ବଜ୍ରପାତରେ ଚାଲିଗଲା ଚାଷୀଙ୍କ ଜୀବନ, ବାପା-ଭାଇ ଗୁରୁତର

ସାକ୍ଷୀଗୋପାଳ,୧୮ା୪(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ପୁରୀ ଜିଲା ସତ୍ୟବାଦୀ ବ୍ଲକ କେତକୀ ପାଟଣା ପଞ୍ଚାୟତର ପଦ୍ମପୁର ଗ୍ରାମର ଚାଷୀ ଦୀପ୍ତିରଞ୍ଜନ ବାରିକ (୩୬)ଙ୍କ ବଜ୍ରପାତରେ ଶୁକ୍ରବାର ମୃତ୍ୟୁ ଘଟିଛି। ତାଙ୍କ ବାପା କାଶୀନାଥ ବାରିକ ଓ ମଝିଆ ଭାଇ ସୌମ୍ୟରଞ୍ଜନ ବାରିକ ଗୁରୁତର ହୋଇଛନ୍ତି। ସକାଳୁ ସକାଳୁ ପୁରା ପରିବାର ଘର ନିକଟରେ ଥିବା ମୁଗ କ୍ଷେତକୁ ମୁଗ ଅମଳ ପାଇଁ ଯାଇଥିଲେ। ହଠାତ ଆକାଶରେ କଳାହାଣ୍ଡିଆ ମେଘ ସାଙ୍ଗକୁ ପ୍ରଚଣ୍ଡ ବିଜୁଳି ଓ ଘଡ଼ଘଡି ରେ ଅଚାନକ ବର୍ଷା ଆରମ୍ଭ ହୋଇଯାଇଥିଲା। ବର୍ଷାରେ ମୁଗ ନଷ୍ଟ ହେବା ପାଇଁ ସେମାନେ ମୁଗ ଗୁଡ଼ିକୁ ଘୋଡ଼ାଇବା ସମୟରେ ଏକ ଘଡ଼ଘଡି ମାରିଥିଲା। କେହି କିଛି ବୁଝିବା ପୂର୍ବରୁ ସମସ୍ତେ ଆବକ ହୋଇ ତଳେ ପଡ଼ିଯାଇଥିଲେ। ଘଡ଼ଘଡି ପ୍ରଭାବରେ କାଶୀନାଥ ଓ ମଝିଆ ପୁଅ ସୌମ୍ୟରଞ୍ଜନ ଗୁରତର ହୋଇଥିଲେ। ମାତ୍ର ସାନ ପୁଅ ଦୀପ୍ତିରଞ୍ଜନ କ୍ଷେତରୁ ଉଠି ନଥିଲେ। ପରିବାରର ଅନ୍ୟ ସଦସ୍ୟଙ୍କ କ୍ରନ୍ଦନ ଓ ଆକୁଳ ଚିତ୍କାର ଶୁଣି ଗ୍ରାମର ଅନ୍ୟ ଲୋକମାନଙ୍କ ସହ କେତକିପାଟଣା ସମିତି ସଭ୍ୟ ସମ୍ପଦ କୁମାର ପରଡ଼ା ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଥିଲେ। ଗୁରୁତର ଦୀପ୍ତିରଞ୍ଜନଙ୍କୁ ଆମ୍ବୁଲାନ୍ସ ଯୋଗେ ସାକ୍ଷୀଗୋପାଳ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଚିକିତ୍ସା କରୁଥିବା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବାପା କାଶୀନାଥଙ୍କୁ ନିକଟସ୍ଥ ପାଣିଛତ୍ର ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଉଥିବା ବେଳେ ମଝିଆଁ ପୁଅ ସୌମ୍ୟରଞ୍ଜନ ସାକ୍ଷୀଗୋପାଳ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ଖବର ପାଇ ବଳଙ୍ଗା ଥାନା ପୋଲିସ ସାକ୍ଷୀଗୋପାଳ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଦୀପ୍ତିରଞ୍ଜନଙ୍କ ମୃତଦେହ ଜବତ କରି ଅଧିକ ତଦନ୍ତ କରୁଛି। ସବୁଠାରୁ ଦୁଃଖର ବିଷୟ ଏହି ପରିବାରର ଅର୍ଥାତ କାଶୀନାଥଙ୍କ ବଡ଼ ପୁଅ କିଛି ମାସ ପୂର୍ବରୁ ଦୁରାରୋଗ୍ୟ ରୋଗରେ ପୀଡ଼ିତ ହୋଇ ମୃତ୍ୟୁବରଣ କରିଥିଲେ। ଏଭଳି ଭାବରେ ଆଉ ଗୋଟିଏ ପୁଅର ମୃତ୍ୟୁ ଯେମିତି ପରିବାର ଉପରେ କଳାବାଦଲ ମାଡ଼ିବସିଛି। ଏପଟେ ଏତେ କମ ବୟସରେ ଦୁଇ ଦୁଇଟା ବିଧବା ସ୍ତ୍ରୀ ଓ ତାଙ୍କ ପିଲା ଛୁଆ କିଭଳି ଚାଲିବେ ତାହାକୁ ନେଇ ବାହୁନି କାନ୍ଦୁଛନ୍ତି ପୂରା ପରିବାର। ମୃତ ଦୀପ୍ତିରଞ୍ଜନଙ୍କ ସ୍ତ୍ରୀ ରୁବିବାଳା ବାରିକଙ୍କ ସହ ଦୁଇଟି ଝିଅ ଓ ଗୋଟିଏ ପୁଅ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri