ରାଜ୍ୟରେ ୨୧୦୩ ହାତୀ, ଢେଙ୍କାନାଳରେ ସର୍ବାଧିକ

ଭୁବନେଶ୍ୱର,୨୯ା୧୧(ବନ୍ଦନା ସେଠୀ):ଓଡ଼ିଶା ଜଙ୍ଗଲରେ ଏବେ ୨୧୦୩ ହାତୀ ରହିଛନ୍ତି। ଗତ ୬ ମାସ ମଧ୍ୟରେ ରାଜ୍ୟରେ ୫ ହାତୀ ବଢ଼ିଥିବା ପ୍ରଥମ ଶୀତଦିନିଆ ହାତୀ ଗଣନା ରିପୋର୍ଟରୁ ଜଣାପଡ଼ିଛି। ତେବେ ଏହାକୁ ହାତୀ ବିଶେଷଜ୍ଞମାନେ ସନ୍ଦେହ ପ୍ରକଟ କରିବା ସହ ବଢ଼ିଚାଲିଥିବା ହାତୀମୃତ୍ୟୁକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି।
ବନ ବିଭାଗ ପକ୍ଷରୁ ଗୁରୁବାର ପ୍ରକାଶ ପାଇଥିବା ରାଜ୍ୟର ପ୍ରଥମ ଶୀତଦିନିଆ ହାତୀ ଗଣନା ରିପୋର୍ଟରୁ ଏହା ଜଣାପଡିଛି। ଏଥିମଧ୍ୟରେ ୩୩୪ଟି ବୟସ୍କ ଦନ୍ତା ରହିଥିବାବେଳେ ୧୨ଟି ବୟସ୍କ ମାଖନା ହାତୀ, ୬୭୮ଟି ବୟସ୍କ ମାଈହାତୀ, ୧୮୬ଟି ଅପ୍ରାପ୍ତ ବୟସ୍କ ଦନ୍ତା, ୪ଟି ଅପ୍ରାପ୍ତ ବୟସ୍କ ମାଖନା, ୩୦୫ଟି ଅପ୍ରାପ୍ତ ମାଈହାତୀ, ୧୮୧ଟି କିଶୋର ଏବଂ ୪୦୩ଟି ଛୁଆ ହାତୀ ରହିଛନ୍ତି। ରାଜ୍ୟର ୨୮ ଜିଲାରେ ଥିବା ୪୮ଟି ବନଖଣ୍ଡରେ ଏହି ଗଣନା କରାଯାଇଥିଲା। ତେବେ ୧୩ଟି ବନଖଣ୍ଡରେ ଶୀତଦିନେ କୌଣସି ହାତୀ ନ ଥିବାବେଳେ ୫ଟି ବନଖଣ୍ଡରେ ସର୍ବାଧିକ ହାତୀ ଅଛନ୍ତି। ଢେଙ୍କାନାଳ ବନଖଣ୍ଡରେ ସର୍ବାଧିକ ୨୯୧ଟି ହାତୀ ରହିଛନ୍ତି। ଏହାପଛକୁ କେନ୍ଦୁଝର ବନଖଣ୍ଡରେ ୧୬୦, ଆଠଗଡ଼ ବନଖଣ୍ଡରେ ୧୨୪, ଦେବଗଡ଼ ବନଖଣ୍ଡରେ ୧୨୩ ଓ ଅନୁଗୋଳ ବନଖଣ୍ଡରେ ୧୧୭ଟି ହାତୀ ରହିଛନ୍ତି। ସର୍କଲ ଅନୁଯାୟୀ, ଅନୁଗୋଳ ସର୍କଲରେ ସର୍ବାଧିକ ୬୮୦ଟି ହାତୀ ରହିଥିବାବେଳେ ରାଉରକେଲାରେ ୪୬୨ଟି, ବାରିପଦାରେ ୩୮୪ଟି, ବ୍ରହ୍ମପୁରରେ ୧୭୨ଟି, ସମ୍ବଲପୁରରେ ୧୪୪ଟି, ଭବାନୀପାଟଣାରେ ୧୪୦ଟି, ଭୁବନେଶ୍ୱରରେ ୧୨୦ଟି ଏବଂ କୋରାପୁଟ ସର୍କଲରେ ମାତ୍ର ଗୋଟିଏ ହାତୀ ରହିଥିବା ରିପୋର୍ଟରେ ଉଲ୍ଲେଖ ରହିଛି।
ଚଳିତବର୍ଷ ଖରାଦିନେ ଅର୍ଥାତ୍‌ ମେ’ ୨୨ରୁ ୨୪ ମଧ୍ୟରେ ହୋଇଥିବା ହାତୀ ଗଣନାରେ ରାଜ୍ୟରେ ୨୦୯୮ଟି ହାତୀ ରହିଥିବା ଜଣାପଡିଥିଲା। ସେହି ସମୟରେ ମଧ୍ୟ ଢେଙ୍କାନାଳରେ ସର୍ବାଧିକ ହାତୀ ରହିଥିବାବେଳେ ଏହା ପଛକୁ ଆଠଗଡ଼, ସାତକୋଶିଆ, କେନ୍ଦୁଝର ଏବଂ ବଣାଇ ବନଖଣ୍ଡ ରହିଥିଲା। ଶୀତଦିନେ ପଡୋଶୀ ରାଜ୍ୟଗୁଡିକରୁ ଓଡ଼ିଶାକୁ ହାତୀ ଆସୁଥିବାରୁ ପୁନର୍ବାର ଗଣନା କରାଯାଇଥିଲା। ଏହି ୬ମାସ ମଧ୍ୟରେ ରାଜ୍ୟରେ ଆଉ ୫ଟି ହାତୀ ବଢିଥିବା ଶୀତଦିନିଆ ଗଣନା ରିପୋର୍ଟରୁ ଜଣାପଡିଛି। ଗଣନା ସମୟରେ ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗ ସହିତ ହାତୀମାନଙ୍କର ବୃହତ୍‌ ଆନ୍ତଃ ରାଜ୍ୟ ଗତିବିଧି ପରିଲକ୍ଷିତ ହୋଇଛି। ଫଳରେ ଢେଙ୍କାନାଳ, ଦେବଗଡ଼, ରାଉରକେଲା, କେନ୍ଦୁଝର, ସମ୍ବଲପୁର, ଆଠମଲ୍ଳିକ, ଉତ୍ତର ଘୁମୁସର, ଉତ୍ତର କଳାହାଣ୍ଡି, ବଲାଙ୍ଗୀର ଏବଂ ରାଇରଖୋଲ ଡିଭିଜନରେ ହାତୀମାନଙ୍କ ସଂଖ୍ୟା ପୂର୍ବାପେକ୍ଷା ବୃଦ୍ଧି ପାଇଥିବାବେଳେ ଶିମିଳିପାର ନର୍ଥ ଓ୍ବାଇଲ୍ଡ ଲାଇଫ୍‌, ସାତକୋଶିଆ ଓ୍ବାଇଲ୍ଡ ଲାଇଫ୍‌, ବାମରା ଓ୍ବାଇଲ୍ଡ ଲାଇଫ୍‌ ଏବଂ ରାୟଗଡ଼ା ଆଦି ଡିଭିଜନରେ ହାତୀଙ୍କ ସଂଖ୍ୟା କିଛି ମାତ୍ରାରେ କମିଛି। ଅପରପକ୍ଷେ ଚଳିତ ବର୍ଷ ଇତି ମଧ୍ୟରେ ୪୮ଟି ହାତୀଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ, ନଭେମ୍ବର ୧୪ରୁ ୧୬ ପର୍ଯ୍ୟନ୍ତ ରାଜ୍ୟର ୪୮ ବନଖଣ୍ଡରେ ଶୀତଦିନିଆ ହାତୀ ଗଣନା ହୋଇଥିଲା। ଏଥିପାଇଁ ବିଭିନ୍ନ ବନଖଣ୍ଡରେ ମୋଟ୍‌ ୨୦୩୨ ସେନ୍‌ସସ୍‌ ୟୁନିଟ୍‌ ନିୟୋଜିତ ହୋଇଥିବାବେଳେ ଜଙ୍ଗଲ ଭିତରେ ୧୩ଶହ ୭୬ ମଞ୍ଚା ତିଆରି ହୋଇଥିଲା। ସେନ୍‌ସସ୍‌ ୟୁନିଟ୍‌ରେ ଜଣେ ଲେଖାଏ ଫରେଷ୍ଟ ଗାର୍ଡ଼/ଫରେଷ୍ଟରଙ୍କ ସହିତ ଏଲିଫ୍ୟାଣ୍ଟ ସ୍କ୍ବାଡ୍‌ର ରହିଥିବାବେଳେ ୨୦୩୨ ସେନ୍‌ସସ୍‌ରେ ମୋଟ ୬ହଜାରରୁ ଅଧିକ ବନ କର୍ମଚାରୀ ସାମିଲ୍‌ ହୋଇଥିଲେ। ସେହିପରି ହାତୀ ଗଣନାରେ ରାତ୍ରିକାଳୀନ ଭିଜୁଆଲ ପାଇଁ ବନ ବିଭାଗ ୫୦ଟି ଡ୍ରୋନ୍‌ର ବ୍ୟବହାର କରିଥିଲା। ଡିଭିଜନ ଓ ସର୍କଲ ସ୍ତରରେ ଏସିଏଫ୍‌ ନୋଡାଲ ଅଧିକାରୀ ଗଣନା କାର୍ଯ୍ୟର ତଦାରଖ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଚୋରାଚାଲାଣ ପଡିଲା ମହଙ୍ଗା: ବନ୍ଧା ହେଲେ ୱେବ ଚ୍ୟାନେଲ ସାମ୍ବାଦିକ

ଖୋର୍ଦ୍ଧା,୩୦।୧୨(ପ୍ରଭାତ ପାଣିଗ୍ରାହୀ): ସାମ୍ବାଦିକ ଆଳରେ ଗଞ୍ଜେଇ ଚୋରାଚାଲାଣ ପଡିଲା ମହଙ୍ଗା। ଖୋର୍ଦ୍ଧା ଅବକାରୀ ବିଭାଗର ଜିଲା ମୋବାଇଲ ୟୁନିଟ ହାତରେ ଧରାପଡ଼ିଲେ ୱେବ ଚ୍ୟାନେଲ ସାମ୍ବାଦିକ...

ତହସିଲଦାରଙ୍କ ଘରୁ ମିଳିଲା ବିଡ଼ାବିଡ଼ା ଟଙ୍କା ସାଙ୍ଗକୁ ପୁଳାପୁଳା ସୁନା: ଭିଜିଲାନ୍ସର ବଡ଼ଧରଣର ରେଡ୍‌

ଭୁବନେଶ୍ୱର,୩୦।୧୨: କଟକ ବାରଙ୍ଗ ତହସିଲର ଅତିରିକ୍ତ ତହସିଲଦାର ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ହାବୁଡରେ ପଡ଼ିଛନ୍ତି। ତହସିଲଦାର ଜିତେନ୍ଦ୍ର କୁମାର ପଣ୍ଡାଙ୍କ ଘରେ ଭିଜିଲାନ୍ସ...

ପାହାଡ଼ ଉପରେ ପୂଜା ପାଉଛନ୍ତି ମା’ ବାଳକୁମାରୀ, ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଏହି ସ୍ଥାନ

ଗଞ୍ଜାମ ,୩୦।୧୨(ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲା ବ୍ରହ୍ମପୁର ଠାରୁ ୨୫ କି.ମି. ଚିକିଟିରୁ ୮ କିଲୋମିଟର ଗଲାପରେ ଧାନ ଘର ଛକ ଏବଂ ସେଠାରୁ...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କଲା ଇଂଲଣ୍ଡ, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୩୦।୧୨: ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB) ଭାରତରେ ହେବାକୁ ଥିବା ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଏହାର ଦଳ ଘୋଷଣା କରିଛି। ଆଶ୍ଚର୍ଯ୍ୟଜନକ...

ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ବଡ଼ ବୟାନ, ବଣଭୋଜି ନାରେ ପ୍ରଦୂଷଣ କଲେ ହେବ…

ଭୁବନେଶ୍ୱର,୩୦।୧୨: ବର୍ତ୍ତମାନ ସମୟରେ ପର୍ଯ୍ୟଟନ ଋତୁ ଚାଲୁଥିବା ବେଳେ ଅନେକ ସ୍ଥାନରେ ପର୍ଯ୍ୟଟକଙ୍କ ଗହଳି ଦେଖାଯାଉଛି । ବଣଭୋଜି କରି ମଜା ନେଉଛନ୍ତି ଲୋକେ ।...

ଖଣି ପାଇଁ ଜମି ଯିବାରୁ ଜୀବନ ହାରିଲେ ଯୁବକ, ୧୭ ଘଣ୍ଟାରୁ ଅଧିକ ସମୟ ମୃତଦେହକୁ ରଖି ବିକ୍ଷୋଭ କଲେ…

ଝାରସୁଗୁଡା, ୩୦।୧୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଉବୁଡା ଗ୍ରାମର ଜଣେ ୨୫ ବର୍ଷୀୟ ଯୁବକଙ୍କ ସୋମବାର ଆତ୍ମହତ୍ୟା ପରେ ସ୍ଥାନୀୟ ଅଞ୍ଚଳରେ...

ନୂଆବର୍ଷ ପାଇଁ ପୁରୀରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ପୁରୀ,୩୦।୧୨: ନୂଆବର୍ଷ ପାଳନ ପାଇଁ ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି। ଶ୍ରଦ୍ଧାଳୁଙ୍କ ସୁରକ୍ଷା ଏବଂ ଶୃଙ୍ଖଳିତ ଦର୍ଶନ ପାଇଁ ୭୦ ପ୍ଲାଟୁନ ପୋଲିସ ଫୋର୍ସ...

ଭଦ୍ରକରେ କିନ୍ନରଙ୍କୁ ଆକ୍ରମଣ: ଚୁଟି କାଟିବା ସହ ଟଙ୍କା ସୁନା ଲୁଟ ଅଭିଯୋଗ, ଥାନାରେ ଉତ୍ତେଜନା

ଭଦ୍ରକ, ୩୦/୧୨(ସନାତନ ରାଉତ): ଭଦ୍ରକରେ ୨ ଗୋଷ୍ଠୀ କିନ୍ନରଙ୍କ ବିବାଦ ଥମିବାର ନାଁ ଧରୁନି । ଉଭୟ ଗୋଷ୍ଠୀ ମଧ୍ୟରେ ଛକା ପଞ୍ଝା ଲାଗି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri