Posted inଜାତୀୟ

Pahalgam attack: ଅପରେଟରଙ୍କ ବିଷୟରେ ସାଂଘାତିକ ଖୁଲାସା!

ଶ୍ରୀନଗର, ୨୯।୪: ଜମ୍ମୁ ଓ କଶ୍ମୀରର ପହଲଗାମରେ ଘଟିଥିବା ଆତଙ୍କବାଦୀ ଆକ୍ରମଣ ସମୟରେ ଜଣେ Zipline Operatorଙ୍କ ଦ୍ୱାରା “ଆଲ୍ଲାହୋ ଆକବର” କହୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ତାଙ୍କ ବାପା ଏକ ବୟାନ ଦେଇଛନ୍ତି। ଅନନ୍ତନାଗ ଜିଲାରେ ଏପ୍ରିଲ ୨୨ରେ ଘଟିଥିବା ଏହି ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକଙ୍କ ସମେତ ଜଣେ ସ୍ଥାନୀୟ ବ୍ୟକ୍ତି ପ୍ରାଣ ହରାଇଥିଲେ। ଜିପଲାଇନ ଅପରେଟର ମୁଜମ୍ମିଲଙ୍କ ବାପା କହିଛନ୍ତି, “ମୁଁ ଭିଡିଓଟି ଦେଖିନାହିଁ… ହେଲେ ଆମେ ମୁସଲମାନ, ଯଦି ଝଡ଼ ଆସେ ତେବେ ମଧ୍ୟ ଆମେ ‘ଆଲ୍ଲାହୋ ଆକବର’ କହିବୁ।’

Pahalgam Attack ଏହି ଘଟଣାରେ ଜାତୀୟ ତଦନ୍ତ ଏଜେନ୍ସି (ଏନଆଇଏ) ମୁଜମ୍ମିଲଙ୍କୁ ପଚରାଉଚୁରା କରୁଛି। କାରଣ ଜଣେ ଗୁଜରାଟର ପର୍ଯ୍ୟଟକ ରିଶି ଭଟ୍ଟଙ୍କ ଦ୍ୱାରା ରେକର୍ଡ କରାଯାଇଥିବା ଭିଡିଓରେ ଅପରେଟର ତିନିଥର “ଆଲ୍ଲାହୋ ଆକବର” କହିଥିଲେ। ଏବଂ ତା’ପରେ ଗୁଳିବିନିମୟ ଆରମ୍ଭ ହୋଇଥିଲା। ରିଶି ଭଟ୍ଟ କହିଛନ୍ତି, “ମୋ ପୂର୍ବରୁ ୯ ଜଣ ଜିପଲାଇନ କରିଥିଲେ, କିନ୍ତୁ ଅପରେଟର କିଛି କହି ନଥିଲେ। ମୋ ପାଳିରେ ସେ ତିନିଥର କହିଲେ। ଏବଂ ତା’ପରେ ଗୁଳିବିନିମୟ ଆରମ୍ଭ ହେଲା। ମୋର ତାଙ୍କ ଉପରେ ସନ୍ଦେହ ଅଛି।”

Pahalgam Attack  ନ୍ୟାସନାଲ କନଫରେନ୍ସ ନେତା ଇମ୍ରାନ ନବି ଦାର ମୁଜମ୍ମିଲଙ୍କ ପକ୍ଷ ନେଇ କହିଛନ୍ତି, “ଯେତେବେଳେ କୌଣସି ବିପଦ ସାମ୍ନାକୁ ଆସେ, ଜଣେ ବ୍ୟକ୍ତି ସ୍ବାଭାବିକ ଭାବେ ଈଶ୍ୱରଙ୍କୁ ସ୍ମରଣ କରେ। ଅପରେଟର ଜଣେ ମୁସଲମାନ ଥିବାରୁ ସେ ଆଲ୍ଲାଙ୍କୁ ସ୍ମରଣ କଲେ। ଏହା ଏକ ସୱାଭାବିକ ପ୍ରକ୍ରିୟା। ମୁଁ ଅନୁରୋଧ କରୁଛି ଯେ ତଦନ୍ତକାରୀ ସଂସ୍ଥା ନିରୀହ ଲୋକଙ୍କୁ ଟାର୍ଗେଟ ନ କରନ୍ତୁ।

Pahalgam Attack ଏହି ଆକ୍ରମଣକୁ ପାକିସ୍ତାନ ଆଧାରିତ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବାର ଏକ ଶାଖା ‘ଦି ରେସିସ୍ଟାନ୍ସ ଫ୍ରଣ୍ଟ’ ଦୋଷ ନେବା ପରେ ଏବେ ମନା କରିଦେଇଛି। ଏହା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଭାରତ ସରକାର ଅଟାରୀ ସୀମାକୁ ବନ୍ଦ କରିଦେଇଛନ୍ତି ଏବଂ ୧୬ଟି ପାକିସ୍ତାନୀ ୟୁଟ୍ୟୁବ ଚ୍ୟାନେଲକୁ ଭାରତ ବିରୋଧୀ ମିଥ୍ୟା ଓ ଆକ୍ରୋଶମୂଳକ ପ୍ରଚାର କରିବା ଅଭିଯୋଗରେ ବ୍ୟାନ କରିଛନ୍ତି।
ଏନଆଇଏ ଏହି ଘଟଣାର ତଦନ୍ତ କରୁଛି ଏବଂ ବୈସାରଣ ଉପତ୍ୟକାରେ ଘଟଣାସ୍ଥଳରେ ଅନୁସନ୍ଧାନ ଜାରି ରଖିଛି। ସୁରକ୍ଷା ବାହିନୀ ଦକ୍ଷିଣ କଶ୍ମୀରରେ ଆତଙ୍କବାଦୀ ନେଟୱାର୍କ ନଷ୍ଟ କରିବା ପାଇଁ ବ୍ୟାପକ ଅଭିଯାନ ଚଳାଇଛି। ଏହି ଆକ୍ରମଣ ପରେ କଶ୍ମୀରର ୪୮ଟି ପର୍ଯ୍ୟଟନ ସ୍ଥଳୀକୁ ସୁରକ୍ଷା କାରଣରୁ ବନ୍ଦ କରାଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ବାରବାଟୀରେ ଭାରତର ବଡ଼ ବିଜୟ! ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ହରାଇଲା ‘ସୂର୍ଯ୍ୟ’ ଟିମ୍

କଟକ,୯।୧୨: ମଙ୍ଗଳବାର ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିବା ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚରେ ଭାରତୀୟ କ୍ରିକେଟ୍ ଟିମ୍ ଦକ୍ଷିଣ ଆଫ୍ରିକାକୁ ୧୦୧ ରନର...

ଓଡ଼ିଶା ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ୪୫ ହଜାର କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ ମଞ୍ଜୁରୀ

ନୂଆଦିଲ୍ଲୀ,୯।୧୨: ଓଡ଼ିଶାରେ ସଡ଼କ ପରିବହନ ଭିତ୍ତିଭୂମିର ବିକାଶ ପାଇଁ କେନ୍ଦ୍ର ସରକାର ଏକ ବୃହତ ପୁଞ୍ଜି ବିନିଯୋଗକୁ ଅନୁମୋଦନ କରିଛନ୍ତି। ରାଜ୍ୟ ପାଇଁ ମୋଟ ୪୪,୭୭୧...

୫ ବର୍ଷରେ ଦାଦନ ଖଟିବାକୁ ଯାଇ ରାଜ୍ୟ ବାହାରେ ପ୍ରାଣ ହରାଇଛନ୍ତି ୫୧୮ ଓଡ଼ିଆ

ଭୁବନେଶ୍ୱର,୯।୧୨: ଗତ ୨୦୨୧ ରୁ ୨୦୨୫ ନଭେମ୍ବର ସୁଦ୍ଧା ମଧ୍ୟରେ ରାଜ୍ୟ ତଥା ଦେଶ ବାହାରେ କାମ କରୁଥିବା ସମୟରେ ଓଡ଼ିଶାର ୫୧୮ ଜଣ ପ୍ରବାସୀ...

ଭାରତ ପାଇଁ ସତ୍ୟ ନାଡେଲାଙ୍କ ବଡ଼ ଘୋଷଣା: AI ପାଇଁ ମାଇକ୍ରୋସଫ୍ଟ ନିବେଶ କରିବ ୧.୫ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ବିକାଶ ପାଇଁ ଏକ ବଡ଼ ପଦକ୍ଷେପ ନେଇ ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ସତ୍ୟ ନାଡେଲା...

IND vs SA: ବାରବାଟୀରେ ହାର୍ଦ୍ଦିକଙ୍କ ଛକା ବର୍ଷା, ଦକ୍ଷିଣ ଆଫ୍ରିକାକୁ ଟାର୍ଗେଟ…

କଟକ,୯।୧୨: ପ୍ରଥମ ଟି-୨୦ରେ ପ୍ରଥମେ ବ୍ୟାଟିଂ କରି ଭାରତ ୧୭୫ ରନ କରିଛି। ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ୫୯ ରନର ଚମତ୍କାର ସ୍କୋରରେ ପହଞ୍ଚାଇଛନ୍ତି। ସଙ୍କଟରେ...

Ayushman Card: ବର୍ଷକୁ କେବଳ ଏତିକି ଥର ମିଳେ ମାଗଣା ଚିକିତ୍ସା, ନିୟମ ନ ଜାଣିଲେ ପକେଟରୁ ବାଜିବ ଟଙ୍କା!

ନୂଆଦିଲ୍ଲୀ,୯।୧୨: ଭାରତରେ ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁଲଭ କରିବା ପାଇଁ ସରକାର ଅନେକ ପ୍ରମୁଖ ପଦକ୍ଷେପ ନେଇଛନ୍ତି, ଯାହା ମଧ୍ୟରୁ ସବୁଠାରୁ ପ୍ରମୁଖ ହେଉଛି...

ବାରବାଟୀରେ ଘଣ୍ଟି ବଜାଇ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

କଟକ,୯ା୧୨: କଟକର ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ ଖେଳାଯାଉଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ...

ମୁଖ୍ୟମନ୍ତ୍ରୀ, ମନ୍ତ୍ରୀଙ୍କ କ୍ୱାର୍ଟର୍ସ ନବୀକରଣରେ ପାଇଁ ଏତିକି କୋଟି ଟଙ୍କା ଖର୍ଚ୍ଚ କଲେଣି ସରକାର

ଭୁବନେଶ୍ୱର,୯ା୧୨: ନୂତନ ସରକାର ଗଠନ ପରେ ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀମାନଙ୍କର ସରକାରୀ କ୍ୱାର୍ଟର୍ସ ମରାମତି ଓ ନବୀକରଣ ବାବଦରେ ମୋଟ ୩.୩୯ କୋଟି ଟଙ୍କା ବ୍ୟୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri