Posted inଖେଳ

ହିନ୍ଦୀ ଭାଷାକୁ ନେଇ ବଡ଼ କଥା କହିଦେଲେ ଆର୍‌ ଅଶ୍ୱିନ୍‌: ଦେଶରେ ହଲ୍‌ଚଲ୍‌

ନୂଆଦିଲ୍ଲୀ,୧୧।୧:କେନ୍ଦ୍ର ସରକାର ହିନ୍ଦୀ ଭାଷାର ପ୍ରସାର ଉପରେ ଜୋର୍‌ ଦେଉଥିବାବେଳେ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକ ଏହାର ଦୃଢ଼ ବିରୋଧ କରିଆସୁଛନ୍ତି। ଶେଷରେ କ୍ରିକେଟର ରବିଚନ୍ଦ୍ରନ୍‌ ଅଶ୍ୱିନ ମଧ୍ୟ ହିନ୍ଦୀ ବିରୋଧୀ ଅଭିଯାନରେ ନିଜକୁ ସାମିଲ କରିଛନ୍ତି। ହିନ୍ଦୀ ଭାରତର ରାଷ୍ଟ୍ରଭାଷା ନୁହେଁ ବୋଲି ଅଶ୍ୱିନୀ ମନ୍ତବ୍ୟ ଦେଇ ଚର୍ଚ୍ଚା ପରିସରକୁ ଆସିଛନ୍ତି। ତାମିଲନାଡୁର ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ସ୍ନାତକ ଉତ୍ସବରେ ଯୋଗଦେଇ କ୍ରିକେଟର କହିଥିଲେ, ହିନ୍ଦୀ ଆମ ରାଷ୍ଟ୍ରଭାଷା ନୁହେଁ, ଏକ ସରକାରୀ ଭାଷା। ତାଙ୍କର ଏହି ମନ୍ତବ୍ୟ ବିତର୍କ ସୃଷ୍ଟି କରିପାରେ ବୋଲି କୁହାଯାଉଛି। ଏହି ପରିପ୍ରେକ୍ଷୀରେ ତାମିଲନାଡୁ ଭାଜପା ସଭାପତି କେ.ଆନ୍ନାମଲାଇ କ୍ରିକେଟର ଅଶ୍ୱିନଙ୍କ ମନ୍ତବ୍ୟକୁ ଯୁକ୍ତିଯୁକ୍ତ ଦର୍ଶାଇ ସମର୍ଥନ ଜଣାଇଛନ୍ତି।
ତାମିଲନାଡୁରେ ହିନ୍ଦୀକୁ ତୀବ୍ର ବିରୋଧ କରାଯାଇଥାଏ। ଉତ୍ସବରେ ଯୋଗଦେଇଥିବା ଛାତ୍ରୀଛାତ୍ର ଇଂଲିଶ କିମ୍ବା ତାମିଲରେ ପ୍ରଶ୍ନ କରିବାକୁ ପସନ୍ଦ କରନ୍ତି ନା ହିନ୍ଦୀରେ ପଚାରିବାକୁ ଚାହିଁବେ ବୋଲି ଅଶ୍ୱିନୀ ଜାଣିବାକୁ ଚାହିଁଥିଲେ। ଅଧିକାଂଶ ଇଂଲିଶ ଏବଂ ତାମିଲରେ କହିବାକୁ ଚାହାନ୍ତି ବୋଲି ଉଚ୍ଚ ସ୍ବରରେ କହିଥିଲେ। ତେବେ ହିନ୍ଦୀରେ କେହି ପ୍ରଶ୍ନ କରିବାକୁ ଚାହାନ୍ତି କି ପଚରାଯିବାରୁ ହଠାତ୍‌ ସମସ୍ତେ ନୀରବ ହୋଇଯାଇଥିଲେ। ହିନ୍ଦୀ ଆମର ଜାତୀୟ ଭାଷା ନୁହେଁ, ବରଂ ଏହାକୁ ଏକ ସରକାରୀ ଭାଷା କୁହାଯିବା ଆବଶ୍ୟକ ବୋଲି ଅଶ୍ୱିନୀ ତାମିଲରେ କହିଥିଲେ। ତାମିଲନାଡୁର ଶାସକ ଡିଏମ୍‌କେ ସମେତ ବିରୋଧୀ ଦଳଗୁଡ଼ିକ ଅନେକ ସମୟରେ ହିନ୍ଦୀକୁ ବିରୋଧ କରି ମନ୍ତବ୍ୟ ଦେଇଆସିଛନ୍ତି। ଅଣହିନ୍ଦୀଭାଷୀ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକରେ କେନ୍ଦ୍ର ସରକାର ହିନ୍ଦୀ ଭାଷାକୁ ଲଦିଦେବାକୁ ଉଦ୍ୟମ କରୁଥିବା ସେମାନେ ଅଭିଯୋଗ କରିଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ସନରେ ନୟନତାରା: ନୂଆବର୍ଷରେ କରିବେ ଧମାଲ୍‌

ପ୍ରଶଂସକମାନେ ୟଶଙ୍କ ଫିଲ୍ମ ‘ଟକ୍ସିକ’ର ମୁକ୍ତିଲାଭ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ନୂଆବର୍ଷ ପୂର୍ବରୁ ପ୍ରଶଂସକଙ୍କୁ ବଡ଼ ଉପହାର ଦେଇଛନ୍ତି ଏହି ଫିଲ୍ମର ନିର୍ମାତା।...

ବିଜେଡି ଅସନ୍ତୁଷ୍ଟଙ୍କ ଉପରେ ମୋକିମଙ୍କ ନଜର, ନୂଆ ସମୀକରଣକୁ ନେଇ କହିଲେ…

ଭୁବନେଶ୍ୱର,୩୧ା୧୨: ନୂଆଦଳ ଓ ସମୀକରଣକୁ ନେଇ କଂଗ୍ରେସର ପୂର୍ବତନ ବିଧାୟକ ମହମ୍ମଦ ମୋକିମ ଏକ ବଡ଼ ବୟାନ ଦେଇଛନ୍ତି। ମୁଖ୍ୟତଃ ଭାଜପା, ବିଜେଡି ଏବଂ କଂଗ୍ରେସକୁ...

ମହମ୍ମଦ ମୋକିମଙ୍କୁ ଭେଟିଲେ ଭଦ୍ରକ ପୌରାଧ୍ୟକ୍ଷା: ସବୁଠି ଚର୍ଚ୍ଚା

ଭଦ୍ରକ,୩୧।୧୨(ସନାତନ ରାଉତ): ମହମ୍ମଦ ମୋକିମଙ୍କୁ ଭେଟିଲେ ଭଦ୍ରକ ପୌରାଧ୍ୟକ୍ଷା ଗୁଲମକି ଦଲୱାଜ। ସାଧୀନ ଭାବେ ଜିତି ବିଜେଡିରେ ଯୋଗ ଦେଇଥିଲେ ଗୁଲମକି। ବର୍ତ୍ତମାନ ଗୁଲମକି ମୋକିମଙ୍କ...

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

ଏମିତି ମିଛ କହିଲା ଚାଇନା: ସବୁ ପୋଲ୍‌ ଖୋଲିଦେଲା ଭାରତ

ନୂଆଦିଲ୍ଲୀ,୩୧।୧୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପାଇଁ ଅନ୍ତର୍ଜାତୀୟ କ୍ରେଡିଟ ତୀବ୍ର ହୋଇଛି। ପ୍ରଥମେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଏବେ ଚାଇନା...

ମୋଦିଙ୍କ ଏହି କଥା ଶୁଣି ପ୍ରବଳ ରାଗିଗଲେ ଜେଲେନସ୍କି: ସାଂଘାତିକ ଅଭିଯୋଗ ଆଣି କହିଲେ…

ନୂଆଦିଲ୍ଲୀ,୩୧।୧୨: ପ୍ରଧାନମନ୍ତ୍ରୀ ମୋଦି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନ ଉପରେ ଡ୍ରୋନ ଆକ୍ରମଣ ରିପୋର୍ଟ ଉପରେ ଚିନ୍ତା ପ୍ରକାଶ କରିଥିଲେ। ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର...

ଶ୍ରୀମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ! ଜଗା ସ୍ଥାନରେ ବଳିଆ

ଭୁବନେଶ୍ୱର,୩୧।୧୨: ଶ୍ରୀଜଗନ୍ନାଥ ମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ଅଭିଯୋଗ ହୋଇଛି। ଜଗା ସ୍ଥାନରେ ବଳିଆ ଓ ବଳିଆ ଜାଗାରେ ଜଗାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ...

ନଳକୂପ ପାଖରେ ଛକି ବସିଥିଲା ଯମ: ପାଣି ଆଣିବାକୁ ଗଲାବେଳେ ଝିଲିଙ୍କ ସହ ଘଟିଲା…

ଅନୁଗୋଳ,୩୧।୧୨(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ବନ୍ତଳା ପଞ୍ଚାୟତ ସାହାରାଗୁଡ଼ା ଗାଁ ସୁନାଭୂଇଁ ସାହିରେ ଦନ୍ତା ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମିଳିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri