ପାଠାଗାର: ଆଶା ଓ ଆଶଙ୍କା

ପାଠାଗାରଗୁଡ଼ିକର ଭୂମିକା ଅବର୍ଣ୍ଣନୀୟ। ପ୍ରାଚୀନ କାଳରୁ ପାଠକ ନିମନ୍ତେ ପାଠାଗାର ପାଠ୍ୟ ଉପକରଣ ଦ୍ୱାରା ପାଠକର ମନକୁ ଶାନ୍ତ କରିଥାଏ। ପାଠକଟିଏ ପାଠାଗାରରେ ବସି ପୁସ୍ତକ ଖୋଲି ଲୀନହୋଇଯାଏ ଶିକ୍ଷଣ ପ୍ରକ୍ରିୟାରେ। ପ୍ରାଚୀନ ଯୁଗରେ ଶିଷ୍ୟମାନେ ଗୁରୁକୁଳରୁ ଶିକ୍ଷା ଗ୍ରହଣ କରୁଥିଲେ । ଆଧୁନିକ ଯୁଗରେ ଗ୍ରନ୍ଥାଗାରର ଭୂମିକା ଅତ୍ୟନ୍ତ ଗୁରୁତ୍ତ୍ୱପୂର୍ଣ୍ଣ। ନିଜ ଉଚ୍ଚ ଅଭିଳାଷକୁ ସାକାର କରିବା ନିମନ୍ତେ ବିଭିନ୍ନ ରାଜ୍ୟ ଓ ଜିଲାରୁ ଅନେକ ବିଦ୍ୟାର୍ଥୀ ପାଠାଗାରକୁ ନିଜର ପୁଞ୍ଜି ବୋଲି ଭାବି ନେଇଥାନ୍ତି। ଅଧାରୁ ଅଧିକ ସମୟ ପାଠାଗାରରେ ଅତିବାହିତ କରିଥାନ୍ତି, ଆଖିରେ ଚାକିରି କରିବାର ଅସୁମାରୀ ଆଶାକୁ ଧରି ସେ କର୍ମପଥରେ ଆଗେଇ ଚାଲିଥାଏ। କେତେକ ଜିଲାରେ ପାଠାଗାର ଅଛି ଓ କେତେକରେ ପାଠାଗାରର ଅଭାବ ମଧ୍ୟ ରହିଛି। ଏହାଦ୍ୱାରା ବିଦ୍ୟାର୍ଥୀମାନେ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଗ୍ରନ୍ଥାଗାରଗୁଡ଼ିକରେ ପଦବୀ ଖାଲି ପଡ଼ିଥିବା ସତ୍ତ୍ୱେ ରାଜ୍ୟ ସରକାର ଯୁବପିଢ଼ିମାନଙ୍କୁ ବୃତ୍ତିଗତ ସୁଯୋଗ ଯୋଗାଇବାରେ ବିଫଳ ହୋଇଛନ୍ତି। ବିଡ଼ମ୍ବନାର ବିଷୟ, ଅବସରପ୍ରାପ୍ତ ବ୍ୟକ୍ତିବିଶେଷଙ୍କୁ ନିଯୁକ୍ତି ଦିଆଯାଉଥିବାବେଳେ ଯୁବତୀଯୁବକମାନଙ୍କୁ ଉପଯୁକ୍ତ ଶିକ୍ଷାଗତ ଯୋଗ୍ୟତା ଥାଇ ମଧ୍ୟ ନିଯୁକ୍ତି ଦିଆ ନ ଯାଇ ଅଣଦେଖା କରାଯାଉଛି।
ଯୁବକଙ୍କ ଆକାଂକ୍ଷାକୁ ଖୋଲା ଅବମାନନା କରାଯାଉଛି। ଗ୍ରନ୍ଥାଗାରିକ ପଦବୀ ପାଇଁ ନିଯୁକ୍ତିର ଅଭାବ ନିମନ୍ତେ ଯୁବକମାନଙ୍କ ବାରମ୍ବାର ଅନୁରୋଧ ଓଡ଼ିଶା ସରକାରଙ୍କ କର୍ଣ୍ଣପାତ ହେଉନାହିଁ ଏବଂ ସରକାରଙ୍କ ନିଷ୍କ୍ରିୟତା କେବଳ ସଙ୍କଟକୁ ଡାକି ଆଣୁଛି। ଓଡ଼ିଶାର ପୂର୍ବ ସରକାର ବିଭିନ୍ନ ବିଭାଗରେ ବିଭିନ୍ନ ପଦବୀ ସୃଷ୍ଟିକରିଥିଲେ। ବର୍ତ୍ତମାନର ସରକାର ଉକ୍ତ ପଦବୀ ପୂରଣ କରିବାରେ ବିଫଳ ହୋଇଛନ୍ତି, ଯାହାକି ଦୁଃଖର ବିଷୟ। ଏହି ବିଭାଗର ଗୁରୁତ୍ତ୍ୱ ଏବଂ ପୂର୍ଣ୍ଣ ଆବଶ୍ୟକତାକୁ ଅବହେଳାକରି ରାଜ୍ୟର ସାମଗ୍ରିକ ବିକାଶରେ ବାଧା ସୃଷ୍ଟି କରୁଛନ୍ତି। ଆମର ସାମ୍ପ୍ରତିକ ସରକାରଙ୍କ ଉଦ୍ଦେଶ୍ୟ ‘ସମସ୍ତଙ୍କୁ ନେଇ,ସମସ୍ତଙ୍କ ପାଇଁ ବିକାଶ’ ଇଚ୍ଛାକୃତ ଫଳାଫଳ ଦେଉନାହିଁ। ଓଡ଼ିଶାର ଅଭିବୃଦ୍ଧି ଏବଂ ବିକାଶକୁ ପ୍ରୋତ୍ସାହିତ କରିବାର ଲକ୍ଷ୍ୟ ବା ଦିଗରେ ଉପଯୁକ୍ତ କାର୍ଯ୍ୟ ହେଉନାହିଁ । ବାସ୍ତବତା ଏକ ଭିନ୍ନ କାହାଣୀ ଦର୍ଶାଉଛି।
କେନ୍ଦ୍ରୀୟ ଏବଂ ରାଜ୍ୟ ସ୍ତରର ଯୁବକମାନଙ୍କ ଆକାଂକ୍ଷା ପୂରଣ କରିବାକୁ ସଂଘର୍ଷ କରୁଛି । ସମସ୍ତଙ୍କ ପାଇଁ ବିକାଶ ଦିଗରେ କାର୍ଯ୍ୟ କରିବାକୁ ସରକାରଙ୍କ ନିକଟରେ ଦାବି କରିବା ସତ୍ତ୍ୱେ ତାହା ପୂରଣ ହୋଇ ନ ଥିବା ପ୍ରତିଶ୍ରୁତି ଅନେକଙ୍କୁ ନିରାଶ କରିଛି। ପୂର୍ବ ସରକାରଙ୍କ ଦୀର୍ଘ ବର୍ଷର ଶାସନ ପରେ ମଧ୍ୟ ପାଠାଗାରର ଭିତ୍ତିଭୂମିକୁ ସୁଦୃଢ଼ କରିବାରେ ସକ୍ଷମ ହୋଇ ନ ଥିଲେ ଏବଂ ଖାଲି ଥିବା ପଦବୀଗୁଡ଼ିକ ପୂରଣ ମଧ୍ୟ କରିପାରି ନ ଥିଲେ। ବର୍ତ୍ତମାନର ସରକାରଙ୍କୁ ବାରମ୍ବାର ଅନୁରୋଧ କରିବା ସତ୍ତ୍ୱେ ମଧ୍ୟ ସେ ମଧ୍ୟ ପାଠାଗାରକୁ ନେଇ କିଛି ପଦକ୍ଷେପ ଗ୍ରହଣ କରିବାକୁ ଅସମର୍ଥ । କିନ୍ତୁ ଆମର ଆଶା ସରକାର ଖୁବ୍‌ ଶୀଘ୍ର ଏସବୁ ସମସ୍ୟାର ସମାଧାନ କରିବେ ।
ଓଡ଼ିଶାର ଗ୍ରନ୍ଥାଗାରଗୁଡ଼ିକରେ ଅନେକ ପଦବୀ ପୂରଣ ହୋଇନାହିଁ। ସରକାରଙ୍କ ନିଷ୍କ୍ରିୟତା ଯୋଗୁ ଯୁବପିଢ଼ିଙ୍କ ପାଇଁ ନିଯୁକ୍ତି ସୁଯୋଗର ଅଭାବ ଦେଖାଦେଇଛି। ଜିଲା ପାଠାଗାର,ସମନ୍ବିତ ପାଠାଗାର,ସ୍ମାରକୀ ପାଠାଗାର, ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ଉପଯୁକ୍ତ ଭିତ୍ତିଭୂମିର ଅଭାବ ରହିବା ସହ ଖାଲିଥିବା ପଦବୀଗୁଡିକରେ ନିଯୁକ୍ତିର ଅଭାବ। ପାଠାଗାରଗୁଡ଼ିକର ସୁଦୃଢ଼ତା ସମାଜ ନିମନ୍ତେ ଏକ ଉନ୍ନତ ପଦକ୍ଷେପ ରୂପେ ବିବେଚିତ ହେବ। ଚାକିରି କ୍ଷେତ୍ରରେ ଆବେଦନର ବୟସସୀମାକୁ ୪୩ ବର୍ଷକୁ ବୃଦ୍ଧିକରିବା ଉଚିତ। ଫଳରେ ଗ୍ରନ୍ଥାଗାରିକ ଚାକିରି ଆଶାୟୀମାନେ ଆବେଦନ କରିବା ପାଇଁ ସୁଯୋଗ ପାଇପାରିବେ। କାରଣ ପୂର୍ବ ସରକାର ବହୁ କମ୍‌ ପଦବୀରେ ନିଯୁକ୍ତି କରିଥିଲେ, ଯାହାକି ସମୁଦ୍ରକୁ ଶଙ୍ଖେ ସଦୃଶ ଥିଲା।
କାରଣ ସଂସ୍କୃତି ବିଭାଗ ଅଧୀନରେ ଥିବା ଗ୍ରନ୍ଥାଗାରଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣରେ କର୍ମଚାରୀଙ୍କ ଅଭାବ ରହିଛି। ଏସବୁ ସମସ୍ୟା ପ୍ରତି ସରକାର ଦୃଷ୍ଟିଦେଲେ ସମାଜ ଉପକୃତ ହେବା ସହ ଅନେକ ଚାକିରି ଆଶାୟୀ ଆଶ୍ୱସ୍ତି ଅନୁଭବ କରିବେ ।
ମୋ:୯୭୭୬୮୪୨୬୭୨


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri