କର୍ପୋରେଟ ଇଣ୍ଡିଆ ପାଇଁ ସବୁଠୁ ଖରାପ ସମୟ ଥିଲା ଗତ ୫ବର୍ଷ

ନୂଆଦିଲ୍ଲୀ,୨୬-୮: କର୍ପୋରେଟ ଇଣ୍ଡିଆ ପାଇଁ ଗତ ୫ ବର୍ଷ(ଆର୍ଥିକ ବର୍ଷ ୨୦୧୩-୧୪ରୁ ୨୦୧୭-୧୮) ସବୁଠୁ ଖରାପ ସମୟ ଥିଲା। ଦୀର୍ଘ ୨୫ ବର୍ଷ ଭିତରେ ଏଭଳି ଖରାପ ସମୟ ଦେଖାଯାଇ ନ ଥିଲା। କମ୍ପାନୀଗୁଡ଼ିକର ବିକ୍ରି ଅଭିବୃଦ୍ଧି ତଥା ଟିକସ ପ୍ରଦାନ ପରେ ଲାଭ ଉପରେ ଦୃଷ୍ଟି ଦେଲେ ଏହି ଧାରଣା ସୃଷ୍ଟି ହୋଇଛି। ସବୁଠୁ ଆଶ୍ଚର୍ଯ୍ୟର ଏହା ଯେ, ଏହି ସମୟରେ କର୍ମଚାରୀଙ୍କୁ ମିଳୁଥିବା ଦରମା ମଧ୍ୟ ଅନେକାଂଶରେ କମିଯାଇଛି। ଉଭୟ ରାଷ୍ଟ୍ରାୟତ୍ତ ଓ ଘରୋଇ କମ୍ପାନୀଗୁଡ଼ିକରେ ଏଭଳି ସମାନ ସ୍ଥିତି ଦେଖିବାକୁ ମିଳିଛି। ତେବେ ବିଦେଶୀ କମ୍ପାନୀଗୁଡ଼ିକ କ୍ଷେତ୍ରରେ ଏଥିରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହୋଇଛି।
ଇକୋନୋମିକ ଏବଂ ବିଜନେସ ଡାଟା ଉପରେ ନଜର ରଖୁଥିବା ଏଜେନ୍ସି ସେଣ୍ଟର ଫର୍‌ ମନିଟରିଂ ଇଣ୍ଡିଆନ ଇକୋନୋମୀ(ସିଏମ୍‌ଆଇଇ)ର ତଥ୍ୟ ବିଶ୍ଲେଷଣ କଲେ ଜଣାପଡୁଛି ଯେ, ଆର୍ଥିକ ବର୍ଷ ୨୦୧୭-୧୮ରେ ଶେଷ ହୋଇଥିବା ଗତ ୫ ବର୍ଷରେ ବିକ୍ରି ଜନିତ ରାଜସ୍ବ ହାରାହାରି ୬% ହାରରେ ବଢ଼ିଥିଲା। ଏହା ୧୯୯୩-୯୪ ପରେ କୌଣସି ୫ ବର୍ଷର ସମୟାବଧିରେ ସବୁଠାରୁ କମ୍‌ ରହିଛି। ତେବେ ୨୦୦୨-୦୩ ଏବଂ ୨୦୦୭-୦୮ ମଧ୍ୟରେ ୫ ବର୍ଷରେ କର୍ପୋରେଟ ବିକ୍ରି ୨୧.୨%ର ହାରାହାରି ବାର୍ଷିକ ଅଭିବୃଦ୍ଧି ଦେଖାଯାଇଥିଲା, ଯାହା ଏହି ଅବଧିରେ ସର୍ବାଧିକ ରହିଥିଲା। ଗତ ୫ ବର୍ଷର ଅବଧିରେ ରାଷ୍ଟ୍ରାୟତ୍ତ କମ୍ପାନୀଗୁଡ଼ିକର ବାର୍ଷିକ ଅଭିବୃଦ୍ଧି ହାରାହାରି ୨.୬% ରହିଥିଲା, ଯାହା ଅତ୍ୟନ୍ତ କମ୍‌। ଏହି ଅବଧିରେ ଘରୋଇ ସେକ୍ଟରରେ ବିକ୍ରି ରାଜସ୍ବ ବାର୍ଷିକ ୬.୫% ହାରରେ ଅଭିବୃଦ୍ଧି ହାସଲ କରିଛି। ତେବେ ଏହି ସମୟରେ ବିଦେଶୀ କମ୍ପାନୀଗୁଡ଼ିକର ଅଭିବୃଦ୍ଧି ୧୩.୬ ପ୍ରତିଶତ ରହିଥିଲା। ଗତ ୫ ବର୍ଷରେ ଆର୍ଥିକ ବର୍ଷ ୨୦୧୭-୧୮ ସୁଦ୍ଧା କମ୍ପାନୀଗୁଡ଼ିକର ପ୍ରତିବର୍ଷ ଲାଭ ହାର ୪.୭%(ଟିକସ ପରେ) ରହିଛି। ୨୦୦୭-୦୮ ଓ ୨୦୧୨-୧୩ ଅବଧିର ପ୍ରାରମ୍ଭିକ ବର୍ଷରେ ବିଶ୍ୱ ମାନ୍ଦାବସ୍ଥା ଦ୍ୱାରା ପ୍ରଭାବିତ ହେବା ସତ୍ତ୍ୱେ କମ୍ପାନୀଗୁଡ଼ିକର ଟିକସ ବାଦ୍‌ ଲାଭ ପ୍ରତିବର୍ଷ ହାରାହାରି ୧.୧% ହାର ବଢ଼ୁଥିଲା। ଗତ ୫ ବର୍ଷର ଅବଧି କର୍ପୋରେଟ ଜଗତ ପାଇଁ କେତେ ଖରାପ ଥିଲା ଏହି ପରିସଂଖ୍ୟାନରୁ ସ୍ପଷ୍ଟ ହେଉଛି। ସେହିପରି ଏହି ଅବଧିରେ ବିଦେଶୀ ଘରୋଇ ସେକ୍ଟର କମ୍ପାନୀଗୁଡ଼ିକର ବାର୍ଷିକ ଅଭିବୃଦ୍ଧି ୧୨.୨% ରହିଥିବା ଦେଖାଯାଇଛି। ତେବେ ସରକାରୀ କମ୍ପାନୀଗୁଡ଼ିକ ଏଥିଯୋଗୁ ସର୍ବାଧିକ ପୀଡ଼ିତ ରହିଥିବା ସ୍ପଷ୍ଟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ; ୨୦୩୦ ସୁଦ୍ଧା ଜର୍ମାନୀକୁ ଟପିବା ଲକ୍ଷ୍ୟ

ନୂଆଦିଲ୍ଲୀ,୩୦।୧୨: ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

Bank Holiday: ଜାନୁଆରୀରେ ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ, ଚେକ୍ କରନ୍ତୁ ଲିଷ୍ଟ

ନୂଆଦିଲ୍ଲୀ,୩୦।୧୨: ଯଦି ଆପଣଙ୍କର ନୂତନ ବର୍ଷରେ ବ୍ୟାଙ୍କିଂ କାମ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)...

8th Pay Commission: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ବଡ଼ ଖବର: ଜାନୁଆରୀ ୧ରୁ ବୃଦ୍ଧି ପାଇବ ଦରମା, ପେନସନ! ଜାଣନ୍ତୁ ଅପଡେଟ୍‌

ନୂଆଦିଲ୍ଲୀ,୩୦।୧୨: ୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ଏହି ସପ୍ତାହ ୨୦୨୬ର ଆରମ୍ଭ। ଏହି ବର୍ଷ ଅନେକ ଦିଗରେ ଅନେକ ପରିବର୍ତ୍ତନ ଆଣିଛି। କେନ୍ଦ୍ର ସରକାରୀ...

ଯୁବବର୍ଗଙ୍କୁ ନୂଆବର୍ଷର ଉପହାର ଦେଲେ ସରକାର: ମିଳିବ ୧୫ ହଜାର ଟଙ୍କା, ଜାଣନ୍ତୁ କିପରି…

ନୂଆଦିଲ୍ଲୀ,୩୦।୧୨: ନୂଆବର୍ଷ ପୂର୍ବରୁ ସରକାର ଯୁବପିଢ଼ିଙ୍କୁ ଏକ ନୂତନ ବର୍ଷର ଉପହାର ଦେଇଛନ୍ତି। ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟ X ରେ ଟୁଇଟ୍‌ କରିଛି, ଯେଉଁଥିରେ...

କ୍ଷମା ମାଗିଲେ ଲଲିତ ମୋଦି

ନୂଆଦିଲ୍ଲୀ,୩୦ା୧୨ : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ପୂର୍ବତନ ଅଧ୍ୟକ୍ଷ ଲଲିତ ମୋଦି ନିକଟରେ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ସହ ଲଣ୍ଡନରେ ପାର୍ଟି କରୁଥିବାର...

୨୦୩୦ ସୁଦ୍ଧା ଭାରତ ହେବ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି; ୭.୩ ଟ୍ରିଲିୟନ ଡଲାରରେ ପହଞ୍ଚିବ GDP

ବେଙ୍ଗାଲୁରୁ,୨୯।୧୨: ଭାରତୀୟ ଅର୍ଥନୀତି ଏକ ନୂତନ ମାଇଲଖୁଣ୍ଟ ଅତିକ୍ରମ କରିଛି। ସୋମବାର ଜାରି ହୋଇଥିବା ଏକ ସରକାରୀ ବିବୃତ୍ତି ଅନୁଯାୟୀ, ୪.୧୮ ଟ୍ରିଲିୟନ ଡଲାର GDP...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri