ସମୁଦ୍ରରୁ ମାଛଧରା ବନ୍ଦ ପରେ ପୁଟି ଦେଉଛି ରୋଜଗାର

ପାରାଦୀପ,୧୯।୪(ଶରତ ରାଉତ): ରାଜ୍ୟର ଉପକୂଳ ଓଡ଼ିଶାରେ ଏବେ ସାମୁଦ୍ରିକ ମାଛଧରା ବନ୍ଦର ଅଛି। ଏହା ମଧ୍ୟରେ ମାଛ ଗଦି କରିଥିବା ବ୍ୟବସାୟୀମାନେ ପୁଟି ବେପାର ଉପରେ ଗୁରୁତ୍ୱ ଦେଲେଣି। ଯେଉଁ ଅଳ୍ପ ପୁଟି ମିଳୁଛି ତାକୁ ଶୁଖାଇ ବିକ୍ରି ଉପରେ ଧ୍ୟାନ ଦେଉଛନ୍ତି। କାରଣ ଉକ୍ତ ପୁଟି ବଜାର ଦର୍‌ ସର୍ବାଧିକ ରହୁଛି। ଗତ ଗୁରୁବାର ମା’ପାର୍ବତୀ ନାମକ ବୋଟରେ ଥିବା ୩ଟି ତେଲିଆ ବୋରେଇ ମାଛ ବିକ୍ରି କରାଯାଇଥିଲା। ୨୨ କେଜି ଓଜନର ମାଛ ପ୍ରାୟ ୪୪ ହଜାର ଟଙ୍କାରେ ବିକ୍ରି ହୋଇଥିଲା ବୋଲି ପାରାଦୀପ ଅଠରବାଙ୍କି ବାଲିପ୍ଲଟ ମାଛଗଦି ବ୍ୟବସାୟୀ ବାସୁ ବଇତ କୁହନ୍ତି। ଏହାବାଦ ଏହି ମାଛରୁ ସଂଗ୍ରହ ହୋଇଥିବା ପୁଟି ଶୁଖାଯାଇ ତାହାକୁ ବିକ୍ରି କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।
ବ୍ୟବସାୟୀ ଯାଦବ ବଇତ କୁହନ୍ତି, ଏବେ ବିଦେଶକୁ ପୁଟି ଅଧିକ ରପ୍ତାନି କରାଯାଉଛି। କୋଲକାତାରୁ ବ୍ୟବସାୟୀମାନେ ଆସି ଏହାକୁ ନେଉଛନ୍ତି। ସବୁଠାରୁ ଅଧିକ ମୂଲ୍ୟ ହେଉଛି ତେଲିଆ ବୋରେଇ ମାଛର। ୫ କେଜିରୁ ଅଧିକ ଓଜନର ତେଲିଆ ବୋରେଇ ପୁଟି କେଜି ପିଛା ୫୦ ହଜାର ଟଙ୍କାରେ ସେମାନେ ନେଉଛନ୍ତି। ସେହିପରି ଛୋଟ ଓ ବଡ଼ ମାଛର ପୁଟି ପାଇଁ ଅଲଗା ଦର ରହିଛି। ଏହାବାଦ୍‌ ଭେକ୍ଟି, ସାପମାଛ ପୁଟି ମଧ୍ୟ ସେହିଭଳି ମୂଲ୍ୟରେ ବିକ୍ରି ହେଉଛି। ତାଙ୍କ ମତରେ ଏହି ମାଛ ପୁଟି ସବୁ ଔଷଧୀୟ କାମରେ ଲାଗୁଛି। ଯଥା ବିଭିନ୍ନ କ୍ୟାପସୁଲର ଉପରି ଭାଗର ଖୋଳ, ଅପରେଶନ ସମୟରେ ବ୍ୟବହାର ହେଉଥିବା ସୂତା, ଓମେଗା ଟାବ୍‌ଲେଟ ଆଦି ଏହି ସାମୁଦ୍ରିକ ମାଛ ପୁଟିରୁ ପ୍ରସ୍ତୁତ ହୁଏ। ସେଥିପାଇଁ ଆମେ ପୂର୍ବରୁ ମାଛ ବିକ୍ରି କରୁଥିଲୁ। ସେମାନେ ମାଛ କାଟି ମାଂସାଳ ଅଂଶକୁ ସାଧାରଣ ବଜାର ମୂଲ୍ୟରେ ବିକ୍ରି କରିଥାନ୍ତି। କିନ୍ତୁ ପୁଟିକୁ ଅଲଗା ବିକ୍ରି କରନ୍ତି। ଏବେ ଶୁଖିଲା ପୁଟିର ଅଧିକ ଚାହିଦା ରହୁଛି। ଗୋଟିଏ ମାଛ ପୁଟିକୁ ବାହାର କରି ସୂତା ଜରିଆରେ ଘର ଭିତର ଖୋଲା ପବନରେ ଶୁଖା ଯାଉଛି। ୨ ରୁ ୩ ଦିନ ମଧ୍ୟରେ ତାହା ରବର ଭଳି ହୋଇଥାଏ। ସେହି ଶୁଖିଲା ପୁଟିର ମୂଲ୍ୟ କେଜି ପିଛା ୫୦ହଜାର ଟଙ୍କା ମିଳିଥାଏ। ସେଥିପାଇଁ ଏବେ ପୁଟିକୁ ଶୁଖେଇ ବିକୁଛୁ ବୋଲି ଅନ୍ୟତମ ବ୍ୟବସାୟୀ ପରେଶ ମଣ୍ଡଳ କୁହନ୍ତି।
ମାଛଧରା କଟକଣା ପରେ ସାମୁଦ୍ରିକ ମାଛଧରା ବନ୍ଦ ରହିଛି। କିନ୍ତୁ ଛୋଟ ଡଙ୍ଗାଗୁଡିକ ପାଇଁ ଆଂଶିକ କୋହଳ ରହିଛି। ସେହି ଛୋଟ ଡଙ୍ଗା ସୂତୀ ଜରିଆରେ ଟୁନା ମାଛ, କାଉ ମାଛ, ସାପମାଛ, ତେଲିଆ ବୋରେଇ, ଭେକ୍ଟି ଆଦି ଧରିବାକୁ ଯାଉଛନ୍ତି। କାଁ ଭାଁ ଯଦି ତେଲିଆ ବୋରେଇ ଯେଉଁ ଡଙ୍ଗା ମାଲିକଙ୍କୁ ମିଳୁଛି ସେମାନେ ନିଜକୁ ଭାଗ୍ୟବାନ ମନେ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

କେସିଙ୍ଗା ପଞ୍ଚାୟତ ସମିତି ବୈଠକରେ ଉଠିଲା ଝାଡ଼ାବାନ୍ତି ପ୍ରସଙ୍ଗ, ସରପଞ୍ଚଙ୍କ ଅଭିଯୋଗ ପରେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ୧୦ମ ବୈଠକ ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତିଙ୍କ ସଭାପତିତ୍ୱରେ ବୁଧବାର ସମିତି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।...

ବିକାଶ ଅପେକ୍ଷାରେ ‘ହେଲୋ ପଏଣ୍ଟ’: ଉଦ୍‌ଯାପିତ ହେଲା ‘ରାଜାରାଣୀ ଝାମୁ ଯାତ୍ରା’; ହଜାର ହଜାର ଭକ୍ତଙ୍କ ସମାଗମ; କାଳିସିଙ୍କ…

ଥୁଆମୂଳ ରାମପୁର, ୩୧।୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କୋଷାବରା ସ୍ଥିତ ‘ହେଲୋ ପଏଣ୍ଟ’ଠାରେ ରାଜାରାଣୀ (ମାଳିଚଗା)...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ବାହୁନି ବାହୁନି କାନ୍ଦୁଛନ୍ତି ପତ୍ନୀ, ଅନ୍ଧକାରରେ ୩ ପିଲାଙ୍କ ଭବିଷ୍ୟତ; ଗୋଆରେ ଚାଲିଗଲା ଓଡ଼ିଆ ଶ୍ରମିକଙ୍କ ଜୀବନ, ଏବେ… 

ଦିଗପହଣ୍ଡି,୩୧।୧୨(ଅଶେଷ ନାଥ ମିଶ୍ର): ପେଟ ପାଟଣା ପାଇଁ ରାଜ୍ୟ ବାହାରକୁ ଯାଇଥିଲେ। ହେଲେ କାରଖାନାରେ ଅଘଟଣ ଘଟିବା ଯୋଗୁ ଚାଲିଗଲା ଜୀବନ। ଏବେ ରୋଜଗାରିଆ ପୁଅଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri