Posted inଖେଳ

କ୍ୟାଚ୍‌ ଧରିବାକୁ ଦୌଡୁଥିବା ବେଳେ ପରସ୍ପର ସହ ପିଟି ହୋଇଗଲେ ୨ ଅଷ୍ଟ୍ରେଲିୟ ଖେଳାଳି, ଚେତା ହରାଇଲେ…

କାନ୍‌ବେରା,୩।୧: କ୍ୟାଚ୍‌ ନେବାକୁ ଚେଷ୍ଟା କରୁଥିବା ବେଳେ ପରସ୍ପର ସହ ଧକ୍କା ହୋଇଗଲେ ଦୁଇ କ୍ରିକେଟର। ଏହା ଏତେ ଜୋର୍‌ ଥିଲା ଯେ ଉଭୟ ଖେଳାଳି ଚେତା ହରାଇବା ସ୍ଥିତି ଉପୁଜିଥିଲା। ଶେଷରେ ତାଙ୍କୁ ଡାକ୍ତରଖାନା ନିଆଯାଇଛି। ବିଗ ବ୍ୟାସ୍‌ ଲିଗ୍‌ର ୨୨ ତମ ମ୍ୟାଚ୍‌ରେ ଏଭଳି ଦୃଶ୍ୟ ଚର୍ଚ୍ଚାର ବିଷୟ ପାଲଟିଛି। ସିଡନୀ ଥଣ୍ଡରର ଦୁଇ ଖେଳାଳି ପର୍ଥ ସ୍କୋରର୍ସ ବିପକ୍ଷ ମ୍ୟାଚରେ ଆହତ ହୋଇଛନ୍ତି। କ୍ୟାଚ ନେବାକୁ ଚେଷ୍ଟା କରୁଥିବାବେଳେ ଅଲରାଉଣ୍ଡର ଡାନିଏଲ ସାମ୍‌ସ ଏବଂ ଓପନର୍‌ କ୍ୟାମେରନ୍‌ ବାନକ୍ରଫ୍ଟ ପରସ୍ପର ସହ ଧକ୍କା ହୋଇଥିଲେ। ଏହି ଧକ୍କା ଏତେ ବିପଜ୍ଜନକ ଥିଲା ଯେ ଉଭୟ ଖେଳାଳି ପଡ଼ିଆରେ ଚେତା ହରାଇଥିଲେ। ପରେ ସେମାନଙ୍କୁ ଡାକ୍ତରଖାନା ନିଆଯାଇଥିଲା। ଉଭୟ ଖେଳାଳି ବର୍ତ୍ତମାନ ଭଲ ଅଛନ୍ତି ବୋଲି ଜଣାପଡ଼ିଛି।

ସିଡନୀ ଥଣ୍ଡର ବୋଲିଂର ୧୬ ତମ ଓଭରରେ ଏହି ଦୁର୍ଘଟଣା ଘଟିଥିଲା। ପର୍ଥ ସ୍କୋରର୍ସ ବ୍ୟାଟ୍ସମ୍ୟାନ କନୋଲି ଲୋକି ଫର୍ଗୁସନ୍‌ଙ୍କ ବଲରେ ଏକ ଶଟ୍‌ ଖେଳିଥିଲେ। ବଲ ମିଡ୍‌ ଉଇକେଟ ଏବଂ ଡିପ୍‌ ମିଡ୍‌ ଉଇକେଟ ମଧ୍ୟରେ ଥିଲା। ଏଭଳି ପରିସ୍ଥିତିରେ ଉଭୟ ସ୍ଥାନରେ ଫିଲ୍ଡିଂ କରୁଥିବା ଖେଳାଳିମାନେ ବଲକୁ ଧରିବା ପାଇଁ ଦୌଡିଥିଲେ। ଉଭୟ ଖେଳାଳିଙ୍କ ବଲ ଉପରେ ଆଖି ଥିଲା ଏବଂ ସେମାନେ ପରସ୍ପରକୁ ଦେଖି ପାରି ନ ଥିଲେ। ଫଳରେ ପରସ୍ପର ସହ ମୁହାଁମୁହିଁ ହୋଇଥିଲେ। ଏଠାରେ ଉଭୟ ଖେଳାଳିଙ୍କ ଦ୍ୱାରା କରାଯାଇଥିବା ଭୁଲ ହେଉଛି ଯେ ସେମାନେ କ୍ୟାଚ୍‌ ଧରିବାକୁ କଲ୍‌ କରି ନ ଥିଲେ।

ଉଭୟ ଡାନିଏଲ ସାମ୍‌ସ ଏବଂ କ୍ୟାମେରନ୍‌ ବାନକ୍ରଫ୍ଟ ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି। ଧକ୍କା ପରେ ସାମସ ଶୋଇ ରହିଥିଲେ, ତାଙ୍କ ମୁଣ୍ଡ ବୁଲାଉଥିଲା। ଏହା ପରେ ତାଙ୍କୁ ଏକ ଷ୍ଟ୍ରେଚରରେ ପଡ଼ିଆରୁ ବାହାରକୁ ନିଆଯାଇଥିଲା। ଅନ୍ୟପକ୍ଷରେ, ବାନକ୍ରଫ୍ଟ ବଡ଼ ଅଭିଯୋଗ କରି ନ ଥିଲେ। କିନ୍ତୁ ତାଙ୍କ ନାକରେ ଗଭୀର ଆଘାତ ଲାଗିଥିଲା। ତେବେ ତାଙ୍କ ନାକ ଫାଟି ଯାଇଥିବା ରିପୋର୍ଟରେ କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଲଟିଲା ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌

ଥୁଆମୂଳ ରାମପୁର,୮ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ସିଲେଟ ଗ୍ରାମ ପଞ୍ଚାୟତରେ ଏକ୍‌ ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ...

ଶୀତୁଆ ରାତିରେ ଶିକ୍ଷକଙ୍କ ଆନ୍ଦୋଳନ: ସରକାର ଦେଲେ ଏମିତି ପ୍ରତିଶ୍ରୁତି

ଭୁବନେଶ୍ୱର, ୮।୧୨(ରବିନାରାୟଣ ଜେନା):ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକମାନଙ୍କ ରଣହୁଙ୍କାରକୁ ରାଜ୍ୟ ସରକାର ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ...

ଏଇ ଭାରତରେ

ବାହାରେ କିମ୍ବା ଘରେ ଅଦରକାରୀ ଜିନିଷ ଠୁଳ ହୋଇ ରହିବା ପ୍ରଦୂଷଣର କାରଣ ପାଲଟୁଛି। ପ୍ରଦୂଷଣ ହ୍ରାସ କରିବା ସକାଶେ ରିସାଇକ୍ଲିଂ ପଦ୍ଧତିରେ ଏଗୁଡ଼ିକର ପୁନଃ...

ପୁଟିନଙ୍କ ପରେ ଭାରତ ଆସିପାରନ୍ତି ଜେଲେନ୍‌ସ୍କି

ନୂଆଦିଲ୍ଲୀ,୮ା୧୨:ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ୨୦୨୬ ଜାନୁଆରୀରେ ଭାରତ ଆସିପାରନ୍ତି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତ ପରେ ନୂଆଦିଲ୍ଲୀ ପକ୍ଷରୁ କୂଟନୈତିକ ସନ୍ତୁଳନ ଉଦ୍ୟମ...

କଚ୍ଛପ ଗତି

କୌଣସି କାର୍ଯ୍ୟ ସମ୍ପାଦନରେ ଉଛୁର ହେଲେ, ଲକ୍ଷ୍ୟ ହାସଲରେ ଡେରି ହେଲେ କିମା ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପାଇଁ ବିଳମ୍ବ ଘଟିଲେ ବିଳମ୍ବର କାରଣକୁ କଚ୍ଛପର...

ବାଘ ଆତଙ୍କ ଯୋଗୁ ୫୫ ସ୍କୁଲ ବନ୍ଦ: ଜାଣନ୍ତୁ କେଉଁଠି

ଡେରାଡୁନ୍‌,୮ା୧୨:ଉତ୍ତରାଖଣ୍ଡର ପୌରି ଜିଲାରେ କଲରାପତରିଆ ବାଘ ଆତଙ୍କ ଯୋଗୁ ୫୫ ସ୍କୁଲକୁ ସାମୟିକ ଭାବେ ବନ୍ଦ କରିଦିଆଯାଇଛି। ଉକ୍ତ ସ୍କୁଲଗୁଡ଼ିକର ପିଲାମାନଙ୍କୁ ଅନ୍‌ଲାଇନ ମୋଡ୍‌ରେ ପାଠପଢ଼ା...

ପୁଟିନ୍‌ଙ୍କ ଭାରତ ଗସ୍ତ ଅନ୍ତରାଳେ

ଭାରତକୁ ଆମେରିକା ନାଲିଆଖି ଦେଖାଇ ଟାରିଫ ବୃଦ୍ଧି କରିଛି। ଏହାସହ ଭାରତ-ରଷିଆ ସମ୍ପର୍କକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଘୋର ଅସନ୍ତୁଷ୍ଟ। ଏଭଳି ଏକ...

ଓଡ଼ିଶାରେ ବଢୁଛି ଓ୍ବେଷ୍ଟର୍ନ ପର୍ଯ୍ୟଟକଙ୍କ ସଂଖ୍ୟା: ୫ବର୍ଷରେ ୭ଗୁଣ ବୃଦ୍ଧି

ଭୁବନେଶ୍ୱର,୮୧୨(ରବିନାରାୟଣ ଜେନା):ରାଜ୍ୟର ପର୍ଯ୍ୟଟନ ଭିତ୍ତିଭୂମି ପ୍ରତି ଆକୃଷ୍ଟ ହୋଇ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ମଧ୍ୟରେ ଓ୍ବେଷ୍ଟର୍ନ ୟୁରୋପ ପର୍ଯ୍ୟଟକଙ୍କ ସଂଖ୍ୟା ଦିନକୁ ଦିନ ବଢୁଛି ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri