ପକ୍ଷପାତ ବିଚାର

ଆପଣ ଯଦି ଜଣେ ସାଧାରଣ ବ୍ୟକ୍ତି, ତେବେ ଯେକୌଣସି ଦଳକୁ ସମର୍ଥନ କରିପାରିବେ ଏବଂ ଭୋଟ ଦେଇପାରିବେ। ଡିଏମ୍‌କେ, ଏଡିଏମ୍‌କେ, ଟିଡିପି, ଏନ୍‌ସିପି, ପିଡିପି, ଟିଏମ୍‌ସି, ଆଇଏନ୍‌ସି, ଜେଡି (ଏସ୍‌) ଏବଂ ଜେଡି (ୟୁ), ଏନ୍‌ସିପି, ଟିଆର୍‌ଏସ୍‌, ନୂଆ ଦଳ ଟିଭିକେ ଏବଂ ସିପିଏମ୍‌, ସିପିଆଇ ଇତ୍ୟାଦି ଦଳ ଅଛନ୍ତି। ଭିନ୍ନ ଭିନ୍ନ ବିଚାରକୁ ଗ୍ରହଣ କରୁଥିବା ଦଳର ମଧ୍ୟ ଅଭାବ ନାହିଁ। କିନ୍ତୁ ଯଦି ଭାରତୀୟ ସଂଖ୍ୟାଲଘୁ, ବିଶେଷକରି ମୁସଲମାନଙ୍କ ପ୍ରତି ଧମକ ଏବଂ ଉତ୍ପୀଡ଼ନ ବିଷୟକୁ ନେଇ ଆପଣଙ୍କର ଆଗ୍ରହ ଥାଏ ତେବେ ଆପଣଙ୍କ ପସନ୍ଦର କେବଳ ଗୋଟିଏ ଦଳ ଅଛି ଏବଂ ତାହା ହେଉଛି ଭାଜପା। ଏହା ପକ୍ଷପାତି ଭାରତୀୟଙ୍କୁ ଏକାଠି କରେ। ସମ୍ପ୍ରତି ଗଣମାଧ୍ୟମ ସହିତ ଆଲୋଚନାରେ ଜଣେ ବିଶ୍ଳେଷକ ସମାନ କଥାକୁ ଭିନ୍ନ ଉପାୟରେ କହିଛନ୍ତି। ସେ ଭାଜପାର ଆହ୍ବାନ ବିଷୟରେ କହିଛନ୍ତି, ”ଯାହାର ଦକ୍ଷିଣପନ୍ଥୀ ଚିନ୍ତାଧାରା ଅଛି ତାହାର ଗୋଟିଏ ଦଳ ଅଛି। ଅନ୍ୟପଟେ, ଏତେ ପ୍ରତିଯୋଗିତା ଅଛି ଯେ ସେହି ଭୋଟ ବିଭାଜିତ ହୋଇଯାଏ।“ କାହିଁକି ଏହା ହେଉଛି। କାରଣ ଏହା ସତ୍ୟ ଯେ, ଭାଜପା ଯାହା କରେ ସେହି କ୍ଷେତ୍ରରେ ତାହାର କୌଣସି ପ୍ରତିଯୋଗିତା ନାହିଁ। କାହିଁକି ‘ଦକ୍ଷିଣପନ୍ଥୀ’ ଏକ ଘୃଣା-ଆଧାରିତ ଶବ୍ଦ ତାହା କ୍ଷଣକରେ ଦେଖିପାରିବା। ପ୍ରଥମେ, ଭାଜପାର କୌଣସି ପ୍ରତିଦ୍ୱନ୍ଦ୍ୱୀ ନାହାନ୍ତି ବୋଲି ସ୍ବୀକାର କରିବା ପରେ ଆମକୁ ମଧ୍ୟ ଗ୍ରହଣ କରିବାକୁ ପଡ଼ିବ ଯେ, ଏହା ଏକ ସରଳ ଏବଂ ବୋଧଗମ୍ୟ ସୂତ୍ର ପ୍ରଦାନ କରେ। ‘ମୁଁ ମୁସଲମାନଙ୍କୁ ଘୃଣା କରେ’ ମନ୍ତବ୍ୟ ଅତ୍ୟନ୍ତ ସ୍ପଷ୍ଟ, ପ୍ରତ୍ୟକ୍ଷ ଏବଂ ପ୍ରଭାବଶାଳୀ। ଦଳ କ’ଣ ପ୍ରତିନିଧିତ୍ୱ କରୁଛି ତାହା ବୁଝିବା ପାଇଁ ଭୋଟରଙ୍କୁ ଇସ୍ତାହାର ଅନୁଧ୍ୟାନ କରିବା ଦରକାର ନାହିଁ। ଭାଜପା ଚିନ୍ତାଧାରାର ମୂଳ ହେଉଛି ସଂଖ୍ୟାଲଘୁ ବିରୋଧୀ। ଯଦି ଆପଣ ଏପରି କରୁଥିବା ଏକ ଦଳ ଖୋଜୁଛନ୍ତି, ତେବେ ଆପଣଙ୍କ ପାଖରେ ଏକ ଜାତୀୟସ୍ତରରେ ରହିଥିବା ଏବଂ ଏହି ପ୍ରସଙ୍ଗକୁ ଦଶନ୍ଧି ଧରି ପ୍ରଦର୍ଶନ କରିଥିବା ଦଳ ଅଛି। ତେବେ ଅନ୍ୟ ଏକ ଦଳ କାହିଁକି ଖୋଜିବେ? ଏହାର କୌଣସି ଆବଶ୍ୟକତା ନାହିଁ।
ପ୍ରଶ୍ନ ଉଠେ, ଭାଜପା କ’ଣ ଅନ୍ୟ ଏକ ଦଳଠାରୁ ପ୍ରତିଦ୍ୱନ୍ଦ୍ୱିତାର ସମ୍ମୁଖୀନ ହୋଇପାରିବ ନାହିଁ? ଏହା ହୋଇପାରିବ ଏବଂ ନିଶ୍ଚିତ ହୋଇପାରେ। ତେବେ ଯେତେବେଳେ ଉତ୍ତରାଧିକାର ସଂଘର୍ଷ ଆରମ୍ଭ ହେବ ସେତେବେଳେ ଆମେ ସମ୍ଭବତଃ ତାହା ଦେଖିପାରିବା। ସଂଖ୍ୟାଲଘୁଙ୍କୁ ଘୃଣା କରିବାଠାରୁ ଆରମ୍ଭ କରି ସେମାନଙ୍କ ପ୍ରତି ହିଂସା ଆଚରଣ କରିବା ଭାଜପା ବିଚାରଧାରା ପରିସରଭୁକ୍ତ। ଏହା ହେଉଛି ପ୍ରଥମ ଏବଂ ସବୁଠୁ ଗୁରୁତ୍ୱପୂର୍ଣ୍ଣ କାରଣ ଯେ ବାସ୍ତବରେ ଭାଜପାର ସଂଖ୍ୟାଲଘୁ ବିରୋଧୀ ଭାବନାର କୌଣସି ପ୍ରତିଦ୍ୱନ୍ଦ୍ୱୀ ନାହାନ୍ତି। ଦ୍ୱିତୀୟ କାରଣ ହେଉଛି, ଅନ୍ୟ ଦଳଗୁଡ଼ିକ ଭାଜପା ଯାହା ଉପରେ ଗୁରୁତ୍ୱ ଦିଏ ତାହା କରିବାକୁ ପସନ୍ଦ କରି ନ ଥାନ୍ତି। ଆମେ ଜାଣୁ ଭାରତରେ ଅନେକ ଦଳ ସାମ୍ପ୍ରଦାୟିକତାରେ ଲିପ୍ତ। କିନ୍ତୁ ସାମ୍ପ୍ରଦାୟିକତା ସେମାନଙ୍କ ରାଜନୀତି କିମ୍ବା ସେମାନଙ୍କ ପରିଚୟର କେନ୍ଦ୍ରରେ ନାହିଁ। ଭାଜପା ଏକମାତ୍ର ଦଳ ନୁହେଁ, ଯିଏ ବିଭାଜନ ଏବଂ ଘୃଣାରୁ ଲାଭ ପାଇଛି, କିନ୍ତୁ ଏହା ଏକମାତ୍ର ଦଳ, ଯିଏ ଏହାକୁ ନିଜର ବିଚାର ଭାବେ ଗ୍ରହଣ କରିଛି।
ଯେଉଁ ପ୍ରସଙ୍ଗଗୁଡ଼ିକ ଭାଜପାକୁ ସବୁଠାରୁ ବଡ଼ ଦଳ କରିଛି ସେସବୁର ତାଲିକା ଅନେକ ବର୍ଷ ଧରି ଅପରିବର୍ତ୍ତିତ ରହିଥିଲା। ପ୍ରଥମତଃ, ମୁସଲମାନମାନଙ୍କୁ ଅଯୋଧ୍ୟାରେ ସେମାନଙ୍କ ମସ୍‌ଜିଦ ଛାଡ଼ିବାକୁ ପଡ଼ିବ। ଦ୍ୱିତୀୟରେ ମୁସଲମାନଙ୍କୁ କଶ୍ମୀରରେ ସେମାନଙ୍କ ସାମ୍ବିଧାନିକ ସ୍ବାୟତ୍ତତା ଛାଡ଼ିବାକୁ ପଡ଼ିବ। ତୃତୀୟତଃ, ମୁସଲମାନଙ୍କୁ ସେମାନଙ୍କ ବ୍ୟକ୍ତିଗତ ଆଇନ ଛାଡ଼ିବାକୁ ପଡ଼ିବ। ଲକ୍ଷ୍ୟ କରନ୍ତୁ ଏହି ବିଚାରଧାରାରେ ହିନ୍ଦୁଙ୍କ ପାଇଁ କିଛି ନାହିଁ। ଦଳ ଯାହା ହାସଲ କରିବାକୁ ଚାହୁଁଥିଲା ସେଥିରୁ ଅଧିକାଂଶ ହାସଲ କରିବା ପରେ ମଧ୍ୟ ସମାନ ପଥରେ ଥିବା ଦେଖିବାକୁ ପାଇଛେ। ମୁସଲମାନଙ୍କୁ ସେମାନଙ୍କର ଖାଦ୍ୟପେୟ ତ୍ୟାଗ କରିବାକୁ ପଡ଼ିବ; କାହାକୁ ପ୍ରେମ ଏବଂ ବିବାହ କରିବେ ସେ ସମ୍ପର୍କିତ କାର୍ଯ୍ୟକଳାପ ତ୍ୟାଗ କରିବାକୁ ପଡ଼ିବ; କେଉଁଠି ରହିବେ, କେଉଁଠି ପ୍ରାର୍ଥନା କରିବେ ସେ ସମ୍ପର୍କିତ କାର୍ଯ୍ୟକଳାପକୁ ତ୍ୟାଗ କରିବାକୁ ପଡ଼ିବ; ମୁସଲମାନମାନେ ଭୋଟ ଦେଇପାରିବେ କି ନାହିଁ; ସେମାନେ ଶରଣ ନେଇପାରିବେ କି ନାହିଁ ଇତ୍ୟାଦି ଏବଂ ଆହୁରି ଅନେକ କିଛି। ଏହାର କୌଣସି ଅନ୍ତ ନାହିଁ କାରଣ ଉତ୍ପୀଡ଼ନ ହେଉଛି ଉଦ୍ଦେଶ୍ୟ ଏବଂ ଧମକ ହିଁ ଏକମାତ୍ର ଚୂଡ଼ାନ୍ତ ଲକ୍ଷ୍ୟ।
ଏହି ଧର୍ମାନ୍ଧତାକୁ ‘ଦକ୍ଷିଣପନ୍ଥୀ’ ଚିନ୍ତାଧାରା ଏବଂ ରାଜନୀତି କୁହାଯିବା ଏହି ଶବ୍ଦ ପ୍ରତି ଏକ ଅପମାନ। ରାଜନୀତିରେ ସାଧାରଣରେ ରକ୍ଷଣଶୀଳତାର ଏକ ଦୀର୍ଘ ଏବଂ ମହାନ୍‌ ପରମ୍ପରା ଅଛି। ଏହା ନିରନ୍ତରତା ଚାହେଁ। ଏହା ସ୍ଥିରତାକୁ ଗୁରୁତ୍ୱ ଦିଏ। ଉଦାହରଣ ସ୍ବରୂପ, ମୁଦ୍ରା ଉଚ୍ଛେଦ ଏକ ଉଗ୍ର ସୁଧାରବାଦୀ ଧାରଣା, ଯାହା ରକ୍ଷଣଶୀଳ ନୁହେଁ। ଆମେ ଯେଉଁ ସଂସ୍ଥାଗୁଡ଼ିକର ମନଇଚ୍ଛା ଅଦଳବଦଳ କରିବା, ପୁନଃ ନାମକରଣ, କାଟିବା ଏବଂ ପରିବର୍ତ୍ତନ ଆଦି ଦେଖୁଛୁ, ସେଥିମଧ୍ୟରୁ କୌଣସିଟି ରକ୍ଷଣଶୀଳ ନୁହେଁ। ଏଠାରେ ଦକ୍ଷିଣପନ୍ଥୀକୁ ଯାହା ଚିତ୍ରିତ କରାଯାଇଛି ତାହା ହେଉଛି ତୀବ୍ର ପକ୍ଷପାତ। ଏହି କାରଣରୁ ଦଶନ୍ଧି ଧରି ଭାଜପା ଇସ୍ତାହାର ଅନେକ ବିଷୟକୁ ପରୀକ୍ଷାନିରୀକ୍ଷା କରି ଗ୍ରହଣ କରିଛି ଏବଂ ପ୍ରତ୍ୟାଖ୍ୟାନ କରିଛି। ସେସବୁ ୧୯୬୦ ଏବଂ ୧୯୭୦ ଦଶକରେ ସମାଜବାଦୀ ରହିଥିଲା। ବାଜପେୟୀଙ୍କ ଶାସନରେ ଦଳ ଘୋଷଣା କରିଥିଲା ଯେ, ଏହା ସମସ୍ତ ଭାରତୀୟଙ୍କ ଆୟ ଏବଂ ଘରର ଆକାରକୁ ସୀମିତ କରିବ। ଏହା ପରିତ୍ୟାଗ କରାଗଲା। ଦଳ ଦାବି କରିଥିଲା ଯେ କାରଖାନାରେ ଶ୍ରମିକଙ୍କ ସ୍ଥାନ ନେବା ପାଇଁ ଯାନ୍ତ୍ରିକୀକରଣକୁ ଅନୁମତି ଦିଆଯିବ ନାହିଁ। ଏହାକୁ ମଧ୍ୟ ବାଦ୍‌ ଦିଆଯାଇଥିଲା। ଏହା ଚାହୁଁଥିଲା ଯେ ଚାଷୀମାନେ ଟ୍ରାକ୍ଟର ବଦଳରେ ବଳଦରେ ଚାଷ କରନ୍ତୁ, ଯେଉଁଥିରୁ ମଧ୍ୟ ଦୂରେଇଯାଇଥିଲା। ଏହି ବିଷୟଗୁଡ଼ିକୁ କାହିଁକି ଗ୍ରହଣ କରାଯାଇଥିଲା କିମ୍ବା ପ୍ରତ୍ୟାଖ୍ୟାନ କରାଯାଇ ଥିଲା, ସେ ସମ୍ପର୍କରେ କୌଣସି ବ୍ୟାଖ୍ୟା କରାଯାଇ ନ ଥିଲା। ଭାଜପା/ଜନସଂଘ ଯେଉଁ ପ୍ରାଥମିକ ଫଳାଫଳ ପ୍ରଦାନ କରୁଥିଲା ତାହା ସ୍ପଷ୍ଟତଃ ଥିଲା ସଂଖ୍ୟାଲଘୁଙ୍କ ପ୍ରତି ଏହାର ପ୍ରକୃତ ତଥା ଅପରିବର୍ତ୍ତନୀୟ ଘୃଣା ଭାବନା। ବାକି ସବୁ ଥିଲା ଅପ୍ରାସଙ୍ଗିକ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦୁଆଙ୍କୁ ମିଳିଲା ସାନ ଭଉଣୀ: ଦ୍ୱିତୀୟ କନ୍ୟାରତ୍ନଙ୍କୁ ସ୍ୱାଗତ କଲେ ‘ଦୀପବୀର୍‌’

ମୁମ୍ବାଇ: ବଲିଉଡ୍‌ର ଚର୍ଚ୍ଚିତ ତଥା ଲୋକପ୍ରିୟ ଯୋଡ଼ି ଦୀପିକା ପାଦୁକୋନ୍‌ ଏବଂ ରଣବୀର୍‌ ସିଂହଙ୍କ ଘରକୁ ଆସିଛି ନୂଆ ଅତିଥି। ଶନିବାର ଏହି ଷ୍ଟାର୍‌ ଦମ୍ପତିଙ୍କ କୋଳକୁ…

ଦିଗପହଣ୍ଡି ରେ  ମା ‘ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶୁଭାରମ୍ଭ  

ଦିଗପହଣ୍ଡି,୧୯|୯(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ୩ ନଂ. ୱାର୍ଡ ନୂଆସାହି ସ୍ଥିତ ଆରାଧ୍ଯା ଦେବୀ ମା’ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶନିବାର ଠାରୁ ଆରମ୍ଭ…

ଅବ୍ୟବସ୍ଥାରେ ରିଷିଡ଼ା ବସ୍‌ଷ୍ଟାଣ୍ଡ

ରିଷିଡ଼ା,୧୯ା୮(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ବସ୍‌ଷ୍ଟାଣ୍ଡ ଏବେ ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। ସାମାନ୍ୟ ବର୍ଷାରେ ବସ୍‌ଷ୍ଟାଣ୍ଡ ପରିସର ତଥା ମୁଖ୍ୟ ରାସ୍ତାରେ…

ଭିଡିଓ କଲ୍‌ର ଅପରପାର୍ଶ୍ୱରୁ ଶୁଭିଲା ‘ଦିଦି ପଡ଼ିଗଲା’: ୪୩ ଘଣ୍ଟା ପରେ ଉଦ୍ଧାର ହେଲା…

ସୁନ୍ଦରଗଡ଼, ୧୯/୯ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ତଳସରା ଥାନା ଅନ୍ତର୍ଗତ ଘୋଘର ନିକଟ ଇବ୍‌ ନଦୀର କନାକୁଣ୍ଡଠାରେ ଗୁରୁବାର ଅପରାହ୍ଣରେ ଗୋଡ଼ ଖସି ଜଳର…

ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ୱର,୧୯।୯: ଭୁବନେଶ୍ବର ଏୟରଫିଲ୍ଡ ଥାନା ଅଧୀନ ସୁନ୍ଦରପଦା ଅଞ୍ଚଳରେ ଥିବା ଏକ ରେଷ୍ଟୁରାଣ୍ଟରେ ଶନିବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ରେଷ୍ଟୁରାଣ୍ଟରେ ପୋଡି ଯାଇଥିବା ବେଳେ ଲକ୍ଷାଧିକ…

ସମୁଦ୍ର ତଟକୁ ସ୍ବଚ୍ଛ ରଖିବା ପାଇଁ ପ୍ରୟାସ, ବରୁଣ ଦେବତାଙ୍କୁ ବନ୍ଦାପନା କରି…

ମହାକାଳପଡ଼ା,୧୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ପୁରାଣରେ ବର୍ଣ୍ଣିତ ସମୁଦ୍ରକୂ ବରୁଣ ଦେବତା ରୂପେ ପୂଜା କରାଯାଏ। ଶନିବାର ପୂର୍ବାହ୍ନରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ଶାସନ…

ଡିଜେ ସାଉଣ୍ଡରେ ଅସ୍ତବ୍ୟସ୍ତ ଜନଜୀବନ:ରୋଗୀଙ୍କ ଚିକିତ୍ସାରେ ବାଧା

ବାଲିଗୁଡ଼ା, ୧୯/୯ (ସଞ୍ଜୟ କୁମାର ପାଣିଗ୍ରାହୀ): ପୂଜା, ପର୍ବପର୍ବାଣି ଓ ବିଭିନ୍ନ ଉତ୍ସବ ଅବସରରେ ଡିଜେ ସାଉଣ୍ଡର ଅତ୍ୟଧିକ ବ୍ୟବହାର ଏବେ ସାଧାରଣ ଲୋକଙ୍କ ପାଇଁ ଅସୁବିଧାର…

ବଟେଶ୍ୱର ବେଳାଭୂମିରେ ‘ସ୍ୱଚ୍ଛ ସାଗର, ସୁରକ୍ଷିତ ସାଗର

ଗଞ୍ଜାମ, ୧୯/୯ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ଅନ୍ତର୍ଗତ କଣ୍ଟିଆଗଡ଼ସ୍ଥିତ ବଟେଶ୍ୱର ବେଳାଭୂମିଠାରେ ଶନିବାର ‘ସ୍ୱଚ୍ଛ ସାଗର, ସୁରକ୍ଷିତ ସାଗର’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?