କର୍ମଫଳର ଜୀବନଚକ୍ର

ମଣିଷର ଭାବନା ଏବଂ ଜ୍ଞାନର ଗହନ କଥାକୁ ବୁଝାଇବା ପାଇଁ ପୁରାଣରେ ଅନେକ ଅବଧାରଣା ରହିଛି। ମଣିଷ ଚିନ୍ତାଧାରାରେ ଈଶ୍ୱର ଅଛନ୍ତି ଏବଂ ତାହାର ଧାରଣା ଅଛି ସବୁ ଜୀବ ସମାନ। ତେବେ ଏସବୁକୁ ଦୃଶ୍ୟମାନ ବୋଲି କିପରି ବୁଝାଇହେବ। ଆମେ ଘୋଡ଼ା ଦେଖୁଛୁ ଏବଂ ଆମ୍ୱଗଛ ବି ଦେଖୁଛୁ, ସେଥିପାଇଁ ସେଗୁଡ଼ିକର ଛବି ଆଙ୍କିପାରୁଛୁ। କିନ୍ତୁ ଯାହା ଦୃଶ୍ୟମାନ ନୁହେଁ ତାହାକୁ କିପରି ଆଙ୍କିବା। ହେଲେ ଅଦୃଶ୍ୟ ଜଗତର ଧାରଣା ଓ ବିଶ୍ୱାସ ପୁରାଣରେ ଭରିରହିଛି ଏବଂ ଏହି ଧାରଣାଗୁଡ଼ିକୁ ବୁଝାଇବା ଲାଗି ପୁରାଣ କାଳ୍ପନିକ କାହାଣୀସବୁ ବ୍ୟବହାର କରିଛି। ବାହ୍ୟ ଜଗତରେ ପ୍ରତୀୟମାନ ହେଉ ନ ଥିବା କଳ୍ପନାକୁ ବ୍ୟାଖ୍ୟା କରିବା ପାଇଁ ଏହା କାଳ୍ପନିକ ଦୃଶ୍ୟ ଅବତାରଣା କରେ। ଅଲୌକିକ ବ୍ୟାଖ୍ୟା ହେଉଛି କୃତ୍ରିମ ତଥା ମନୁଷ୍ୟକୃତ ଚିନ୍ତାଧାରା। ପ୍ରକୃତିର କାର୍ଯ୍ୟକୁ ବ୍ୟାଖ୍ୟା କରିବା ସକାଶେ ଆଦିମାନବ ଦେବତାଙ୍କ ସମ୍ପର୍କରେ କଳ୍ପନା କରିଥିଲା। ଫୁଲ ଓ ଫଳ ଦେଉଥିବା ଗଛକୁ ଭଗବାନ୍‌ ମଣିଲା। ପଶୁପକ୍ଷୀ ତଥା ଅନ୍ୟ ଜୀବଙ୍କୁ ସୁରକ୍ଷା ଦେଉଥିବା ଜଙ୍ଗଲ ଓ ନଦୀକୁ ଦେବତା ବୋଲି ଭାବିଲା। ପ୍ରକୃତିର ନିୟମ ସହିତ ଏକ ସମନ୍ୱୟ ସୁନିଶ୍ଚିତ କରିବା ପାଇଁ ମଧ୍ୟପ୍ରାଚ୍ୟରେ ଆଦିବାସୀମାନେ ଏକ ଈଶ୍ୱରଙ୍କ କାହାଣୀ ଆରମ୍ଭ କରିଥିଲେ। ଭାରତୀୟମାନେ ମଧ୍ୟ ଜୀବନର ବିବିଧତା, ଜୀବନ ସମ୍ପର୍କିତ ପୂର୍ୱାନୁମାନ ଏବଂ ଅସମାନତାକୁ ଦର୍ଶାଇବା ପାଇଁ ପୁନର୍ଜନ୍ମ କଥା ସାମ୍ନାକୁ ଆଣିଥିଲେ। ଏହି ଧାରଣାଗୁଡିକୁ କାଳ୍ପନିକ କଥା ତଥା ଅବାସ୍ତବ ଛବି ମାଧ୍ୟମରେ ସାମ୍ନାକୁ ଅଣାଯାଇ ପ୍ରଚାର କରାଗଲା। ବୌଦ୍ଧଧର୍ମର ଜାଟକ କାହାଣୀ ବୁଦ୍ଧଙ୍କର ପ୍ରାୟ ୫୫୦ ପୂର୍ୱଜନ୍ମ ସମ୍ପର୍କରେ ସୂଚିତ କରେ। ଏଥିରେ କେତେକ ଉଦ୍ଭିଦ, ପ୍ରାଣୀ ଏବଂ ମଣିଷ ଜନ୍ମ ନେଇଥିବା କଥା କୁହାଯାଇଛି। ହିନ୍ଦୁଧର୍ମର ମହାଭାରତ ଏବଂ ରାମାୟଣରେ ବିଷ୍ଣୁଙ୍କର ଦୁଇ ଅବତାର କୃଷ୍ଣ ଏବଂ ରାମଙ୍କ କାହାଣୀ ଅଛି। କୃଷ୍ଣ ତାଙ୍କ ପୂର୍ୱଜନ୍ମରେ ରାମ ଥିଲେ ଏବଂ ବଳରାମ (କୃଷ୍ଣଙ୍କ ବଡ଼ଭାଇ) ଥିଲେ ଲକ୍ଷ୍ମଣ (ରାମଙ୍କ ସାନଭାଇ)। ଏହିଭଳି ଭାବରେ ପୁନର୍ଜନ୍ମ ବିଶ୍ୱାସ ହିନ୍ଦୁଶାସ୍ତ୍ରରେ ରହିଛି।
ଉଲ୍ଲେଖନୀୟ ଯେ, ଜଣେ କୁମାରୀଠାରୁ ଯିଶୁ ଜନ୍ମ ନେଇଥିବା କଥାକୁ ଏବେ ମଧ୍ୟ ଅନେକେ ବିଶ୍ୱାସ କରନ୍ତି। ଏହା ପୃଥିବୀରେ ବିଚରଣ କରୁଥିବା ଏବଂ ତାଙ୍କୁ ହତ୍ୟା ପରେ ପୁନର୍ଜୀବନ ଲାଭ କରିଥିବା ଏକ ଅଲୌକିକ ସତ୍ତାର ଧାରଣାକୁ ଉଜାଗର କରିବା ପାଇଁ ଉଦ୍ଦିଷ୍ଟ। ମହମ୍ମଦ ଜେରୁଜେଲମ୍‌ରୁ ସ୍ୱର୍ଗକୁ ଯିବାର କାହାଣୀ ତାଙ୍କୁ ଜଣେ ଈଶ୍ୱର ଭାବେ ନିଶ୍ଚିତ କରିବାକୁ ବର୍ଣ୍ଣନା କରାଯାଇଛି। ୟୁରୋପୀୟ ପଣ୍ଡିତମାନେ ଯିଶୁ ଏବଂ ମହମ୍ମଦଙ୍କ ପୌରାଣିକ କଥାକୁ ଯେମିତି ଗ୍ରହଣ କରନ୍ତି ଠିକ୍‌ ସେମିତି ହିନ୍ଦୁ ପୁରାଣଗୁଡ଼ିକୁ ସ୍ୱୀକାର କରିଥାନ୍ତି। ସେଗୁଡ଼ିକୁ କାଳ୍ପନିକ ମନେକରାଯାଏ ନାହିଁ। ବାସ୍ତବରେ କ୍ଷୀର ସାଗର ଅସ୍ତିତ୍ୱ କିମ୍ୱା ଶିବଙ୍କ ମୁଣ୍ଡରେ ଥିବା ଚନ୍ଦ୍ର କିମ୍ୱା ଗଙ୍ଗା ଆକାଶରୁ ଧରା ଅବତରଣ କରୁଥିବା ଧାରଣାଗୁଡ଼ିକ ବାସ୍ତବ ନୁହେଁ। ହେଲେ ସେଗୁଡ଼ିକୁ ଅର୍ଥପୂର୍ଣ୍ଣ ପ୍ରତୀକ ଭାବରେ ବର୍ଣ୍ଣନା କରାଯାଇ ପ୍ରଚାର କରାଯାଇଥିଲା।
ଏବକାର ଲୋକେ ପରମ୍ପରାଠାରୁ ଦୂରେଇ ରହିବାକୁ ପସନ୍ଦ କରିଥାନ୍ତି। ସେମାନେ ପୂର୍ୱଜଙ୍କ ତୁଳନାରେ ନିଜକୁ ଅଧିକ ବାସ୍ତବବାଦୀ ବୋଲି ଅନୁଭବ କରନ୍ତି। ତେବେ ଯଦି ପୁନର୍ଜନ୍ମ ଉପରେ ବିଶ୍ୱାସ କରାଯାଏ, ତେବେ ଏହି ସିଦ୍ଧାନ୍ତର ଉଦ୍ଦେଶ୍ୟ କ’ଣ ବୁଝିବା ଦରକାର। ପୁନର୍ଜନ୍ମ ତିନୋଟି ସିଦ୍ଧାନ୍ତକୁ ସ୍ପଷ୍ଟକରେ। ପ୍ରଥମରେ, ପୁନର୍ଜନ୍ମ ଜଗତର ବିବିଧତାକୁ ଦର୍ଶାଏ। ଜଣେ କାହିଁକି ଧନୀ ମାତାପିତା ଏବଂ ଜଣେ କାହିଁକି ଗରିବ ମାତାପିତାଠାରୁ ଜନ୍ମ ନେଉଛନ୍ତି ତାହାକୁ କିପରି ବୁଝାଇବ? ଭାଗ୍ୟ କେବଳ କେତେକଙ୍କୁ କାହିଁକି ସହାୟ ହୁଏ? ଯଦି ସମସ୍ତେ ସମାନ ଉତ୍ସରୁ ଆସିଛନ୍ତି, ତେବେ ଏତେ ଅନ୍ୟାୟ ଓ ନିଷ୍ଠୁରତା କାହିଁକି? ପୁନର୍ଜନ୍ମ ସମସ୍ତ ବିବିଧତାକୁ ଜୀବନର ଏକ ଅଧିକାର ବୋଲି ସୂଚିତ କରେ। ଆମ ସମସ୍ତଙ୍କର ଜୀବନ ଭଲ ଓ ମନ୍ଦ କର୍ମର ସମାହାର। ଯେଉଁମାନେ ପୂର୍ୱଜନ୍ମରେ ନକାରାମତ୍କ କର୍ମ କରିଥାନ୍ତି ସେମାନେ ଏ ଜନ୍ମରେ ଯନ୍ତ୍ରଣା ଭୋଗନ୍ତି। ଯେଉଁମାନେ ସକାରାମତ୍କ କର୍ମର ପ୍ରାରବ୍ଧ ନେଇ ଆସନ୍ତି ସେମାନେ ଆନନ୍ଦ ପାଇଥାନ୍ତି। ଜୀବନର ଏହି ବିବିଧତା ପଛରେ କର୍ମର ଭୂମିକା ରହିଛି। ପୁନର୍ଜନ୍ମ ମଧ୍ୟ ଜୀବନର କର୍ମକୁ ବ୍ୟାଖ୍ୟା କରେ। କର୍ମ ସିଦ୍ଧାନ୍ତ ସମସ୍ତେ ସମାନ ବା ଗୋଟିଏ ରୂପ ବୋଲି ବିଶ୍ୱାସ କରେନାହିଁ। ତେବେ ଯଦି ସମସ୍ତେ ସମାନ ବୋଲି ବିଶ୍ୱାସ କରାଯାଉଥାଆନ୍ତା, ତେବେ ବିଶ୍ୱରେ ଗୋଟିଏ ଈଶ୍ୱର, ଗୋଟିଏ ଗ୍ରନ୍ଥ ଏବଂ ଗୋଟିଏ ପ୍ରକାର ଜୀବନଶୈଳୀ ଦେଖିବାକୁ ମିଳିପାରନ୍ତା। ଦ୍ୱିତୀୟତଃ, ମଣିଷ ଥରେ ଜନ୍ମ ନିଏ ବୋଲି ବିଶ୍ୱାସ କରୁଥିବା ପୁରାଣଗୁଡ଼ିକ ଜୀବନର ଏକ ଶୀର୍ଷ ସ୍ତର, ମହାପ୍ରଳୟ, ମହାଯୁଦ୍ଧକୁ ଦର୍ଶାନ୍ତି। ଏକାଧିକ ଜୀବନ ଉପରେ ବିଶ୍ୱାସ କରୁଥିବା ସମାଜରେ ସେପରି କୌଣସି ଶୀର୍ଷସ୍ତର ନାହିଁ; କୌଣସି ବିଜୟ କିମ୍ୱା ପରାଜୟ ନାହିଁ। ଏଇ ଜୀବନରେ ଯେଉଁମାନେ ଜିତନ୍ତି ସେମାନେ ଆରଜନ୍ମରେ ହାରିଯାଆନ୍ତି। ପୂର୍ୱଜନ୍ମରେ ଥିବା ଧନୀ ଲୋକ ଏଇ ଜୀବନରେ ଗରିବ ହୁଅନ୍ତି। ଜୀବନର ସବୁକିଛି ଏକ ଚକ୍ରାକାର ଗତିରେ ଚାଲିଥାଏ। ପ୍ରତ୍ୟେକ କର୍ମର ଫଳ ଅଛି। କେହି ସ୍ୱର୍ଗ କିମ୍ୱା ନର୍କରେ ନାହାନ୍ତି। କୌଣସି ଅନ୍ତିମ ଗନ୍ତବ୍ୟସ୍ଥଳ ବି ନାହିଁ। ଜୀବନ କେବଳ ଏକ ଜନ୍ମ-ମୃତ୍ୟୁ ଚକ୍ରର ପଥ।
ତୃତୀୟରେ, ଯଦି ତୁମେ କେବଳ ଥରେ ଜନ୍ମ ନେବ ଓ ବଞ୍ଚିବ, ତେବେ ସେହି ଜୀବନ ହେଉଛି ତୁମର ସଞ୍ଚିତ ପ୍ରାରବ୍ଧର ଫଳ। ତୁମର ସଞ୍ଚିତ ପ୍ରାରବ୍ଧର ମୂଲ୍ୟ ହେଉଛି ତୁମ ସଫଳତାର ସମଷ୍ଟି। ତୁମର କାର୍ଯ୍ୟ, ସଫଳତା ଏବଂ ସମ୍ପତ୍ତିକୁ ଜୀବନର ଶେଷରେ ଗଣନା କରାଯାଏ ଓ ତୁମେ ସେହି ଜୀବନରେ ସଫଳ ହୋଇଛି କି ନାହିଁ ତାହା ନିର୍ଦ୍ଧାରଣ କରାଯାଇଥାଏ। କିନ୍ତୁ ଯଦି ତୁମେ ଅସଂଖ୍ୟ ଜନ୍ମ ନେଇଛ ତେବେ ତୁମ ଜୀବନ ଅସୀମ ଦ୍ୱାରା ଭାଗ କରାଯାଇଛି ବୋଲି ବୁଝିବାକୁ ହେବ। ଏହି ଧାରାରେ ତୁମେ ଜୀବନରେ ଯାହା କରିଥାଅ କିମ୍ୱା ସଫଳତା ପାଇଥାଅନା କାହିଁକି ତାହାର ମୂଲ୍ୟ ଶେଷରେ ଶୂନ୍ୟ ହୋଇଯାଏ।
ଆମ୍ୱଗଛରେ ଆମ୍ୱ ଫଳିଲେ ତାହାର ମୂଲ୍ୟ ଜଣାପଡ଼େନାହିଁ ବରଂ ତାକୁ ଖାଇବାକୁ ପସନ୍ଦକଲେ ତାହାର ମୂଲ୍ୟ ବଢ଼େ। ସେହିଭଳି ଆମେ ଅନ୍ୟମାନଙ୍କୁ ଦେଲେ ସେଥିରେ ଜୀବନର ମୂଲ୍ୟ ବଢ଼େ। ବାସ୍ତବରେ କୌଣସି ଜିନିଷର ମୂଳ ତଥା ଗୁରୁତ୍ୱପୂର୍ଣ୍ଣ ପ୍ରବୃତ୍ତିଗତ ମୂଲ୍ୟ ଅନ୍ୟମାନଙ୍କ ଦ୍ୱାରା ନିର୍ଦ୍ଧାରଣ ହୋଇଥାଏ। ତୁମେ ଏ ଜନ୍ମରେ କାହା ଜୀବନକୁ ନଷ୍ଟ କରିଥିଲେ ପରଜନ୍ମରେ ତାହା ଅନ୍ୟମାନଙ୍କ ଦ୍ୱାରା ନଷ୍ଟ ହୋଇଯିବ। ଏ ଜନ୍ମରେ ଭଲ କାମ ଓ ସେବା କରିଥିଲେ ତାହାର ମୂଲ୍ୟ ଅନ୍ୟମାନଙ୍କ ଦ୍ୱାରା ପରଜନ୍ମରେ ନିର୍ଦ୍ଧାରିତ ହେବ। ଆମେ ଆମ ଜୀବନର ସାକ୍ଷୀ ହୋଇ ଭଲ ଓ ମନ୍ଦ କର୍ମର ଋଣ ପରିଶୋଧ କରିବା ଦିଗରେ କାର୍ଯ୍ୟ କରିପାରିବା।
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ

ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ…

ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…

ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

କଳାହାଣ୍ଡିରେ ଲଗାଣ ବର୍ଷାର ତାଣ୍ଡବ: କାଲି ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି, ୨୫ ଯାଏ ସରକାରୀ କର୍ମଚାରୀଙ୍କ…

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ମଙ୍ଗଳବାର ସକାଳୁ ଘଡ଼ଘଡ଼ି ଓ ବିଜୁଳି…

ଦିଗପହଣ୍ଡିରେ ଲଗାଣ ବର୍ଷା: ଘୋଡ଼ାହାଡ଼ ନଦୀକୂଳିଆ ଗ୍ରାମବାସୀଙ୍କୁ ଆଲର୍ଟ, ଯେକୌଣସି ମୁହୂର୍ତ୍ତରେ ଖୋଲିପାରେ ଡ୍ୟାମ୍ ଗେଟ୍

ଦିଗପହଣ୍ଡି,୨୨।୯(ଅଶେଷ ନାଥ ମିଶ୍ର): ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ଘୂର୍ଣ୍ଣିବଳୟରେ ପରିଣତ ହେବା ଫଳରେ ଦିଗପହଣ୍ଡି ଅଞ୍ଚଳରେ ମଙ୍ଗଳବାର ସକାଳୁ ଅବିଶ୍ରାନ୍ତ ବର୍ଷା…

ରାହୁ-ଚନ୍ଦ୍ରଙ୍କ ଭାରି ଖରାପ ଯୋଗ: ୩ରାଶିରେ ଘଟିବ ଅଶୁଭ, ପାଖରୁ ସରିଯିବ ସବୁ ଟଙ୍କା

ଜ୍ୟୋତିଷ ଶାସ୍ତ୍ରରେ ସମୟ ସମୟରେ ଗ୍ରହମାନଙ୍କ ଯୁତି ଯୋଗୁଁ ଅନେକ ଶୁଭ ତଥା ଅଶୁଭ ଯୋଗ ସୃଷ୍ଟି ହୋଇଥାଏ। ଜ୍ୟୋତିଷରେ ରାହୁ ଏବଂ ଚନ୍ଦ୍ରଙ୍କ ଯୁତିରୁ ‘ଗ୍ରହଣ…

ନୂଆପଡ଼ାରେ ଲଜ୍ଜା, ନାବାଳିକାଙ୍କୁ ଟେକି ନେଇ ବଳାତ୍କାର

ନୂଆପଡ଼ା,୨୨ା୯(ମକାରୁ ବେମାଲ): ନୂଆପଡ଼ା ଜିଲା ବେଲଟୁକୁରି ଥାନା ଅଞ୍ଚଳରେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ପୋଲିସ ମଙ୍ଗଳବାର ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ଭାଲେଶ୍ୱର ପଞ୍ଚାୟତ…

ବାତ୍ୟା ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ: ଜିଲାପାଳ

ରାୟଗଡ଼ା,୨୨।୯(ଜଗନ୍ନାଥ ଗୌଡ଼): ସମ୍ଭାବ୍ୟ ବାତ୍ୟାକୁ ନେଇ ରାୟଗଡା ଜିଲା ପ୍ରଶାସନ ସଜାଗ ରହିଛି। ବାତ୍ୟା ମୁକାବିଲା କରିବା ସହ ଯେକୌଣସି ପରିସ୍ଥିତିରେ ଉଦ୍ଧାର ଓ ରିଲିଫ କାର୍ଯ୍ୟକୁ…

ସମ୍ଭାବ୍ୟ ବାତ୍ୟା ପ୍ରଭାବରେ କୋରାପୁଟରେ ପ୍ରବଳ ବର୍ଷା: ଜିଲାରେ ସବୁ ସ୍କୁଲ୍ ୨ ଦିନ ବନ୍ଦ, ସେମିଳିଗୁଡ଼ାରେ…

କୋରାପୁଟ,୨୨।୯(ଅମିତାଭ ବେହେରା): ସମ୍ଭାବ୍ୟ ବାତ୍ୟା ପ୍ରଭାବରେ କୋରାପୁଟ ଜିଲାରେ ମଙ୍ଗଳବାର ଦିନତମାମ ପ୍ରବଳ ବର୍ଷା ଜାରି ରହିଛି। ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଜିଲାର ୧୪ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?