ସୀମାନ୍ତରେ ଆନ୍ଧ୍ରର ସ୍ବାସ୍ଥ୍ୟସେବା ବନ୍ଦକଲା ପଟ୍ଟାଙ୍ଗି ତହସିଲ

ପଟ୍ଟାଙ୍ଗି,୧୧ା୭(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତର ପନିକିଗ୍ରାମରେ ଆନ୍ଧ୍ର ପ୍ରଦେଶ ସାଲୁର ବ୍ଲକ୍‌ର ଏକ ସ୍ବାସ୍ଥ୍ୟ ଟିମ୍‌ ଅନୁପ୍ରବେଶ କରି ସ୍ବାସ୍ଥ୍ୟ ଶିବିରକୁ ପଟ୍ଟାଙ୍ଗି ତହସିଲଦାର ଦେବେନ୍ଦ୍ର ବାହାଦୁର ସିଂ ଧାରୁଆ ଶୁକ୍ରବାର ବନ୍ଦ କରିଛନ୍ତି। ଏହା ଓଡ଼ିଶାର ସୀମାନ୍ତ ଗ୍ରାମ। ଏହିପରି ବିନା ଅନୁମତିରେ ଅନୁପ୍ରବେଶ କରି ଆଇନକୁ ହାତକୁ ନେବା ଠିକ୍‌ ନୁହେଁ କହି ଆନ୍ଧ୍ରର ସ୍ବାସ୍ଥ୍ୟ ଟିମ୍‌କୁ ଫେରିଯିବାକୁ ନିର୍ଦ୍ଦେଶ ଦେଇଥିଲେ।
ସୂଚନା ଅନୁଯାୟୀ, ସ୍ବାସ୍ଥ୍ୟ ଟିମ୍‌ ଆନ୍ଧ୍ର ସରପଞ୍ଚ ଦିବକର ଗେମେଲଙ୍କ ଉପସ୍ଥିତିରେ ଅନ୍ୟ ସୀମାନ୍ତ ପନିକିଗ୍ରାମ ଗ୍ରାମବାସୀଙ୍କୁ ଏକତ୍ରକରି ସ୍ବାସ୍ଥ୍ୟ ଶିବିର ଆୟୋଜନ କରିଥିଲେ। ସ୍ବାସ୍ଥ୍ୟ ପରୀକ୍ଷା ଜାରି ରଖିଥିବା ବେଳେ ଖବର ପାଇ ପଟ୍ଟାଙ୍ଗି ତହସିଲଦାର ଧାରୁଆ ପନିକି ଗ୍ରାମରେ ପହଞ୍ଚି ସ୍ବାସ୍ଥ୍ୟ ଟିମ୍‌ ଓ ଡାକ୍ତରଙ୍କୁ ଏଭଳି ଅନୁପ୍ରବେଶ କରି ବିବାଦ ସୃଷ୍ଟି ନ କରିବାକୁ ବୁଝାଇ ଚାଲିଯିବାକୁ କହିଥିଲେ। ଏହାପରେ ଆନ୍ଧ୍ର ସ୍ବାସ୍ଥ୍ୟ ଟିମ୍‌ ସ୍ବାସ୍ଥ୍ୟ ପରୀକ୍ଷା ବନ୍ଦ କରି ଆନ୍ଧ୍ର ଫେରିଯାଇଥିଲେ। କୋଟିଆ ପଞ୍ଚାୟତକୁ ନେଇ ରାଜ୍ୟ ସରକାର କମିଟି ଗଠନ କରିଥିଲେ। ସୀମାନ୍ତ ଅଞ୍ଚଳର ପାରିପାଶର୍‌ବିକ ସ୍ଥିତି ଅନୁଧ୍ୟାନ କରିବା ଆଳରେ ରଥଯାତ୍ରାରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓଙ୍କ ସହ ୪ ମନ୍ତ୍ରୀ ଗସ୍ତକରି ଫେରିବା ପରଠାରୁ ଜିଲା ଓ ବ୍ଲକ୍‌ ପ୍ରଶାସନ ଆନ୍ଧ୍ରର ଅନୁପ୍ରବେଶ ଉପରେ କଡା ନଜର ରଖିଥିବା ଜଣାପଡ଼ିଛି। ଓଡ଼ିଶାର ଏହି ପଦକ୍ଷେପକୁ ସୀମାନ୍ତବାସୀ ନାପସନ୍ଦ କରି ୨ ରାଜ୍ୟର ବିବାଦରେ ଆମେ ଛନ୍ଦିହୋଇ ନିର୍ଯାତିତ ହେଉଥିବା ଅଭିଯୋଗ କରିଛନ୍ତି। ଏହି ବିବାଦର ଅନ୍ତ କେବେ ଘଟିବ ବୋଲି ପ୍ରଶ୍ନ କରିଛନ୍ତି। ସୂଚନା ମୁତାବକ ଓଡ଼ିଶାର ୫ ମନ୍ତ୍ରୀଙ୍କ କୋଟିଆ ପଞ୍ଚାୟତ ଗସ୍ତ ପରେ ଆନ୍ଧ୍ରର ସରକାରୀ କର୍ମଚାରୀ ଓ ଅଧିକାରୀ ଅନେକ ଦିନ ନିରବ ରହିବା ପରେ ପୁଣି ଅନୁପ୍ରବେଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ମହିଳା କ୍ରିକେଟରଙ୍କ ପାଇଁ ଖୁସି ଖବର: ଅଢେଇଗୁଣା ମ୍ୟାଚ୍ ଫି’ ବଢ଼ାଇଲା BCCI

ମୁମ୍ବାଇ,୨୨ା୧୨: ଦେଶର ମହିଳା କ୍ରିକେଟରଙ୍କ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଏକ ବଡ଼ ଉପହାର ଦେଇଛି। ସୋମବାର, ଡିସେମ୍ବର ୨୨ ତାରିଖରେ ଅନୁଷ୍ଠିତ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri