କଫି ଚାଷ ସମ୍ୱନ୍ଧୀୟ ବ୍ଲକ ସ୍ତରୀୟ କର୍ମଶାଳା , ଯୋଗଦେଲେ ଚାଷୀ

ଦାରିଙ୍ଗବାଡି, ୭।୫ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି କଫି ବଗିଚା ପରିସର ମଧ୍ୟରେ କଫି ଚାଷ ସମ୍ୱନ୍ଧୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ବ୍ଲକର ବିଭିନ୍ନ ପଞ୍ଚାୟତରୁ କଫି ଚାଷୀ ଯୋଗଦେଇଥିଲେ। କାର୍ଯ୍ୟକ୍ରମକୁ ରାଜ୍ୟ ସରକାରଙ୍କ ମୃତ୍ତିକା ସଂରକ୍ଷଣ ବିଭାଗର ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଦ୍ୱାରା ଆୟୋଜନ କରାଯାଇଥିଲା। ଏହି ଚାଷ କରିବାକୁ ଛାଇ ରହିଥିବା ଜମିର ଆବଶ୍ୟକତା ସହ ପ୍ରଚୁର ପାଣିର ବ୍ୟବସ୍ଥା ରହିଥିବା ଆବଶ୍ୟକତା ସମ୍ପର୍କରେ କୁହାଯାଇଥିଲା। ଗ୍ରାମ୍ୟ ଜମି କିମ୍ୱା ପତ୍ରା ଜଙ୍ଗଲରେ ଗାଁ କମିଟି ମଧ୍ୟରେ ଆଲୋଚନା କରି ଚାଷ କରାଯିବା ଦରକାର କଫିର ଚାହିଦା ପେଟ୍ରୋଲିୟମ ପଦାର୍ଥ ପରେ ଦିତୀୟ ଚାହିଦା ବୋଲି କୁହାଯାଇଥିଲା।

କଫି ଥରେ ଫଳ ଧରିବା ପରେ ପରିଶ୍ରମ କମିବ ଓ ୪୦ ରୁ୫୦ ବର୍ଷ ପର୍ଯ୍ୟନ୍ତ କଫି ଫଳ ଦେବ ଓ ରୋଜଗାର ଦେଉଥିବା କୁହାଯାଇଥିଲା। ସେହିପରି କନ୍ଧମାଳ ଜିଲା କୁ କଫିର ହବ କରାଯିବ ଯାହା କି ଏଠାକାର କଫି ବିଶସ୍ତରୀୟ ପାଇଁ ପ୍ରୟାସ କରାଯିବ। ଜୈବିକ କଫି ଦାରିଙ୍ଗବାଡିରେ ୧ ଶହ ହେକ୍ଟର ଜମିରେ ଏହି ଚାଷ କରାଯିବା ପାଇଁ ଯୋଜନା ରହିଥିବା ବେଳେ ଚଳିତ ବର୍ଷ ୩୫ ହେକ୍ଟର ଜମିରେ କରାଯିବା ପାଇଁ ହିତାଧିକାରୀ ଚୟନ କରାଯାଇଥିବା କୁହାଯାଇଥିଲା। କନ୍ଧମାଳ କଫିକୁ ବିଶ୍ୱସ୍ତରୀୟ କରାଯିବାକୁ ଯୋଜନା ରହିଛି। କଫି ଚାଷ ପାଇଁ ପ୍ରକୃତ
୩ ପ୍ରକାର କଫି କିସମ ରହିଛି ସମୁଦ୍ର ପତ୍ତନ ଠାରୁ ଅତି କମ ରେ ୮ ଶହ ମିଟର ଉଚ୍ଚତାରେ ରହିଥିବା ଜମି ରେ ଏହି ଚାଷ ବହୁତ ଭଲ ଓ ସଫଳତାର ସହ ହେବ ଯାହାକି ଦାରିଙ୍ଗବାଡି ସମୁଦ୍ର ପତ୍ତନ ଠାରୁ ୯ ଶହ ମିଟର ଉଚ୍ଚତା ରେ ରହିଛି ତେଣୁ ଏଠି ଏହି ଚାଷ ସଫଳ ରହିଛି। ସେହିପରି ୧୫ ରୁ ୨୫ ଡିଗ୍ରୀ ତାପମାତ୍ରା ଆବଶ୍ୟକ, ଜଳବାୟୁ, ମାଟିର ଉର୍ୱତା, ବର୍ଷାର ଆବଶ୍ୟକତା, ମାଟି ପରୀକ୍ଷା କରେଇବା ଜରୁରୀ ବୋଲି କୁହାଯାଇଥିଲା। ସେହିପରି ଏହି ଚାଷ ପାଇଁ ଜମିରେ ଛାଇ ନ ଥିଲେ ସେଠାରେ ସିଲଭର ଓକ ଗଛ ଲଗାଇବା ଭଳି କାର୍ଯ୍ୟ କରାଯିବାକୁ ଚାଷୀଙ୍କୁ ପରାମର୍ଶ ଦିଆଯାଇଥିଲା। ଜାନୁୟାରୀରୁ ଫେବୃୟାରୀରେ ନର୍ସରୀ ଆରମ୍ଭ କରାଯିବା ପାଇଁ ପରାମର୍ଶ ଦିଆଯାଇଥିଲା ପରେ ମାର୍ଚ୍ଚ ଓ ଏପ୍ରିଲରେ ଗଛ ପୋତିବା କାର୍ଯ୍ୟ କଲେ ସଫଳ ହୋଇପାରିବ ବୋଲି ପରାମର୍ଶ ଦିଆଯାଇଥିଲା ପରେ ପ୍ରାକ୍ଟିକାଲ କଫି ନର୍ସରୀରେ ଚାଷୀଙ୍କୁ ତାଲିମ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲା ମୃତ୍ତିକା ସଂରକ୍ଷଣ ବିଭାଗର ପ୍ରକଳ୍ପ ନିର୍ଦ୍ଦେଶକ ଚିନ୍ତାମଣି ଜେନା ଅଧ୍ୟକ୍ଷତା କରିଥିବା ବେଳେ ଭାରତ ସରକାରଙ୍କ ମୃତ୍ତିକା ଓ ଜଳ ସଂରକ୍ଷଣ ବିଭାଗ କୋରାପୁଟ ଆଞ୍ଚଳିକ କାର୍ଯ୍ୟାଳୟର ବୈଜ୍ଞାନିକ ଡ଼ଃ ଶାଶ୍ୱତ କୁମାର କର ଏବଂ ଭାରତ ସରକାରଙ୍କ କଫି ବୋର୍ଡ ଅଧୀନ କୋରାପୁଟ କଫି ବୋର୍ଡ ର ଏସଏଲଓ ଉପେନ୍ଦ୍ର କୁମାର ସାହା ପ୍ରମୁଖ କଫି ଚାଷୀଙ୍କୁ ତାଲିମ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ଦାରିଙ୍ଗବାଡି ମୃତ୍ତିକା ସଂରକ୍ଷଣ ବିଭାଗର ପିଆଇଏ ପ୍ରଫୁଲ୍ଲ ପ୍ରଧାନ ପରିଚାଳନା କରିଥିଲେ। ଜିଲ୍ଲାର ଅତିରିକ୍ତ ମୃତ୍ତିକା ସଂରକ୍ଷଣ ଅଧିକାରୀଙ୍କ ସମେତ ଅନ୍ୟ କର୍ମଚାରି ଫିଲଡ ଅଧିକାରୀମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୪ ଘଣ୍ଟାରେ ଲଘୁଚାପ: ସପ୍ତାହେ ଯାଏ ପ୍ରବଳ ବର୍ଷା, ଆଜି ୬ ଜିଲାକୁ ଓ୍ବାର୍ନିଂ…

ଭୁବନେଶ୍ୱର, ୭ା୮(ବନ୍ଦନା ସେଠୀ) – ରାଜ୍ୟରେ ଲଗାଣ ବର୍ଷା ପାଇଁ ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ଓ ବନ୍ୟା ପରିସ୍ଥିତି ଲାଗି ରହିଥିବାବେଳେ ଆସୁଛି ଆଉ ୨ ଲଘୁଚାପ।…

ବରଗଡ଼ରେ ଶନିବାର ସକାଳ ୮ଟାରୁ ବିଦ୍ୟୁତ୍ କାଟ୍: ଏସବୁ ଅଞ୍ଚଳରେ ୬ ଘଣ୍ଟା ବନ୍ଦ ରହିବ ବିଦ୍ୟୁତ୍ ସେବା

ବରଗଡ଼,୭।୮(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଡିଭିଜନ୍-୨ ଗ୍ରୀଡ୍ ଅନ୍ତର୍ଗତ ୧୧କେଭି ଟେଲିଫୋନ୍ ଏକ୍ସଚେଞ୍ଜ୍ ଫିଡର୍ରେ ଜରୁରୀକାଳୀନ ମରାମତି କାର୍ଯ୍ୟ ଯୋଗୁ ଆସନ୍ତାକାଲି (ଶନିବାର) ସକାଳ ୮ଟାରୁ ଅପରାହ୍ନ ୨ଟା…

ବର୍ଷୀୟାନ ସଂଗଠକଙ୍କୁ ଝୁରୁଛି ଗାଁ ମାଟି ….

ପାଟଣା,୨୮/୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷାଖରି ପଂଚାୟତ ମଲ୍ଲି ପୋଷି ଗ୍ରାମର ଅବସର ପ୍ରାପ୍ତ ଶିକ୍ଷକ ଓ ବିଶିଷ୍ଟ ସଂଗଠକ ରବୀନ୍ଦ୍ର ବେଜଙ୍କ…

ସରକାରୀ ଜମି ଦଖଲକୁ ନେଇ ଗୋଷ୍ଠୀ ସଂଘର୍ଷ: ୨ ମହିଳାଙ୍କ ସମେତ ୯ ଅଭିଯୁକ୍ତ ଗଲେ ଜେଲ, ଫୋର୍ସ ମୁତୟନ

ଦିଗପହଣ୍ଡି, ୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ଦିଗପହଣ୍ଡି ଥାନା ନୂଆ ଅନନ୍ତେଇ ଗ୍ରାମରେ ସରକାରୀ ଜମି ଦଖଲ ଏବଂ ଚାଷକୁ ନେଇ…

କମେ ଗାଁ ଜଙ୍ଗଲରୁ ହାତୀଛୁଆର ମୃତଦେହ ଉଦ୍ଧାର: ନର୍ଲା ରେଞ୍ଜରେ ବାରମ୍ବାର ହାତୀ ମୃତ୍ୟୁକୁ ନେଇ…

ନର୍ଲା, ୭।୮(ସନ୍ତୋଷ ପାତ୍ର): କଳାହାଣ୍ଡି ଜିଲା ଉତ୍ତର ବନଖଣ୍ଡ ଅନ୍ତର୍ଗତ ନର୍ଲା ରେଞ୍ଜ କମେ ଗାଁ ଜଙ୍ଗଲରୁ ଶୁକ୍ରବାର ଏକ ହାତୀ ଛୁଆର ମୃତଦେହ ଉଦ୍ଧାର କରାଯାଇଛି।…

“କାମ କର, ନଚେତ୍ ଅନ୍ୟପାଇଁ ବାଟ ଛାଡ଼”: କଡ଼ା ଚେତାବନୀ ଦେଇ…

ବରଗଡ଼,୭।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା କଂଗ୍ରେସର ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକାରିଣୀ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ପ୍ରଦେଶ ଏବଂ ଜାତୀୟ ସ୍ତରର ପ୍ରମୁଖ ଦଳୀୟ…

ମୁନିସିପେଣ୍ଠ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପରିଦର୍ଶନ କଲେ ଜିଲାସ୍ତରୀୟ ଟିମ୍‌

ଛତ୍ରପୁର,୭ା୮(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ମୁନିସିପେଣ୍ଠ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟର ଅଧୀକ୍ଷକ ଡାକ୍ତର ଶ୍ରୀକାନ୍ତ ସାହୁ ନେତୃତ୍ୱରେ ଏକ ଜିଲାସ୍ତରୀୟ…

ଝିଲିମିଣ୍ଡା ପାଇଁ ଗୌରବ ଆଣିଲେ ରାମ ମେହେର

ଅତାବିରା,୭ା୮ (ଯୁଧିଷ୍ଠିର ମହାପାତ୍ର): ଜାତୀୟ ହସ୍ତତନ୍ତ ଦିବସ ଅବସରରେ ବରଗଡ଼ ଜିଲା ପାଇଁ ଆସିଛି ଗର୍ବର ମୁହୂର୍ତ୍ତ। ଅତାବିରା ବ୍ଲକ ଅନ୍ତର୍ଗତ ଝିଲିମିଣ୍ଡା ଗ୍ରାମର ବିଶିଷ୍ଟ ହସ୍ତତନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri