ସିଜିମାଲି ଓ କୁଟ୍ରୁମାଳି ସୁରକ୍ଷା ପାଇଁ ଗର୍ଜିଲେ ଆଦିବାସୀ: କମ୍ପାନୀ ପ୍ରୀତି ଓ ପୋଲିସ ଦମନ ବିରୋଧରେ ପାହାଡ଼ ସତ୍ୟାଗ୍ରହ

ଥୁଆମୂଳ ରାମପୁର, ୨।୫(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଓ ରାୟଗଡ଼ା ଜିଲା ସୀମାନ୍ତରେ ଥିବା ସିଜିମାଲି ଓ କୁଟ୍ରୁମାଳି ପାହାଡ଼କୁ ନେଇ ସଂଗ୍ରାମ ଏବେ ତୀବ୍ରତର ହୋଇଛି। ସିଜିମାଲିର ପାରମ୍ପରିକ ‘ତିଜିରାଜା ପୂଜା ପର୍ବ’ ସମାପ୍ତି ପରେ ଶାଗବାରୀ ଗ୍ରାମ ନିକଟସ୍ଥ ପାହାଡ଼ ସତ୍ୟାଗ୍ରହ ସ୍ଥଳରେ ‘ମା-ମାଟି-ମାଳି ସୁରକ୍ଷା ମଞ୍ଚ’ ପକ୍ଷରୁ ଏକ ବିଶାଳ ସୁରକ୍ଷା ସମାବେଶ ଅନୁଷ୍ଠିତ ହୋଇଯାଇଛି। ମେ’ ୧ ଆନ୍ତର୍ଜାତିକ ଶ୍ରମିକ ଦିବସ ଅବସରରେ ଆୟୋଜିତ ଏହି ସମାବେଶରେ ହଜାର ହଜାର ଆଦିବାସୀ ଏକଜୁଟ ହୋଇ କମ୍ପାନୀ ପ୍ରୀତି ଓ ପୋଲିସ ଦମନ ବିରୋଧରେ ରଣହୁଙ୍କାର ଦେଇଛନ୍ତି।

ମା-ମାଟି-ମାଳି ସୁରକ୍ଷା ମଞ୍ଚର ସଭାପତି ସୁବାସ ସିଂ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ କୁଟ୍ରୁମାଳି ଖଣି ପ୍ରସଙ୍ଗରେ ସରକାର ଓ ପ୍ରଶାସନକୁ କଡ଼ା ଚେତାବନୀ ଦିଆଯାଇଛି। ଆଦାନୀ କମ୍ପାନୀ ସ୍ୱାର୍ଥରେ କୁଟ୍ରୁମାଳି ପାଇଁ ପ୍ରଭାବିତ ଗ୍ରାମଠାରୁ ୪୦ ରୁ ୫୦ କିଲୋମିଟର ଦୂରରେ ଜନଶୁଣାଣି କରିବା ପ୍ରୟାସକୁ ‘ଅଗଣତାନ୍ତ୍ରିକ’ ଓ ‘ଆଇନ ବିରୋଧୀ’ ବୋଲି ଦର୍ଶାଯାଇ ଏହାକୁ ବାତିଲ କରିବା ପାଇଁ ଏକ ସର୍ବସମ୍ମତ ପ୍ରସ୍ତାବ ଗୃହୀତ ହୋଇଛି। ପୋଲିସ ଦମନ ଜରିଆରେ ଲୋକଙ୍କୁ ଆତଙ୍କିତ କରି ଏଭଳି ଜନଶୁଣାଣିକୁ କୌଣସି ପରିସ୍ଥିତିରେ ସଫଳ ହେବାକୁ ଦିଆଯିବ ନାହିଁ ବୋଲି ସଂଗ୍ରାମୀମାନେ ଶପଥ ନେଇଛନ୍ତି।

ସମାବେଶରେ ଲୋକ ଶକ୍ତି ଅଭିଯାନର ରାଷ୍ଟ୍ରୀୟ ଆବାହକ ପ୍ରଫୁଲ୍ଲ ସାମନ୍ତରା ଯୋଗଦେଇ ପ୍ରଶାସନ ପ୍ରାୟୋଜିତ କମ୍ପାନୀ ଆତଙ୍କରାଜକୁ ବନ୍ଦ କରିବାକୁ ନିବେଦନ କରିଛନ୍ତି। ସରକାର ସିଜିମାଲି ଓ କୁଟ୍ରୁମାଳିରୁ ଖଣି ଲିଜ୍ ପ୍ରତ୍ୟାହାର କରିବା ସହ ସମଗ୍ର ରାଜ୍ୟରେ ବକ୍ସାଇଟ୍ ଖଣି ଖନନକୁ ସଂପୂର୍ଣ୍ଣ ନିଷେଧ କରନ୍ତୁ ବୋଲି ସେ ଦାବି କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଜନ ଆନ୍ଦୋଳନ ନେତା ନରେନ୍ଦ୍ର ମହାନ୍ତି, ଡାକ୍ତର ବିଶ୍ୱଜିତ୍, ଆଫଳତୁନ, ନାରଙ୍ଗୀ ଦେଇ ମାଝୀ, ଲକ୍ଷ୍ମଣ ମାଝୀ ଏବଂ ଲକ୍ଷ୍ମୀ ସୀସା ପ୍ରମୁଖ ଗତ ଏପ୍ରିଲ ୭ ତାରିଖରେ କଣ୍ଟାମାଳଠାରେ ପୋଲିସର ବର୍ବର ଆକ୍ରମଣକୁ ତୀବ୍ର ନିନ୍ଦା କରିଛନ୍ତି। ଏହି ଘଟଣାରେ ସଂପୃକ୍ତ ଏସପି, ଜିଲ୍ଲାପାଳ ଓ କାଶୀପୁର ଥାନା ଅଧିକାରୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି।

ମାଟି ପାଇଁ ଲଢ଼େଇ କରି ଜେଲରୁ ଖଲାସ ହୋଇଥିବା ୯ ଜଣ ମହିଳା ଆନ୍ଦୋଳନକାରୀଙ୍କୁ ଏହି ଅବସରରେ ସମ୍ମାନିତ କରାଯାଇଛି। ସିଜିମାଲିରେ ବେଦାନ୍ତ କମ୍ପାନୀର ପ୍ରବେଶ ଓ ପୋଲିସ କ୍ୟାମ୍ପ ବିରୋଧରେ ଶାଗବାରୀ ଘାଟିରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ପ୍ରତିଷ୍ଠିତ ‘ଜନତା କ୍ୟାମ୍ପ’ ଏବେ ସଂଗ୍ରାମର ପ୍ରତୀକ ପାଲଟିଛି। କଣ୍ଟାମାଳ ଅତ୍ୟାଚାର ପରେ ଯେଉଁ ରାଜନୈତିକ ଦଳମାନେ ଅଞ୍ଚଳ ଗସ୍ତ କରିଥିଲେ, ସେମାନେ ନିଜର ରିପୋର୍ଟ ସାର୍ବଜନୀନ କରି ଲୋକଙ୍କ ସମ୍ମୁଖରେ ସତ୍ୟ ରଖନ୍ତୁ ବୋଲି ମଞ୍ଚ ପକ୍ଷରୁ ଆହ୍ୱାନ ଦିଆଯାଇଛି। ସିଜିମାଲି ଓ କୁଟ୍ରୁମାଳିରୁ କମ୍ପାନୀ ନହଟିବା ଯାଏଁ ଏହି ପାହାଡ଼ ସତ୍ୟାଗ୍ରହ ଜାରି ରହିବ ବୋଲି ସୂଚନା ମିଳିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଗାଜଲବାଡ଼ି ଘାଟିରେ ୨ ଟ୍ୟାଙ୍କର ଫସିବା ଯୋଗୁ ଯାତାୟାତ ଠପ୍: ରାତିସାରା ଘାଟି ରାସ୍ତାରେ ଅଟକି ରହିଲେ ଶହ ଶହ ଯାତ୍ରୀ

ଦାରିଙ୍ଗବାଡ଼ି, ୧୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଓ ବାଲିଗୁଡ଼ାକୁ ସଂଯୋଗ କରୁଥିବା ୫୯ ନମ୍ବର ଗୋପାଳପୁର-ରାଇପୁର ଜାତୀୟ ରାଜପଥର ଗାଜଲବାଡ଼ି ଘାଟିରେ ଶନିବାର ବିଳମ୍ବିତ…

ମଧ୍ୟପ୍ରଦେଶ ଟ୍ରାଜେଡ଼ି: ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୯: ମଧ୍ୟପ୍ରଦେଶକୁ ବୁଲିବାକୁ ତଥା ଦେବଦର୍ଶନ ପାଇଁ ଯାଇଥିବା ଓଡ଼ିଶାର ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଅକାଳ ମୃତ୍ୟୁ ଘଟଣାରେ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

କର୍ଲାମୁଣ୍ଡା ବ୍ଲକ ପାଇଁ ଗୌରବ: ପ୍ରଥମ ମହିଳା ଭାବେ ପିଏଚ୍‌ଡି ଡିଗ୍ରୀ ହାସଲ କଲେ ସୀମନ୍ତିନୀ ସେଠ

ରିଷିଡ଼ା, ୧୯।୯ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ଗ୍ରାମର ସୀମନ୍ତିନୀ ସେଠ ସଂସ୍କୃତ ବିଷୟରେ ଗବେଷଣା କରି ପିଏଚ୍‌ଡି (PhD) ଡିଗ୍ରୀ ହାସଲ…

ବେଙ୍ଗାଲୁରୁରେ କେନ୍ଦୁଝର ଯୁବକଙ୍କ ଅକାଳ ମୃତ୍ୟୁ: MP ଅନନ୍ତ ନାୟକଙ୍କ ହସ୍ତକ୍ଷେପ ପରେ ଗାଁକୁ ଫେରିଲା ପାର୍ଥିବ ଶରୀର

ପାଟଣା,୧୯।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ବେଗନା ଗ୍ରାମର ସଞ୍ଜୀବ ସେଠୀଙ୍କ ୩୪ ବର୍ଷୀୟ ପୁଅ ଦୀପେଶ ସେଠୀଙ୍କ ବେଙ୍ଗାଲୁରୁରେ ଅକାଳ ମୃତ୍ୟୁ ଘଟିଛି।…

ପରିବେଶ ସୁରକ୍ଷାରେ ଗଞ୍ଜାମ ଗ୍ରାସିମର ବାଜିମାତ୍: ମିଳିଲା “ପ୍ରଦୂଷଣ ନିୟନ୍ତ୍ରଣ ଉତ୍କର୍ଷତା ପୁରସ୍କାର – ୨୦୨୬”

ଗଞ୍ଜାମ, ୧୯।୯ (ବିଦ୍ୟାଧର ସାହୁ): ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସପିସିବି)ର ୪୩ତମ ପ୍ରତିଷ୍ଠା ଦିବସ ଅବସରରେ ଶିଳ୍ପ ବର୍ଗରେ ଗଞ୍ଜାମ ସ୍ଥିତ ଗ୍ରାସିମ୍ କମ୍ପାନୀ…

ମଞ୍ଚସ୍ଥ ହୋଇ ଦର୍ଶକଙ୍କ ମନ ଜିଣିଲା ନାଟକ ‘ଅବୁଝା ଲୁହ’; ଉଦ୍‌ଘାଟନ କଲେ ଦିଗପହଣ୍ଡି ବିଧାୟକ

ଦିଗପହଣ୍ଡି,୧୯ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଭୀଷ୍ମଗିରି ଗ୍ରାମର ଠାକୁରାଣୀ ଛକଠାରେ ଶ୍ରୀ ଗଣେଶ ପୂଜା ଅବସରରେ ସାମାଜିକ ନାଟକ ‘ଅବୁଝା ଲୁହ’…

‘ଏକ ପେଡ୍‌ ମା’ କେ ନାମ୍‌’: ସିମନବାଡ଼ିରେ ଛାତ୍ରଛାତ୍ରୀଙ୍କ ନିଶାମୁକ୍ତ ସଚେତନତା ପଦଯାତ୍ରା-ବୃକ୍ଷରୋପଣ

ଦାରିଙ୍ଗବାଡ଼ି,୧୯ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିସ୍ଥିତ ପାଦ୍ରୀ ପିଓ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ଶନିବାର ଏକ ନିଶାମୁକ୍ତ ସଚେତନତା କାର୍ଯ୍ୟକ୍ରମ ଓ ପଦଯାତ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?