ଗଞ୍ଜାମ,୧୦।୪,(ବିଦ୍ୟାଧର ସାହୁ ): ଦୀର୍ଘ ବର୍ଷ ହେବ ବିଭିନ୍ନ ସମସ୍ୟାରେ ଜର୍ଜରିତ ଗଞ୍ଜାମ ସହର l ବିଭିନ୍ନ ସମସ୍ୟାଠାରୁ ବଳିଯାଇଛି ସହରର ଆଲୋକିକରଣ l ଅଧିକାଂଶ ବିଦ୍ୟୁତ ଖୁଣ୍ଟରେ ଲାଇଟ ନାହିଁ l ବିଶେଷ କରି ବଡ଼ବଜାର ଜନସେବା କେନ୍ଦ୍ରଠାରୁ ଜୟଶ୍ରୀ ଛକ, ଏବଂ ବିଞ୍ଚଣା ପଲି ଛକ ଥାନା ପଯ୍ୟନ୍ତ ଲାଇଟ ଜଳୁନାହିଁ l ଏପଟେ କର୍ତ୍ତି ସାହି ରାସ୍ତାରେ ମଧ୍ୟ ଅଧିକାଂଶ ଲାଇଟ ଜଳୁନି l ଉକ୍ତ ରାସ୍ତା ଦେଇ ଶହ ଶହ ଛାତ୍ରୀଛାତ୍ର ସାରେ ଟ୍ୟୁସନରୁ ଫେରୁଛନ୍ତି l ବିଜୁଳି ସମସ୍ୟା ଏବେ ଏାଂ ଲୋକଙ୍କ ପାଇଁ ଏକ ବଡ଼ ସମସ୍ୟା ହୋଇ ମୁଣ୍ଡ ଟେକିଛି।


