ଝଡ଼ବର୍ଷା ପାଇଁ ୩ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ

ଭୁବନେଶ୍ୱର,୧୮ା୪(ଅନୁରାଧା ମହାରଣା): କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ବିଭିନ୍ନ ଜିଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଜାରି ରହିଛି। ଶୁକ୍ରବାର ରାଜଧାନୀ ଭୁବନେଶ୍ୱର ସମେତ ଅଧିକାଂଶ ଜିଲାରେ ଝଡ଼ବର୍ଷା ପ୍ରଭାବ ଦେଖିବାକୁ ମିଳିଛି । ୨୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଝଡ଼ବର୍ଷା ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ଶନିବାର ମୟୁରଭଞ୍ଜ, ବାଲେଶ୍ୱର ଓ ଭଦ୍ରକରେ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବା ସହ ପ୍ରବଳ ବର୍ଷା ନେଇ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ଏହି ସବୁ ଜିଲାରେ ବିଶେଷକରି ଅପରାହ୍ନ ଓ ସନ୍ଧ୍ୟାରେ ଝଡ଼ପବନର ଆଶଙ୍କା ରହିଛି। ସେହପିରି କୋରାପୁଟ, ରାୟଗଡ଼ା, ଗଞ୍ଜାମ ଓ ଗଜପତି ଜିଲାର କିଛି ସ୍ଥାନରେ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବା ସହ ଅପରାହ୍ନ ଓ ସନ୍ଧ୍ୟାରେ ଘଡ଼ଘଡ଼ି ସହ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି। ଏହି ସବୁ ଜିଲାଗୁଡ଼ିକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ଅନ୍ୟପଟେ ଯାଜପୁର, କେନ୍ଦ୍ରପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ଢ଼େଙ୍କାନାଳ, କେନ୍ଦୁଝର, ବୌଦ୍ଧ, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର ଓ ମାଲକାନଗରି ଜିଲାରେ ମଧ୍ୟ ଶନିବାର ବର୍ଷା ହୋଇପାରେ। ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ସହ ବିଜୁଳି ଘଡ଼ଘଡ଼ି ବିପଦ ରହିଥିବାରୁ ଏହି ସବୁ ଜିଲାଗୁଡ଼ିକୁ ମଧ୍ୟ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି।
ଶୁକବାର ଭୁବନେଶ୍ୱରରେ ସର୍ବାଧିକ ୨୬.୨ ମିମି ବର୍ଷା ରେକର୍ଡ ହୋଇଥିବାବେଳେ ପୁରୀରେ ୨୬ ମିମି, ଢ଼େଙ୍କାନାଳରେ ୨୩.୮, ବାଲେଶ୍ୱରରେ ୧୮.୦, ବାରିପଦାରେ ୧୧.୦୦, ପାରଳାଖେମୁଣ୍ଡିରେ ୬.୬, କଟକରେ ୩.୨ ଏବଂ ଖୋର୍ଦ୍ଧାରେ ୨.୦ ମିମି ବର୍ଷା ରେକର୍ଡ ହୋଇଛି। ତେବେ ଆସନ୍ତା ୪ରୁ ୫ଦିନ ମଧ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହୋଇନପାରେ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶୁକ୍ରବାର ସମ୍ବଲପୁର ବନ୍ଦକୁ ସମର୍ଥନ କରି ଶତାଧିକ ଚାଷୀଙ୍କ ବାଇକ୍‌ ରାଲି

ସମ୍ବଲପୁର,୧୮ା୧୨(ପ୍ରମୋଦ ବହିଦାର): ଖରିଫ ଧାନ ବିକ୍ରି ପାଇଁ ଟୋକନ ବଣ୍ଟନ ସମସ୍ୟା ବିରୋଧରେ ଚାଷୀ ସଂଗଠନ ପକ୍ଷରୁ ଶୁକ୍ରବାର ସମ୍ବଲପୁର ବନ୍ଦ ଡାକରା ଦିଆଯାଇଛି। ସମ୍ବଲପୁର...

ଦାଦନ ଖଟିବାକୁ ଯାଇ ଫସିଲେ ୯ ଯୁବକ, ପାଖରେ ଟଙ୍କା ନାହିଁ କି କାମ ନାହିଁ, ଭିଡିଓ କରି କହିଲେ…

ରାୟଗଡ଼ା,୧୮ା୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲାର ଖଣିଜ ସମ୍ପଦ ଭରା କାଶୀପୁର ବ୍ଲକରେ ବକ୍ସାଇଟ ପାଇଁ ବିଶ୍ବ ପରିଚିତ ଉତ୍କଳ ଆଲୁମିନା ଭଳି କମ୍ପାନୀ ରହିଛି।...

କଟନି ଛଟନି ବନ୍ଦ କରିବାକୁ ପରାମର୍ଶ ଦେଲେ ମନ୍ତ୍ରୀ, କହିଲେ ଚାଷୀମାନେ କେବଳ ମଣ୍ଡିରେ ଧାନ ଦିଅନ୍ତୁ

ବୁଗୁଡ଼ା ୧୮/୧୨/(କାଳିଚରଣ ଦାଶ):  ଚଳିତ ମାସ ୨୩ ତାରିଖ ଠାରୁ ଖରିଫ ଋତୁ ଧାନ ସଂଗ୍ରହ କରିବେ ସରକାର । ତେଣୁ ଜିଲ୍ଲା ଓ ବ୍ଲକ...

ଅନ୍ୟ ଧର୍ମର ହୋଇଥିବାରୁ ଶବ ପଡିରହିଲା ୩୨ ଘଣ୍ଟା: ଆଉ ତା’ପରେ…

ପାଟଣା,୧୮।୧୨(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ ବାଇଦ ବାଜା ଗାଁ ରେ ରୋଗାକ୍ରାନ୍ତ ମକୁରୁ ମୁଣ୍ଡାଙ୍କ ମୃତ୍ୟୁ ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା।...

DMK ଉପରେ ବର୍ଷିଲେ ବିଜୟ, ଉଠାଇଲେ ଅନେକ ପ୍ରଶ୍ନ

ଅମରାବତୀ,୧୮।୧୨: ଅଭିନେତାରୁ ରାଜନେତା ହୋଇଥିବା ବିଜୟ ଗୁରୁବାର ତାମିଲନାଡୁର ଇରୋଡ ଜିଲାରେ ଏକ ରାଲିକୁ ସମ୍ବୋଧିତ କରିଥିଲେ। ସେପ୍ଟେମ୍ବର ୨୭ରେ କରୁରରେ ତାଙ୍କ ରାଲିରେ ଦଳାଚକଟା...

ମେସିଙ୍କୁ ବଡ଼ ଗିଫ୍ଟ ଦେଲେ ଅନନ୍ତ ଅମ୍ବାନୀ: ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ଫୁଟବଲ କିମ୍ବଦନ୍ତୀ ଲିଓନେଲ ମେସି ଜାମନଗରର ବନତାରା ବନ୍ୟପ୍ରାଣୀ ସଂରକ୍ଷଣ କେନ୍ଦ୍ର ପରିଦର୍ଶନ କରିଥିଲେ। ମେସି ଅନନ୍ତ ଅମ୍ବାନୀଙ୍କ ଦ୍ୱାରା ପ୍ରତିଷ୍ଠିତ କେନ୍ଦ୍ରରେ ପାରମ୍ପରିକ ରୀତିନୀତିରେ...

Stokes-Archer Fight VIDEO: ବେନ୍ ଷ୍ଟୋକ୍ସ ଏବଂ ଜୋଫ୍ରା ଆର୍ଚରଙ୍କ ମଧ୍ୟରେ କାହିଁକି ହେଲା ଝଗଡ଼ା?

ନୂଆଦିଲ୍ଲୀ,୧୮।୧୨: ଅଷ୍ଟ୍ରେଲିଆ ବିପକ୍ଷରେ ଚାଲିଥିବା ଆସେସ୍ ଟେଷ୍ଟରେ ଇଂଲଣ୍ଡର ଖରାପ ପ୍ରଦର୍ଶନର ପ୍ରଭାବ ପଡ଼ିବା ଆରମ୍ଭ ହୋଇଛି । ସେଥିପାଇଁ ଇଂଲଣ୍ଡ ଅଧିନାୟକ ଏବଂ ଖେଳାଳିମାନେ...

ପାଣି ତଳେ ମହଲ: ୫୦୦ ବର୍ଷ ପରେ ଆଜିବି ରହସ୍ୟମୟ ଏହି ଐତିହ୍ୟ ସ୍ଥାନ

ମଧ୍ୟପ୍ରଦେଶର ସୁନ୍ଦର ଏବଂ ଐତିହାସିକ ସହର ମାଣ୍ଡୁରେ ଏକ ଐତିହ୍ୟ ସ୍ଥାନ ଅଛି, ଯାହା ପ୍ରଥମ ନଜରରେ ଏକ ପୋଖରୀ ପରି ଦେଖାଯାଏ। କିନ୍ତୁ ପ୍ରକୃତରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri