ବିଦ୍ୟୁତ୍‌ ତାରରେ ଲାଗିଗଲେ ମା’, ପୁଅ, ଆଉ ତା’ପରେ…

ରିଆମାଳ,୨ା୫(ବଦ୍ରୀ ନାରାୟଣ ଅଗ୍ରୱାଲା) ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଧୀନ କୁଣ୍ଢେଇଗୋଳା ଗ୍ରାମରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବିଦ୍ୟୁତ୍‌ ତାର ସଂଷ୍ପର୍ଶରେ ଆସି ଶନିବାର ମା’ ଏବଂ ୭ ବର୍ଷର ପୁଅଙ୍କ ମୃତ୍ୟୁ ଘଟିଛି ।

ମିଳିଥିବା ସୂଚନା ଅନୁଯାୟୀ, କୁଣ୍ଢେଇଗୋଳା ଗ୍ରାମର ନିରଞ୍ଜନ ଭୁତିଆଙ୍କ ଦ୍ୱିତୀୟ ସ୍ତ୍ରୀ ଉପାସୀ ଭୂତିଆ ଘର ପରିସରରେ ଥିବା କୂଅରେ ଲାଗିଥିବା ପାଣି ପମ୍ପ ଚଳାଉଥିଲେ। ସେତିକିବେଳେ କୌଣସି କାରଣରୁ ଉପାସୀ ବିଦ୍ୟୁତ୍‌ ତାର ସଂସ୍ପର୍ଷରେ ଆସିଯାଇଥିଲେ। ଏପରକି ତାଙ୍କ ସହିତ ସାଙ୍ଗରେ ଥିବା ୭ ବର୍ଷର ଶିଶୁପୁତ୍ର ମନପ୍ରୀତ(୭) ମଧ୍ୟ ବିଦ୍ୟୁତ୍‌ ତାର ସଂସ୍ପର୍ଷରେ ଆସି ଗୁରୁତର ହୋଇଥିଲେ। ପରିବାର ଲୋକେ ଉଭୟଙ୍କୁ ଉଦ୍ଧାର କରି କୁଣ୍ଢେଇଗୋଳା ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

ଖବର ପାଇ କୁଣ୍ଢେଇଗୋଳା ପୋଲିସ ଡାକ୍ତରଖାନାରେ ପହଞ୍ଚି ଉଭୟଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଛି। ମା’ ଏବଂ ପୁଅଙ୍କ ମୃତ୍ୟୁକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ସକାଳୁ ସକାଳୁ ଭିଜିଲାନ୍ସ ରେଡ୍‌ , ୭ଟି ସ୍ଥାନରେ ଏକକାଳୀନ ଚଢାଉ

ନନ୍ଦପୁର, ୧୯।୬( ତୁଷାର କାନ୍ତ ମହାନ୍ତି ): ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ବିଭାଗ ପକ୍ଷରୁ ଏକ ବଡ଼ଧରଣର ଚଢ଼ଉ କରାଯାଇଛି। କୋରାପୁଟ…

ସକାଳୁ ସକାଳୁ ଅଲେଖ ଧର୍ମାବଲମ୍ବୀ ବାବାଙ୍କୁ ବୀଭତ୍ସ ହତ୍ୟା, ଶୌଚ ହେବାକୁ ଯାଇଥିବାବେଳେ ଦୁର୍ବୃତ୍ତ…

କେନ୍ଦୁଝର,୧୯ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ ଉପରରାଇଗୋଡ଼ା ପଞ୍ଚାୟତ ରଆମୁଣି ଗ୍ରାମର ଭରାଳି ସାହିରେ ଜଣେ ବ୍ୟକ୍ତିଙ୍କ ରକ୍ତାକ୍ତ ମୃତଦେହ ପଡ଼ିଥିବା ଦେଖିବାକୁ…

ଏଇ ଭାରତରେ

ଚାଇନା ବିଶ୍ୱରେ ଏକ ପ୍ରମୁଖ କାଗଜ ଉତ୍ପାଦନ କେନ୍ଦ୍ର ହେବାର ବହୁ ପୂର୍ବରୁ ଭାରତର ଏକ ଛୋଟ ଗାଁର ହାତତିଆରି କାଗଜର ଆଦୃତି ରହିଥିଲା ଏବଂ ପୂର୍ବ…

ଶେୟାର ବଜାରରେ ଯୁବପିଢ଼ି

ଭାରତୀୟ ଶେୟାର ବଜାର କେବଳ ଏକ ଆର୍ଥିକ ପ୍ରତିଷ୍ଠାନ ନୁହେଁ, ଏହା ଦେଶର ବିକାଶ, ଶିଳ୍ପାୟନ ଏବଂ ସମୃଦ୍ଧିର ଏକ ପ୍ରମୁଖ ଇଞ୍ଜିନ। ଏହା ହେଉଛି ଏପରି…

ସାଧୁ ଓ ଲେଖକ

ଭାଗବତ ବାଣୀ ଅଛି – ‘ସାଧୁ ଯେ ମଳୟ ପବନ, କାଷ୍ଠକୁ କରଇ ଚନ୍ଦନ’। ସାଧୁ ଶବ୍ଦଟି ଅତ୍ୟନ୍ତ ପୂତ ପବିତ୍ର। ସାଧୁ ସତ୍‌ ପୁରୁଷ। ସାଧୁ…

ଇସ୍ରାଏଲ ପାଇଁ ସମସ୍ୟା

ଆମେରିକା ଏବଂ ଇରାନ ମଧ୍ୟରେ ପ୍ରାରମ୍ଭିକ ଚୁକ୍ତି ସ୍ବାକ୍ଷରିତ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜେ ସୃଷ୍ଟି କରିଥିବା ସଙ୍କଟରୁ ମୁକୁଳିବା ପାଇଁ କେତେ ବ୍ୟାକୁଳ…

କାନ୍ଥ ଉପରେ ମୋବାଇଲ ରଖି ମହିଳାଙ୍କ ଗାଧୁଆ ସମୟର ଭିଡିଓ ଶୁଟିଂ କରୁଥିଲେ ଯୁବକ , ତା’ପରେ…

ଜଳେଶ୍ୱର, ୧୯ା୬ (ନବୀନ ସାହୁ): ମହିଳାଙ୍କ ଗୋପନୀୟତାକୁ ନେଇ ଅତି ସମ୍ବେଦନଶୀଳ ତଥା ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ରାଇବଣିଆ ଥାନା…

ଶ୍ୱଶୁରଙ୍କ ଘରେ ଜ୍ୱାଇଁଙ୍କ ଆତ୍ମହତ୍ୟା, ରାତିରେ ସମସ୍ତେ ଶୋଇଥିବାବେଳେ…

ଦେବଗଡ଼,୧୯ା୬(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଥାନା ଅନ୍ତର୍ଗତ ବେତେଇଝରଣ ଗ୍ରାମସ୍ଥିତ ଶ୍ୱଶୁରଙ୍କ ଘରେ ଫାଶୀ ଲଗାଇ ଜ୍ୱାଇଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ସୁନ୍ଦରଗଡ଼ ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri