେ ଶହଶହ ଯୋଗୀ ଓ ଯୋଗିନୀ ବିଭିନ୍ନ ଆସନ, ପ୍ରାଣାୟାମ ଇତ୍ୟାଦି ପତଞ୍ଜଳିକୃତ ଯୋଗମାର୍ଗ ପ୍ରଦର୍ଶନ କରନ୍ତି । ଯୋଗ କଲେ…

ପକ୍ଷପାତ ବିଚାର

ଆପଣ ଯଦି ଜଣେ ସାଧାରଣ ବ୍ୟକ୍ତି, ତେବେ ଯେକୌଣସି ଦଳକୁ ସମର୍ଥନ କରିପାରିବେ ଏବଂ ଭୋଟ ଦେଇପାରିବେ। ଡିଏମ୍‌କେ, ଏଡିଏମ୍‌କେ, ଟିଡିପି, ଏନ୍‌ସିପି, ପିଡିପି, ଟିଏମ୍‌ସି, ଆଇଏନ୍‌ସି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri