ଭୁବନେଶ୍ୱର,୨୩।୧୨ (ଅଭୟ ଦାଶ): ବର୍ତ୍ତମାନର ବ୍ୟସ୍ତବହୁଳ ସମୟ ମଧ୍ୟରେ ପ୍ରଜନନ ଜନିତ ସମସ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏପରିକି ପ୍ରଜନନ ଚିକିତ୍ସା ଏବଂ ଯତ୍ନ କ୍ଷେତ୍ରରେ ଭୁବନେଶ୍ୱରର ଜୟଦେବବିହାରସ୍ଥିତ ଓଏସିସ୍ ଫର୍ଟିଲିଟି ସେଣ୍ଟର ଏକ ନୂଆ ମାଇଲଖୁଣ୍ଟ ହାସଲ କରିଛି। ଉଲ୍ଲେଖଯୋଗ୍ୟ, ଭୁବନେଶ୍ୱରସ୍ଥିତ ଓଏସିସ୍ ଫର୍ଟିଲିଟି ଏହାର ଅତ୍ୟାଧୁନିକ ପ୍ରଜନନ ସେବା ଏବଂ ରୋଗୀକେନ୍ଦ୍ରିକ ଆଭିମୁଖ୍ୟ ଦ୍ୱାରା ସ୍ଥାନୀୟ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ପରିବର୍ତ୍ତନ ଆଣିଛି ଏବଂ ଆଖପାଖ ଅଞ୍ଚଳର ଦମ୍ପତିଙ୍କ ବିଶ୍ୱାସ ହାସଲ କରିଛି। ଏହି ପରିପ୍ରେକ୍ଷୀରେ ଓଏସିସ୍ ଫର୍ଟିଲିଟି ପକ୍ଷରୁ ରବିବାର ଏକ ସ୍ବତନ୍ତ୍ର ଉତ୍ସବ ପାଳନ କରାଯାଇଥିଲା। ଅପରପକ୍ଷରେ ୪୦୦୦ ସନ୍ତାନହୀନ ଦମ୍ପତି ସଫଳତାର ସହ ଚିକିତ୍ସା କରିବା ଏବଂ ଏକ ଆନନ୍ଦଦାୟକ ବେବି ସାୱାର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏ ସମ୍ପର୍କରେ ଓଏସିସ୍ ଫର୍ଟିଲିଟିର କ୍ଲିନିକାଲ ହେଡ୍ ତଥା ଫର୍ଟିଲିଟି ସ୍ପେଶାଲିଷ୍ଟ ଡା. ପ୍ରଶାନ୍ତ କୁମାର ନାୟକ କହିଛନ୍ତି, ଏହା ଆମ ପାଇଁ ଏକ ଗର୍ବର ମୁହୂର୍ତ୍ତ ହୋଇଥିଲାବେଳେ ସ୍ଥାନୀୟ ସମୁଦାୟକୁ ସର୍ବୋଚ୍ଚ ପ୍ରଜନନ ଚିକିତ୍ସା ଯୋଗାଇବା ପାଇଁ ଆମର ସମର୍ପଣ ଆମେ ହାସଲ କରିଥିବା ସଫଳତାରେ ପ୍ରତିଫଳିତ ହୋଇଛି। ଏପରିକି ଆମେ ଆମର ଗୁଣବତ୍ତା ଏବଂ ନୈତିକତାର ସର୍ବୋଚ୍ଚ ମାନଦଣ୍ଡ ବଜାୟ ରଖି ଉନ୍ନତ ପ୍ରଜନନ ଯନତ୍କୁ ସମସ୍ତଙ୍କ ପାଇଁ ଉପଲବ୍ଧ କରାଇବା ପାଇଁ ପ୍ରୟାସ କରୁଛୁ, ଆଗାମୀ ଦିନରେ ଓଏସିସ୍ ଫର୍ଟିଲିଟି ବ୍ୟାପକତା ଏବଂ ପ୍ରଭାବକୁ ଆହୁରି ବିସ୍ତାର କରିବାକୁ ଲକ୍ଷ୍ୟ ରଖିଛି। ଆମର ନୂତନ ସେବା ଆରମ୍ଭ କରିବା ଏବଂ ସମଗ୍ର ଭାରତରେ ଅତିରିକ୍ତ କେନ୍ଦ୍ର ଖୋଲିବାକୁ ଯୋଜନା ରହିଛି, ଯାହା ଦ୍ୱାରା ଅଧିକ ବ୍ୟକ୍ତି ଏବଂ ମାତାପିତା ଚାହୁଁଥିବା ଦମ୍ପତିଙ୍କ ପାଇଁ ଉନ୍ନତ ପ୍ରଜନନ ସେବା ଉପଲବ୍ଧ ହେବ। ଏହି ସେଣ୍ଟର ପ୍ରତିଷ୍ଠା ପରଠାରୁ ଓଏସିସ୍ ଫର୍ଟିଲିଟି ପ୍ରାୟ ୪୦୦୦ ସନ୍ତାନହୀନ ଦମ୍ପତିଙ୍କର ସଫଳ ଚିକିତ୍ସା କରାଇଛି। ଏପରିକି ଅନେକ ଦମ୍ପତିଙ୍କୁ ଆଇଭିଏଫ୍, ଆଇସିଏସ୍ଆଇ, ସିଏପିଏ-ଆଇଭିଏମ୍, ପିଜିଟି, ଇଆରଏ, ଟେସା ଭଳି ଉନ୍ନତ ପଦ୍ଧତି ଏବଂ ମାଇକ୍ରୋଫ୍ଲୁଇଡିକ୍ସ ଭଳି ବିଭିନ୍ନ ଶୁକ୍ରାଣୁ ଚୟନ ପଦ୍ଧତି ସହିତ ଓଓସାଇଟ୍ ଏବଂ ଶୁକ୍ରାଣୁ କ୍ରାୟୋପ୍ରିଜର୍ଭେଶନ୍ ଏବଂ ପ୍ରଜନନ ବୃଦ୍ଧିକାରୀ ଅସ୍ତ୍ରୋପଚାର ମାଧ୍ୟମରେ ସେମାନଙ୍କ ମାତାପିତା ହେବା ସ୍ବପ୍ନ ସାକାର କରିବାରେ ବେଶ୍ ସହାୟକ ହୋଇଛି।
କମିଗଲା ସୁନା ରେଟ୍: ଜାଣନ୍ତୁ ୧୦ ଗ୍ରାମକୁ କେତେ
ନୂଆଦିଲ୍ଲୀ,୨୧।୧: ଗତ କିଛି ଦିନ ଧରି ସୁନା ଏବଂ ରୂପା ମୂଲ୍ୟ ନିରନ୍ତର ବୃଦ୍ଧି ପାଉଥିଲା ଏବଂ ପ୍ରତିଦିନ ଏକ ପ୍ରବଳ ବୃଦ୍ଧି ସହିତ ନୂଆ...
ଜାନୁଆରୀରେ ୧.୫% ଦୁର୍ବଳ ହେଲାଣି ଟଙ୍କା
ମୁମ୍ବାଇ,୨୨ା୧(ବ୍ଲୁମ୍ବର୍ଗ/ପି.ଟି.): ୨୦୨୫ ଡିସେମ୍ବର ୧୬ରେ ଭାରତୀୟ ମୁଦ୍ରା ୯୧.୧୪ ଟଙ୍କାକୁ ଖସି ସର୍ବକାଳୀନ ନିମ୍ନସ୍ତରକୁ ଛୁଇଁଥିଲା। ସେବେଠୁ ଅଦ୍ୟାବଧି ଟଙ୍କା ୧.୫% ଦୁର୍ବଳ ହୋଇଥିବା ଫରେକ୍ସ ଟ୍ରେଡର୍ସ...
ମନର ଧାରଣା ନା ସତରେ ଦ୍ରୁତ ବେଗରେ ବାଇକ୍ ଚଳାଇଲେ ଅଧିକ ଇନ୍ଧନ ଖର୍ଚ୍ଚ ହୁଏ? ମନରେ ଦ୍ୱନ୍ଦ୍ୱ ଥିଲେ କରନ୍ତୁ ଦୂର…
ନୂଆଦିଲ୍ଲୀ,୨୧।୧: ପ୍ରତ୍ୟେକ ବାଇକ୍ ଆରୋହୀଙ୍କ ମନରେ ସାଧାରଣ ପ୍ରଶ୍ନ ଆସେ ଯେ ବାସ୍ତବରେ କ’ଣ ଦ୍ରୁତ ବେଗରେ ଗାଡ଼ି ଚଳାଇଲେ ଅଧିକ ପେଟ୍ରୋଲ ଖର୍ଚ୍ଚ ହୁଏ...
୧୮ରୁ ୫୫ ବର୍ଷୀୟ ଏହି ମହିଳାମାନଙ୍କୁ ସରକାର ଦେବେ ୫୦୦୦ ଟଙ୍କା, ଯୋଜନାର ଲାଭ କିପରି ନେବେ ଜାଣି ରଖନ୍ତୁ…
ନୂଆଦିଲ୍ଲୀ,୨୧।୧: ଭାରତ ସରକାର ଦେଶର ନାଗରିକଙ୍କ ପାଇଁ ଅନେକ କଲ୍ୟାଣକାରୀ ଯୋଜନା ଚଳାଇଛନ୍ତି। ଏହି ଯୋଜନାଗୁଡ଼ିକ ମଧ୍ୟରୁ ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନା ହେଉଛି ପ୍ରଧାନମନ୍ତ୍ରୀ ମାତୃ...
ଆପଣଙ୍କ ଏଭଳି ଅବହେଳା ପାଇଁ ଚୋରି ହୋଇଯାଇପାରେ ବାଇକ୍, ଭୁଲ୍ରେ ବି କରନ୍ତୁ ନାହିଁ ଏହି କାମ…
ନୂଆଦିଲ୍ଲୀ,୨୧।୧: ଆଜିକାଲି ସମୟରେ ବାଇକ ପ୍ରାୟ ପ୍ରତ୍ୟେକ ଘରର ଦୈନନ୍ଦିନ ଜୀବନର ଅଂଶ ହୋଇଯାଇଛି। ବାଇକ ଦ୍ୱାରା ଘରୁ ବାହାରକୁ ଯିବାଠାରୁ ଆରମ୍ଭ କରି ଅନେକ...
କେତେ ପୂରୁଣା ହେବା ପରେ କିଣିବା ଦରକାର ନୂଆ ଫୋନ? ଜାଣନ୍ତୁ ନିୟମ
ଏକ ନୂତନ ଫୋନ କିଣିବା କ୍ରମଶଃ ମହଙ୍ଗା ହୋଇଗଲାଣି। ତେଣୁ, ଲୋକମାନେ ପୁରୁଣା ଫୋନ ବ୍ୟବହାର କରିବାରେ ଲାଗିପଡ଼ିଛନ୍ତି। କିଛି ଲୋକ ଫ୍ଲାଗସିପ ଫୋନ ବ୍ୟବହାର...
ରେଳଯାତ୍ରୀଙ୍କ ପାଇଁ ଖୁସିଖବର: ଷ୍ଟେଶନରେ ମିଳୁଛି ଶସ୍ତା ରୁମ୍; ଅନଲାଇନ୍ରେ ବୁକ୍ କରିବାର ପୂରା ପ୍ରକ୍ରିୟା ଜାଣନ୍ତୁ…
ନୂଆଦିଲ୍ଲୀ,୨୧।୧: ପ୍ରତିଦିନ ସାରା ଭାରତରେ ୨ କୋଟିରୁ ଅଧିକ ଯାତ୍ରୀ ଟ୍ରେନରେ ଯାତ୍ରା କରନ୍ତୁ। ଯାତ୍ରୀମାନଙ୍କର ସୁବିଧା ପାଇଁ ରେଳ ଷ୍ଟେଶନରେ ରୁମ୍ ଯୋଗାଇ ଦିଆଯାଏ।...
ଜୋମାଟୋ ପ୍ୟାରେଣ୍ଟ କମ୍ପାନୀ ‘ଇଟର୍ନାଲ୍ CEO ପଦ ଛାଡିଲେ ଦୀପିନ୍ଦର ଗୋୟଲ
ନୂଆଦିଲ୍ଲୀ,୨୧।୧: ଜୋମାଟୋର ପ୍ୟାରେଣ୍ଟ କମ୍ପାନୀ ‘ଇଟର୍ନାଲ୍’ର ନେତୃତ୍ୱରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କମ୍ପାନୀର ପ୍ରତିଷ୍ଠାତା ଦୀପିନ୍ଦର ଗୋୟଲ ସିଇଓ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ...
Archives

