ଅନୁଦାନ ସତ୍ତ୍ୱେ ସୁଦୃଢ଼ ହେଉନି ନଦୀବନ୍ଧ, ଲୋକଙ୍କୁ ଘାରୁଛି କୁମ୍ଭୀର ଭୟ

କେନ୍ଦ୍ରାପଡ଼ା,୪ା୫(ଜଗନ୍ନାଥ ଧଳ): ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଯୋଜନା ପ୍ରଣୟନ ସହ ଅନୁଦାନ ଯୋଗାଉଛନ୍ତି। ମାତ୍ର ଏହି ଅନୁଦାନ କେନ୍ଦ୍ରାପଡ଼ା ଜିଲାରେ ପ୍ରଭାବ ପକାଉନାହିଁ। ପ୍ରତିବର୍ଷ ଜିଲାର ୫୫ ପଞ୍ଚାୟତରେ ବନ୍ୟା ଜଳ ପଶୁଛି। ରାଜକନିକା, ଆଳି ଓ ଗରଦପୁର ବ୍ଲକ ଅଞ୍ଚଳର ସର୍ବାଧିକ କ୍ଷତି ହେଉଛି। ନଦୀବନ୍ଧ ସୁଦୃଢ଼ ନ ଥିବାରୁ ଆଳି ବ୍ଲକର ୧୬ ପଞ୍ଚାୟତ, ପଟ୍ଟାମୁଣ୍ଡାଇର ୧୪, ରାଜନଗରର ୪, ମାର୍ଶାଘାଇର ୯, ଡେରାବିଶର ୨, ମହାକାଳପଡାର ୯ ଓ ଗରଦପୁର ବ୍ଲକ ଅଞ୍ଚଳରେ ବନ୍ୟା ଜଳ ମାଡିଯାଉଛି। ଏ ସମ୍ପର୍କରେ ସାମାଜିକ କର୍ମୀ ବାନାମ୍ବର ସାହୁ କୁହନ୍ତି, ଜିଲାରେ ଉଦ୍‌ବୃତ୍ତ ଜଳ ନିଷ୍କାସନ ବ୍ୟବସ୍ଥା ଏକ ବଡ଼ ସମସ୍ୟା ହୋଇଛି। ଜିଲାରେ ୭ ନଦୀ ଓ ୨୭ ଶାଖା ନାଳ ଅଛି। ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ସିଷ୍ଟମରେ ଥିବା ୭ ନଦୀରେ ସାମାନ୍ୟ ଅଧିକ ପାଣି ଜିଲାର ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ନଦୀବନ୍ଧର ସୁଦୃଢ଼ୀକରଣ ସହିତ ନିଷ୍କାସନ ପଥ ବର୍ଷାଋତୁ ପୂର୍ବରୁ ସଫା ରଖିବା ଆବଶ୍ୟକ। ଇତିମଧ୍ୟରେ କେନ୍ଦ୍ରାପଡା ଜିଲା ମାନ୍ୟତାକୁ ୩୩ ବର୍ଷ ବିତିଛି। ବନ୍ୟା ଜଳ ନିଷ୍କାସନ ପାଇଁ ଅଦ୍ୟାବଧି କୌଣସି ଯୋଜନା କାର୍ଯ୍ୟକାରୀ ହୋଇ ନ ଥିବା ସେ କହିଛନ୍ତି। ମହାକାଳପଡାର ସୂର୍ଯ୍ୟପ୍ରକାଶ ପାଣି କହିଛନ୍ତି, ଏହି ଜିଲା ପ୍ରାକୃତିକ ବିପର୍ଯ୍ୟୟପ୍ରବଣ। ବର୍ଷା ଅଧିକ ହେଲେ ଜିଲାର ୧୬୦ ଗ୍ରାମରେ ବନ୍ୟାଜଳ ପ୍ରବେଶ କରୁଛି। ବିଶେଷଭାବେ ରାଜକନିକା ଓ ଆଳି ବ୍ଲକ ଅଞ୍ଚଳର ସର୍ବାଧିକ ୫୫ ଗାଁ ବନ୍ୟା ଯୋଗୁ ପ୍ରଭାବିତ ହେଉଛନ୍ତି। ସେହିପରି ରାଜନଗରର ୩୪ ଗାଁ, ପଟ୍ଟାମୁଣ୍ଡାଇର ୨୫ ଗାଁ ବନ୍ୟା ଘେରରେ ରହୁଛି। ମହାକାଳପଡା, ମାର୍ଶାଘାଇ, ଡେରାବିଶ, ଗରଦପୁର ବ୍ଲକ ଅଞ୍ଚଳର କେତେକ ଗ୍ରାମ ପ୍ରଭାବିତ ହେଉଛି। ଅତ୍ୟଧିକ ବନ୍ୟା ଆସିଲେ ଗରଦପୁର ବ୍ଲକ ଅଞ୍ଚଳର ୫ ଗାଁର ଜନଜୀବନକୁ ବ୍ୟତିବ୍ୟସ୍ତ କରୁଛି। ଚାଷ ଉଜୁଡିବା ସହ ଅନେକ ପ୍ରାକୃତିକ ସମ୍ପଦ ନଷ୍ଟ ହେଉଛି। ନଦୀ ଶଯ୍ୟା ଖନନ, ବନ୍ଧବାଡର ମରାମତି ସହ ନୂତନ ବନ୍ଧର ଆବଶ୍ୟକତା ଅଛି। ସାମାଜିକ କର୍ମୀ ବିଭୂତିଭୂଷଣ ରାଉତ କହିଛନ୍ତି, ଗୋବରୀ ନଦୀରେ ବନ୍ଧ ନାହିଁ। ଏହି ନଦୀକୂଳରେ ଘର ଓ ଗ୍ରାମ ରହିଛି। ବର୍ଷାଋତୁରେ ନଦୀରୁ ପାଣି ଉଛୁଳି ଘରେ ପଶୁଛି। କୁମ୍ଭୀର ଭୟ ଥିବାରୁ ଗ୍ରାମବାସୀ ସର୍ବଦା ଭୟଭୀତ ହୋଇଥାନ୍ତି। ଏନେଇ ସ୍ଥାନୀୟ ଅଧିବାସୀ ରାଜନେତା ଓ ଜିଲା ପ୍ରଶାସନ ନିକଟରେ ବନ୍ଧ ପାଇଁ ବାରମ୍ବାର ଦୃଷ୍ଟି ଆକର୍ଷଣ କରିଛନ୍ତି। ହେଲେ ଏହି ସମସ୍ୟାର ସମାଧାନ ହେଉନାହିଁ। ପରିବେଶବିତ୍‌ ଅଧ୍ୟାପକ କ୍ଷୀତିଶ କୁମାର ସିଂହ କହିଛନ୍ତି, ସମସ୍ୟାର ସମାଧାନ ପାଇଁ ନଦୀ ସଂଯୋଗୀକରଣକୁ ଜିଲାବାସୀ ଅଗ୍ରାଧିକାର ଦେଇଛନ୍ତି। ନଦୀର ସୁମଧୁର ପାଣିକୁ ସମୁଦ୍ରକୁ ନିର୍ଦ୍ଦିଷ୍ଟ ମାତ୍ରାରେ ଛାଡି ଅବଶିଷ୍ଟ ଜଳକୁ ପାନୀୟ ଭାବେ ଓ କ୍ଷେତରେ ବ୍ୟବହାର କରିହେବ। ବିଭିନ୍ନ ସ୍ଥାନରେ କ୍ରିକ୍‌ ବନ୍ଧ ସହିତ ବନ୍ୟାକୁ ରୋକିବା ପାଇଁ ନଦୀବନ୍ଧ ବ୍ୟବସ୍ଥା କରିବାକୁ ପଡିବ। ଏଥିସହିତ କ୍ଷେତରୁ ଉଦ୍‌ବୃତ୍ତ ଜଳ ନିଷ୍କାସନ ପାଇଁ ସ୍ବତନ୍ତ୍ର ଯୋଜନା ଆବଶ୍ୟକ। ରାଜନେତାଙ୍କର ଏହି ସ୍ଥାନୀୟ ସମସ୍ୟା ପ୍ରତି ଧ୍ୟାନ ରହୁ ନ ଥିବା ସେ ମତ ଦେଇଛନ୍ତି।
ଏ ନେଇ ଅତିରିକ୍ତ ଜିଲାପାଳ ରବୀନ୍ଦ୍ର କୁମାର ମଲ୍ଲିକ କହିଛନ୍ତି, ଆଗାମୀ ବର୍ଷାଋତୁରେ ନଦୀବନ୍ଧ ସୁଦୃଢ଼ତା ସମ୍ପର୍କରେ ନିକଟରେ ଏକ ସମୀକ୍ଷା ବୈଠକ ଜିଲା ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ହୋଇଥିଲା। ଏଥିରେ ବନ୍ୟା ସମସ୍ୟାରେ ପ୍ରଭାବିତ ହେଉଥିବା ଗ୍ରାମଗୁଡିକୁ ସୁରକ୍ଷା ଯୋଗାଇବା ପାଇଁ ଆଲୋଚନା ହୋଇଥିଲା। ବର୍ଷାଋତୁ ପୂର୍ବରୁ ନଦୀବନ୍ଧ ସୁଦୃଢ଼ୀକରଣକୁ ଏଠାରେ ଗୁରୁତ୍ୱ ଦିଆଯାଇଛି। ଆଲୋଚନା ଅନୁଯାୟୀ ନଦୀବନ୍ଧ ସୁଦୃଢ଼ୀକରଣ କରାଯାଉଥିବା ସେ କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ରେ  ମା ‘ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶୁଭାରମ୍ଭ  

ଦିଗପହଣ୍ଡି,୧୯|୯(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ୩ ନଂ. ୱାର୍ଡ ନୂଆସାହି ସ୍ଥିତ ଆରାଧ୍ଯା ଦେବୀ ମା’ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶନିବାର ଠାରୁ ଆରମ୍ଭ…

ଅବ୍ୟବସ୍ଥାରେ ରିଷିଡ଼ା ବସ୍‌ଷ୍ଟାଣ୍ଡ

ରିଷିଡ଼ା,୧୯ା୮(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ବସ୍‌ଷ୍ଟାଣ୍ଡ ଏବେ ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। ସାମାନ୍ୟ ବର୍ଷାରେ ବସ୍‌ଷ୍ଟାଣ୍ଡ ପରିସର ତଥା ମୁଖ୍ୟ ରାସ୍ତାରେ…

ଭିଡିଓ କଲ୍‌ର ଅପରପାର୍ଶ୍ୱରୁ ଶୁଭିଲା ‘ଦିଦି ପଡ଼ିଗଲା’: ୪୩ ଘଣ୍ଟା ପରେ ଉଦ୍ଧାର ହେଲା…

ସୁନ୍ଦରଗଡ଼, ୧୯/୯ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ତଳସରା ଥାନା ଅନ୍ତର୍ଗତ ଘୋଘର ନିକଟ ଇବ୍‌ ନଦୀର କନାକୁଣ୍ଡଠାରେ ଗୁରୁବାର ଅପରାହ୍ଣରେ ଗୋଡ଼ ଖସି ଜଳର…

ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ୱର,୧୯।୯: ଭୁବନେଶ୍ବର ଏୟରଫିଲ୍ଡ ଥାନା ଅଧୀନ ସୁନ୍ଦରପଦା ଅଞ୍ଚଳରେ ଥିବା ଏକ ରେଷ୍ଟୁରାଣ୍ଟରେ ଶନିବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ରେଷ୍ଟୁରାଣ୍ଟରେ ପୋଡି ଯାଇଥିବା ବେଳେ ଲକ୍ଷାଧିକ…

ସମୁଦ୍ର ତଟକୁ ସ୍ବଚ୍ଛ ରଖିବା ପାଇଁ ପ୍ରୟାସ, ବରୁଣ ଦେବତାଙ୍କୁ ବନ୍ଦାପନା କରି…

ମହାକାଳପଡ଼ା,୧୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ପୁରାଣରେ ବର୍ଣ୍ଣିତ ସମୁଦ୍ରକୂ ବରୁଣ ଦେବତା ରୂପେ ପୂଜା କରାଯାଏ। ଶନିବାର ପୂର୍ବାହ୍ନରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ଶାସନ…

ଡିଜେ ସାଉଣ୍ଡରେ ଅସ୍ତବ୍ୟସ୍ତ ଜନଜୀବନ:ରୋଗୀଙ୍କ ଚିକିତ୍ସାରେ ବାଧା

ବାଲିଗୁଡ଼ା, ୧୯/୯ (ସଞ୍ଜୟ କୁମାର ପାଣିଗ୍ରାହୀ): ପୂଜା, ପର୍ବପର୍ବାଣି ଓ ବିଭିନ୍ନ ଉତ୍ସବ ଅବସରରେ ଡିଜେ ସାଉଣ୍ଡର ଅତ୍ୟଧିକ ବ୍ୟବହାର ଏବେ ସାଧାରଣ ଲୋକଙ୍କ ପାଇଁ ଅସୁବିଧାର…

ବଟେଶ୍ୱର ବେଳାଭୂମିରେ ‘ସ୍ୱଚ୍ଛ ସାଗର, ସୁରକ୍ଷିତ ସାଗର

ଗଞ୍ଜାମ, ୧୯/୯ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ଅନ୍ତର୍ଗତ କଣ୍ଟିଆଗଡ଼ସ୍ଥିତ ବଟେଶ୍ୱର ବେଳାଭୂମିଠାରେ ଶନିବାର ‘ସ୍ୱଚ୍ଛ ସାଗର, ସୁରକ୍ଷିତ ସାଗର’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।…

ଉପ-ନିର୍ବାଚନକୁ ନେଇ ମମତାଙ୍କୁ ବଡ଼ ଆଶ୍ୱସ୍ତି; ଏହି ଆସନରେ ହେଲା ଟୁଇଷ୍ଟ

କୋଲକାତା,୧୯।୯: ରେଜିନଗର ବିଧାନସଭା ଉପ-ନିର୍ବାଚନ ପାଇଁ ମମତା ବାନାର୍ଜୀଙ୍କ ଶିବିରର ପ୍ରାର୍ଥୀ ରବିଉଲ ଆଲାମ ଚୌଧୁରୀଙ୍କ ନାମାଙ୍କନକୁ ନେଇ ଶନିବାର ଏକ ନୂଆ ରାଜନୈତିକ ମୋଡ଼ ସାମ୍ନାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?