୬ଷ୍ଠରୁ ୧୦ମ ଛାତ୍ରୀଙ୍କୁ ମିଳୁନି ନାପ୍‌କିନ

ମହାକାଳପଡ଼ା, ୧୯ା୧୧(ପ୍ରତାପ ଚନ୍ଦ୍ର ସ୍ବାଇଁ): ପୂର୍ବ ସରକାର ଶାସନ ସମୟରେ ଛାତ୍ରୀମାନଙ୍କୁ ମାଗଣାରେ ନାପକିନ ବଣ୍ଟନ କରିବାକୁ ନିର୍ଦ୍ଦେଶ ଥିଲା। ହେଲେ ୬ଷ୍ଠରୁ ୧୦ମଶ୍ରେଣୀ ଛାତ୍ରୀଙ୍କୁ ଅଦ୍ୟାବଧି ସେମାନଙ୍କୁ ନାପକିନ ମିଳିନାହିଁ। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରତି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଲକ୍ଷ ଲକ୍ଷ ନାପକିନ ଯୋଗାଣ କରାଯାଇଥିଲା। ହେଲେ ଛାତ୍ରୀମାନଙ୍କୁ ବଣ୍ଟନ ପୂର୍ବରୁ ସ୍ବାସ୍ଥ୍ୟକେନ୍ଦ୍ରରୁ ସମସ୍ତ ନାପକିନ ଚୋରି ହୋଇଛି। ସ୍ବାସ୍ଥ୍ୟକେନ୍ଦ୍ରର ଗୋଦାମ ଗୃହ ସୁରକ୍ଷା ବ୍ୟବସ୍ଥାକୁ ନେଇ ବିଭାଗୀୟ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଥିବା ବୁଦ୍ଧିଜୀବୀ ମହଲରେ ଆଶଙ୍କା ପ୍ରକାଶ ପାଇଛି।
ମିଳିଥିବା ସୂଚନା ଅନୁସାରେ, ଚଳିତବର୍ଷ ୨ା୭ା୨୪ ଓ ୧୪ା୯ା୨୪ ପୃଥକ୍‌ ପୃଥକ୍‌ ଭାବେ ୨ ଥର ୪ ଲକ୍ଷ ୫୫ ହଜାର ୮ ଶହ ୧୪ ପିସ୍‌ ବା ସମୁଦାୟ ୯ ଲକ୍ଷ ୧୧ ହଜାର ୬୬ ଖଣ୍ଡ ନାପକିନ ଯୋଗାଣ କରାଯାଇଛି। ଉକ୍ତ ନାପକିନକୁ ଏକ ଘରୋଇ ଯୋଗଣକାରୀ ସଂସ୍ଥା ଶ୍ରୀରାଧେ ହାଇଜେନିକ ପ୍ରାଇଭେଟ ଲିମିଟେଡ଼ ପକ୍ଷରୁ ମହାକାଳପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଗୋଦାମ ଗୃହରେ ଗଚ୍ଛିତ ରଖିଥିଲା। ତେବେ ଛାତ୍ରୀମାନଙ୍କୁ ବଣ୍ଟନ ନ କରି କାହିଁକି ଗୋଦାମ ଘରେ ରଖିଲା, ଏ ନେଇ ବିଭାଗୀୟ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ତେବେ ଏଠାରେ ପ୍ରଶ୍ନ ଉଠେ ସ୍ବାସ୍ଥ୍ୟକେନ୍ଦ୍ର ପରିସରକୁ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲେ ମଧ୍ୟ କିପରି ଲକ୍ଷ ଲକ୍ଷ ସଂଖ୍ୟାରେ ନାପକିନ ଚୋରି ହେଲା ବୋଲି ଅନ୍ୟ ପକ୍ଷରେ କୁହାଯାଇଛି। ଏ ନେଇ ମହାକାଳପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ମେଡ଼ିକାଲ ଅଫିସର ଡା. ନିରଞ୍ଜନ କର ଗତ ସପ୍ତାହରେ ମହାକାଳପଡ଼ା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗରେ ୭୦ ପେଟିରୁ ଅଧିକ ନାପକିନ ଥିଲା। ପ୍ରତି ପେଟିରେ ହାଜରରୁ ଅଧିକ ପ୍ୟାକିଂ ରହିଛି। ସେହିପରି କିଛି ମାସ ପୂର୍ବରୁ ସମାନ ଧରଣର ନାପକିନ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା ବୋଲି ଥାନା ଅଧିକାରୀ ଧୀରଜ କୁମାର ଲେଙ୍କା ସୂଚନା ଦେଇଛନ୍ତି।
ଏ ସଂକ୍ରାନ୍ତରେ ମହାକାଳପଡ଼ା ଆଇଆଇସି ଲେଙ୍କାଙ୍କୁ ପଚାରିବାରେ ୪ ଦିନ ପୁର୍ବରୁ ନାପକିନ ଚୋରି ହେବା ନେଇ ଡା. କର ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତିକରି ନଂ. ୨୨୪/୨୪ରେ ମାମଲା ରୁଜୁ ହୋଇଛି ବୋଲି କହିଛନ୍ତି। ପୋଲିସ ପକ୍ଷରୁ ତଦନ୍ତ ଚାଲିଛି। ଅପରପକ୍ଷରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ ଡ଼ା ନିରଞ୍ଜନ କରଙ୍କୁ ପଚାରିବାରେ କେତେଜଣ ଅସାମାଜିକ ବ୍ୟକ୍ତିମାନେ ନାପକିନ ଚୋରି କରି ଥାଇପାରନ୍ତି ବୋଲି ସେ କହିଛନ୍ତି। ଏଠାରେ ପ୍ରଶ୍ନ ଉଠେ ଛାତ୍ରୀମାନଙ୍କୁ ବଣ୍ଟନ ନ କରି ଗୋଦାମ ଘରେ କାହିଁକି ଗଚ୍ଛିତ ରଖାଯାଇଥିଲା। ବିଭାଗୀୟ ବିଶେଷ ସୂତ୍ରରୁ ପ୍ରକାଶ ପୂର୍ବ ସରକାର ରେ ଏହି ନାପକିନ ଗାଏବ କରାଯାଇଥିଲା। ହେଲେ ସରକାର ବଦଳିବା ପରେ ଅଡିଟ ହେବାରୁ ନାପକିନର କିଛି ହିସାବ ନାହିଁ। ଶେଷରେ ବିଭାଗୀୟ ଗୋପନୀୟ ତଥ୍ୟକୁ ଲୁଚାଇବା ଓ ତଥ୍ୟ ପଦାରେ ପଡ଼ିବା ଭୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଚିନ୍ତାର କାରଣ ପାଲଟିଛି। ବିଭାଗର ଜୈନିକ କର୍ମଚାରୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତିଳ କେନ୍ଦ୍ର ପକ୍ଷରୁ ଥାନାରେ ଚୋରି ଅଭିଯୋଗ କରି ଚୁପ୍‌ ହୋଇ ବସିଛି ବୋଲି ସାଧାରଣରେ ଆଲୋଚନା ହେଉଛି। ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ସ୍ଥାନୀୟ ବୁଦ୍ଧିଜୀବୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀଙ୍କ ପରଲୋକ

ଦିଗପହଣ୍ଡି,୧୪।୧୨((ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀ ସନ୍ତୋଷ କୁମାର ପଣ୍ଡା...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri