ଜିତୁ ମୁଣ୍ଡାଙ୍କ ପାଇଁ ବଦଳିଲା ଗାଁର ଭାଗ୍ୟ, ମରାମତି ହେଲା….

କେନ୍ଦୁଝର,୪।୫ (ନରେଶ ଚନ୍ଦ୍ର ପଟ୍ଟନାୟକ): ଟଙ୍କା ଉଠାଇବା ପାଇଁ ଜିତୁ ମୁଣ୍ଡା ନିଜ ବଡ଼ ଭଉଣୀଙ୍କ କଙ୍କାଳ କାନ୍ଧରେ ବୋହି ବ୍ୟାଙ୍କକୁ ନେବା ଘଟଣା ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଛି। ଘଟଣା ଜିତୁ ମୁଣ୍ଡାଙ୍କ ଭାଗ୍ୟକୁ ବଦଳାଇବା ସହିତ ତାଙ୍କ ଗ୍ରାମର ଭାଗ୍ୟ ମଧ୍ୟ ବଦଳାଇଦେଇଛି। ଜିତୁଙ୍କୁ ସହାୟତାର ସୁଅ ଛୁଟୁଥିବା ବେଳେ ଗ୍ରାମର ଅବସ୍ଥା ସୁଧୁରୁଛି। ଫଳରେ ଜିତୁଙ୍କ ସହିତ ଗ୍ରାମବାସୀ ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି।
ଏକଦା ଅଲୋଡ଼ା ହୋଇଥିବା ପାଟଣା ବ୍ଲକ୍‌ ଏରେଣ୍ଡେଇ ପଞ୍ଚାୟତ ଡିଆନାଳି ଗ୍ରାମକୁ ପ୍ରଶାସନିକ ଅଧିକାରୀ, ରାଜନୈତିକ ନେତା, ଲୋକପ୍ରତିନିଧିଙ୍କ ଏବେ ଯାତାୟାତ ଲାଗି ରହିଛି। ଜିତୁଙ୍କୁ ସହାୟତା ରାଶି ସହିତ ଭତ୍ତା, ଘରକୁ ବିଦ୍ୟୁତ୍‌ ସଂଯୋଗ, ଫ୍ୟାନ, ଖଟ, ବିଛଣା ସବୁ ମିଳିଯାଇଛି। ଏଥିସହ ଡିଆନାଳି ଗ୍ରାମରେ ପ୍ରାୟ ୧୫୦ପରିବାର ବସବାସ କରୁଥିବା ବେଳେ ପାଣି ପାଇଁ ଲୋକେ ଅନେକ ହଇରାଣ ହେଉଥିଲେ। ସକାଳ ହେଲେ ମହିଳା ପାଣି ସଂଗ୍ରହରେ ଲାଗିପଡ଼ୁଥିଲେ। ତେବେ ଜିତୁ ମୁଣ୍ଡାଙ୍କ ଖବର ପ୍ରଘଟ ପରେ ଗାଁରେ ଅଚଳ ହୋଇପଡ଼ିଥିବା ନଳକୂପ ମରାମତି କରାଯାଇଛି।

ଗୋଟିଏ ପଟେ ଖରାଦିନ ପୂର୍ବରୁ ସମସ୍ତ ଅଚଳ ନଳକୂପ ମରାମତି କରାଯାଇଛି ବୋଲି ପ୍ରଶାସନ କହୁଥିବା ବେଳେ ଏବେ ବାସ୍ତବ ଚିତ୍ର ପଦାକୁ ଆସିଛି। ରବିବାର ସକାଳେ ଗ୍ରାମୀଣ ଜଳଯୋଗାଣ ବିଭାଗ ପକ୍ଷରୁ ନଳକୂପ ମରାମତି କରାଯାଇଥିବା ବେଳେ ପୂର୍ବରୁ ଅଭିଯୋଗ କଲେ ମଧ୍ୟ ମରାମତି କରାଯାଉ ନ ଥିଲା ବୋଲି ଗ୍ରାମବାସୀ ସୂର୍ଯ୍ୟମଣୀ ମହାନ୍ତ, ନଳିତା ମହାନ୍ତ ପ୍ରମୁଖ କହିଛନ୍ତି। ଗ୍ରାମ୍ୟ ଜଳଯୋଗାଣ ବିଭାଗରେ ବହୁ ଅଧିକାରୀ ଗୋଟିଏ ସ୍ଥାନରେ ଦୀର୍ଘ ବର୍ଷ ରହୁଥିବାରୁ ମନମାନି ବଢ଼ିଛି। ଲୋକଙ୍କ ସମସ୍ୟାକୁ ଅଣଦେଖା କରୁଛନ୍ତି ବୋଲି ଆଦିବାସୀ ନେତା ଇଂ. ବିନୋଦ ନାୟକ କହିଛନ୍ତି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ରାଜନୀତିକୁ ଏଣ୍ଟ୍ରି କରିବେ ଅଭିଜିତ ଦୀପକେ! କଲେ ଆଶ୍ଚର୍ଯ୍ୟଜନକ ଘୋଷଣା, ବଢିଲା ଭାଜପାର ଚିନ୍ତା

ନୂଆଦିଲ୍ଲୀ,୫।୮: କକ୍‌ରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଜନ୍ତର-ମନ୍ତରରେ ହୋଇଥିବା ପ୍ରତିବାଦ ପରେ ବର୍ତ୍ତମାନ ଆଗାମୀ ରଣନୀତି ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି। ଅଭିଜିତଙ୍କ ଘରେ ଆଜିଠାରୁ…

ସରକାରଙ୍କ ବଡ଼ ଘୋଷଣା, ମହିଳାମାନଙ୍କୁ ମିଳିବ ସ୍ବର୍ଣ୍ଣମୁଦ୍ରା

ଚେନ୍ନାଇ,୫।୮: ତାମିଲନାଡୁର ବିଜୟ ସରକାର 2026-27 ବଜେଟରେ ମହିଳାମାନଙ୍କ ପାଇଁ ଏକ ବଡ଼ ଉପହାର ଘୋଷଣା କରିଛନ୍ତି। ଟିଭିକେ ସରକାର ମହିଳାମାନଙ୍କୁ ସୁନା ମୁଦ୍ରା ବା ଗୋଲ୍ଡ…

ବିଶ୍ୱର ଟପ୍‌-୩ ଧନୀ କ୍ରିକେଟର, ନେଟ୍‌ୱର୍ଥ ଜାଣିଲେ ଉଡିଜିବ ହୋସ୍‌

ନୂଆଦିଲ୍ଲୀ,୫।୮: କ୍ରିକେଟ ବିଶ୍ୱର ଦ୍ୱିତୀୟ ସବୁଠାରୁ ଲୋକପ୍ରିୟ ଖେଳ। କିନ୍ତୁ ବର୍ତ୍ତମାନ ଏହା କେବଳ ଏକ ଖେଳ ନୁହେଁ, ବରଂ କୋଟି କୋଟି ଟଙ୍କାର ଏକ ବିଶାଳ…

ଉଦୟନିଧିଙ୍କୁ କଡ଼ା ସମାଲୋଚନା କଲେ କଙ୍ଗନା, କହିଲେ-ଏହା ଏକ ଭଲ…

ନୂଆଦିଲ୍ଲୀ,୫।୮: ଡିଏମକେ ନେତା ଉଦୟନିଧି ଷ୍ଟାଲିନ ଅଭିନେତ୍ରୀ ତ୍ରିଶା କୃଷ୍ଣନଙ୍କୁ ନେଇ ଦେଇଥିବା କଥିତ ଡବଲ ମିନିଂ ମନ୍ତବ୍ୟକୁ ନେଇ ବିବାଦରେ ଫସିଛନ୍ତି। ବର୍ତ୍ତମାନ ଅଭିନେତ୍ରୀ କଙ୍ଗନା…

ଜୁକରବର୍ଗଙ୍କୁ ଅଲ୍ଟିମେଟମ ଦେଲେ ସରକାର: କ୍ଷମା ମାଗ ନଚେତ୍‌…

ନୂଆଦିଲ୍ଲୀ,୫।୮: ଫେସବୁକରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭିଡିଓ ଡିଲିଟ କରିବା ସମ୍ପର୍କରେ ସଂସଦୀୟ କମିଟି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ସୂତ୍ର ଅନୁଯାୟୀ, ଯୋଗାଯୋଗ ଏବଂ ସୂଚନା…

ଏଭଳି କାମ କରିବାକୁ ଯାଉଛନ୍ତି ଶେଖ ହାସିନା, ଶୁଣିକି ଛାନିଆ ହେଲା ବାଂଲାଦେଶ, ଭାରତ କହିଲା…

ଢାକା,୫।୮: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ଏକ ନୂଆ ପଦକ୍ଷେପ ଢାକାରେ ଚହଳ ସୃଷ୍ଟି କରିଛି। ଭାରତରେ ଆଶ୍ରୟ ନେଇଥିବା ଶେଖ ହାସିନା ଦୁଇ ବର୍ଷ…

ବ୍ଲକ୍‌ ଅଫିସରେ ଚାଲିଛି ପିସି କାରବାର: ଡ୍ରେନ୍‌ କାମର ବିଲ୍‌ କରିଦେବା ପାଇଁ…

ଖଡ଼ିଆଳ,୫ା୮ (ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ବ୍ଲକ୍‌ କାର୍ଯ୍ୟାଳୟରେ ପିସି କାରବାର ହେଉଥିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜଣେ ବ୍ୟକ୍ତିଙ୍କଠାରୁ ଅଫିସ କର୍ମଚାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri