ଗୋଡ଼ ବନ୍ଧା ହୋଇ ଘରେ ପଡୁଛି ପୁଅ, ଅର୍ଥ ଅଭାବରୁ ଚିକିିତ୍ସା ପାଇଁ ମା-ବାପା…

କୁଜଙ୍ଗ,୬ା୫(ମନୋଜ ପ୍ରଧାନ): ଏରସମା ବ୍ଲକ ବାମଦେଇପୁର ପଞ୍ଚାୟତ ବାରାକଣା ଗ୍ରାମର ସୁରେଶ ଚନ୍ଦ୍ର ପାଣି (୪୫) ଜଣେ ଦିନମଜୁରିଆ ଭାବେ କାର୍ଯ୍ୟ କରି ପରିବାର ଚଳାଉଥିଲେ। ପରିବାର କହିଲେ ସ୍ତ୍ରୀଙ୍କ ସହ ୨ ଝିଅ ଓ ଗୋଟିଏ ପୁଅକୁ ବୁଝାଏ। ପୁଅ କୃଷ୍ଣଚନ୍ଦ୍ର(୧୦) ଜନ୍ମରୁ ଭିନ୍ନକ୍ଷମ ଥିବାବେଳେ ଅର୍ଥ ଅଭାବରୁ ତା’ଙ୍କର ଚିକିତ୍ସା ହୋଇପାରୁନାହିଁ। କୃଷ୍ଣ ଏବେ ଚାଲିପାରୁନାହାନ୍ତି କି କଥା କହିପାରୁନାହିଁ। ଖୁଆଇଦେଲେ ଖାଉଛନ୍ତି। ବିଭିନ୍ନ ସମୟରେ ଗୁରୁଣ୍ଡି ଗୁରୁଣ୍ଡି ବାହାରକୁ ଚାଲିଯାଉଛନ୍ତି, ଯେଉଁଥିପାଇଁ ପୁଅର ଗୋଡ଼ରେ ଏକ ରଶି ବାନ୍ଧି ଘର ଭିତରେ ରଖାଯାଉଛି। ସୁରେଶ ଗରିବ ଶ୍ରେଣୀର ହୋଇଥିଲେ ମଧ୍ୟ ଆବାସ ଯୋଜନାରେ ଏପର୍ଯ୍ୟନ୍ତ ଘରଖଣ୍ଡିଏ ମିଳିପାରୁନାହିଁ। ତିନି ପିଲାଙ୍କର ରାଶନ କାର୍ଡରେ ନାମ ସଂଯୋଗ ହୋଇପାରୁ ନ ଥିବାରୁ ପରିବାର ଚଳିବା କଷ୍ଟକର ହେଉଛି। ଏଭଳି ସ୍ଥିତିରେ ପୁଅର ଚିକିତ୍ସା କିପରି କରିବେ ସେନେଇ ସୁରେଶ ଚିନ୍ତାରେ ପଡ଼ିଛନ୍ତି। ଜନ୍ମର କିଛିଦିନ ପରେ ପୁଅଠାରେ କେତେକ ଅସ୍ବାଭାବିକ ଲକ୍ଷଣ ଜାଣିପାରି ତାକୁ କଟକ ଶିଶୁଭବନ, ବଡ଼ ମେଡିକାଲ ଓ ଅନ୍ୟ କେତେକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଗଲା। ହେଲେ ପୁଅର ଅସ୍ବାଭାବିକତାରେ କୌଣସି ସୁଧାର ଆସିଲାନାହିଁ। ଡାକ୍ତର କହିଲେ, ପୁଅ ଉଭୟ ମସ୍ତିଷ୍କ ଓ ହୃଦ୍‌ ରୋଗରେ ଆକ୍ରାନ୍ତ। ପରବର୍ତ୍ତୀ ସମୟରେ ଅର୍ଥାଭାବରୁ ପୁଅର ଆଉ ଚିକିତ୍ସା କରିପାରିଲେନି ସୁରେଶ।
ଏ ସମ୍ପର୍କିତ ଖବର ସାମାଜିକ କର୍ମୀ ପ୍ରକାଶ ପାଲ୍‌ ପାଇବା ପରେ ମଙ୍ଗଳବାର ଅପରାହ୍ନରେ ସୁରେଶଙ୍କ ଘରେ ପହଞ୍ଚତ୍ ତାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଏଥିସହ ଶିଶୁଟିର ଚିକିତ୍ସା ପାଇଁ ସରକାରୀସ୍ତରରେ ପଦକ୍ଷେପ ନେବାକୁ ଦାବି କରିଛନ୍ତି। ନାଏବ ସରପଞ୍ଚ କାଳନ୍ଦୀ ସ୍ବାଇଁ, ମନୋଜ କୁମାର ଖଟେଇ, ମନୋରଞ୍ଜନ ପଲାଇ, ସଞ୍ଜୟ କୁମାର ପଲାଇ ଓ ନିଲୁ ମଲ୍ଲିକ ପ୍ରମୁଖ ଗ୍ରାମବାସୀ ଅନୁରୂପ ଦାବି କରିବା ସହ କୃଷ୍ଣଙ୍କର ଉପଯୁକ୍ତ ଚିକିତ୍ସା କରାଗଲେ ସେ ଆରୋଗ୍ୟ ହୋଇପାରନ୍ତା ବୋଲି କହିଛନ୍ତି। ଏ ସମ୍ପର୍କରେ ବିଡିଓ ଦାଶରଥୀ ଜେନା କୁହନ୍ତି, ୨୪ ଘଣ୍ଟା ମଧ୍ୟରେ ସୁରେଶଙ୍କ ପାରିବାରିକ ସମସ୍ୟାର ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ମଞ୍ଚେଶ୍ୱର ଥାନା ASI, ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ…

ଭୁବନେଶ୍ୱର,୧୭।୬: ରାଜଧାନୀରେ ପୁଣି ଜଣେ ପୋଲିସ ବାବୁଙ୍କ ଲାଞ୍ଚ କାରବାରର ପର୍ଦ୍ଦାଫାଶ ହୋଇଛି। ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଭୁବନେଶ୍ୱର ମଞ୍ଚେଶ୍ୱର ଥାନାର ଏଏସଆଇ (ASI)। ଏକ ମାମଲା…

ଝାରସୁଗୁଡ଼ା ସହ ଏହି ଜିଲାରେ ବଢ଼ିଲା ଖରାଛୁଟି ଅବଧି, ଜାଣନ୍ତୁ କେବେ ଖୋଲିବ ସ୍କୁଲ

ଭୁବନେଶ୍ୱର, ୧୭।୬: ଝାରସୁଗୁଡ଼ା ଜିଲାରେ ପଢୁଥିବା ସ୍କୁଲ୍ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ଖବର। ଜିଲାରେ ଗ୍ରୀଷ୍ମପ୍ରବାହର ପ୍ରକୋପ ଜାରି ରହିଥିବାରୁ ଛାତ୍ରଛାତ୍ରୀଙ୍କ ସ୍ଵାସ୍ଥ୍ୟକୁ ଦୃଷ୍ଟିରେ ରଖି…

ବୁଧଙ୍କ କୃପାରୁ ଚମକିବ ଭାଗ୍ୟ: ଏହି ୫ଟି ରାଶିର ଲୋକେ ହେବେ ମାଲାମାଲ୍‌, ଧନବର୍ଷା ସାଙ୍ଗକୁ ବଢ଼ିବ ସୁଖ-ସମୃଦ୍ଧି

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ବୁଧଙ୍କୁ ବୁଦ୍ଧି, ବାଣୀ, ବ୍ୟାପାର, ଗଣିତ, ଶିକ୍ଷା, ତର୍କ ଶକ୍ତି ଏବଂ ଯୋଗାଯୋଗର କାରକ ଗ୍ରହ ଭାବେ ବିବେଚନା କରାଯାଏ। ବର୍ତ୍ତମାନ ବୁଧ…

ବିନା ଇଣ୍ଟରନେଟ୍‌ରେ ବି କରିପାରିବେ Google Maps ବ୍ୟବହାର, ଜାଣନ୍ତୁ ଏହି ସହଜ ଉପାୟ

ନୂଆଦିଲ୍ଲୀ,୧୭।୬: ଗୁଗଲ୍ ମ୍ୟାପ୍ସ ଏବେ କେବଳ କୌଣସି ସ୍ଥାନର ରାସ୍ତା ଦେଖାଇବା ପାଇଁ ଏକ ସାଧାରଣ ଆପ୍ ହୋଇ ରହିନାହିଁ, ବରଂ ଏହା ଏକ ସମ୍ପୂର୍ଣ୍ଣ ‘ଡିଜିଟାଲ୍…

୨୦ ମେଗା ପ୍ରକଳ୍ପକୁ ମିଳିଲା ଅନୁମୋଦନ: ଗଞ୍ଜାମ, ଯାଜପୁର ସମେତ ୯ଟି ଜିଲାରେ ହେବ…

ଭୁବନେଶ୍ୱର, ୧୭।୬: ରାଜ୍ୟର ୯ଟି ଜିଲାରେ ୨୦ ମେଗା ପ୍ରକଳ୍ପକୁ ମିଳିଲା ଅନୁମୋଦନ। ବୁଧବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା HLCA ବୈଠକରେ ଅନୁମୋଦନ ମିଳିଛି। ୭୬ ହଜାର…

ରବି ଧାନ କିଣାରେ ଅଚଳାବସ୍ଥା, କେଉଁ ଚାଷୀଙ୍କ ଧାନ ପ୍ରଥମେ କିଣାଯିବ? ସୃଷ୍ଟି ହେଲା ସମସ୍ୟା

ତିହିଡ଼ି ୧୭।୬ (କାଳନ୍ଦି ବେହେରା): ଭଦ୍ରକ ଜିଲାର ଧାମନଗର ବ୍ଲକରେ ରବି ଧାନ ସଂଗ୍ରହ ପ୍ରକ୍ରିୟାରେ ବିଳମ୍ବ ଯୋଗୁ ଶତାଧିକ ଚାଷୀ ଗଭୀର ଚିନ୍ତାରେ ପଡ଼ିଛନ୍ତି। ଚାଷୀମାନେ…

କୁରାଢ଼ି ଆକ୍ରମଣ ମାମଲା: ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ବଞ୍ଚୋ, ୧୭।୬:(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଥାନା ଅନ୍ତର୍ଗତ ପଞ୍ଚୁଗୋଛିଆ ପଂଚାୟତ ସହାନନ୍ଦପୁର ଗ୍ରାମରେ ଘଟିଥିବା ଏକ କୁରାଢ଼ି ଆକ୍ରମଣ ମାମଲାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ…

ବଡ଼ କାର୍ଯ୍ୟାନୁଷ୍ଠାନ ନେଲେ ପିସିସି ସଭାପତି: ଦେବୀ ବିଷୋୟୀଙ୍କୁ କଂଗ୍ରେସରୁ କଲେ ନିଲମ୍ବନ

ଭଞ୍ଜନଗର,୧୭।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରର ପୂର୍ବତନ କଂଗ୍ରେସ ବିଧାୟକ ପ୍ରାର୍ଥୀ ତଥା ପିସିସି ସଭ୍ୟ ଦେବୀ ବିଷୋୟୀଙ୍କୁ ବୁଧବାର କଂଗ୍ରେସ ଦଳରୁ ନିଲମ୍ବିତ କରାଯାଇଛି। ଦଳୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri