ପରିତ୍ୟକ୍ତ ଅବସ୍ଥାରେ ଜନଜାତି ସଂଗ୍ରାହାଳୟ:ପର୍ଯ୍ୟଟକ ନିରାଶ

ଦାରିଙ୍ଗବାଡି, ୫।୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ହିଲିଭିୟୁ ପାର୍କ ପରିସର ମଧ୍ୟରେ ରହିଛି ଜନଜାତି ସଂଗ୍ରାହାଳୟ। ହେଲେ ଖୋଲିବାର ମାତ୍ର କିଛି ଦିନ ମଧ୍ୟରେ ଉକ୍ତ ସଂଗ୍ରାହାଳୟଟିରେ ତାଲା ଝୁଲୁଛି। ଏବେ ଉକ୍ତ କୋଠା ବିପଦପୂର୍ଣ୍ଣ ଅବସ୍ଥାରେ ପଡିରହିଛି। ପର୍ଯ୍ୟଟକଙ୍କ ପାଇଁ ଉକ୍ତ ସଂଗ୍ରହାଳୟଟି ଖୋଳାଯାଉ ନ ଥିବାରୁ ପର୍ଯ୍ୟଟକ ନିରାଶ ହୋଇଛନ୍ତି। କନ୍ଧମାଳ ଜିଲାରେ ବସବାସ କରୁଥିବା ଜନଜାତିଙ୍କ ଅତି ପୁରାତନ ପାରମ୍ପରିକ ବ୍ୟବହାରିକ ସାମଗ୍ରୀ ତଥା ଗହଣା, ବାଦ୍ୟ, ଚାଷ ସାମଗ୍ରୀଠାରୁ ଆରମ୍ଭ କରି ଅନେକ ଅସ୍ତ୍ରଶସ୍ତ୍ର ଆଦି ଦେଖିବାକୁ ରହିଥିଲେ ମଧ୍ୟ କେଉଁ କାରଣରୁ ତାହା ଖୋଲାଯାଉନାହିଁ ତାହା ଚିନ୍ତାର ବିଷୟ ବୋଲି ସାଧାରଣରେ କୁହାଯାଉଛି।
ରାଜ୍ୟ ଓ କେନ୍ଦ୍ର ସରକାର ଜନଜାତିଙ୍କ ପାଇଁ ଅନେକ ବ୍ୟବସ୍ଥା କରୁଥିବା ବେଳେ ସେମାନଙ୍କ ଚଳଣି ପାରମ୍ପରିକ ଖାଦ୍ୟ, ବ୍ୟବହାର କରୁଥିବା ସାମଗ୍ରୀକୁ ବିଶ୍ୱ ଦରବାରରେ ପ୍ରଚାର ପ୍ରସାର କରିବାକୁ ପ୍ରୟାସ କରୁଥିଲେ। ଦାରିଙ୍ଗବାଡି ଠାରେ ଗତ ୨୦୧୫ ମସିହାରେ ଲୋକାର୍ପଣ କରାଯାଇଥିବା ଜନଜାତି ସଂଗ୍ରାହାଳୟକୁ ମାତ୍ର କିଛି ଦିନ ଖୋଲା ଯାଇ ତାକୁ ବନ୍ଦ କରିଦିଆଗଲା। ସେହି ଦିନଠାରୁ ଜିଲାପ୍ରଶାସନ ଓ ବାଲିଗୁଡା ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ପକ୍ଷରୁ ଏହାର ରକ୍ଷଣବେକ୍ଷଣ୍‌ର ଅଭାବ ଓ ଏଥିପ୍ରତି ବୈମାତୃକ ଚିନ୍ତାଧାରା ପାଇଁ ଏହାକୁ ପର୍ଯ୍ୟଟକଙ୍କ ପାଇଁ ଖୋଳାଯାଉ ନ ଥିବା ଅଭିଯୋଗ ହେଉଛି।
ଉକ୍ତ ସଂଗ୍ରାହାଳୟ ମଧ୍ୟରେ ସେହି ସମୟରେ ସୁନ୍ଦର ଭାବେ କାଚର ସେଲ୍ଫ କରାଯାଇଥିବା ବେଳେ ଜନଜାତିଙ୍କ ଅଳଙ୍କାର, ଅସ୍ତ୍ରଶସ୍ତ୍ର, ବାଦ୍ୟଯନ୍ତ୍ର କିଛି ସଂଗ୍ରହ କରି ରଖାଯାଇଥିବା ଜଣାପଡିଛି। ଏବେ ତାହା କେଉଁ ପରିସ୍ଥିତିରେ ରହିଛି ତାହା ଖୋଲିବା ପରେ ଜଣାପଡିବ। ଏହାକୁ ଶୀଘ୍ର ଖୋଲାଯିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଏନେଇ ବାଲିଗୁଡା ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା କହିଛନ୍ତି, ସଂଗ୍ରାହାଳୟ କୋଠରୀର ପଛ ପାଖ ମାଟି ଧୋଇଯାଇଛି। ତାକୁ ମରାମତି କରାଯାଉଛି। ଖୁବଶୀଘ୍ର ପୁଣି ସଂଗ୍ରାହାଳୟ ଖୋଲାଯିବାକୁ ପଦକ୍ଷେପ ନେବୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri