Posted inଜାତୀୟ

ଗ୍ୟାରେଣ୍ଟି ମାଗିଲେ ଷ୍ଟାଲିନ୍‌, ତାମିଲ ପାଠ ପଢ଼ାଇଲେ ମୋଦି

ରାମେଶ୍ୱରମ୍‌,୭ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରୀଲଙ୍କାରୁ ରବିବାର ତାମିଲନାଡୁକୁ ଫେରି ରାମେଶ୍ୱରମ୍‌ରେ ପମ୍ବନ ବ୍ରିଜ୍‌ର ଲୋକାର୍ପଣ ସହ ଅନ୍ୟ କେତେକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରୁଥିବାବେଳେ ରାଜ୍ୟର ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ଙ୍କୁ ଏହି କାର୍ଯ୍ୟକ୍ରମରେ ଦେଖିବାକୁ ମିଳି ନ ଥିଲା। ଷ୍ଟାଲିନ୍‌ ହିଲଟାଉନ୍‌ ଉଧଗମଣ୍ଡଲମ୍‌ରେ କେତେକ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଉଭୟେ ନିଜ ନିଜ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରସଙ୍ଗରେ ପରସ୍ପରକୁ ଟାର୍ଗେଟ କରିଥିବା ଦେଖିବାକୁ ମିଳିଥିଲା। ଆସନ୍ତାବର୍ଷ ବିଧାନସଭା ନିର୍ବାଚନ ହେବାକୁ ଥିବା ତାମିଲନାଡୁରେ ଏହି ବିଷୟ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।
ଜାତୀୟ ଶିକ୍ଷା ନୀତି (ଏନ୍‌ଇପି) ଅଧୀନ ୩ ଭାଷା ସୂତ୍ର ବଳରେ ତାମିଲନାଡୁ ଉପରେ ହିନ୍ଦୀକୁ ଜବରଦସ୍ତି ଲଦିଦେବା, କେନ୍ଦ୍ର ପ୍ରସ୍ତାବିତ ସଂସଦୀୟ କ୍ଷେତ୍ର ସୀମା ପୁନଃ ନିର୍ଦ୍ଧାରଣ (ଡିଲିମିଟେଶନ୍‌), ସଂଘୀୟ ସହଯୋଗିତା (କୋ-ଅପରେଟିଭ୍‌ ଫେଡେରାଲିଜମ୍‌), କେନ୍ଦ୍ରରୁ ରାଜ୍ୟକୁ ପାଣ୍ଠି ଆବଣ୍ଟନରେ ବୈମାତୃକ ମନୋଭାବ ଆଦିକୁ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି। ବିଶେଷକରି ତାମିଲନାଡୁ ମୁଖ୍ୟମନ୍ତ୍ରୀ ତଥା ଡିଏମ୍‌କେ ସୁପ୍ରିମୋ ଏମ୍‌.କେ. ଷ୍ଟାଲିନ୍‌ ଏହି ପ୍ରସଙ୍ଗଗୁଡ଼ିକୁ ଉଠାଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରୁଛନ୍ତି। ଏଭଳି ସମୟରେ ଷ୍ଟାଲିନ୍‌ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ନ ଯିବା ଯେତିକି ଆଶ୍ଚର୍ଯ୍ୟକର ନୁହେଁ, ତା’ଠୁ ବେଶି ଚର୍ଚ୍ଚାର ବିଷୟ ହୋଇଛି ସେ ମୋଦିଙ୍କୁ ଗ୍ୟାରେଣ୍ଟି ମାଗିବା ପ୍ରସଙ୍ଗ। ଉଧଗମଣ୍ଡଲମ୍‌(ଉଟି)ର ଏକ ସାଧାରଣ ସଭାକୁ ସମ୍ବୋଧିତ କରି ଷ୍ଟାଲିନ୍‌ କହିଛନ୍ତି, ପ୍ରସ୍ତାବିତ ଡିଲିମିଟେଶନ୍‌ ପ୍ରକ୍ରିୟାକୁ ନେଇ ତାମିଲନାଡୁବାସୀଙ୍କ ମନରେ ରହିଥିବା ଭୟକୁ ପ୍ରଧାନମନ୍ତ୍ରୀ ପ୍ରଥମେ ଦୂର କରିବା ଉଚିତ। ତାମିଳନାଡୁର ଅଧିକାରଗୁଡ଼ିକୁ ସୁରକ୍ଷା ଦେବା ପାଇଁ ପାର୍ଲାମେଣ୍ଟରେ ଏକ ସଂକଳ୍ପନାମା ପାରିତ କରାଯିବ ବୋଲି ମୋଦି ସୁନିଶ୍ଚିତ କରିବା ଜରୁରୀ। ଏଥିପାଇଁ ଆବଶ୍ୟକ ସମ୍ବିଧାନ ସଂଶୋଧନ ମଧ୍ୟ କରନ୍ତୁ। ଏହା ହିଁ ଉପଯୁକ୍ତ ଡିଲିମିଟେଶନ୍‌ ସୁନିଶ୍ଚିତ କରିବାର ଏକମାତ୍ର ପନ୍ଥା। ପ୍ରଧାନମନ୍ତ୍ରୀ ଏପରି କରିବେ ବୋଲି ଆଶାବାଦୀ ଥିବା ଷ୍ଟାଲିନ୍‌ କହିଛନ୍ତି। ଷ୍ଟାଲିନ୍‌ ଆହୁରି କହିଛନ୍ତି, ତାମିଲନାଡୁ ଓ ଅନ୍ୟ ରାଜ୍ୟଗୁଡ଼ିକ ଜନସଂଖ୍ୟା ନିୟନ୍ତ୍ରଣରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବାରୁ ସେମାନଙ୍କୁ ଡିଲିମିଟେଶନ୍‌ ପ୍ରକ୍ରିୟା କାର୍ଯ୍ୟକାରୀ ବେଳେ ଦଣ୍ଡିତ କରାଯିବା ଅନୁଚିତ। ସଂସଦୀୟ ଆସନର ଭାଗ ଉଣା କରା ନ ଯାଉ ବୋଲି ଷ୍ଟାଲିନ୍‌ କହିବା ସହ ଏକ୍ସ’ରେ ମଧ୍ୟ ଉଲ୍ଲେଖ କରିଛନ୍ତି। ସେପଟେ ପ୍ରଧାନମନ୍ତ୍ରୀ ରାମେଶ୍ୱରମ୍‌ରେ ଦେଶର ପ୍ରଥମ ଭର୍ଟିକାଲ ଲିଫ୍ଟ ରେଳସେତୁ ଉଦ୍‌ଘାଟନ ଅବସରରେ ଆୟୋଜିତ ସଭାକୁ ସମ୍ବୋଧିତ କରି କହିଛନ୍ତି, କେନ୍ଦ୍ର ସରକାର ବର୍ଦ୍ଧିତ ପାଣ୍ଠି ଦେବା ସତ୍ତ୍ୱେ କେତେଜଣ ବ୍ୟକ୍ତି ପାଣ୍ଠି ପାଇଁ ଚିତ୍କାର କରୁଛନ୍ତି। ଭିତ୍ତିଭୂମି ବିକାଶରେ ତାମିଲନାଡୁକୁ ଗୁରୁତ୍ୱ ଦିଆଯାଉଛି। ଗତ ୧୦ ବର୍ଷ ମଧ୍ୟରେ କେନ୍ଦ୍ର ତାମିଲନାଡୁକୁ ୨୦୧୪ ପୂର୍ବର ଉପା ସରକାର ତୁଳନାରେ ୩ ଗୁଣା ଅଧିକ ପାଣ୍ଠି ପ୍ରଦାନ କରିଛନ୍ତି। ସେହିପରି ରେଲଓ୍ବେ କ୍ଷେତ୍ରରେ ୭ ଗୁଣା ଅଧିକ ପାଣ୍ଠି ଦିଆଯାଇଛି। ଏହାସତ୍ତ୍ୱେ ବିନା କୌଣସି ଯଥାର୍ଥତାରେ କେତେଜଣ ବ୍ୟକ୍ତି ଲଗାତର ଅଭିଯୋଗ କରୁଛନ୍ତି, ଯାହାକି ଦୁର୍ଭାଗ୍ୟଜନକ। ମୋଦି ଆହୁରି କହିଛନ୍ତି, ରାଜ୍ୟରେ ତାମିଲ ଭାଷାର ଅଧିକ ବ୍ୟବହାର କରାଯିବା ଉଚିତ। ବିଶେଷକରି ମେଡିକାଲ ଶିକ୍ଷା କ୍ଷେତ୍ରରେ ରାଜ୍ୟ ସରକାର ଏହାକୁ ଗୁରୁତ୍ୱ ଦେବା କଥା। କିନ୍ତୁ ତାମିଲନାଡୁର ନେତାମାନେ ପାଣ୍ଠି ମାଗିବାବେଳେ ପତ୍ରରେ ଇଂଲିଶ୍‌ ଭାଷାରେ ଦସ୍ତଖତ ଦେଉଛନ୍ତି। ନିଜ ଦସ୍ତଖତ ଅନ୍ତତଃ ତାମିଲରେ ଦିଅନ୍ତୁ। ଇଂଲିଶ୍‌ରେ ଲେଖିବାବେଳେ ସେମାନଙ୍କ ତାମିଲ ଅସ୍ମିତା କେଉଁଠି ହଜିଯାଉଛି ବୋଲି ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିଛନ୍ତି। ସେହିପରି ଷ୍ଟାଲିନ୍‌ ଉକ୍ତ କାର୍ଯ୍ୟକ୍ରମକୁ ବର୍ଜନ କରିବା ପ୍ରଧାନମନ୍ତ୍ରୀଙ୍କ ପ୍ରତି ଅପମାନ ଦର୍ଶାଇ ରାଜ୍ୟ ଭାଜପା ସଭାପତି କେ. ଆନ୍ନାମଲାଇ ତାଙ୍କଠାରୁ କ୍ଷମା ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri