ମଦ ଠିକାକୁ ନେଇ ହତ୍ୟାକାଣ୍ଡ: ଧରାପଡ଼ିଲେ ମୁଖ୍ୟ ଅଭିଯୁକ୍ତ

ବରଗଡ଼,୨୫।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭେଡ଼େନ ଥାନା ଗୁଦୁରାମୁଣ୍ଡାରେ ଏକ ହତ୍ୟାକାଣ୍ଡ ଘଟିଛି। ଏଥିରେ ବରପାଲି ଥାନା କନବାର ଗ୍ରାମର ମହେଶ୍ୱର ବେହେରାଙ୍କ ମୃତ୍ୟୁ ହୋଇଛି। ତାଙ୍କ ଭାଇ ଟିକେଶ୍ୱର ମଧ୍ୟ ଆହତ ହୋଇଛନ୍ତି। ପୋଲିସ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୁଦୁରାମୁଣ୍ଡା ଗଣ୍ଡାପଡ଼ା ନିବାସୀ ବାହାଦୁଲ ଛତ୍ରିଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ତାଙ୍କ ବିରୋଧରେ ଭେଡ଼େନ ଥାନାରେ ଏକ ହତ୍ୟା ମାମଲା(ନଂ-୧୩/୨୫) ରୁଜୁ କରାଯାଇଛି। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବରଗଡ଼ ଉପକାରାଗାରକୁ ପଠାଯାଇଛି। ମଦବିକ୍ରି ଠିକା କାରବାରକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି। ଗୁଦୁରାମୁଣ୍ଡାରେ ମଦବିକ୍ରି ପାଇଁ କୌଣସି ଲାଇସେନ୍ସ ଦିଆଯାଇ ନ ଥିବା ଅବକାରୀ ଅଧୀକ୍ଷକ ସୁବନ କୁମାର ନାଏକ କହିଛନ୍ତି।

ସୂଚନା ଅନୁଯାୟୀ, ଗୁଦୁରାମୁଣ୍ଡାରେ ଚୋରାମଦ କାରବାର ଚାଲି ଆସୁଥିଲା। ପ୍ରାୟ ବର୍ଷେ ତଳେ ମହେଶ୍ୱର ଗ୍ରାମରେ ମଦବିକ୍ରି ପାଇଁ ଠିକା ନେଇଥିଲେ। ସେହି ଅବଧି ସରି ଯାଇଥିବାରୁ ମଦବିକ୍ରି ଠିକା ପାଇଁ ଶୁକ୍ରବାର ଗ୍ରାମରେ ଏକ ସଭା ବସିଥିଲା। ସଭାକୁ ମହେଶ୍ୱରଙ୍କ ସମେତ ତାଙ୍କ ୨ଭାଇ ଟିକେଶ୍ୱର ଏବଂ ଲୋକେଶ୍ୱର ପହଞ୍ଚି ଥିଲେ। ଅନ୍ୟପଟେ ଘଟଣାସ୍ଥଳକୁ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବାହାଦୁଲ ଏବଂ ତାଙ୍କ ପୁଅମାନେ ପହଞ୍ଚି ଗଣ୍ଡଗୋଳ କରିଥିଲେ। ପୂର୍ବରୁ ମଧ୍ୟ ମଦଠିକାକୁ ନେଇ ମହେଶ୍ୱରଙ୍କ ସହିତ ଅଭିଯୁକ୍ତ ବାହାଦୁଲଙ୍କ ବାଦବିବାଦ ଲାଗି ରହିଥିଲା।

ତେବେ ସଭା ସରିବା ପରେ ମହେଶ୍ୱର ତାଙ୍କ ୨ଭାଇଙ୍କ ସହିତ କନବାରସ୍ଥିତ ଘରକୁ ଫେରୁଥିବା ବେଳେ ବାଟରେ ଅଭିଯୁକ୍ତ ବାହାଦୁଲ ଏବଂ ତାଙ୍କ ପୁଅମାନେ ବିଭିନ୍ନ ମାରଣାସ୍ତ୍ରରେ ସେମାନଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ଘଟଣାସ୍ଥଳରେ ମହେଶ୍ୱରଙ୍କ ମୃତ୍ୟୁ ହୋଇଥିଲା। ତାଙ୍କ ଭାଇ ଟିକେଶ୍ୱର ଏବଂ ଅଭିଯୁକ୍ତ ବାହାଦୁଲ ମଧ୍ୟ ଆହତ ହୋଇଥିଲେ। ଗ୍ରାମବାସୀ ସେମାନଙ୍କୁ ଉଦ୍ଧାର କରି ଭେଡ଼େନ ଡାକ୍ତରଖାନାକୁ ଆଣିଥିଲେ। ବରଗଡ଼ ଅତିରିକ୍ତ ଏସ୍‌ପି ଶିବପ୍ରସାଦ ବିଶ୍ୱାଳ, ଏସଡିପିଓ ପଦାରବିନ୍ଦ ତ୍ରିପାଠୀ ପ୍ରମୁଖ ଶନିବାର ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ କରିଥିଲେ।

ଅପରପକ୍ଷେ ଉକ୍ତ ହତ୍ୟାକାଣ୍ଡକୁ ନେଇ ଗୁଦୁରାମୁଣ୍ଡା ଗ୍ରାମରେ ଉତ୍ତେଜନା ଲାଗି ରହିଥିବାରୁ ବ୍ୟାପକ ପୋଲିସ ମୁତୟନ ଅଛନ୍ତି। ସେହିପରି ହତ୍ୟାକାଣ୍ଡରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ଏବଂ ଗ୍ରାମରେ ସବୁବେଳେ ଅଶାନ୍ତ ପରିବେଶ ସୃଷ୍ଟି କରୁଥିବା ପଡ଼ାକୁ ଉଚ୍ଛେଦ ଦାବିରେ ଗୁଦୁରାମୁଣ୍ଡାବାସୀ ଭେଡ଼େନ ଥାନାକୁ ଆସି ଧାରଣାରେ ବସିଥିଲେ। ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ ଏବଂ ଗ୍ରାମରେ ପୋଲିସ ପାଟ୍ରୋଲିଂ କରାଯିବ ବୋଲି ପୋଲିସ ପ୍ରତିଶ୍ରୁତି ଦେବା ପରେ ଗ୍ରାମବାସୀ ଧାରଣାରୁ ଓହରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri