କୁମ୍ଭ ରାଶିର ବ୍ୟକ୍ତିଙ୍କ ଲାଗି କିଭଳି ରହିବ ବର୍ଷ ୨୦୨୫? ଜାଣନ୍ତୁ କ୍ୟାରିୟର, ବ୍ୟବସାୟ, ସ୍ବାସ୍ଥ୍ୟ, ବୈବାହିକ ଜୀବନ ବିଷୟରେ… 

ଆସୁଛି ନବବର୍ଷ ୨୦୨୫। ଏହାକୁ ନେଇ ସମସ୍ତେ ଉତ୍ସାହିତ ଥିବା ବେଳେ ନୂଆ ବର୍ଷ କିଭଳି ଫଳ ଦେବ ତାହାକୁ ନେଇ ଚିନ୍ତିତ। ଏମିତିରେ ଆଜିର ଆଲୋଚନାରେ ଆସନ୍ତୁ ଜାଣିବା କୁମ୍ଭ ରାଶିର ବାର୍ଷିକ ରାଶିଫଳ ବିଷୟରେ। ବୈଦିକ ଜୌତିଷ ଅନୁସାରେ କୁମ୍ଭ ରାଶିର ସ୍ବାମୀ ଶନି ଦେବ। ଶନି ଦେବ ନ୍ୟାୟ ପ୍ରିୟ ଦେବତା। ସେ ବ୍ୟକ୍ତିର କର୍ମ ଅନୁସାରେ ଫଳ ଦେଇଥାନ୍ତି।
ଆଗାମୀ ବର୍ଷ ଆପଣଙ୍କ କର୍ମ ଏବଂ ବ୍ୟବସାୟ ଦୃଷ୍ଟିରୁ ଏପ୍ରିଲଠାରୁ ନେଇ ନଭେମ୍ବର ଯାଏ ସମୟ ଭଲ ରହିବ। ଏସବୁ ମଧ୍ୟରେ ଆପଣ ଉନ୍ନତିର ଶିଖର ଛୁଇଁବେ। କାରଣ ଶନି ସାଢ଼େସାତର ଦ୍ୱିତୀୟ ଚରଣ ମାର୍ଚ୍ଚ ୨୯ରେ ଶେଷ ହେବ। ହେଲେ ଲଗ୍ନରେ ରାହୁ ରହୁଥିବାରୁ ସାମାନ୍ୟ ସଂଘର୍ଷପୂର୍ଣ୍ଣ ବର୍ଷ ରହିବ। ୨୦୨୪ ମୁକାବିଲାରେ ୨୦୨୫ ଶୁଭ ରହିବ। ଏହି ବର୍ଷ ଆପଣଙ୍କୁ ମାନ ସମ୍ମାନ ପ୍ରାପ୍ତ ହେବ।
କୁମ୍ଭ ରାଶିର ବ୍ୟକ୍ତିବିଶେଷଙ୍କ ଆର୍ଥିକ ସ୍ଥିତି:ନୂଆ ବର୍ଷଟି ଧନ ମାମଲାରେ ଭଲ ରହିବ। କ୍ୟାରିୟରରେ ସ୍ଥାୟିତ୍ୱ ରହିବା ଯୋଗୁ ଏହି ବର୍ଷ ଆପଣ ଧନ ସଞ୍ଚୟ କରିବେ।
କ୍ୟାରିୟର ଏବଂ ଶିକ୍ଷା: ଚଳିତ ବର୍ଷ ଜାନୁଆରୀରୁ ମାର୍ଚ୍ଚ ଯାଏ କ୍ୟାରିୟର ଭଲ ରହିବ। ମାର୍ଚ୍ଚରୁ ମେ’ ମାସ ମଧ୍ୟରେ ପ୍ରତିଯୋଗିତାମୂଳକ ପରୀକ୍ଷା, ସାକ୍ଷାତକାରରେ ସଫଳତା ପାଇବେ। ଭିସା ମିଳିପାରେ। ଅଗଷ୍ଟରୁ ଅକ୍ଟୋବର ମାସ ଯାଏ ମାସ ଶୁଭ ରହିବ। ହେଲେ ଆପଣଙ୍କୁ ନିଜର ଆଳସ୍ୟ ପରିତ୍ୟାଗ କରିବାକୁ ହେବ।
ସ୍ବାସ୍ଥ୍ୟ: ବର୍ଷ ୨୦୨୫ରେ କୁମ୍ଭ ରାଶିର ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଅବନତି ଦେଖିବାକୁ ମିଳିପାରେ। ନୂଆ ବର୍ଷରେ ଆପଣ ବହୁତ ଯାତ୍ରା କରିପାରନ୍ତି। ଏଣୁ ବାହାର ଖାଦ୍ୟ କମ୍‌ ଖାଆନ୍ତୁ। ନଚେତ ସ୍ବାସ୍ଥ୍ୟ ବିଗିଡ଼ିପାରେ। ମେ’ରେ ଗୋଚର କୁଣ୍ଡଳୀର ଲଗ୍ନରେ ରାହୁ ଆସିବେ। ଏଣୁ ସ୍ବାସ୍ଥ୍ୟାବସ୍ଥା ଦୁର୍ବଳ ହେବ।
ବୈବାହିକ ଜୀବନ: ଏହି ବର୍ଷ ବୈବାହିକ ଜୀବନ ମିଶ୍ରିତ ରହିବ। ୨୯ ମାର୍ଚ୍ଚରୁ ମେ’ ୧୮ ଯାଏ ବୈବାହିକ ଜୀବନରେ ସାମାନ୍ୟ ଅସୁବିଧା ପରିଲକ୍ଷିତ ହୋଇପାରେ। ପ୍ରେମ ସମ୍ପର୍କରେ ସମସ୍ୟା ଉପୁଜିପାରେ। ପ୍ରେମ ସମ୍ବନ୍ଧ ଭାଙ୍ଗି ଯାଇପାରେ। ଏଣୁ ସାଥୀଙ୍କ ସହ ତାଳମେଳ ଠିକ୍‌ ରଖନ୍ତୁ।
ଏବର୍ଷ ଶନି ସାଢ଼େସାତି ଚାଲୁଥିବା କାରଣରୁ ଉପାୟ କରନ୍ତୁ। ଶନି ଦେବଙ୍କ ସାମ୍ନାରେ ସୋରିଷ ତେଲର ଦୀପ ଜାଳନ୍ତୁ। ଶନି ଦେବ ସମ୍ବନ୍ଧୟ ଦାନ କରନ୍ତୁ। ଶନି ଚାଳିଶା ଏବଂ ହନୁମାନ ଚାଳିଶା ପାଠ କରନ୍ତୁ। ଏଥିସହ ଶିବଲିଙ୍ଗରେ ରୁଦ୍ରାଭିଷେକ କରନ୍ତୁ।

Enter your email to get our daily news in your inbox.

All Right Reserved By Dharitri.Com

ସୁସ୍ଥ ପରିବେଶ ଗଠନ ପାଇଁ ସଚେତନତା, ନୂଆ କମିଟି ଚୟନ….

ରାୟଗଡ଼ା,୨୧।୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ ହାଲୁଆ ଗ୍ରାମ ନିକଟସ୍ଥ ସେବା ସମାଜ ଗୃହ ଠାରେ ପ୍ରେସ କ୍ଲବର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି...

ମନର ଧାରଣା ନା ସତରେ ଦ୍ରୁତ ବେଗରେ ବାଇକ୍‌ ଚଳାଇଲେ ଅଧିକ ଇନ୍ଧନ ଖର୍ଚ୍ଚ ହୁଏ? ମନରେ ଦ୍ୱନ୍ଦ୍ୱ ଥିଲେ କରନ୍ତୁ ଦୂର…

ନୂଆଦିଲ୍ଲୀ,୨୧।୧: ପ୍ରତ୍ୟେକ ବାଇକ୍‌ ଆରୋହୀଙ୍କ ମନରେ ସାଧାରଣ ପ୍ରଶ୍ନ ଆସେ ଯେ ବାସ୍ତବରେ କ’ଣ ଦ୍ରୁତ ବେଗରେ ଗାଡ଼ି ଚଳାଇଲେ ଅଧିକ ପେଟ୍ରୋଲ ଖର୍ଚ୍ଚ ହୁଏ...

ଭାରତର ୭ ବଡ଼ ବ୍ୟବସାୟୀ ଟ୍ରମ୍ପଙ୍କ ସହ କରିବେ ଡିନର୍‌, ଶକ୍ତି ପ୍ରଦର୍ଶନ କରିବ ଭାରତ

ନୂଆଦିଲ୍ଲୀ,୨୧।୧: ଡାଭୋସରେ ଚାଲିଥିବା ବିଶ୍ୱ ଅର୍ଥନୈତିକ ଫୋରମ (WEF) ସମୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅନେକ ବଡ଼ ଭାରତୀୟ ବ୍ୟବସାୟୀଙ୍କୁ ଭେଟିବେ। NDTV ଅନୁଯାୟୀ,...

ଇତିହାସ ରଚିଲା ‘ଭେରୋନିକା’: ବିଶ୍ୱର ପ୍ରଥମ ଗାଈ ଭାବେ କଲା ଏପରି କାରନାମା

ପଶୁ ଜଗତର ବୁଦ୍ଧିମତାକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ଅଷ୍ଟ୍ରିଆର ‘ଭେରୋନିକା’ ନାମକ ଏକ ଗାଈ ନିଜର ଚତୁରତା ପାଇଁ ଏବେ ସାରା...

ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ ନେଇ ମୁହଁ ଖୋଲିଲେ ନବୀନ, ନୂଆ ମୁଖିଆ….

ଭୁବନେଶ୍ୱର,୨୧।୧:  ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ ଉପରେ ମୁହଁ ଖୋଲିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତେବେ କାହିଁକି ବିଜୁ ଜନତା ଦଳରୁ ଅରବିନ୍ଦଙ୍କୁ ନିଲମ୍ବନ...

୧୮ରୁ ୫୫ ବର୍ଷୀୟ ଏହି ମହିଳାମାନଙ୍କୁ ସରକାର ଦେବେ ୫୦୦୦ ଟଙ୍କା, ଯୋଜନାର ଲାଭ କିପରି ନେବେ ଜାଣି ରଖନ୍ତୁ…

ନୂଆଦିଲ୍ଲୀ,୨୧।୧: ଭାରତ ସରକାର ଦେଶର ନାଗରିକଙ୍କ ପାଇଁ ଅନେକ କଲ୍ୟାଣକାରୀ ଯୋଜନା ଚଳାଇଛନ୍ତି। ଏହି ଯୋଜନାଗୁଡ଼ିକ ମଧ୍ୟରୁ ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନା ହେଉଛି ପ୍ରଧାନମନ୍ତ୍ରୀ ମାତୃ...

ବରଗଡ଼ରେ ପୁଣି କଫ ସିରପ କାରବାର: ୭୬ ହଜାରରୁ ଅଧିକ ଟଙ୍କା ଜବତ ସହ…

ବରଗଡ଼,୨୧ା୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲସ ବୁଧବାର ୫୦୫୦ବୋତଲ କଫ୍‌ ସିରପ୍‌ ଜବତ କରିଛି। ଏଥିରେ ସମ୍ପୃକ୍ତ ୬ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବାବେଳେ...

BCBକୁ ଆଉ ଗୋଟିଏ ଦିନ ସମୟ ଦେଇଛି ICC, ଯଦି ବାଂଲାଦେଶ ଟି-୨୦ ବିଶ୍ୱକପ ପାଇଁ ଭାରତ ନ ଆସେ ତେବେ…

ନୂଆଦିଲ୍ଲୀ,୨୧।୧: ୨୦୨୬ ଟି୨୦ ବିଶ୍ୱକପ ପାଇଁ ବାଂଲାଦେଶ ଦଳ ଭାରତ ଯାତ୍ରା କରିବ କି ନାହିଁ ସେ ବିଷୟରେ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ନିଷ୍ପତ୍ତି ହୋଇନାହିଁ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri