Posted inଜାତୀୟ

ପ୍ରସାର ଭାରତୀର ନୂଆ ଅଧ୍ୟକ୍ଷ ହେଲେ ପ୍ରସୂନ ଯୋଶୀ,କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ  ଜଣାଇଲେ ଶୁଭେଚ୍ଛା  

ନୂଆଦିଲ୍ଲୀ,୨।୫: ପ୍ରସିଦ୍ଧ ଗୀତିକାର, ଲେଖକ ତଥା ଯୋଗାଯୋଗ ବିଶେଷଜ୍ଞ ପ୍ରସୂନ ଯୋଶୀ ଭାରତର ସାର୍ବଜନୀନ ପ୍ରସାରଣ ସଂସ୍ଥା (ପ୍ରସାର ଭାରତୀ)ର ନୂତନ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି। ଶନିବାର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଏହି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଛି।
ସାହିତ୍ୟ, ବିଜ୍ଞାପନ, ସିନେମା ଏବଂ ଜନସମ୍ପର୍କ କ୍ଷେତ୍ରରେ ପ୍ରସୂନଙ୍କ ଅତୁଳନୀୟ ଅବଦାନ ରହିଛି। ତାଙ୍କର ପ୍ରଭାବଶାଳୀ ଲେଖନୀ ଏବଂ ଗଭୀର ସାଂସ୍କୃତିକ ଜ୍ଞାନ ପାଇଁ ସେ ସମଗ୍ର ଦେଶରେ ପରିଚିତ। ଭାରତୀୟ ଗଣମାଧ୍ୟମର ଆଧୁନିକ ରୂପରେଖ ପ୍ରସ୍ତୁତ କରିବାରେ ତାଙ୍କର ପ୍ରମୁଖ ଭୂମିକା ରହିଛି ବୋଲି ସରକାରୀ ବିବୃତ୍ତିରେ କୁହାଯାଇଛି।
Image
ପ୍ରସୂନ ଯୋଶୀଙ୍କ ନିଯୁକ୍ତିକୁ ନେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ତାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି, ପ୍ରସୂନ ଯୋଶୀ ଜଣେ ଦୁର୍ଲଭ ସୃଜନଶୀଳ ବ୍ୟକ୍ତିତ୍ୱ, ଯାହାଙ୍କୁ ବିଶ୍ୱସ୍ତରରେ ବିଜ୍ଞାପନ, ସାହିତ୍ୟ, କଳା ଏବଂ ସିନେମା ପାଇଁ ସମ୍ମାନ ମିଳିଛି। ତାଙ୍କ ହୃଦୟରେ ସବୁବେଳେ ଭାରତ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ରହିଛି।
ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରସୂନଙ୍କ ଶବ୍ଦରେ ଭାରତର ମାଟିର ବାସ୍ନା ରହିଥାଏ ଏବଂ ତାଙ୍କ ଦୂରଦୃଷ୍ଟି ଭାରତୀୟ ସଂସ୍କୃତିର ପ୍ରତିଫଳନ ଅଟେ। ତାଙ୍କ ନେତୃତ୍ୱରେ ପ୍ରସାର ଭାରତୀ ଏକ ନୂତନ ଶକ୍ତି ଏବଂ ସୃଜନଶୀଳ ସ୍ବର ପାଇପାରିବ।
ପ୍ରସୂନଙ୍କ କ୍ୟାରିୟର ବିଷୟରେ କହିଲେ ସେ ଅନେକ ଲୋକପ୍ରିୟ ଚଳଚ୍ଚିତ୍ର ପାଇଁ ଗୀତ ଲେଖିବା ସହ ବହୁ ସଫଳ ବିଜ୍ଞାପନ ଅଭିଯାନର ମଙ୍ଗ ଧରିଛନ୍ତି। ତାଙ୍କର କାହାଣୀ ଏବଂ ଲେଖାଗୁଡ଼ିକ ସାଧାରଣ ଜନତାଙ୍କ ମନକୁ ଛୁଇଁଲା ଭଳି ହୋଇଥାଏ। ସେ ପୂର୍ବରୁ ସେଣ୍ଟ୍ରାଲ ବୋର୍ଡ ଅଫ ଫିଲ୍ମ ସାର୍ଟିଫିକେସନ(CBFC)ର ଅଧ୍ୟକ୍ଷ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି।
ପ୍ରସୂନ ଯୋଶୀଙ୍କ ପରି ଜଣେ ଅନୁଭବୀ ବ୍ୟକ୍ତି ପ୍ରସାର ଭାରତୀର ଦାୟିତ୍ୱ ନେବା ପରେ, ସରକାରୀ ପ୍ରସାରଣ ମାଧ୍ୟମରେ ଅଧିକ ଗୁଣାତ୍ମକ ପରିବର୍ତ୍ତନ ଆସିବ ବୋଲି ଆଶା କରାଯାଉଛି।
Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଭୋଜଶାଳାରେ ସରସ୍ବତୀ ମନ୍ଦିର ଥିଲା: ହାଇକୋର୍ଟ

ଇନ୍ଦୋର,୧୬ା୫: ମଧ୍ୟପ୍ରଦେଶ ଧାର ଜିଲାରେ ଥିବା ବିବାଦୀୟ ଭୋଜଶାଳା କମ୍ପ୍ଲେକ୍ସ ଦେବୀ ସରସ୍ବତୀଙ୍କୁ ସମର୍ଥତ୍ତ ଏକ ମନ୍ଦିର ବୋଲି ମଧ୍ୟପ୍ରଦେଶ ହାଇକୋର୍ଟ ଶୁକ୍ରବାର ଘୋଷଣା କରିଛନ୍ତି। ମସ୍‌ଜିଦ…

ଅର୍ଜୁନଙ୍କୁ ମିଳିଲା ବଡ଼ ଅଫର୍‌: ଏବେ…

ବଲିଉଡ ଅଭିନେତା ଅର୍ଜୁନ ରାମପାଲ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ସେ ତ ଦମଦାର ଅଭିନୟ କରନ୍ତି କିନ୍ତୁ ‘ଧୂରନ୍ଧର-୨’ରେ ତାଙ୍କର ଖଳନାୟକ ଭୂମିକା ବେଶ୍‌ ପ୍ରଶଂସନୀୟ। ଏହି…

ବଫେଟ୍‌, ଷ୍ଟିଫେନ୍‌ଙ୍କ ସହ ଖାଇବାକୁ ୯୦ ଲକ୍ଷ ଡଲାର

ନ୍ୟୁୟର୍କ, ୧୬ା୫ : ଆମେରିକାର ବିଶିଷ୍ଟ ପୁଞ୍ଜି ନିବେଶକ ୱାରେନ ବଫେଟ୍‌ ଏବଂ ବାସ୍କେଟବଲ୍‌ ତାରକା ଷ୍ଟିଫେନ୍‌ କରିଙ୍କ ସହ ମଧ୍ୟାହ୍ନଭୋଜନ କରିବା ପାଇଁ ଜଣେ ବ୍ୟକ୍ତି…

ସମ୍ପର୍କୀୟ ଭାଇ ଦେଲା ବିଶ୍ବାସରେ ବିଷ:୧୩ ବର୍ଷୀୟା ନାବାଳିକା ହେଲେ ୬ ମାସର ଗର୍ଭବତୀ, ଡାକ୍ତରୀ ପରୀକ୍ଷା ପରେ…

ବୈଶିଙ୍ଗା,୧୫।୫(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଅଞ୍ଚଳରେ ବଳାତ୍କାର ଶିକାର ଜନୈକା ୧୩ ବର୍ଷିୟା ନାବାଳିକା ୬ମାସର ଗର୍ଭବତୀ ହେବା ଘଟଣାରେ ସମ୍ପର୍କୀୟ ଭାଇକୁ ଗିରଫ କରିଛି…

ପରିବେଶ ପ୍ରଦୂଷିତ ଅଭିଯୋଗ: ମା’ ତାରିଣୀ ପଥର କ୍ରଶର ୟୁନିଟକୁ ସିଲ୍ କଲା ପ୍ରଶାସନ                     

ଦିଗପହଣ୍ଡି,୧୫|୫(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୋଟିନଡ଼ା ପଞ୍ଚାୟତ ଡ଼ଙ୍କାରି ମୌଜା ରେ ଥିବା ମା ‘ ତାରିଣୀ ପଥର କ୍ରଶର ୟୁନିଟ କୁ…

କର୍ମକ୍ଷେତ୍ରରେ ମହିଳାଙ୍କୁ ଯୌନ ନିର୍ଯାତନା: ନିଲମ୍ବିତ ହେଲେ ବରଗଡ଼ ବିଇଓ, ଡିଇଓ 

ବରଗଡ଼,୧୫।୫(ପ୍ରେମାନନ୍ଦ ଖମାରୀ)- କର୍ମକ୍ଷେତ୍ରରେ ମହିଳା କର୍ମଚାରୀଙ୍କୁ ଯୌନ ନିର୍ଯାତନା ଏବଂ ବିଭାଗରେ ଆର୍ଥିକ ଅନିୟମିତତା ଅଭିଯୋଗ ଘଟଣାରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଏହି ମାମଲାରେ ଗିରଫ…

ରାଜ୍ୟସ୍ତରୀୟ ପ୍ରାଥମିକ ଆଚାର୍ଯ୍ୟ ପ୍ରଶିକ୍ଷଣ : ତାଲିମ ନେଲେ…

ଦିଗପହଣ୍ଡି,୧୫ା୫(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ରାଜ୍ୟ ବିଦ୍ୟା ଭାରତୀ ଶିକ୍ଷା ବିକାଶ ସମିତି ଆନୁକୂଲ୍ୟରେ ଗତ ୫ ତାରିଖ ଠାରୁ…

ଯୁକ୍ତ ୩ ପରୀକ୍ଷା ଫଳ ପ୍ରକାଶିତ: କେଏସୟୁବିର ବଡ଼ ସଫଳତା

ଭଞ୍ଜନଗର,୧୫।୫(ବାବୁଲା ପ୍ରଧାନ): ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଯୁକ୍ତ ୩ ଶେଷ ବର୍ଷ (ସ୍ନାତକ) କଳା, ବାଣିଜ୍ୟ, ବିଜ୍ଞାନ ପରୀକ୍ଷାଫଳ ଶୁକ୍ରବାର ସନ୍ଧ୍ୟାରେ ପ୍ରକାଶିତ ହୋଇଛି। ଏଥିରେ ଭଞ୍ଜନଗର କବି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri