ଉଚ୍ଛେଦ ହେଉଛି, ଥଇଥାନ ହେଉନି: ଜୀବନ ଜୀବିକା ଦୁର୍ବିଷହ

ବରଗଡ଼,୭।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରକୁ ବିକଶିତ କରିବା ଲକ୍ଷ୍ୟ ନେଇ ସହରରେ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି। ଏହି ଉଚ୍ଛେଦ ଅଭିଯାନରେ ପର୍ଯ୍ୟାୟକ୍ରମେ ସହରର ବିଭିନ୍ନ ୱାର୍ଡରେ ଜବରଦଖଲକୁ ହଟାଇ ଦିଆଯାଉଛି। ଏଥିରେ ଜବରଦଖଲରେ ରହିଥିବା ଉଠା ଦୋକାନଠାରୁ ଆରମ୍ଭ କରି କୁଡ଼ିଆ ଘର, କୋଠାବାଡ଼ି ଆଦି ଉଚ୍ଛେଦ ହେଉଛି। ତେବେ ଏଥିରେ ଗରିବ, ଖଟିଖିଆ ଲୋକେ ଅଧିକ ପ୍ରଭାବିତ ହେଉଛନ୍ତି। ସେମାନେ ବାସହରା ହୋଇପଡ଼ୁଥିବା ବେଳେ ସେମାନଙ୍କୁ ସେମାନଙ୍କ ଜୀବିକା ମଧ୍ୟ ହରାଇବାକୁ ପଡୁଛି। ଫଳରେ ପରିବାର ଗୁଜରାଣ ମେଣ୍ଟାଇବା ସେମାନଙ୍କ ପାଇଁ କଷ୍ଟସାଧ୍ୟ ହୋଇ ପଡୁଛି। ବିନା ଥଇଥାନରେ ତ ଉଚ୍ଛେଦ ଚାଲିଛି। ମାତ୍ର ଉଚ୍ଛେଦ ପରେ ଥଇଥାନ କରାଯାଉ ନ ଥିବାରୁ ଗରିବ, ଖଟିଖିଆଙ୍କ ସମସ୍ୟା ଆହୁରି ବଢ଼ିଯାଉଛି। ଏହାକୁ ନେଇ ଉଚ୍ଛେଦରେ ପ୍ରଭାବିତ ଗରିବ, ଖଟିଖିଆଙ୍କ ମଧ୍ୟ ଅସନ୍ତୋଷ ତେଜି ଉଠିଛି।
ଏହି କ୍ରମରେ ବୁଧବାର ବରଗଡ଼ ପୌର ପରିଷଦ ଅଧୀନ ୱାର୍ଡ଼ ନଂ-୭ରେ ରହୁଥିବା ଉଚ୍ଛେଦ ପ୍ରଭାବିତ ଲୋକେ ଜିଲାପାଳଙ୍କୁ ଫେରାଦ ହୋଇଥିଲେ। ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ ସେମାନେ ଏକ ଦାବିପତ୍ର ପ୍ରଦାନ କରିବା ସହିତ ଥଇଥାନ ବ୍ୟବସ୍ଥା କରିବା ଦିଗରେ ତ୍ୱରିତ ପଦକ୍ଷେପ ନେବା ପାଇଁ ନିବେଦନ କରିଛନ୍ତି। ଦାବିପତ୍ରରେ ସେମାନେ ଉଲ୍ଲେଖ କରିଛନ୍ତି, ଘରଦ୍ୱାର କରି ୧୫ ପରିବାର ବିଶିପଡ଼ାରେ ରହୁଥିଲେ। ତେବେ ପୌର ପ୍ରଶାସନ ରାସ୍ତାଠାରୁ ୧୦ ଫୁଟ୍‌ ପର୍ଯ୍ୟନ୍ତ ଜବରଦଖଲ ଅଂଶକୁ ଉଚ୍ଛେଦ କରାଯିବ ବୋଲି ସୂଚନା ଦେଇଥିଲା। କିନ୍ତୁ ତା’ଠାରୁ ଅଧିକ ଅଂଶ ଉଚ୍ଛେଦ କରାଯିବା ଯୋଗୁ ସେମାନେ ରହୁଥିବା ଘରଦ୍ୱାର ସମ୍ପୂର୍ଣ୍ଣ ଧୂଳିସାତ୍‌ ହୋଇଯାଇଛି ବୋଲି ଉଚ୍ଛେଦ ପ୍ରଭାବିତ ଲୋକେ କହିଛନ୍ତି। ଏଭଳି ସ୍ଥିତିରେ ସେମାନେ ପିଲାଛୁଆଙ୍କ ସହିତ ବସବାସ କରିବା ମଧ୍ୟ ଦୁର୍ବିଷହ ହୋଇ ପଡ଼ିଥିବା ସେମାନେ ପ୍ରକାଶ କରିଛନ୍ତି। ଉଚ୍ଛେଦ ପରେ ପିଲାଛୁଆ ଧରି ଖୋଲା ଆକାଶତଳେ ଖରାତାତି ସହ୍ୟ କରି ସେମାନଙ୍କୁ ରହିବାକୁ ପଡୁଥିବାବେଳେ ରୋଷେଇ ଏବଂ ଅନ୍ୟ ନିତ୍ୟକର୍ମରେ ସେମାନଙ୍କୁ ବହୁବିଧ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଥିବା ଉଚ୍ଛେଦ ପ୍ରଭାବିତ କହିଛନ୍ତି। ଫଳରେ ସେମାନଙ୍କୁ ଥଇଥାନ କରିବା ଦିଗରେ ତୁରନ୍ତ ବିହିତ ପଦକ୍ଷେପ ନେବାକୁ ସେମାନେ ଦାବି କରିଛନ୍ତି। ପଦ୍ମାଳୟା ସିଂ, ଚିତ୍ର ସିଂ, ପିଙ୍କି ତାଣ୍ଡିଙ୍କ ସମେତ ଅନେକ ଉଚ୍ଛେଦ ପ୍ରଭାବିତ ଲୋକେ ଦାବିପତ୍ର ପ୍ରଦାନ ପାଇଁ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ।
ଏଠାରେ ଉଲ୍ଲେଖଯୋଗ୍ୟ, କେବଳ ଏହି ଉଚ୍ଛେଦ ପ୍ରଭାବିତ ନୁହନ୍ତି, ଏଭଳି ଅନେକ ଉଚ୍ଛେଦ ପ୍ରଭାବିତ ଅନୁରୂପ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଉଚ୍ଛେଦ ପରେ ବିଶେଷ କରି ଗରିବ, ଖଟିଖିଆ, ଉଠାଦୋକାନୀଙ୍କ ସମସ୍ୟା ବଢ଼ିଯାଇଛି। ସେମାନଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଛି। ଥଇଥାନ ବ୍ୟବସ୍ଥା କରାଯାଇ ନ ଥିବାରୁ ଉଚ୍ଛେଦରେ ପ୍ରଭାବିତ ଲୋକେ ରୋଜଗାର ମଧ୍ୟ ହରାଇ ବସିଛନ୍ତି ଏବଂ ସେମାନଙ୍କ ଦୁଃଖ ବଢ଼ିଯାଇଛି। ଫଳରେ ସେମାନଙ୍କ ଥଇଥାନ ଦିଗରେ ମଧ୍ୟ ପ୍ରଶାସନ ପକ୍ଷରୁ ତ୍ୱରିତ୍‌ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ମତପ୍ରକାଶ ପାଇଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

‘ହେଲୋ ଅଙ୍କଲ ଅମରିନ୍ଦର…’: ରାହୁଲଙ୍କ ବୟାନ ପଞ୍ଜାବ ରାଜନୀତିକୁ କରିଛି ଉଷ୍ମ; ଜବାବ ଦେଲେ କ୍ୟାପଟେନ

ଚଣ୍ଡିଗଡ଼,୮।୮: ଦିଲ୍ଲୀରେ ଆୟୋଜିତ ‘ଜେନ-ଜେଡ ସମ୍ବାଦ’ କାର୍ଯ୍ୟକ୍ରମରେ ରାହୁଲ ଗାନ୍ଧୀ ତାଙ୍କ ପସନ୍ଦର ଭାଜପା ନେତାମାନଙ୍କ ମଧ୍ୟରେ କ୍ୟାପଟେନ ଅମରିନ୍ଦର ସିଂହଙ୍କ ନାମ ନେଇ ଏକ ନୂଆ…

ସନ୍ତାନ ପାଇଁ ସ୍ବାମୀ-ସ୍ତ୍ରୀ ମୁହାଁମୁହିଁ: ଛତିଶଗଡ଼ରୁ ଧାଇଁ ଆସିଥିଲେ ମା’

ଭୁବନେଶ୍ୱର,୮।୮(ତ୍ରିନାଥ ମହାନ୍ତି):ନିଜ ଛୁଆକୁ ଖୋଜି ଖୋଜି ଛତିଶଗଡ଼ରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଧାଇଁଆସିଲେ ମା’। ତେବେ ଛୁଆକୁ ଫେରାଇନେବାକୁ ଉଦ୍ୟମ କଲାବେଳେ ବିରୋଧ କଲେ ସ୍ବାମୀ। ଉଭୟ ସ୍ବାମୀ-…

ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି ‘ମେଟଲ ମିଟ’: ଅଦ୍ୟାଶା ଶତପଥୀ

ଭୁବନେଶ୍ୱର, ୮।୮: ‘ମେଟଲ ମିଟ’ର ଦଶମ ସଂସ୍କରଣ ଶନିବାର ଆରମ୍ଭ ହୋଇଯାଇଛି। ଏହି ଅବସରରେ ଓଡ଼ିଶାପୋଷ୍ଟ ଓ ଧରିତ୍ରୀର ସିଇଓ ଅଦ୍ୟାଶା ଶତପଥୀ ପିଲାଙ୍କୁ ଉତ୍ସାହିତ କରି…

କୁଇଜିଂରେ ପୁରସ୍କାର ଅପେକ୍ଷା ଜ୍ଞାନ ଆହରଣ ସହ ନିଜକୁ ଚିହ୍ନିବା ଅଧିକ ଗୁରୁତ୍ୱପୂର୍ଣ୍ଣ: ତଥାଗତ ଶତପଥୀ

ଭୁବନେଶ୍ୱର, ୮।୮: ‘ମେଟଲ ମିଟ’ର ଦଶମ ସଂସ୍କରଣ ଶନିବାର ଆରମ୍ଭ ହୋଇଯାଇଛି। ଓଡ଼ିଶା ପୋଷ୍ଟ ‘ମେଟଲ ମିଟ’ର ଜୁନିୟର ବର୍ଗ ଏକତ୍ରିତ ହେଉଥିବାବେଳେ ପ୍ରଥମ ଲଢ଼େଇ ନିକଟବର୍ତ୍ତୀ…

ଗାଁରେ ଚାଞ୍ଚଲ୍ୟ: ଶୌଚ ପାଇଁ ଯାଇଥିବା ଯୁବକଙ୍କୁ ଜବରଦସ୍ତି ପିଆଇଲେ ପେଟ୍ରୋଲ, ଦେହରେ ଲଗାଇଦେଲେ ନିଆଁ

ବଣାଇ, ୮।୮(ପ୍ରଦୀପ ତ୍ରିପାଠୀ ): ସୁନ୍ଦରଗଡ ଜିଲା ଲହୁଣୀପଡ଼ା ଥାନାର ଗଣିଘଷା ଗ୍ରାମରେ ଶନିବାର ସକାଳୁ କାହ୍ନୁଚରଣ ମାହାନ୍ତ ଶୌଚ ହେବାକୁ ନିକଟସ୍ଥ ନାଳକୁ ଯାଉଥିବା ବେଳେ…

ଯେକୌଣସି ସମୟରେ ଆସିପାରେ ଖାମେନେଇଙ୍କ ମୃତ୍ୟୁ ଖବର! ଇସ୍ରାଏଲୀ ମିଡିଆର ବଡ଼ ଦାବି

ତେହରାନ,୮।୮: ୨୮ ଫେବୃଆରୀ ୨୦୨୬ରେ ଆରମ୍ଭ ହୋଇଥିବା ଯୁଦ୍ଧର ପ୍ରଥମ ଦିନରେ ହିଁ ଇରାନର ସୁପ୍ରିମ ଲିଡର ଆୟତୋଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ତାଙ୍କ…

‘ଦୟାକରି ମୋତେ ସାହାଯ୍ୟ କରନ୍ତୁ’, ମୁଖ୍ୟମନ୍ତ୍ରୀଙ୍କୁ ଏମିତି ଅନୁରୋଧ କଲେ ରିଷଭ ପନ୍ତ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୮।୮: ଭାରତୀୟ କ୍ରିକେଟର ରିଷଭ ପନ୍ତ ଗତକାଲି ବିଳମ୍ବିତ ରାତିରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କୁ ଏକ ଅନୁରୋଧ କରିଛନ୍ତି। ସେ ସୋସିଆଲ ମିଡିଆରେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀଙ୍କୁ…

ଦୋକାନ ଉପରେ ପଡିଲା ରାସ୍ତାକଡରେ ଥିବା ବିଶାଳକାୟ ଗଛ, ଭାଙ୍ଗିଲା ବିଦ୍ୟୁତ୍‌ ଖୁଣ୍ଟ: ଲୋକଙ୍କ ମଧ୍ୟରେ ଅସନ୍ତୋଷ

ପଟ୍ଟାଙ୍ଗି, ୮।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସ୍ଥିତ ଜାତୀୟ ରାଜପଥ କଡରେ ଥିବା ଏକ ଗଛ ପଡି ଦୋକାନ ଗୃହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri