ଜନଧନ ଆକାଉଣ୍ଟଧାରୀ ହୋଇଯାଆନ୍ତୁ ସତର୍କ! Re-KYC କରିବା ଜରୁରୀ ନଚେତ… ଜାଣନ୍ତୁ ଅନଲାଇନ୍‌ରେ…

ନୂଆଦିଲ୍ଲୀ,୬।୮: ପ୍ରଧାନମନ୍ତ୍ରୀ ଜନଧନ ଯୋଜନା(PMJDY)ର ୧୦ ବର୍ଷ ପୂର୍ତ୍ତି ହୋଇଛି। ଏହି ଯୋଜନା ଅଧୀନରେ ଅନେକ ଆକାଉଣ୍ଟରେ ପୁଣି ଥରେ କଓ୍ବୋଇସି ଅପ୍‌ଡେଟ୍‌ କରିବାକୁ ହେବ। ହେଲେ ଆକାଉଣ୍ଟଧାରୀଙ୍କ ପାଇଁ ଏକ ଖୁସିଖବର ରହିଛି। ରି-କଓ୍ବୋସି ପ୍ରକ୍ରିୟାକୁ ସହଜ କରିବା ଲାଗି ସାର୍ବଜନିତ କ୍ଷେତ୍ରର ବ୍ୟାଙ୍କଗୁଡ଼ିକ ଜୁଲାଇ ୧ରୁ ସେପ୍ଟେମ୍ବର ୩୦ ସେପ୍ଟେମ୍ବର ଯାଏ ପଞ୍ଚାୟତସ୍ତରରେ ସ୍ବତନ୍ତ୍ର ଶିବିର ଲଗାଇବେ। ବୁଧବାର RBI ଗଭର୍ନର ସଞ୍ଜୟ ମଲହୋତ୍ରା ଏହା ଜଣାଇଛନ୍ତି। ତେବେ ଆପଣ ଅନଲାଇନରେ Re-KYC କରିପାରିବେ, ଆସନ୍ତୁ ସେନେଇ ଜାଣିବା…

Re-KYC କ’ଣ?
ନୋ ଇଓର କଷ୍ଟମର(KYC) ଡିଟେଲ ହେଉଛି ସେହି ଡକ୍ୟୁମେଣ୍ଟ ଏବଂ ଠିକଣା ନେଇ ସୂଚନା ଯାହାକୁ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ସମୟରେ ଆବଶ୍ୟକତା ପଡ଼ିଥାଏ। ରି-କଓ୍ବୋଇସି ଅର୍ଥାତ ବ୍ୟାଙ୍କ ପୁଣିଥରେ ଏସବୁ ଡକ୍ୟୁମେଣ୍ଟଗୁଡ଼ିକୁ ଅପ୍‌ଡେଟ୍‌ ରଖିବା ଲାଗି ପଦକ୍ଷେପ ଉଠାଇଥାନ୍ତି।

ଜନଧନ ଯୋଜନା କ’ଣ?
୨୦୧୪ରେ ଏହି ଯୋଜନା ଆରମ୍ଭ ହୋଇଥିଲା। ଏହାକୁ ଦେଶର ପ୍ରତ୍ୟେକ ପରିବାରର ସଞ୍ଚୟ ଖାତା ରଖିବା ଲାଗି ଡିଜାଇନ କରାଯାଇଥିଲା। ଏଯାବତ ଏହି ଯୋଜନା ଅଧୀନରେ ୫୫ କୋଟିରୁ ଅଧିକ ଆକାଉଣ୍ଟ ଖୋଲାଯାଇଛି।

ଏହି ଖାତାଧାରୀଙ୍କୁ ଅନେକ ଲାଭ ମିଳିଥାଏ, ଯେପରିକି ଜିରୋ ବାଲାନ୍ସ ସୁବିଧା, ସଞ୍ଚୟ ଟଙ୍କା ଉପରେ ସୁଧ, ଦୁର୍ଘଟଣା ବୀମା, ରୁପେ ଡେବିଟ୍‌ କାର୍ଡ ଏବଂ ୧୦୦୦୦ ଟଙ୍କାର ଓଭର ଡ୍ରାଫ୍ଟ ସୁବିଧା।

ଯଦି ଆକାଉଣ୍ଟ SBIରେ ଥାଏ ତେବେ କିଭଳି ଅନଲାଇନରେ କଓ୍ବୋଇସି ଅପ୍‌ଡେଟ୍‌ କରିବେ ଜାଣନ୍ତୁ:

-ପ୍ରଥମେ SBI Net Banking ଆକାଉଣ୍ଟରେ ଲଗ୍‌ ଇନ୍‌ କରନ୍ତୁ।
-ଏବେ My Account ଏବଂ ପ୍ରୋଫାଇଲ ଟ୍ୟାବ୍‌କୁ ଯାଆନ୍ତୁ।
-ଏହା ପରେ ଅପଡେଟ୍‌ କଓ୍ବୋଇସି ଅପ୍‌ଶନ ଚୟନ କରନ୍ତୁ
-ନିଜର ପ୍ରୋଫାଇଲ ପାସଓ୍ବାର୍ଡ ଦାଖଲ କରନ୍ତୁ ଏବଂ ସବମିଟ୍‌ କରନ୍ତୁ
-ପରେ ପୁଣି ଥରେ ନିଜର ଆକାଉଣ୍ଟ ଚୟନ କରି ସବମିଟ୍‌ କରନ୍ତୁ।
-ଜରୁରୀ ସୂଚନା ପ୍ରଦାନ କରନ୍ତୁ। ଯଦି କୌଣସି ପରିବର୍ତ୍ତନ ହୁଏ ତେବେ ଅପଡେଟେଡ୍‌ ଡକ୍ୟୁମେଣ୍ଟ ଅପଲୋଡ କରନ୍ତୁ।
– ପ୍ରକ୍ରିୟା ଶେଷ କରିବା ଲାଗି ନିଜର ରେଜିଷ୍ଟର୍ଡ ମୋବାଇଲ ନମ୍ବରରେ ପଠାଯାଇଥିବା ଓଟିପି ଦାଖଲ କରନ୍ତୁ।

 


Enter your email to get our daily news in your inbox.

All Right Reserved By Dharitri.Com

ୟୁଟ୍ୟୁବରୁ ଶିଖି ୫ ଏକର ଜମି କଲେ ଚାଷ: ଦୁଇମାସରେ…

ଭବାନୀପାଟଣା,୯ା୧୨(ଉତ୍ତମ କୁମାର ଦାଶ):ନେପିଆର୍‌ ଘାସ ଚାଷ କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବ୍ଲକ ସିକେରଗୁଡା ଗାଁର ଅଜିତ ପ୍ରଧାନଙ୍କୁ ସ୍ବାବଲମ୍ବୀ କରିଛି। ଏଥିରେ ସେ ଆତ୍ମ...

ବିବାହ ଭାଙ୍ଗିବା ପରେ ସ୍ମୃତିଙ୍କ ନୂଆ ଇନଷ୍ଟାଗ୍ରାମ ପୋଷ୍ଟ ସୃଷ୍ଟି କଲା ହଇଚଇ, ଲେଖିଲେ ଏମିତି…

ନୂଆଦିଲ୍ଲୀ,୯।୧୨: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନା ବର୍ତ୍ତମାନ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଖବରରେ ଅଛନ୍ତି। ରବିବାର, ସେ ଏକ...

ବିମାନରେ ଗୀତା ପଢିଲେ ରୁଷିଆ ରାଷ୍ଟ୍ରପତି, ବନ୍ଧୁଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଦେଇଥିଲେ ବିଶେଷ ଉପହାର

ମସ୍କେ/ନୂଆଦିଲ୍ଲୀ,୯।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସମ୍ପ୍ରତି ତାଙ୍କର ଦୁଇ ଦିନିଆ ଭାରତ ଗସ୍ତ ଶେଷ କରିଛନ୍ତି। ତାଙ୍କ ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ...

ଆଦର୍ଶ ବିଦ୍ୟାଳୟରେ ପାଠପଢ଼ା ସହ ଖାଦ୍ୟ ସମସ୍ୟା, ତେଜିଲେ ଅଭିଭାବକ

ଅତାବିରା,୯ା୧୨(ଯୁଧିଷ୍ଠିର ମହାପାତ୍ର):ଅତାବିରା ଏନ୍‌ଏସି ଅନ୍ତର୍ଗତ ଭୋଇପୁରା ଆଦର୍ଶ ବିଦ୍ୟାଳୟରେ ପିଲାଙ୍କ ପାଠପଢ଼ାରେ ବ୍ୟାଘାତ ହେବା ସହିତ ରନ୍ଧା ଖାଦ୍ୟ ସମସ୍ୟା ଦେଖାଦେଇଛି। ସୋମବାର କେତେକ ପିଲାମାନେ...

ଆଇପିଏଲ ନାଁରେ ଏନଏଚଆରସିରେ ଅଭିଯୋଗ: ଦୂଷିତ ପାଣି ଗନ୍ଧରେ ଫାଟି ପଡୁଛି ଅଞ୍ଚଳ

ଭବାନୀପାଟଣା,୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ତଳଜାରିଙ୍ଗରେ ଅବସ୍ଥାପିତ ଥିବା ଆଇପିଏଲ (ଇଣ୍ଡିଆନ ପଟାସ ଲିମିଟେଡ) କମ୍ପାନୀ ଇଥାନଲ ଉତ୍ପାଦନ କରୁଥିବା ସମୟରେ...

କଟକ ଟି-୨୦ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଲାଗିଲା ଜୋରଦାର ଝଟ୍‌କା: ଅଭିଯୋଗ ପରେ…

ଦୁବାଇ,୯ା୧୨ (ପି.ଟି.):ରାୟପୁରଠାରେ ଅନୁଷ୍ଠିତ ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ସ୍ଲୋ ଓଭର-ରେଟ୍‌ ପାଇଁ ଭାରତକୁ ସୋମବାର ସେମାନଙ୍କ ମ୍ୟାଚ୍‌ ଫି’ର...

ପିତୃତ୍ୱ ପାଇଁ ଜନ୍ମ ସାର୍ଟିଫିକେଟ ନୁହେଁ ବାଧକ: ଶିଶୁପୁତ୍ର ହସ୍ତାନ୍ତର ପାଇଁ ଅଜାଙ୍କୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୯ା୧୨(କାର୍ତ୍ତିକ ସାହୁ): ପିତୃତ୍ୱର ପ୍ରମାଣ ପାଇଁ ଜନ୍ମ ସାର୍ଟିଫିକେଟ ବାଧକ ନୁହେଁ। ଶିଶୁପୁତ୍ରର ଜନ୍ମ ସାର୍ଟିଫିକେଟ ଦାଖଲ କରି ନ ପାରିବା କାରଣରୁ ଜନ୍ମିତ ପିତାଙ୍କୁ...

ଆନ୍ଧ୍ରର ଚକ୍ରାନ୍ତ: ଓଡ଼ିଶା ଯୋଜନାକୁ ସୀମାନ୍ତବର୍ତ୍ତୀ ୭ ଗାଁର ବର୍ଜନ ନିଷ୍ପତ୍ତି

ପଟ୍ଟାଙ୍ଗି,୯ା୧୨(ଶରତ କୁମାର ଧଳ):କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ କୋଟିଆ ପଞ୍ଚାୟତ ଫାଟୁସିନେରୀ ଗ୍ରାମ ନିକଟ ଓଡ଼ିଶା-ଆନ୍ଧ୍ର ସୀମାନ୍ତ ଏକ ସ୍ଥାନରେ ୭ ଗ୍ରାମର ମୁଖିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri