ଜଗନ୍ନାଥଙ୍କୁ କରିଥିଲେ ଅପମାନ, ଗଲା ଦିଦିଙ୍କ ଆସନ

ପୁରୀ,୫।୫(ଅଜିତ୍‌ କୁମାର ମହାନ୍ତି): ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଭାଜପା ବିପୁଳ ବିଜୟ ହାସଲ କରିଛି । ୨୦୦ରୁ ଅଧିକ ବିଧାନସଭା ଆସନରେ ଜିତି ଭାଜପା ବହୁମତ ହାସଲ କରିଛି । ଦୀଘା ଜଗନ୍ନାଥ ମନ୍ଦିରରେ ପଥର ମୂର୍ତ୍ତି ନିର୍ମାଣକୁ ମଧ୍ୟ ବିରୋଧ କରିଥିଲେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର। ପଥର ମୂର୍ତ୍ତି ନିର୍ମାଣ ହେଲେ ମମତାଙ୍କ ପାଇଁ ଆଗାମୀ ଦିନରେ ଅଘଟଣ ଘଟିବ ବୋଲି ସେ ଚେତାବନୀ ଦେଇଥିଲେ। ତେବେ ୨୦୨୬ ପଶ୍ଚିମବଙ୍ଗ ନିର୍ବାଚନରେ ମମତା ଶୋଚନୀୟ ପରାଜୟ ବରଣ କରିଛନ୍ତି, ଯାହାକୁ ନେଇ ଏବେ ବିଭିନ୍ନ ଚର୍ଚ୍ଚା ଲାଗିରହିଛି। ବିଶେଷକରି ମହାପ୍ରଭୁଙ୍କ ପ୍ରତି ଅପମାନ ଓ ଅହଙ୍କାର ଯୋଗୁ ମମତା ନିର୍ବାଚନରେ ହାରିଥିବା ସବୁଆଡ଼େ ଚର୍ଚ୍ଚା ହେଉଛି।
ମହାପ୍ରଭୁଙ୍କ ବାଡ଼ଗ୍ରାହୀ ମହାପାତ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି, ଚଳିତ ନିର୍ବାଚନରେ ପଶ୍ଚିମବଙ୍ଗରେ ସରକାର ଯେଉଁ ପରିବର୍ତ୍ତନ ହେଲା ତାହା ମହାପ୍ରଭୁଙ୍କ ପାଇଁ ହେଲା। ଦୀଘାରେ ଯେଉଁ ଜଗନ୍ନାଥ ମନ୍ଦିର ହେଲା ଏହା ତାହାର ପ୍ରଭାବ। ଦୀଘାରେ ଯେତେବେଳେ ମମତା ବାନାର୍ଜୀ ଜଗନ୍ନାଥ ମନ୍ଦିର କଲେ ସେତେବେଳେ ତାଙ୍କୁ ମୁଁ କହିଥିଲି ମନ୍ଦିରରେ ପଥର ମୂର୍ତ୍ତି କରନ୍ତୁନି। ସେ କିନ୍ତୁ ମୋ କଥାକୁ ଗୁରୁତ୍ୱ ଦେଲେନାହିଁ। ପଥର ମୂର୍ତ୍ତି ହେଲେ ଅଘଟଣ ଘଟିପାରେ ବୋଲି ମୁଁ ମମତାଙ୍କୁ କହିଥିଲି।   ଚତୁର୍ଦ୍ଧାମୂର୍ତ୍ତି ପଥରରେ ନିର୍ମାଣ ହେଲେ ଯଦି କିଛି ବିଘ୍ନ ହୁଏ ଅବା ଭାଙ୍ଗିଯାଏ ତାହା ଅଶୁଭ ହେବାର ଆଶଙ୍କା ରହିଛି। ହେଲେ ମୋ କଥାକୁ ମମତା ଗୁରୁତ୍ୱ ନ ଦେଇ ପଥର ମୂର୍ତ୍ତି ନିର୍ମାଣ କରିଥିଲେ। ସେ ପୁଣି କହିଛନ୍ତି, ମମତା ଜଣେ ବହୁତ ଭଲ ଲୋକ। ହେଲେ ତାଙ୍କ ଚାରିପାଖରେ କିଛି କୁଚକ୍ରୀ ଲୋକ ଥିଲେ, ଯେଉଁମାନେ କି ତାଙ୍କୁ ଭୁଲ୍‌ ମାର୍ଗରେ ନେଉଥିଲେ। ଅହଙ୍କାର ମଣିଷକୁ ପତନ କରାଏ। ମୋ କଥାକୁ ଗୁରୁତ୍ୱ ନ ଦେଇ ସେ ଦୀଘା ଜଗନ୍ନାଥ ମନ୍ଦିରରେ ପଥର ମୂର୍ତ୍ତି ନିର୍ମାଣ କଲେ। ଫଳରେ ତାଙ୍କ ସହ ଆଜି ନିର୍ବାଚନରେ ଏହି ଦଶା ହୋଇଛି। ରଥଯାତ୍ରାରେ ବଙ୍ଗାଳିମାନେ ପୁରୀ ନ ଯିବାକୁ ସେ କହିଥିଲେ, କିନ୍ତୁ ଏହାକୁ ଲୋକମାନେ ଗ୍ରହଣ କଲେନାହିଁ। ପ୍ରଭୁ ଜଗନ୍ନାଥ କାହାର ଅହଙ୍କାର ସହ୍ୟ କରନ୍ତି ନାହିଁ। ଫଳରେ ଆଜି ତାଙ୍କର ପତନ ହୋଇଛି। ମୁଁ ପୂର୍ବରୁ ଏନେଇ ଯାହା କହିଥିଲି ସେୟା ହେଲା। ମମତା ହାରିଥିବା ବେଳେ ଭାଜପା ବିପୁଳ ବିଜୟ ହାସଲ କରିଛି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଟି-୨୦ ବୋଲିଂ ରାଙ୍କିଙ୍ଗ୍‌ରେ ହଟଚମଟ: ଦୁନିଆର ନମ୍ବର-୧ ବୋଲର ହେଲେ ପାକିସ୍ତାନର ଏହି ଖେଳାଳି, ଭାରତକୁ ଝଟ୍‌କା!

ନୂଆଦିଲ୍ଲୀ,୨୩।୯: ଆଇସିସି ପକ୍ଷରୁ ଟି-୨୦ ବୋଲରଙ୍କ ନୂଆ ରାଙ୍କିଙ୍ଗ୍‌ ଜାରି କରାଯାଇଛି। ଏଥିରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ପାକିସ୍ତାନର ସ୍ପିନର ଅବରାର ଅହମ୍ମଦ ୭୩୬ ରେଟିଂ…

ରେଳଧାରଣାରେ ଯିବାବେଳେ ୪ ଜଣଙ୍କୁ ଚାପିଦେଲା ରାଜାରାଣୀ ଏକ୍ସପ୍ରେସ

ଗଜପତି,୨୩।୯(ଗିରିଧାରୀ ପରିଛା): ଭୁବନେଶ୍ୱରରୁ ପାରଳାଖେମୁଣ୍ଡି ଆସୁଥିବା ରାଜାରାଣୀ ଏକ୍ସପ୍ରେସ ଧକ୍କାରେ ୪ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଆନ୍ଧ୍ରପ୍ରଦେଶର ଟେକେଲି ଗ୍ରାମ ନିକଟସ୍ଥ…

ବିଧାନସଭାରେ ମନ୍ତ୍ରୀଙ୍କ ବଡ଼ ସୂଚନା: ରାଶନ କାର୍ଡରୁ ବାଦ୍‌ ପଡିଲେ…

ଭୁବନେଶ୍ୱର,୨୩।୯: ରାଜ୍ୟରେ ନୂତନ ରାଶନ କାର୍ଡ (Ration Card) ପାଇଁ ଆବେଦନ କରିଥିବା ହିତାଧିକାରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ବିଧାନସଭାରେ ବିଧାୟକ ବ୍ୟୋମକେଶ ରାୟଙ୍କ…

ସମୁଦ୍ର ଅଶାନ୍ତ: ପାରାଦୀପ ବନ୍ଦରରେ ୩ ନମ୍ବର ବିପଦ ସଙ୍କେତ ଜାରି

ପାରାଦୀପ,୨୩।୯(ଶରତ ରାଉତ): ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ବୁଧବାର ସମୁଦ୍ର ଅତ୍ୟନ୍ତ ଅଶାନ୍ତ ହୋଇପଡ଼ିଛି। ସମୁଦ୍ରରେ ଉଚ୍ଚ ଢେଉ ସହ ବିପଦଜନକ ପରିସ୍ଥିତି ସୃଷ୍ଟି ହୋଇଥିବାରୁ ସମୁଦ୍ର…

ଆଇସିସି ଟି-୨୦ ରାଙ୍କିଙ୍ଗ୍‌ରେ ବଡ଼ ଅଦଳବଦଳ: ଜାଣନ୍ତୁ କେଉଁ ଖେଳାଳି କେତେ ସ୍ଥାନରେ…

ନୂଆଦିଲ୍ଲୀ,୨୩।୯: ଆଇସିସି ଟି-୨୦ ରାଙ୍କିଙ୍ଗ୍‌ରେ ପୁଣିଥରେ ବଡ଼ ଅଦଳବଦଳ ଦେଖିବାକୁ ମିଳିଛି। ନୂଆ ରାଙ୍କିଙ୍ଗ୍‌ରେ ଭାରତର ଇଶାନ କିଶନ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ତେବେ ତାଙ୍କ…

ଝରକା ଗ୍ରୀଲ କାଟି ବ୍ୟାଙ୍କରୁ ଲୁଟ: ପୋଲିସ ତଦନ୍ତ ଆରମ୍ଭ

ବାଲେଶ୍ୱର, ୨୩।୯ (ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ସଦର ବ୍ଲକ ଅନ୍ତର୍ଗତ ଶ୍ରୀରାମପୁରସ୍ଥିତ ଷ୍ଟେଟ୍‌ ବ୍ୟାଙ୍କ ଶାଖାରୁ ମଙ୍ଗଳବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଝରକା ଗ୍ରୀଲ କାଟି…

ଗୋରୁ ଗୁହାଳରୁ ୧୫ ଫୁଟର ବଉଳା କୁମ୍ଭୀର ଉଦ୍ଧାର: ଖେଳିଗଲା ଆତଙ୍କ,ଦେଖନ୍ତୁ VIDEO

ମହାକାଳପଡ଼ା,୨୩।୯ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲାର ବିଭିନ୍ନ ନଦୀ-ନାଳରେ ଏବେ ମାଳ ମାଳ କୁମ୍ଭୀର ଭାସୁଥିବା ଦେଖିବାକୁ ମିଳୁଛି। ନଦୀରେ ପ୍ରାକୃତିକ ଖାଦ୍ୟ ମାଛ ଓ…

ରାଜନୀତିରେ ବଡ଼ ହଲଚଲ: ହଠାତ୍‌ ଇସ୍ତଫା ଦେଲେ କଂଗ୍ରେସ ବିଧାୟକ

ବେଙ୍ଗାଲୁରୁ,୨୩।୯: କଂଗ୍ରେସ ବିଧାୟକ ୟଶବନ୍ତରାୟଗୌଡା ପାଟିଲ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି। ‘ଇଣ୍ଡି ତାଲୁକ’କୁ ମରୁଡ଼ିଗ୍ରସ୍ତ ଘୋଷଣା ନକରାଯିବାର ପ୍ରତିବାଦରେ ସେ ଏହି ପଦକ୍ଷେପ ନେଇଥିବା ଜଣାପଡ଼ିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?