ବ୍ରହ୍ମଚାରୀ ରହିବାକୁ ଚାହୁଁଥିବା ଗଣେଶ କାହିଁକି କରିଥିଲେ ବିବାହ ଜାଣନ୍ତୁ…

କୌଣସି ଶୁଭ କାମ ପୂର୍ବରୁ ଗଣେଶଙ୍କୁ ଆରାଧନା କରାଯାଏ। ସମସ୍ତ ଦେବତାଙ୍କଠାରୁ ଗଣେଶଙ୍କ ସ୍ଥାନ ସର୍ବାଗ୍ରେ। ପୌରାଣିକ କଥା ଅନୁସାରେ, ଗଣେଶ ଆଜୀବନ ବ୍ରହ୍ମଚାରୀ ରହିବାକୁ ଚାହୁଁଥିଲେ। କିନ୍ତୁ ଦିନେ ତାଙ୍କର ବିବାହ ନ କରିବା ସଂକଳ୍ପ ଭାଙ୍ଗିଗଲା ଏବଂ ରିଦ୍ଧି, ସିଦ୍ଧିଙ୍କ ସହ ବିବାହ ହେଲା। ଆସନ୍ତୁ ଜାଣିବା ଗଣେଶଙ୍କ ବିବାହ ସମ୍ପର୍କିତ କିଛି ବିଶେଷ କଥା।


ଗଣେଶ ନିଜ ଶରୀରକୁ ନେଇ ସବୁବେଳେ ଚିନ୍ତାଗ୍ରସ୍ତ ରହୁଥିଲେ। ହାତୀ ପରି ମୁହଁ ଏବଂ ବଡ଼ ପେଟ ଯୋଗୁ ଗଣେଶଙ୍କୁ କିଏ ବିବାହ କରିବ ବୋଲି ଭାବୁଥିଲେ। ତାଙ୍କ ବିବାହ ଯଦି ନ ହେବ ତେବେ ସେ କାହାର ବିବାହ କରାଇ ଦେବେ ନାହିଁ ବୋଲି ସଂକଳ୍ପ ନେଇଥିଲେ। ସେଥିପାଇଁ ଯେଉଁ ଦେବତାଙ୍କ ବିବାହ ହେଉଥିଲା ସେଠାକୁ ଯାଇ ବିଘ୍ନ ଘଟାଉଥିଲେ। ଗଣେଶଙ୍କ ଏପରି ବ୍ୟବହାରରେ ଅନ୍ୟ ଦେବତାମାନେ ଚିନ୍ତାରେ ପଡ଼ିଗଲେ। ସେମାନେ ବୁଝିପାରିଲେନି ଯେ, କ’ଣ କରିବାକୁ ପଡ଼ିବ। ଦେବତାମାନେ ବ୍ରହ୍ମାଙ୍କ ନିକଟକୁ ଯାଇ ଏ ସମସ୍ତ କଥା କହିଥିଲେ।

ଏହା ପରେ ବ୍ରହ୍ମା ନିଜର ମାନସ କନ୍ୟା ରିଦ୍ଧି ଏବଂ ସିଦ୍ଧିଙ୍କୁ ନେଇ ଗଣେଶଙ୍କ ନିକଟକୁ ଯାଇଥିଲେ ଏବଂ ତାଙ୍କୁ ପଢ଼ାଇବା ପାଇଁ କହିଥିଲେ। ଯେତେବେଳେ ଗଣେଶଙ୍କ ନିକଟକୁ ବିବାହ ଖବର ଆସୁଥିଲା,ରିଦ୍ଧି ସିଦ୍ଧି ତାଙ୍କ ଧ୍ୟାନ ଅନ୍ୟ କେଉଁ ଆଡ଼େ ଲଗାଇ ଦେଉଥିଲେ। ଦିନେ ଗଣେଶ ଜାଣିବାକୁ ପାଇଲେ ବିନା ବାଧାରେ ଦେବତାଙ୍କ ବିବାହ ଖୁବ୍‌ ଭଲରେ ସମ୍ପନ୍ନ ହୋଇଯାଉଛି। ଏଥିରେ ସେ ରାଗି ଯାଇଥିଲେ। ଏହା ଜାଣି ବ୍ରହ୍ମା ଗଣେଶଙ୍କ ନିକଟକୁ ଆସି ରିଦ୍ଧି, ସିଦ୍ଧିଙ୍କ ବିବାହ ପ୍ରସ୍ତାବ ତାଙ୍କୁ ଦେଇଥିଲେ। ଗଣେଶ ଖୁସିରେ ଏହି ପ୍ରସ୍ତାବରେ ରାଜି ହୋଇଯାଇଥିଲେ। ଶେଷରେ ଗଣେଶଙ୍କ ସହିତ ରିଦ୍ଧି ସିଦ୍ଧିଙ୍କ ବିବାହ ଖୁବ୍‌ ଧୂମ୍‌ଧାମରେ ସମ୍ପନ୍ନ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ୨୦୨୫ର ଶେଷ ୨୦ ତାରିଖ, ପଡୁଛି ଅଶୁଭ ଯୋଗ; ରାତି ଭିତରେ ଘଟିଯିବ…

ଏହି ବର୍ଷର ଶେଷ ୨୦ ତାରିଖ, ଅର୍ଥାତ ୨୦ ଡିସେମ୍ୱର, ୨୦୨୫ ରେ ଏକ ଅତ୍ୟନ୍ତ ଅଶୁଭ ଯୋଗ ସୃଷ୍ଟି ହେଉଛି, ଯାହା ଯୋଗୁଁ ଲୋକମାନଙ୍କୁ...

ମଣ୍ଡି ଖୋଲିବା ଦାବିରେ ଜିଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣା ଦେଲେ ଚାଷୀ

ବଲାଙ୍ଗୀର,୨୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାର ଅଧିକାଂଶ ମଣ୍ଡି ଏ ଯାଏ ଖୋଲିପାରିନାହିଁ। ଯାହା ଫଳରେ ଚାଷୀମାନେ ଧାନ ବିକ୍ରି କରି ନ ପାରି ହଇରାଣ...

ଟି-୨୦ ବିଶ୍ୱକପ୍‌ ଟିମ୍‌ରୁ ଗିଲ୍‌ ଆଉଟ୍‌: କାରଣ କହିଦେଲେ ଚୟନକର୍ତ୍ତା

ନୂଆଦିଲ୍ଲୀ,୨୦।୧୨: ଭାରତୀୟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ଶୁବମନ ଗିଲ କିଛି ଦିନ ହେବ ଖରାପ ଫର୍ମରେ ଅଛନ୍ତି। ଆଘାତ ଯୋଗୁ ଗିଲ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ଏମିତି ଦେଶ, ଯେଉଁଠି ଦେଖିବାକୁ ମିଳନ୍ତି ନାହିଁ ପିମ୍ପୁଡ଼ି, କାରଣ ଜାଣିଲେ…

ପିମ୍ପୁଡ଼ି ସବୁଠି ଦେଖାଯାନ୍ତି। ପୃଥିବୀରେ ଏପରି କୌଣସି ସ୍ଥାନ ନାହିଁ, ଯେଉଁଠାରେ ପିମ୍ପୁଡ଼ି ନାହାନ୍ତି। ସାରା ବିଶ୍ୱରେ ବିଭିନ୍ନ ପ୍ରକାରର ପିମ୍ପୁଡ଼ି ଦେଖିବାକୁ ମିଳିଥାନ୍ତି। ସେମାନଙ୍କ...

ରେଞ୍ଜରଙ୍କ ଘରୁ ମିଳିଲାଣି ପୁଳାପୁଳା ଟଙ୍କା : ୬୭ ଲକ୍ଷର ଜମା

ଜଗତ୍‌ସିଂହପୁର,୨୦।୧୨: ଜଗତସିଂହପୁର ରାହାମା ରେଞ୍ଜର ରାଜେନ୍ଦ୍ର ସାମନ୍ତରାୟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ପରେ ମିଳିଲାଣି ୬୭ ଲକ୍ଷ ବ୍ୟାଙ୍କ ଓ ପୋଷ୍ଟାଲ ଜମା। ଆୟ ବର୍ହିଭୂତ...

ପୁଅକୁ ନେଇ ଏମିତି କହିଦେଲେ ବିକି କୌଶଳ: ବଢୁଛି ଚର୍ଚ୍ଚା

ନିକଟରେ ଅଭିନେତା ବିକି କୌଶଳ ବାପା ହୋଇଛନ୍ତି। ଏଥିପାଇଁ ତାଙ୍କ ଖୁସି କହିଲେ ନ ସରେ। ସ୍ତ୍ରୀ ତଥା ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ସହ ସେ...

ମସ୍କଙ୍କ ବଡ଼ ବିଜୟ! ୭ ବର୍ଷର ଲଢ଼େଇ ଶେଷ, କୋର୍ଟ ଫେରାଇଲେ…..

ନୂଆଦିଲ୍ଲୀ,୨୦ା୧୨: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍ ମସ୍କ ଏକ ବଡ଼ ବିଜୟ ହାସଲ କରିଛନ୍ତି । ସାତ ବର୍ଷର ଆଇନଗତ ଲଢ଼େଇ ପରେ, ଡେଲାୱେର୍...

ରାଜସ୍ବ ନିରୀକ୍ଷକଙ୍କୁ ପାଠ ପଢ଼ାଇଲେ ରାଜସ୍ବ ମନ୍ତ୍ରୀ: କହିଲେ ଯମ ଅଜାଣତରେ…

ଜୟପୁର,୨୦।୧୨: ରାଜସ୍ବ ନିରୀକ୍ଷକଙ୍କୁ ପାଠ ପଢ଼ାଇଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି ଯମ ଅଜାଣତରେ ମଣିଷର ମୃତ୍ୟୁ ହୁଏନି। ଏହା ସହ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri