Posted inRasifala

ରାଶିଫଳ: ସୋମବାର, ସେପ୍ଟେମ୍ବର ୨ ତାରିଖ – Daily Horoscope

ମେଷ
ହସ୍ତା ନକ୍ଷତ୍ରସ୍ଥ ଚନ୍ଦ୍ର ଆପଣଙ୍କୁ ପାରିବାରିକ ସୁଖ ସମୃଦ୍ଧି ସାଙ୍ଗକୁ କର୍ମକ୍ଷେତ୍ରରେ ଆଶା ଅନୁଯାୟୀ ସୁଫଳ ପ୍ରଦାନ କରିବ । ପ୍ରତ୍ୟୁଷ ଯାତ୍ରା ସମୟରେ ଅପରିଚିତଙ୍କ ସହ କଳହ ଲାଗିବାର ସମ୍ଭାବନା ରହିଛି । ଶିଳ୍ପ, ବ୍ୟବସାୟ, ସାହିତ୍ୟ କ୍ଷେତ୍ରରେ ସୁନାମ ଅର୍ଜନ କରିବେ। ନୀଚ୍ଚାରୋହୀ ଶୁକ୍ର ଆପଣଙ୍କୁ ଭୋଗବିଳାସରୁ ଦୂରେଇ ରଖି ଅର୍ଥସଙ୍କଟ ସୃଷ୍ଟି କରିବେ।
ବୃଷ
ବୃଷ
କେତୁ ନକ୍ଷତ୍ରସ୍ଥ ବୁଧ ବନ୍ଧୁରେ କଳହ ସାଙ୍ଗକୁ ଧନହାନି ଘଟାଇପାରନ୍ତି। ପରିବାର ସଦସ୍ୟଙ୍କ ସହିତ ଭ୍ରମଣ ଓ କାର୍ଯ୍ୟସିଦ୍ଧି ଯୋଗୁ ମନ ପ୍ରଫୁଲ୍ଲ ରହିବ । ବର୍ତ୍ତମାନ ସମୟରେ ଯେତେଟା ପରିସ୍ଥିତିକୁ ଜଟିଳ ମନେ କରୁଛନ୍ତି ବାସ୍ତବରେ ସେପରି କିଛି ହେବନି । ନୂତନ ଯୋଜନାମ୍ଭରେ ପ୍ରାଥମିକ ସ୍ତରରେ ବିଭିନ୍ନ ପ୍ରତିବନ୍ଧକର ସମ୍ମୁଖୀନ ହୋଇପାରନ୍ତି ।
ମିଥୁନ
ମିଥୁନ
ପୂର୍ବାଫାଲ୍‌ଗୁନୀ ନକ୍ଷତ୍ରରେ ବକ୍ରୀଶନି ଆପଣଙ୍କ ଯାତ୍ରା,ବିବାଦୀୟ ସ୍ଥିତି, ରପତ୍ାନି ବାଣିଜ୍ୟ ଓ ପ୍ରତିଯୋଗିତା ଆଦି କ୍ଷେତ୍ରରେ ବିପରୀତ ଫଳ ପ୍ରଦାନ କରିବେ। ଅବଶ୍ୟ କର୍ମକ୍ଷେତ୍ରରେ ସହମତି ଭିତ୍ତିରେ ଆଲୋଚନା କଲେ କାର୍ଯ୍ୟ ହାସଲ ହେବାର ସମ୍ଭାବନା ରହିଛି। ଘରୋଇ ସମସ୍ୟାରେ ସମାଧାନର ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହୋଇପାରନ୍ତି ।
କର୍କଟ
କର୍କଟ
ଅଶ୍ଳେଷା ନକ୍ଷତ୍ର ଜାତ ବ୍ୟକ୍ତି ସ୍ବାସ୍ଥ୍ୟହାନି ଓ ଶତ୍ରୁପୀଡା କାରଣରୁ ଅଶାନ୍ତ ରହିବେ । କିନ୍ତୁ ପୁନର୍ବସୁ ସହକର୍ମୀଙ୍କ ସହଯୋଗରେ କୈାଣସି ବଡ଼ କାମଟିଏ କରି ପାରିଥିବାରୁ ଆମତ୍ତୃପ୍ତି ଲାଭ କରିବା ସଙ୍ଗେ ସଙ୍ଗେ ପରିବାର ତରଫରୁ ମଧ୍ୟ ପ୍ରଶଂସିତ ହେବେ । ଦୂରଯାତ୍ରା କାଳରେ ଅଜଣା ଅଶୁଣା ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ ।
ସି˚ହ
ସି˚ହ
ଆଜି ରାଜଯୋଗ ପ୍ରଭାବରୁ ଯାହା କରନ୍ତୁ ନା କାହିଁକି ପ୍ରତ୍ୟେକ କ୍ଷେତ୍ରରେ ସଫଳତାର ସ୍ବାଦ ମନକୁ ଖୁସୀ କରାଇବ । କିନ୍ତୁ ମଘାର ସମସ୍ତ ପ୍ରକାର ସୁବିଧା ଥିଲେ ମଧ୍ୟ ଖର୍ଚ୍ଚାନ୍ତ ହୋଇ କାମ ହାସଲ କରିବେ। ବହୁତ ଦିନରୁ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବ । ମାଲିମକଦ୍ଦମାରେ ଆପୋସ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନର ଆଶା ରହିଛି ।
କନ୍ୟା
ଶୁକ୍ର କର୍ମାଧିପତିଙ୍କ ନକ୍ଷତ୍ରସ୍ଥ ଯୋଗୁ ଆଜି ଯେଉଁ କାମଟିକୁ ଆରମ୍ଭ କରିବେ ତାହା ଅତି ସହଜ ଓ ସୁବିଧାରେ ସମ୍ପନ୍ନ ହୋଇଯିବ ା କର୍ମକ୍ଷେତ୍ର ଏପରିକି ସାମାଜିକ ତଥା ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ । କିନ୍ତୁ ଘରେ ଅସାବଧାନତା ଯୋଗୁ ଦ୍ରବ୍ୟ ନଷ୍ଟ କିମ୍ବା ଧନ ହାନି ଘଟିପାରେ ।
ତୁଳା
ତୁଳା
ଷଷ୍ଠାଧିପ ଧନ ଭାବସ୍ଥ ହେତୁ ଋଣ ଦ୍ୱାରା ଅର୍ଥଲାଭ କରିପାରନ୍ତି। କିନ୍ତୁ କର୍ମକ୍ଷେତ୍ରରେ ସଂଘର୍ଷମୟ ସ୍ଥିତିରେ ଗତି କରିବାକୁ ପଡିପାରେ । ଅଫିସରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିବାକୁ ବାଧ୍ୟ ହେବେ । କୌଣସି ମହିଳାଙ୍କ ଅନୁକମ୍ପାମୂଳକ ସାହାଯ୍ୟ ଦ୍ୱାରା ଉପକୃତ ହୋଇପାରନ୍ତି।
ବିଛା
ବିଛା
ଦେବଗୁରୁ ଗ୍ରହଜଗତର ରାଜକୁମାର ବୁଧଙ୍କ ନକ୍ଷତ୍ରସ୍ଥ ହେତୁ ଦୀର୍ଘଦିନରୁ ଅଟକି ରହିଥିବା କାମଟିକୁ ହଠାତ୍‌ ଆରମ୍ଭ କରିବାକୁ ମନ ବଳାଇବେ। କିନ୍ତୁ ଈର୍ଷାପରାୟଣ ବନ୍ଧୁମାନେ ସେହି ଅନୁପାତରେ ଅଫିସ୍‌ କାମରେ, ପ୍ରଶାସନିକ ସ୍ତରରେ, ସଭାସମିତିରେ ତଥା ବାଣିଜ୍ୟ,ବ୍ୟବସାୟରେ ପରୋକ୍ଷ ଶତ୍ରୁତା କରିପାରନ୍ତି।
ଧନୁ
ଧନୁ
ରାହୁ ଚତୁର୍ଥାଧିପତିଙ୍କ ନକ୍ଷତ୍ରରେ ପାରିବାରିକ ଅଶାନ୍ତି ସାଙ୍ଗକୁ ଲୋକସମ୍ପର୍କ ହାନି କରାଇପାରେ। କିନ୍ତୁ ଉତ୍ତରାଷାଢା ନକ୍ଷତ୍ର ଯେଉଁ କାମ ହାତକୁ ନେଇଛନ୍ତି ତାହା ବଢାଇ ନିଅନ୍ତୁ, କିଛି ଅସୁବିଧା ହେବନି। ଅବଶ୍ୟ ସକାଳୁ ସକାଳୁ ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିବାର ସୂଚନା ରହିଛି। ଅଫିସ୍‌ କାମରେ ମାନସିକ ଚାପର ସମ୍ମୁଖୀନ ହୋଇପାରନ୍ତି।
ମକର
ମକର
ଧନିଷ୍ଠା ନକ୍ଷତ୍ର ବିଭିନ୍ନ କୌଶଳ ଅବଲମ୍ବନ କରି ଅର୍ଥନୀତିକୁ ଦୃଢୀଭୂତ କରିପାରନ୍ତି। ବହୁତ ଦିନ ହେଲା ଲାଗି ରହିଥିବା ସ୍ବାସ୍ଥ୍ୟ ସମସ୍ୟା କେତେକାଂଶରେ ଆଜି ହାଲୁକା ଅନୁଭବ କରିବେ। ଶତ୍ରୁତା କାରଣରୁ ବିଭିନ୍ନ ପ୍ରକାରର ପ୍ରତିବନ୍ଧକର ସମ୍ମୁଖୀନ ହୋଇ ଚେଷ୍ଟା କରୁଥିବା କାମଟି ଅସମ୍ପୂର୍ଣ୍ଣ ରହିଯିବ। ଯାନ୍ତ୍ରିକ ତ୍ରୁଟି ସମସ୍ୟାକୁ ଦ୍ୱିଗୁଣିତ କରିପାରେ।
କୁମ୍ଭ
କୁମ୍ଭ
ଆଜିର ନୂତନ କର୍ମାରମ୍ଭ, ଯାନବାହନ, ଲୋକସମ୍ପର୍କ, ସଭାସମିତି ଓ ପାରିବାରିକ ସମସ୍ୟା ନେଇ ଚିନ୍ତା କରିବେ। ପ୍ରତିଟି କ୍ଷେତ୍ରରେ ଭଲ ସମ୍ପର୍କ ରହିଥିବା ପ୍ରତିବେଶୀଙ୍କ ସୌହାର୍ଦ୍ଦ୍ୟରୁ ଉପକୃତ ହେବେ । ଶିଳ୍ପ, ବ୍ୟବସାୟ, ପରିବହନ, ନିର୍ମାଣ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ । ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ମନୋବଳ ବୃଦ୍ଧି ପାଇବ।
ମୀନମୀନ
ରେବତୀ ନକ୍ଷତ୍ର ସମସ୍ୟା ମଧ୍ୟରେ ଚଳିବା କାରଣକୁ ନେଇ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟକଲେ ଉପକୃତ ହେବେ । କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ହାତକୁ ନେଇ ପାରନ୍ତି। ନିଜ ଲୋକମାନେ ଅସୁବିଧାରେ ପକାଇବା ସକାଶେ ଚେଷ୍ଟା କରି ପାରନ୍ତି। ଉପରିସ୍ଥଙ୍କ ଅନୁକମ୍ପାରୁ କର୍ମକ୍ଷେତ୍ରରେ ହାତ ପାହାନ୍ତାରେ ସୁଯୋଗ ପାଇପାରିବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ଡିସେମ୍ବର ୨୨ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସହ ମଙ୍ଗଳଙ୍କ ମିଳନ ପାରିବାରିକ ଜୀବନକୁ ସରସ,ସୁନ୍ଦର କରିବ। ତଥାପି ଗତକାଲି ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ଟଣାଓଟରା...

ରାଶିଫଳ: ରବିବାର, ଡିସେମ୍ବର ୨୧ ତାରିଖ – Daily Horoscope

ମେଷ ଭାଗ୍ୟସ୍ଥାନରେ ଚତୁଃଗ୍ରହ ଯୋଗରୁ ଆଜିର କର୍ମକ୍ଷେତ୍ର, ପାରିବାରିକ ସ୍ଥିତି ସାଙ୍ଗକୁ ଜୀବନଚର୍ଯ୍ୟା ପ୍ରୀତିପ୍ରଦ ରହିବ। ସକାଳୁ ପ୍ରତୀକ୍ଷା କରିଥିବା ଶୁଭ ଖବର ପାଇ ଖୁସି...

ରାଶିଫଳ: ଶନିବାର, ଡିସେମ୍ବର ୨୦ ତାରିଖ – Daily Horoscope

ମେଷ ଘରର ଅସଜଡା ପରିସ୍ଥିତିକୁ ସଜାଡ଼ିବାକୁ ଯାଇ ମାନସିକ ସ୍ଥିତି ବିକ୍ଷିପ୍ତ ରହିବ। ଦ୍ୱିଜା ନକ୍ଷତ୍ରର ଗତକାଲିର ଟେନ୍‌ସନ ଆଜି କମିଯାଇପାରେ। ଜମିଜମା, ପୁରାତନ ଗାଡ଼ି...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୧୯ ତାରିଖ – Daily Horoscope

ମେଷ ସହକର୍ମୀଙ୍କୁ ସୁପରାମର୍ଶ ଓ ପ୍ରେରଣା ଦେଇ ପ୍ରଶଂସିତ ହେବେ। ପ୍ରତ୍ୟାବର୍ତ୍ତନ ପଥରେ ଦୀର୍ଘ ସମୟ ଅପେକ୍ଷାନ୍ତେ ବନ୍ଧୁଙ୍କୁ ଭେଟିପାରନ୍ତି। ସାଧାରଣ କଥାକୁ ନେଇ ପାରିବାରିକ...

ରାଶିଫଳ: ଗୁରୁବାର, ଡିସେମ୍ବର ୧୮ ତାରିଖ – Daily Horoscope

ମେଷ ମାନସିକ ଅସ୍ଥିରତାରୁ ଆପଣ ସାଧାରଣ କଥାରେ ଉତ୍ତେଜିତ ହୋଇପାରନ୍ତି। ପ୍ରତ୍ୟେକ ସ୍ତରରେ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିପାରିବେ।...

ରାଶିଫଳ: ବୁଧବାର, ଡିସେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ କୋଣ ସ୍ଥାନରେ ବୃହସ୍ପତି ଅବସ୍ଥାନ କରୁଥିବାରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ନୂଆ ଯୋଜନା ସକାଶେ ମନ...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୧୬ ତାରିଖ – Daily Horoscope

ମେଷ ଆଜିର ସପ୍ତମ ଚନ୍ଦ୍ର ପ୍ରଭାବରେ ବନ୍ଧୁଙ୍କ ସହ ଯାତ୍ରାରମ୍ଭ କରି ଖୁସି ମନେଇବେ। ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ।...

ରାଶିଫଳ: ସୋମବାର , ଡିସେମ୍ବର ୧୫ ତାରିଖ – Daily Horoscope

ମେଷ ଆଜିର ସପ୍ତମସ୍ଥ ଚନ୍ଦ୍ର ଏବଂ ଉଚ୍ଚାରୋହୀ ରାଶ୍ୟାଧିପତିଙ୍କ କାରଣରୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ। କେତୁଙ୍କ କୁପ୍ରଭାବରୁ ସନ୍ତାନ ହେତୁକ ସମସ୍ୟା ବିବ୍ରତ କରିପାରେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri