ସ୍ବଳ୍ପବୟସ୍କଙ୍କ ଆତ୍ମହତ୍ୟା ପ୍ରବଣତା ବଢୁଛି: ବଡ଼ କାରଣ କହିଲେ ବିଶେଷଜ୍ଞ

ଜେନେଭା/ଭୁବନେଶ୍ୱର/କଟକ/ ବ୍ରହ୍ମପୁର,୩ା୯ (ବନ୍ଦନା ସେଠୀ/ ଶିଳ୍ପା ପ୍ରିୟଦର୍ଶିନୀ/ ଅଶୋକ ସାହୁ)
ବିଶ୍ୱରେ ବର୍ଷକୁ ୭.୨୭ ଲକ୍ଷ ଲୋକ ଆମତ୍ହତ୍ୟା କରୁଛନ୍ତି। ପ୍ରତି ୧୦୦ ଜଣରେ ଜଣେରୁ ଊର୍ଦ୍ଧ୍ୱ (୧.୧%) ବ୍ୟକ୍ତି ଜୀବନ ହାରୁଛନ୍ତି। ପ୍ରତି ୨୦ଜଣଙ୍କ ଆମତ୍ହତ୍ୟା ଉଦ୍ୟମରେ ଜଣେ ବ୍ୟକ୍ତିଙ୍କ ପ୍ରାଣହାନି ଘଟୁଛି। ଜୀବନ ହାରିବା ଭଳି ଚରମ ନିଷ୍ପତ୍ତି ନେଉଥିବା ଲୋକଙ୍କ ମଧ୍ୟରୁ ୫୩% ହେଉଛନ୍ତି ମହିଳା ବୋଲି ଜାତିସଂଘର ସ୍ବାସ୍ଥ୍ୟ ସଂସ୍ଥା ଡବ୍ଲ୍ୟୁଏଚ୍‌ଓ ୨୦୨୧ରେ ପ୍ରକାଶିତ ଏକ ରିପୋର୍ଟ ଆଧାରରେ ଏହାର ମାନସିକ ସ୍ବାସ୍ଥ୍ୟ ବିଭାଗ ଅନ୍ତରୀଣ ମୁଖ୍ୟ ଦେଭୋରା କେଷ୍ଟେଲ କହିଛନ୍ତି। ଆତ୍ମହତ୍ୟା ଅଗଣିତ ଜୀବନ ଓ ଜୀବିକାକୁ ଉଜାଡ଼ି ଦେଉଛି। ଆତ୍ମହତ୍ୟାକାରୀଙ୍କ ବନ୍ଧୁ, ସମ୍ପର୍କୀୟମାନେ ଅକଳ୍ପନୀୟ ଅସୁବିଧା ଦେଇ ଗତି କରୁଛନ୍ତି। ବିଶ୍ୱରେ ଭୌଗୋଳିକ ଓ ସାମାଜିକ-ଅର୍ଥନୈତିକ ସ୍ଥିତି ନିର୍ବିଶେଷରେ ସ୍ବଳ୍ପ ବୟସ୍କମାନଙ୍କ କ୍ଷେତ୍ରରେ ଆମତ୍ହତ୍ୟା ମୃତ୍ୟୁର ଏକ ପ୍ରମୁଖ କାରଣ ହୋଇ ରହିଆସିଛି। ୨୦୨୧ରେ ୧୫ରୁ ୨୯ ବର୍ଷୀୟା ଝିଅ ଓ ମହିଳାଙ୍କ କ୍ଷେତ୍ରରେ ମୃତ୍ୟୁର ଦ୍ୱିତୀୟ ବଡ଼ କାରଣ ଆତ୍ମହତ୍ୟା ହୋଇଥିବାବେଳେ ସମାନ ବୟସ୍କ ପୁରୁଷଙ୍କ ପାଇଁ ଏହା ତୃତୀୟ ବୃହତ୍‌ କାରଣ ହୋଇଥିବା ବିଶ୍ଳେଷଣରୁ ଜଣାପଡ଼ିଛି। ୨୦୦୦ରୁ ୨୦୨୧ ମଧ୍ୟରେ ଏହି ବୟସ ବର୍ଗର ଲୋକଙ୍କଠାରେ ବିଶ୍ୱବ୍ୟାପୀ ୩୫% ଆମତ୍ହତ୍ୟା ହାର ହ୍ରାସ ପାଇଥିଲେ ମଧ୍ୟ ଏହାକୁ ରୋକିବା ନେଇ ଲକ୍ଷ୍ୟ ପୂରଣ ହୋଇପାରି ନାହିଁ। ୨୦୧୫ରୁ ୨୦୩୦ ମଧ୍ୟରେ ଆମତ୍ହତ୍ୟା ହାର ଏକତୃତୀୟଂଶ ହ୍ରାସ ପାଇଁ ଲକ୍ଷ୍ୟ ରଖାଯାଇଥିଲା। କିନ୍ତୁ ବର୍ତ୍ତମାନର ଅଗ୍ରଗତିକୁ ଦେଖିଲେ ୨୦୩୦ ବେଳକୁ ଏଥିରେ ମାତ୍ର ୧୨% ସଫଳତା ମିଳିପାରେ ବୋଲି ଡବ୍ଲ୍ୟୁଏଚ୍‌ଓ ଉକ୍ତ ରିପୋର୍ଟରେ ଦର୍ଶାଇଛି। ଓ୍ବାଲର୍‌ଡ ମେଣ୍ଟାଲ ହେଲ୍‌ଥ ଟୁଡେ ଏବଂ ମେଣ୍ଟାଲ ହେଲ୍‌ଥ ଆଟ୍‌ଲାସ୍‌ ୨୦୨୪ ଶୀର୍ଷକ ଦୁଇଟି ରିପୋର୍ଟକୁ ବିଶ୍ଳେଷଣ କରି କୁହାଯାଇଛି, ଲିଙ୍ଗ ଅନୁସାରେ ମାନସିକ ରୋଗରେ ଭିନ୍ନତା ଥାଇପାରେ। କିନ୍ତୁ ମୋଟାମୋଟି ଭାବେ ମହିଳାମାନେ ଏହାଦ୍ୱାରା ଅଧିକ ପ୍ରଭାବିତ ହେଉଛନ୍ତି। ଅନେକ ଦେଶର ସରକାର ନିଜସ୍ବ ମାନସିକ ସ୍ବାସ୍ଥ୍ୟ ନୀତି ଆଣି କାର୍ଯ୍ୟକ୍ରମଗୁଡ଼ିକର ଆୟୋଜନ କରୁଛନ୍ତି। ଏପରି କି ଲୋକଙ୍କୁ ମାନସିକ ରୋଗରୁ ରକ୍ଷା କରିବା ପାଇଁ ସେବା କ୍ଷେତ୍ରରେ ପୁଞ୍ଜିନିବେଶ କରୁଛନ୍ତି। ତଥାପି ମେଣ୍ଟାଲ ହେଲ୍‌ଥ ସର୍ଭିସ୍‌ ବର୍ତ୍ତମାନ ଏକ ବୃହତ୍‌ ଆହ୍ବାନରେ ପରିଣତ ହୋଇଛି ବୋଲି ଡବ୍ଲ୍ୟୁଏଚ୍‌ଓ ନିର୍ଦ୍ଦେଶକ ଟେଡ୍ରୋସ୍‌ ଅଧନୋମ୍‌ ଘେବ୍ରେୟେସସ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଆ ଅଘଟଣ: ୨୫ ମୃତକଙ୍କ ମିଳିଲା ପରିଚୟ

ପଣଜୀ,୮ା୧୨(ପି.ଟି/ଏଜେନ୍ସି):ଗୋଆ ରାଜଧାନୀ ପଣଜୀରୁ ୨୫ କି.ମି. ଦୂରରେ ‘ବର୍ଚ ବାଇ ରୋମିଓ ଲେନ୍‌’ ନାଇଟ୍‌ କ୍ଲବ୍‌ ଅବସ୍ଥିତ। ବେଆଇନ ଭାବେ ନିର୍ମିତ ଏହି କ୍ଲ୍‌ବ୍‌କୁ ଭାଙ୍ଗିବା...

ଓଲଟିଲା ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌

ଥୁଆମୂଳ ରାମପୁର,୮ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ସିଲେଟ ଗ୍ରାମ ପଞ୍ଚାୟତରେ ଏକ୍‌ ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ...

ଶୀତୁଆ ରାତିରେ ଶିକ୍ଷକଙ୍କ ଆନ୍ଦୋଳନ: ସରକାର ଦେଲେ ଏମିତି ପ୍ରତିଶ୍ରୁତି

ଭୁବନେଶ୍ୱର, ୮।୧୨(ରବିନାରାୟଣ ଜେନା):ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକମାନଙ୍କ ରଣହୁଙ୍କାରକୁ ରାଜ୍ୟ ସରକାର ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ...

ଏଇ ଭାରତରେ

ବାହାରେ କିମ୍ବା ଘରେ ଅଦରକାରୀ ଜିନିଷ ଠୁଳ ହୋଇ ରହିବା ପ୍ରଦୂଷଣର କାରଣ ପାଲଟୁଛି। ପ୍ରଦୂଷଣ ହ୍ରାସ କରିବା ସକାଶେ ରିସାଇକ୍ଲିଂ ପଦ୍ଧତିରେ ଏଗୁଡ଼ିକର ପୁନଃ...

ପୁଟିନଙ୍କ ପରେ ଭାରତ ଆସିପାରନ୍ତି ଜେଲେନ୍‌ସ୍କି

ନୂଆଦିଲ୍ଲୀ,୮ା୧୨:ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ୨୦୨୬ ଜାନୁଆରୀରେ ଭାରତ ଆସିପାରନ୍ତି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତ ପରେ ନୂଆଦିଲ୍ଲୀ ପକ୍ଷରୁ କୂଟନୈତିକ ସନ୍ତୁଳନ ଉଦ୍ୟମ...

କଚ୍ଛପ ଗତି

କୌଣସି କାର୍ଯ୍ୟ ସମ୍ପାଦନରେ ଉଛୁର ହେଲେ, ଲକ୍ଷ୍ୟ ହାସଲରେ ଡେରି ହେଲେ କିମା ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପାଇଁ ବିଳମ୍ବ ଘଟିଲେ ବିଳମ୍ବର କାରଣକୁ କଚ୍ଛପର...

ବାଘ ଆତଙ୍କ ଯୋଗୁ ୫୫ ସ୍କୁଲ ବନ୍ଦ: ଜାଣନ୍ତୁ କେଉଁଠି

ଡେରାଡୁନ୍‌,୮ା୧୨:ଉତ୍ତରାଖଣ୍ଡର ପୌରି ଜିଲାରେ କଲରାପତରିଆ ବାଘ ଆତଙ୍କ ଯୋଗୁ ୫୫ ସ୍କୁଲକୁ ସାମୟିକ ଭାବେ ବନ୍ଦ କରିଦିଆଯାଇଛି। ଉକ୍ତ ସ୍କୁଲଗୁଡ଼ିକର ପିଲାମାନଙ୍କୁ ଅନ୍‌ଲାଇନ ମୋଡ୍‌ରେ ପାଠପଢ଼ା...

ପୁଟିନ୍‌ଙ୍କ ଭାରତ ଗସ୍ତ ଅନ୍ତରାଳେ

ଭାରତକୁ ଆମେରିକା ନାଲିଆଖି ଦେଖାଇ ଟାରିଫ ବୃଦ୍ଧି କରିଛି। ଏହାସହ ଭାରତ-ରଷିଆ ସମ୍ପର୍କକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଘୋର ଅସନ୍ତୁଷ୍ଟ। ଏଭଳି ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri