Posted inଜାତୀୟ

ୟୁପିରେ ଲଜ୍ଜା: କଲେଜ ଛାତ୍ରୀଙ୍କୁ ୭ ଦିନ ଧରି ଗଣବଳାତ୍କାର

ବାରାଣସୀ,୮ା୪: ଉତ୍ତରପ୍ରଦେଶ ବାରାଣସୀରେ ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ରୀଙ୍କୁ ୨୩ଜଣ ଯୁବକ ୭ଦିନ ଧରି ଗଣବଳାତ୍କାର କରିଛନ୍ତି। ପୀଡ଼ିତା ଛାତ୍ରୀ ଗତ ୪ତାରିଖରେ ଘରକୁ ଫେରି ମା’ଙ୍କ ନିକଟରେ ସମସ୍ତ କଥା କହିବା ପରେ ପୋଲିସ ନିକଟରେ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା ରୁଜୁ କରିବା ସହ ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ପୀଡ଼ିତାଙ୍କ ସୋସିଆଲ ମିଡିଆରେ ସୃଷ୍ଟି ହୋଇଥିବା କେତେଜଣ ବନ୍ଧୁ ହୋଇଥିବା ବେଳେ ଅନ୍ୟମାନେ ତାଙ୍କର ପୁରୁଣା ସହପାଠୀ ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଥିବା ପୋଲିସ କହିଛି।

ପୋଲିସ ସୂଚନା ଅନୁସାରେ, ପୀଡ଼ିତା ଛାତ୍ରୀ ଜଣକ ଦ୍ୱାଦଶ ଶ୍ରେଣୀରେ ପଢ଼ନ୍ତି। ଗତ ୨୯ତାରିଖରେ ସେ ପାଣ୍ଡେୟପୁରସ୍ଥିତ ଘରୁ ଜଣେ ସାଙ୍ଗଙ୍କ ଘରକୁ ଯାଇଥିଲେ। ଫେରିବାବେଳେ ପୀଡ଼ିତାଙ୍କ ଜଣେ ବନ୍ଧୁ ତାଙ୍କୁ ପ୍ରଥମେ ପିଶାଚମୋଚନ ଅଞ୍ଚଳରେ ଥିବା ଏକ ହୁକା ବାର୍‌କୁ ନେଇଥିଲେ। ସେଠାରେ ତାଙ୍କୁ ନିଶାଯୁକ୍ତ ଥଣ୍ଡାପାନୀୟ ଦେଇଥିଲେ। ପରେ ତାଙ୍କୁ ଏକ କାଫେକୁ ନେଇ ସାରା ରାତି ବଳାତ୍କାର କରିଥିଲେ। ମାର୍ଚ୍ଚ ୩୦ରେ ପୀଡ଼ିତାଙ୍କୁ ଅଭିଯୁକ୍ତ ଏବଂ ଅନ୍ୟ ଜଣେ ସାଙ୍ଗ ଏକ ମୋଟର ସାଇକେଲରେ ହାଇଓ୍ବେ ଆଡକୁ ନେଇ ସେଠାରେ ବଳାତ୍କାର କରିଥିଲେ। ପରେ ତାଙ୍କୁ ନାଦେସାରରେ ଛାଡ଼ିଦେଇଥିଲେ। ମାର୍ଚ୍ଚ ୩୧ରେ ପୀଡ଼ିତାଙ୍କୁ ୫ଜଣ ଯୁବକ ମାଲଦାହିୟାର ଏକ ହୋଟେଲକୁ ନେଇ ସେଠାରେ ଗଣବଳାତ୍କାର କରିଥିଲେ। ଏପରି କି ଏପ୍ରିଲ ୧ତାରିଖରେ ତାଙ୍କୁ ଅନ୍ୟ ହୋଟେଲକୁ ନେଇ ୨ଜଣ ବଳାତ୍କାର କରିଥିଲେ। ଜଣେ ଗ୍ରାହକଙ୍କୁ ମାସେଜ୍‌ କରିବା ପାଇଁ ପୀଡ଼ିତାଙ୍କୁ ବାଧ୍ୟ ମଧ୍ୟ କରାଯାଇଥିବା ଅଭିଯୋଗ ହୋଇଛି।

ଏହାପରେ ୩ଜଣ ତାଙ୍କୁ ଔରଙ୍ଗାବାଦର ଏକ ଓୟାର ହାଉସକୁ ନେଇ ପୁନର୍ବାର ବଳାତ୍କାର କରିଥିଲେ। ଏପରି ଭାବେ ୭ଦିନ ମଧ୍ୟରେ ତାଙ୍କୁ ବିଭିନ୍ନ ସ୍ଥାନକୁ ନେଇ ଏକାଧିକ ଥର ବଳାତ୍କାର କରାଯାଇଥିଲା। ଏପ୍ରିଲ ୪ତାରିଖରେ ପୀଡ଼ିତାଙ୍କୁ ଅଭିଯୁକ୍ତମାନେ ଜଣେ ସାଙ୍ଗଙ୍କ ଘରକୁ ନେଇ ନିଶାସକ୍ତ ଅବସ୍ଥାରେ ବଳାତ୍କାର କରିବା ପରେ ଶୋଇପଡ଼ିଥିଲେ। ଏହାର ସୁଯୋଗ ନେଇ ପୀଡ଼ିତା ସେମାନଙ୍କ କବଳରୁ ଘରୁ ପଳାଇ ଆସିବାରେ ସକ୍ଷମ ହୋଇଥିଲେ। ପୀଡ଼ିତାଙ୍କ ମା’ କରିଥିବା ଅଭିଯୋଗ ଅନୁସାରେ ସୋମବାର ଏକ ମାମଲା ରୁଜୁହୋଇଛି। ଅଭିଯୁକ୍ତ ରାଜ ବିଶ୍ୱକର୍ମା, ସମୀର, ଆୟୁଷ, ସୋହେଲ, ଡାନିଶ, ଅନ୍‌ମୋଲ, ସାଜିଦ୍‌, ଜାହିର, ଇମ୍ରାନ, ଜାଇବ୍‌, ଅମନ, ରାଜ ଖାନ୍‌ ଏବଂ ଅନ୍ୟ ୧୧ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିବା ବରୁନ ଜୋନ୍‌ର ଡିସିପି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri