ଓଡ଼ିଶାର ଅକ୍ଷୟ ଶକ୍ତିରେ ନିବେଶ ପାଇଁ ଆଗ୍ରହୀ ବହୁରାଷ୍ଟ୍ରୀୟ କମ୍ପାନୀ ଏଚଆଇଏଫ

ଭୁବନେଶ୍ୱର, ୧୧।୨: ଉତ୍କର୍ଷ ଓଡ଼ିଶା କନକ୍ଲେଭ ପରେ ମଧ୍ୟ ଓଡ଼ିଶାକୁ ନିବେଶର ସୁଅ ଛୁଟି ଚାଲିଛି। ଚିଲିର ଏଚଆଇଏଫ ଗ୍ଲୋବାଲ ଇଣ୍ଡିଆ ନାମକ ବହୁରାଷ୍ଟ୍ରୀୟ କମ୍ପାନୀ ଓଡ଼ିଶାର ଅକ୍ଷୟ ଶକ୍ତିରେ ନିବେଶ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ମଙ୍ଗଳବାର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଇ- ଫୁଏଲ ଉତ୍ପାଦନ ନେଇ ଏକ ଉପସ୍ଥାପନା ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଆଗରେ ପ୍ରଦର୍ଶନ କରିଛନ୍ତି ।

ଆଜିର ସମୟରେ ବାୟୋଫୁଏଲର ବହୁତ ଚାହିଦା ରହିଛି । ପରିବେଶ ସୁରକ୍ଷା ସହ ଜୈବମଣ୍ଡଳର ସନ୍ତୁଳନ ରକ୍ଷା ନିମନ୍ତେ ଇ- ଫୁଏଲ ର ଆବଶ୍ୟକ ରହିଛି । ଏଚଆଇଏଫ ଗ୍ଲୋବାଲ ଇଣ୍ଡିଆ କମ୍ପାନୀ ସମ୍ପ୍ରତି ଯୁକ୍ତରାଷ୍ଟ୍ର ଆମେରିକା, ଚିଲି, ଉରୁଗୁଏ, ଅଷ୍ଟ୍ରେଲିଆ ପ୍ରଭୃତି ଦେଶରେ ମିଥାନଲ ସିନ୍ଥେସିସ୍ କ୍ଷେତ୍ରରେ କାର୍ଯ୍ୟ କରୁଛି । ଓଡ଼ିଶାରେ ମଧ୍ୟ ଏହି ଭଳି ଏକ $୧ ବିଲିୟନ ଆମେରିକୀୟ ଡଲାରର ମିଥାନଲ ସିନ୍ଥେସିସ୍ ପ୍ରକଳ୍ପ ଆରମ୍ଭ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ସରକାରୀ ପ୍ରଦତ୍ତ ନିୟମାବଳୀ ଅନୁସାରେ ନିବେଶ କରିବାକୁ ବହୁତ ସେ ପ୍ରସ୍ତୁତ ଅଛନ୍ତି । ଆବଶ୍ୟକ ଅନୁଯାୟୀ ୫୦ ଏକର ଜମି, ଜଳଯୋଗାଣ ଓ ବିଦ୍ୟୁତ ଯୋଗାଣ ଭଳି ଆନୁଷଙ୍ଗିକ ସୁବିଧା ଯୋଗାଇଦେବା ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି ।

ଓଡ଼ିଶା ବର୍ତ୍ତମାନ ନିବେଶ ପାଇଁ ଶତପ୍ରତିଶତ ଅନୁକୂଳ । ସରକାରୀ ନିର୍ଦ୍ଦେଶାବଳୀ ଅନୁଯାୟୀ ଆମେ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ପ୍ରସ୍ତୁତ ଅଛୁ । ଆମର ନିବେଶ ଅନୁକୂଳ single windo clearance ବ୍ୟବସ୍ଥା ଅଛି । ଏହାର ବ୍ୟବହାର ମଧ୍ୟ ଆପଣମାନେ କରିପାରିବେ ବୋଲି ଉପମୁଖ୍ୟମନ୍ତ୍ରୀ ସିଂହଦେଓ କହିଛନ୍ତି ।

ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ପ୍ରାରମ୍ଭିକ କ୍ଷେତ୍ରରେ ୨୫୦ରୁ ଉର୍ଦ୍ଧ୍ବ ଲୋକ ଓ ପରବର୍ତ୍ତୀ ସମୟରେ ୫୦୦ ରୁ ଉର୍ଦ୍ଧ୍ବ ଲୋକ ରୋଜଗାର ପାଇବେ ବୋଲି ଆକଳନ କରାଯାଇଛି । ଏବଂ ବାର୍ଷିକ ୩,୫୦,୦୦୦ ଟନର ଇ-ମିଥାନଲ ଉତ୍ପାଦନ ହେବ । ୯୫ ପ୍ରତିଶତ କାର୍ବନ ନିର୍ଗମନ ହ୍ରାସ ପାଇବ ।


Enter your email to get our daily news in your inbox.

All Right Reserved By Dharitri.Com

ବାଲିପାଟଣାରେ ଗଡ଼ିଲା ମୁଣ୍ଡ

ଭୁବନେଶ୍ୱର,୨୧।୧: ଭୁବନେଶ୍ୱର ଉପକଣ୍ଠସ୍ଥ ବାଲିପାଟଣା ଭାପୁର ନାଥସାହିରେ ବୁଧବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ ବଚସାରୁ ଜଣେ ଯୁବକଙ୍କୁ ଗାଁର ଅନ୍ୟ ଜଣେ...

ସୋସିଆଲ ମିଡିଆ ପୋଷ୍ଟ ଉପରେ ଲାଗିଲା କଟକଣା

ବାଲେଶ୍ୱର,୨୧।୧(ବାଞ୍ଛାନିଧି ଦେ): ବାଲେଶ୍ୱରରେ ସୋସିଆଲ ମିଡିଆ ପୋଷ୍ଟ ଉପରେ ଜିଲା ପୋଲିସ ପକ୍ଷରୁ ବୁଧବାର କଟକଣା ଲାଗୁ କରାଯାଇଛିl କୌଣସି ସମ୍ପ୍ରଦାୟ ବିରୋଧରେ ପୋଷ୍ଟ ନ...

ଗାଁରେ କୁକୁର ଆତଙ୍କ: ଗୋଡ଼ାଇ ଗୋଡ଼ାଇ ୭ ଜଣଙ୍କୁ କାମୁଡ଼ିଲା

ପାଟଣା,୨୧ା୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ବେଗନା ଗ୍ରାମରେ ବୁଧବାର ଏକ ପାଗଳ କୁକୁର ଆକ୍ରମଣରେ ୭ ଜଣ ଗୁରୁତର ଆହତ ହୋଇ...

ଏକାବେଳକେ ଆଖିବୁଜିଦେଲେ ଦୁଇ ସାଙ୍ଗ : ଘରକୁ ଫେରିବା ବେଳେ…

ପଡିଆ,୨୧।୧(ଭାସ୍କର ରାଓ): ମାଲକାନଗିରି ଜିଲା ପଡିଆ ସଦର ବ୍ଲକ କମାରଗୁଡା ନିକଟରେ ଦୁର୍ଘଟଣା ଘଟିଛି। ଦୁଇ ସାଙ୍ଗ ଏକ ବାଇକ୍‌ରେ ଯିବା ବେଳେ ଦୁର୍ଘଟଣାରେ ଉଭୟଙ୍କ...

ଶ୍ରୀମନ୍ଦିରରେ ରକ୍ତ ଛିଟା: ମହାପ୍ରଭୁଙ୍କ ହେବ ବଡ଼ ମହାସ୍ନାନ

ଭୁବନେଶ୍ୱର,୨୧।୧: ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ହେବ ହେବ ବଡ଼ ମହାସ୍ନାନ ନୀତି। ଭିତର କାଠ ନିକଟ ଚାଙ୍ଗେଡ଼ା ଘରେ ରକ୍ତ ପଡ଼ିଥିବାରୁ ବଡ଼ ମହାସ୍ନାନ କରାଯାଇଛି।...

କଲେଜ ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାହିଁକି ଏମିତି ଚରମ ନିଷ୍ପତ୍ତି ନେଲେ କାରଣ ଅସ୍ପଷ୍ଟ

ସମ୍ବଲପୁର,୨୧।୧(ପ୍ରମୋଦ ବହିଦାର): ସମ୍ବଲପୁର ବିଶ୍ୱବିଦ୍ୟାଳୟ (ଏସୟୁ) ବ୍ରହ୍ମପୁତ୍ର ଛାତ୍ରାବାସର ୫୨ ନମ୍ବର କୋଠରୀରୁ ଜଣେ ଛାତ୍ରଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର କରାଯାଇଛି। ସେ ହେଉଛନ୍ତି ସୁନ୍ଦରଗଡ଼...

ରାଜ୍ୟରେ ବଢିଲା ତାପମାତ୍ରା

ଭୁବନେଶ୍ୱର,୨୧।୧: ରାଜ୍ୟରେ ବଢିଲା ତାପମାତ୍ରା। ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବଢିଲା ତାପମାତ୍ରା। ୪ ଦିନରେ ଉପକୂଳରେ ୩ ଓ ଆଭ୍ୟନ୍ତରୀଣରେ ୭ ଡିଗ୍ରୀ ବୃଦ୍ଧି...

ବଲାଙ୍ଗୀରରେ ଚାଞ୍ଚଲ୍ୟ: ଶ୍ୱଶୁର ଘର ମାଡ଼ରେ ଜ୍ୱାଇଁଙ୍କ ଚାଲିଗଲା ଜୀବନ, ଏହି କାରଣରୁ…

ବଲାଙ୍ଗୀର,୨୧।୧ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଚାଞ୍ଚଲ୍ୟ। ତୁଳସୀନଗର ପଡାରେ ଯଦୁମଣି ବଗର୍ତ୍ତୀ ନାମକ ଜଣେ ବ୍ୟକ୍ତିଙ୍କୁ କୋଦାଳରେ ଲାଗିଥିବା ବାଡିରେ ପିଟି ହତ୍ୟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri